Subscribe to Updates

    Get the latest creative news from FooBar about art, design and business.

    What's Hot

    ଡେରିରେ ଛାଡ଼ିପାରେ ମୌସୁମୀ: ବହୁଛି ଦକ୍ଷିଣା ସାମୁଦ୍ରିକ ପବନ, ଉତ୍ତରା ପବନ ଡେରିରେ ଆସିବ

    October 3, 2023

    ଭୁଶୁଡ଼ିଲା ମାଟିଘର: ବାପାର ଗଲା ଜୀବନ, ବର୍ତ୍ତିଗଲା ପୁଅ

    October 3, 2023

    ପୁଣି ଆଶା ଦେଖାଇଲେ ସରକାର: ଖୋଲିପାରେ ବନ୍ଦ ସ୍କୁଲର ତାଲା

    October 3, 2023
    Facebook X (Twitter) Instagram
    Trending
    • ଡେରିରେ ଛାଡ଼ିପାରେ ମୌସୁମୀ: ବହୁଛି ଦକ୍ଷିଣା ସାମୁଦ୍ରିକ ପବନ, ଉତ୍ତରା ପବନ ଡେରିରେ ଆସିବ
    • ଭୁଶୁଡ଼ିଲା ମାଟିଘର: ବାପାର ଗଲା ଜୀବନ, ବର୍ତ୍ତିଗଲା ପୁଅ
    • ପୁଣି ଆଶା ଦେଖାଇଲେ ସରକାର: ଖୋଲିପାରେ ବନ୍ଦ ସ୍କୁଲର ତାଲା
    • ଏଏସ୍‌ଆଇ ମୃତ୍ୟୁ ଘଟଣା: ହତ୍ୟା ଅଭିଯୋଗ ଆଣିଲେ ସ୍ବାମୀ
    • ଦିବ୍ୟାଙ୍ଗ ପିଲାମାନେ ଯାଦୁଗର: ଧର୍ମେନ୍ଦ୍ର ପ୍ରଧାନ
    • ସୀମାନ୍ତରେ ୪୦ ସ୍କୁଲ ବନ୍ଦ: ସେଦିନର ମଣିଷଗଢ଼ା କାରଖାନା ଏବେ ଖେଳପଡ଼ିଆ
    • ବଢ଼ୁଛି ଲାଲ କେଶର ଅଣ୍ଡା ଚାହିଦା: ୧୦ଲକ୍ଷ ଦରକାର, ଅଢ଼େଇ ଲକ୍ଷ ମିଳୁଛି
    • ପୋଖରୀରୁ ଧରା ହେଲା ୧୪ ଫୁଟ୍‌ର କୁମ୍ଭୀର
    Tuesday, October 3
    Facebook X (Twitter) Instagram
    Facebook X (Twitter) Instagram
    NEWS LAXMI 7
    Subscribe
    • ଦେଶ ବିଦେଶ
    • ରାଜ୍ୟ
    • ରାଜନୀତି
    • କଳା ଓ ସଂସ୍କୃତି
    • ଲାଇଫ୍ ଷ୍ଟାଇଲ
    • ମନୋରଞ୍ଜନ
      • ଭିଡ଼ିଓ
      • ଖେଳ
    • ପର୍ଯ୍ୟଟନ
    • ଶିକ୍ଷା ଓ ନିଯୁକ୍ତି
    • ଧର୍ମ
    • ସ୍ୱାସ୍ଥ୍ୟ
    • ଅପରାଧ
    • ରାଶିଫଳ
    NEWS LAXMI 7
    Home»ରାଜ୍ୟ»ତମାଣ୍ଡୋରେ ‘ଡିଭାଇନ୍‌ ଲାଇଟ୍‌ ହାଉସ୍‌’ ଶିଳାନ୍ୟାସ କଲେ ରାଷ୍ଟ୍ରପତି: ‘ଆଧ୍ୟାତ୍ମିକ ମାର୍ଗରୁ ହିଁ ମିଳେ ମାନସିକ ଶାନ୍ତି’
    ରାଜ୍ୟ

    ତମାଣ୍ଡୋରେ ‘ଡିଭାଇନ୍‌ ଲାଇଟ୍‌ ହାଉସ୍‌’ ଶିଳାନ୍ୟାସ କଲେ ରାଷ୍ଟ୍ରପତି: ‘ଆଧ୍ୟାତ୍ମିକ ମାର୍ଗରୁ ହିଁ ମିଳେ ମାନସିକ ଶାନ୍ତି’

    NewsLaxmi7By NewsLaxmi7July 28, 2023Updated:July 28, 2023No Comments2 Mins Read
    Facebook Twitter LinkedIn WhatsApp Email
    Share
    Facebook Twitter LinkedIn Email WhatsApp

    ଭୁବନେଶ୍ବର : ମାନବ ସମାଜ ପାଇଁ ଉଭୟ ବସ୍ତୁବାଦ ଓ ଆଧ୍ୟାତ୍ମବାଦର ବିକାଶ ଜରୁରି। ବୈଷୟିକ ଜ୍ଞାନକୌଶଳର ବିକାଶ ମଣିଷର ଆବଶ୍ୟକତା, ଅଭାବ ପୂରଣ କରିଥାଏ। ଏହାର ବିକାଶ ଅନିବାର୍ଯ୍ୟ। ଏହାକୁ ଏଡ଼ାଇଦେଇ ହେବନାହିଁ। ବସ୍ତୁବାଦୀ ଚିନ୍ତାଧାରା ମଣିଷର ସୁଖସ୍ବାଚ୍ଛନ୍ଦ୍ୟ ପାଇଁ ନିହାତି ଆବଶ୍ୟକ। କିନ୍ତୁ ପ୍ରକୃତ ଶାନ୍ତି ଥାଏ ଆଧ୍ୟାତ୍ମିକ ମାର୍ଗରେ। ମାନସିକ ଶାନ୍ତି ଆଧ୍ୟାତ୍ମିକ ମାର୍ଗରୁ ହିଁ ମିଳିଥାଏ। ଆତ୍ମଚିନ୍ତନ ବଳରେ ନକାରାତ୍ମକ ଚିନ୍ତାଧାରାକୁ ପ୍ରତିହତ କରାଯାଇପାରେ। ଆଜି ଭୁବନେଶ୍ବର ଉପକଣ୍ଠ ତମାଣ୍ଡୋ ଦଶବାଟିଆଠାରେ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟର ‘ଡିଭାଇନ୍ ଲାଇଟ୍‌ ହାଉସ’ ଶିଳାନ୍ୟାସ କରିବା ଅବସରରେ ଏହା କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

    ଏହି ଅବସରରେ ଆୟୋଜିତ ‘ସକାରାତ୍ମକ ପରିବର୍ତ୍ତନର ବର୍ଷ’ ଶୀର୍ଷକ ଆଲୋଚନାଚକ୍ରରେ ଯୋଗଦେଇ ରାଷ୍ଟ୍ରପତି ଆହୁରି କହିଲେ ଯେ ସବୁବେଳେ ପରିବର୍ତ୍ତନ ଅବଶ୍ୟମ୍ଭାବୀ। ସୂଚନା ଓ ପ୍ରଯୁକ୍ତିବିଦ୍ୟା ଯୋଗୁ ଆଜି ପୃଥିବୀ ଗୋଟିଏ ଗ୍ରାମରେ ପରିବର୍ତ୍ତନ ହୋଇଛି। ପରିବର୍ତ୍ତନର ବାହକ ହେଉଛି ବୈଷୟିକ ଜ୍ଞାନ। ତେବେ ମାନସିକ ଶାନ୍ତି ବିନା ଜୀବନ, ଜୀବନ ନୁହେଁ। ଏହି ଅବସରରେ ରାଷ୍ଟ୍ରପତି ଭଗବତ ଗୀତାବାଣୀ ଉଦ୍ଧାର କରିଥିଲେ। ଶ୍ରୀମତୀ ମୁର୍ମୁ କହିଥିଲେ, ଈଶ୍ବରଙ୍କ ସହ ସଂଯୁକ୍ତ ନ ହୋଇ କେହି ଶାନ୍ତି ପାଇନାହିଁ। ଧନ, ସମ୍ପତ୍ତି ସବୁ ସୁଖର ଉପାଦାନ,‌ କିନ୍ତୁ ମାନସିକ ଶାନ୍ତି ବିନା ମଣିଷ ପ୍ରକୃତ ସୁଖ ପାଇ ପାରିବ ନାହିଁ। ସେଥିପାଇଁ କେବଳ ଆଧ୍ୟାତ୍ମିକ ମାର୍ଗରେ ହିଁ ଗତି କରିବାକୁ ହେବ। ଆଜିକାଲି ସୋସିଆଲ ମିଡିଆର ପ୍ରଭାବ ମଣିଷକୁ କୂପମଣ୍ଡୁକ ସଜାଇଛି। ଆତ୍ମଚିନ୍ତନ ଅଭାବରୁ ମଣିଷ ନକାରାତ୍ମକ ଚିନ୍ତାଧାରାର ଶିକାର ହେଉଛି। ମଣିଷ ଭିତରେ ମଣିଷ ପ୍ରତି ଘୃଣା, ଅସହିଷ୍ଣୁତା, ଈର୍ଷାପରାୟଣତା ବଢ଼ିବାରେ ଲାଗିଛି। ଏସବୁରୁ ନ ମୁକୁଳିବା ପର୍ଯ୍ୟନ୍ତ ମଣିଷ ଶାନ୍ତି ପାଇବ ନାହିଁ। ତେଣୁ ଆତ୍ମଚିନ୍ତନ ଶିଖିବା ଜରୁରି।

    ରାଷ୍ଟ୍ରପତି କହିଥିଲେ ଯେ ନକାରାତ୍ମକ ଚିନ୍ତାଧାରାରୁ ବାହାରି ସକାରାତ୍ମକ ଦିଗରେ ଅଗ୍ରସର ହେବା ଏବେ ଆମ ପାଇଁ ବଡ଼ ଆହ୍ବାନ। ଏଥିପାଇଁ ଏକ ବଳିଷ୍ଠ ମାର୍ଗଦର୍ଶନ ଆବଶ୍ୟକ। ଲାଇଟ୍‌ ହାଉସ୍‌ ଯେମିତି ଅନ୍ଧାର ରାତିରେ ଦିଗହରା ନାବିକକୁ ମାର୍ଗ ଦେଖାଏ, ସେମିତି ବ୍ରହ୍ମାକୁମାରୀ ପରିବାରର ବତିଘର ଶାନ୍ତିର ଏକ ଦିଗ୍‌ବାରଣ ସାଜିବ। ନକାରାତ୍ମକ ଅନ୍ଧକାରରୁ ସକାରାତ୍ମକ ଆଲୋକ ଆଡ଼କୁ ବାଟ କଢ଼ାଇବ। ନିଜ ଜୀବନର ଏକ ଦୁଃଖଦ ସମୟକୁ ସେ କିଭଳି ବ୍ରହ୍ମାକୁମାରୀ ସଂସ୍ଥା ପ୍ରଦର୍ଶିତ ମାର୍ଗରେ ପରିଚାଳିତ ହୋଇ ଅତିକ୍ରମ କରିଥିଲେ, ସେନେଇ ସମ୍ୟକ୍ ସୂଚନା ଦେଇଥିଲେ ରାଷ୍ଟ୍ରପତି। ଏଥିସହ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ବବିଦ୍ୟାଳୟ କେବଳ ଏକ ସଂଗଠନ ନୁହେଁ, ଏହା ମହିଳାଙ୍କ ଦ୍ବାରା ପରିଚାଳିତ ଏକ ସାମାଜିକ ଓ ଆଧ୍ୟାତ୍ମିକ ଅଭିଯାନ ବୋଲି ଶ୍ରୀମତୀ ମୁର୍ମୁ ପ୍ରଶଂସା କରିଥିଲେ।

    ଏହି ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ କହିଥିଲେ ଯେ ଜଡ଼ ପଦାର୍ଥ, ସଂଖ୍ୟା ସବୁ ପରିବର୍ତ୍ତନଶୀଳ। ସେ ଏବେ ଓଡ଼ିଶାର ପ୍ରଥମ ନାଗରିକ ଅଛନ୍ତି, ତାଙ୍କ ଆଗରୁ ଆଉ କେହି ଥିଲେ ଏବଂ ପରେ ପୁଣି କେହି ଜଣେ ହେବେ। ହେଲେ ଏମିତି ବହୁତ କିଛି ଅଛି, ଯାହା କେବେ ବଦଳେନି। ‘ମୁଁ’ ଏବଂ ‘ଆଶା’କୁ ବାଦ୍‌ଦେଲେ, ମଣିଷ ସେହି ଅପରିବର୍ତ୍ତନୀୟ ରହସ୍ୟକୁ ଭେଦ କରିପାରିବ। କାର୍ଯ୍ୟକ୍ରମରେ ମଞ୍ଚରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଈଶ୍ବରୀୟ ବିଶ୍ବବିଦ୍ୟାଳୟର ଯୁଗ୍ମ ପ୍ରଶାସିକା ସନ୍ତୋଷ ଦିଦି, ଏକ୍‌ଜିକ୍ୟୁଟିଭ୍‌ ସେକ୍ରେଟାରି ମୃତ୍ୟୁଞ୍ଜୟ, ଭୁବନେଶ୍ବର ଜୋନ୍‌ ସଞ୍ଚାଳିକା ଲିନା, ନଥମଲ ଭାଇ, ଦୁର୍ଗେଶ ନନ୍ଦିନୀ ଓ ବ୍ରହ୍ମାକୁମାରୀ ଲିନା ଉପସ୍ଥିତ ଥିଲେ।

    Share. Facebook Twitter LinkedIn WhatsApp Email
    Previous Articleସମ୍ବାଦ ବ୍ୟାଙ୍କିଙ୍ଗ୍‌ ଆଣ୍ଡ୍‌ ଫାଇନାନ୍ସ ସେମିନାର: ବ୍ୟାଙ୍କ ସେବାକୁ ସହଜ କରିଛି ପ୍ରଯୁକ୍ତି
    Next Article ବିଶିଷ୍ଟ ବାନ୍ଧଶିଳ୍ପୀ ଚତୁର୍ଭୁଜ ମେହେରଙ୍କ ଦ୍ଵାରା ତିଆରି ଶାଢ଼ି କିଣିଲେ ରାଷ୍ଟ୍ରପତି
    NewsLaxmi7
    • Website

    Related Posts

    ଡେରିରେ ଛାଡ଼ିପାରେ ମୌସୁମୀ: ବହୁଛି ଦକ୍ଷିଣା ସାମୁଦ୍ରିକ ପବନ, ଉତ୍ତରା ପବନ ଡେରିରେ ଆସିବ

    October 3, 2023

    ଭୁଶୁଡ଼ିଲା ମାଟିଘର: ବାପାର ଗଲା ଜୀବନ, ବର୍ତ୍ତିଗଲା ପୁଅ

    October 3, 2023

    ପୁଣି ଆଶା ଦେଖାଇଲେ ସରକାର: ଖୋଲିପାରେ ବନ୍ଦ ସ୍କୁଲର ତାଲା

    October 3, 2023

    ଏଏସ୍‌ଆଇ ମୃତ୍ୟୁ ଘଟଣା: ହତ୍ୟା ଅଭିଯୋଗ ଆଣିଲେ ସ୍ବାମୀ

    October 3, 2023
    • Facebook
    • Twitter
    • Instagram
    • YouTube
    Our Picks

    ସାଧୁ ବେଶରେ ୱାଣ୍ଟେଡ୍ କ୍ରିମିନାଲ୍: ୨୩ ବର୍ଷ ପରେ ଧରିଲା ପୁଲିସ

    July 3, 2023

    ମାତିଛନ୍ତି ମାଟି ମାଫିଆ: ତାଡ଼ିଦେଲେ ଗଙ୍ଗୁଆ ନଦୀବନ୍ଧ

    April 3, 2023

    ପଶ୍ଚିମବଙ୍ଗ ରାମ ନବମୀ ରାଲିରେ ପୁଣି ହିଂସାକାଣ୍ଡ: ‘ବିଜେପି’ ବିଧାୟକ ଆହତ

    April 3, 2023

    ଆଜିଠୁ ନୂଆ ଶିକ୍ଷାବର୍ଷ: ୮ ତାରିଖ ଯାଏ ନାମଲେଖା, ୧୧ରୁ ସକାଳୁଆ ସ୍କୁଲ

    April 3, 2023
    Don't Miss
    ରାଜ୍ୟ

    ଡେରିରେ ଛାଡ଼ିପାରେ ମୌସୁମୀ: ବହୁଛି ଦକ୍ଷିଣା ସାମୁଦ୍ରିକ ପବନ, ଉତ୍ତରା ପବନ ଡେରିରେ ଆସିବ

    October 3, 2023

    ଭୁବନେଶ୍ବର: ଅକ୍ଟୋବର ମାସ ଆରମ୍ଭ ସହିତ ଆସିଯାଇଛି ବାତ୍ୟା ଋତୁ। ସାଧାରଣତଃ ମୌସୁମୀ ଫେରିବା ସମୟରେ ଓଡ଼ିଶାକୁ ବାତ୍ୟା ଭୟ…

    ଭୁଶୁଡ଼ିଲା ମାଟିଘର: ବାପାର ଗଲା ଜୀବନ, ବର୍ତ୍ତିଗଲା ପୁଅ

    October 3, 2023

    ପୁଣି ଆଶା ଦେଖାଇଲେ ସରକାର: ଖୋଲିପାରେ ବନ୍ଦ ସ୍କୁଲର ତାଲା

    October 3, 2023

    ଏଏସ୍‌ଆଇ ମୃତ୍ୟୁ ଘଟଣା: ହତ୍ୟା ଅଭିଯୋଗ ଆଣିଲେ ସ୍ବାମୀ

    October 3, 2023

    Subscribe to Updates

    Get the latest creative news from SmartMag about art & design.

    About Us
    About Us

    Welcome to Newslaxmi7, where we are dedicated to providing timely, accurate, and unbiased news coverage to our readers. As a leading news organization, we are committed to journalistic integrity and believe that providing our audience with reliable information is essential to a functioning democracy.

    Our Picks

    ଉତ୍ତର ଭାରତରେ ବନ୍ୟା ସ୍ଥିତି ଗମ୍ଭୀର: ଯମୁନା ଫୁଲୁଛି, ତଳିଆ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର / ୨୩ ରାଜ୍ୟରେ ପ୍ରବଳ ବର୍ଷିବ

    July 12, 2023

    ମଣିପୁରରେ ସୁରକ୍ଷାବାହିନୀର ମିଳିତ କମ୍ବିଂ: ବିପୁଳ ଅସ୍ତ୍ରଶସ୍ତ୍ର ଜବତ, ଶାନ୍ତି ଫେରୁଛି

    June 9, 2023

    ‘ଷ୍ଟାର୍ ଟ୍ରେକ୍’ ଏବଂ ‘ଟ୍ୱିଲାଇଟ୍ ଜୋନ୍’ ଫେମ୍ ଜୋଆନେ ଲିନଭିଲେଙ୍କ ପରଲୋକ

    June 22, 2021
    Quick Links
    • Home
    • About us
    • Contact Us
    © 2022 - Newslaxmi7. All Rights Reserved.
    • Home
    • About us
    • Contact Us

    Type above and press Enter to search. Press Esc to cancel.