ତେଲକୋଇ: କେନ୍ଦୁଝର ବନଖଣ୍ଡ ତେଲକୋଇ ରେଞ୍ଜ ସଲେଇକେନା ଜଙ୍ଗଲ ନିକଟ ଭାଡିମରା ଜୁଆଙ୍ଗ ସାହି ଥାନିନାଳୀ ଚାଷ ଜମିରେ ଏକ ଦନ୍ତା ହାତୀର ମୃତଦେହକୁ ଉଦ୍ଧାର କରାଯାଇଛି। ଗତକାଲି ରାତିରେ ହାତୀଙ୍କ ମଧ୍ୟରେ ଲଢେଇ ଲାଗିଥିଲା। ଦନ୍ତାଙ୍କ ମଧ୍ୟରେ ଲଢେଇ ଯୋଗୁଁ ହାତୀଟିର ମୃତ୍ୟୁ ଘଟିଥିବା ବନ ବିଭାଗ ପକ୍ଷରୁ କୁହାଯାଉଛି।