Subscribe to Updates

    Get the latest creative news from FooBar about art, design and business.

    What's Hot

    ଭୁଶୁଡ଼ିଲା ମାଟିଘର: ବାପାର ଗଲା ଜୀବନ, ବର୍ତ୍ତିଗଲା ପୁଅ

    October 3, 2023

    ପୁଣି ଆଶା ଦେଖାଇଲେ ସରକାର: ଖୋଲିପାରେ ବନ୍ଦ ସ୍କୁଲର ତାଲା

    October 3, 2023

    ଏଏସ୍‌ଆଇ ମୃତ୍ୟୁ ଘଟଣା: ହତ୍ୟା ଅଭିଯୋଗ ଆଣିଲେ ସ୍ବାମୀ

    October 3, 2023
    Facebook X (Twitter) Instagram
    Trending
    • ଭୁଶୁଡ଼ିଲା ମାଟିଘର: ବାପାର ଗଲା ଜୀବନ, ବର୍ତ୍ତିଗଲା ପୁଅ
    • ପୁଣି ଆଶା ଦେଖାଇଲେ ସରକାର: ଖୋଲିପାରେ ବନ୍ଦ ସ୍କୁଲର ତାଲା
    • ଏଏସ୍‌ଆଇ ମୃତ୍ୟୁ ଘଟଣା: ହତ୍ୟା ଅଭିଯୋଗ ଆଣିଲେ ସ୍ବାମୀ
    • ଦିବ୍ୟାଙ୍ଗ ପିଲାମାନେ ଯାଦୁଗର: ଧର୍ମେନ୍ଦ୍ର ପ୍ରଧାନ
    • ସୀମାନ୍ତରେ ୪୦ ସ୍କୁଲ ବନ୍ଦ: ସେଦିନର ମଣିଷଗଢ଼ା କାରଖାନା ଏବେ ଖେଳପଡ଼ିଆ
    • ବଢ଼ୁଛି ଲାଲ କେଶର ଅଣ୍ଡା ଚାହିଦା: ୧୦ଲକ୍ଷ ଦରକାର, ଅଢ଼େଇ ଲକ୍ଷ ମିଳୁଛି
    • ପୋଖରୀରୁ ଧରା ହେଲା ୧୪ ଫୁଟ୍‌ର କୁମ୍ଭୀର
    • କଲରାପତରିଆ ଛାଲ ଜବତ: ଜଣେ ଶିକାରୀ ଗିରଫ, ଅନ୍ୟ ଜଣେ ଫେରାର
    Tuesday, October 3
    Facebook X (Twitter) Instagram
    Facebook X (Twitter) Instagram
    NEWS LAXMI 7
    Subscribe
    • ଦେଶ ବିଦେଶ
    • ରାଜ୍ୟ
    • ରାଜନୀତି
    • କଳା ଓ ସଂସ୍କୃତି
    • ଲାଇଫ୍ ଷ୍ଟାଇଲ
    • ମନୋରଞ୍ଜନ
      • ଭିଡ଼ିଓ
      • ଖେଳ
    • ପର୍ଯ୍ୟଟନ
    • ଶିକ୍ଷା ଓ ନିଯୁକ୍ତି
    • ଧର୍ମ
    • ସ୍ୱାସ୍ଥ୍ୟ
    • ଅପରାଧ
    • ରାଶିଫଳ
    NEWS LAXMI 7
    Home»ରାଜ୍ୟ»ଡାକ୍ତରୀ ନାମ ଲେଖା କେଳେଙ୍କାରୀ ଘଟଣା: ଏସ୍‌ସିବି ମେଡିସିନ୍ ବିଭାଗ ଡାକ୍ତର କହି ଠକେଇ
    ରାଜ୍ୟ

    ଡାକ୍ତରୀ ନାମ ଲେଖା କେଳେଙ୍କାରୀ ଘଟଣା: ଏସ୍‌ସିବି ମେଡିସିନ୍ ବିଭାଗ ଡାକ୍ତର କହି ଠକେଇ

    NewsLaxmi7By NewsLaxmi7August 4, 2023Updated:August 4, 2023No Comments3 Mins Read
    Facebook Twitter LinkedIn WhatsApp Email
    Share
    Facebook Twitter LinkedIn Email WhatsApp

    କଟକ: ସାରା ଦେଶରେ ଡାକ୍ତରୀ ନାମ ଲେଖା ପାଇଁ ହୋଇଥିବା କେଳେଙ୍କାରୀ ଘଟଣାରେ କ୍ରାଇମବ୍ରାଞ୍ଚକୁ ଚାଞ୍ଚଲ୍ୟକର ତଥ୍ୟ ହସ୍ତଗତ ହୋଇଛି। ଠକେଇ ଗ୍ୟାଙ୍ଗର ଜଣେ ସଦସ୍ୟ ଜଗତପୁର ରେସମା ସାଇନ୍ସ କଲେଜ ମାଲିକ ତଥା ସଭାପତି ରଘୁନାଥ ବେହେରା ନିଜକୁ କଟକ ବଡ଼ ଡାକ୍ତରଖାନା ମେଡିସିନ୍ ବିଭାଗର ଡାକ୍ତର ପରିଚୟ ଦେଉଥିଲା। ଏହି ପରିଚୟ ଆଧାରରେ ଏହି ଗ୍ୟାଙ୍ଗର ୯ ଜଣ ସଦସ୍ୟ ସାରା ଦେଶରେ ୧୦ କୋଟିରୁ ଅଧିକ ଟଙ୍କା ଠକେଇ କରିଛନ୍ତି। କମିସନରେଟ୍ ପୁଲିସ ସମେତ ସାରା ଦେଶରେ ଏହି ଗ୍ୟାଙ୍ଗ ବିରୋଧରେ ବର୍ତ୍ତମାନ ସୁଦ୍ଧା ୨୩ ଠକେଇ ମାମଲା ରୁଜୁ ହୋଇଥିବା କ୍ରାଇମବ୍ରାଞ୍ଚ ଜାଣିବାକୁ ପାଇଛି। ଶୁଭାଶିଷ ପତିକୁ ଗିରଫ ପରେ ଏଭଳି ଅନେକ ହୋସ୍ ଉଡ଼ାଇଲା ଭଳି ତଥ୍ୟ ସାମନାକୁ ଆସିଛି।

    ପୁରୀ ଜିଲ୍ଲା ନିମାପଡ଼ାର ମେକାନିକାଲ୍‌ ଇଞ୍ଜିନିୟର ସୌମ୍ୟକାନ୍ତ ସମେତ ୭ ଜଣ ସଦସ୍ୟ ନିଜକୁ କଟକ ଜଗତପୁର ରେସମା ସାଇନ୍ସ କଲେଜର କର୍ମଚାରୀ ପରିଚୟ ଦେଉଥିଲା। ଏହି ଗ୍ୟାଙ୍ଗ ସଦସ୍ୟ ଶୁଭାଶିଷ ପତି, ଇଲୟାଜ ଖାନ୍‌, ଆଶିଷ, ଅନିଲ କୁମାର, ଶୈଳେନ୍ଦ୍ର ଚକ୍ରବର୍ତ୍ତୀ, ଦୁଷ୍ମନ୍ତ ପଣ୍ତା, ମଳୟ ପଟ୍ଟନାୟକ କଟକ ସିଡିଏ ସେକ୍ଟର ୯ରେ ଏକାଠି ରହୁଥିଲେ। ଗ୍ୟାଙ୍ଗରେ ଜଗତପୁର ରେସମା ସାଇନ୍ସ କଲେଜ ମାଲିକ ତଥା ସଭାପତି ରଘୁନାଥ ବେହେରା ହାତ ମିଳାଇଥିଲା। ସୌମ୍ୟକାନ୍ତର ଭୁବନେଶ୍ବର ରସୁଲଗଡ଼ ଛକରେ ଥିବା ଏସପ୍ଲାନେଡରେ ଏକ କୋଚିଂ ସେଣ୍ଟରରୁ ଛାତ୍ରଛାତ୍ରୀଙ୍କୁ ଏକାଠି କରାଯାଉଥିଲା। ମେଧା ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କୁ ଇଲ୍‌ୟାଜ ଫୋନ୍‌ କରି ଜଗତପୁରରେ ଥିବା ରେସମା ସାଇନ୍ସ କଲେଜ ନିକଟରେ ଥିବା ଏକ ଅଫିସକୁ ଡାକୁଥିଲା। ୨୦୧୫ରୁ ଏହି ଗ୍ୟାଙ୍ଗ ଏଭଳି କେଳେଙ୍କାରୀ ଆରମ୍ଭ କରିଥିଲେ। ରଘୁନାଥ ଅଭିଭାବକଙ୍କୁ କାଉନସେଲି˚ ବେଳେ ନିଜକୁ ଡାକ୍ତର ବୋଲି ପରିଚୟ ଦେବାକୁ ଯାଇ ଷ୍ଟେଥା ବ୍ୟବହାର କରୁଥିଲା। କଟକ ବଡ଼ ଡାକ୍ତରଖାନା ମେଡିସିନ୍ ବିଭାଗର ଡାକ୍ତର ବୋଲି ପରିଚୟ ଦେଉଥିଲା। ଅଭିଭାବକଙ୍କୁ କାଉନସେଲି˚ କରିବା ପରେ ମର୍କତନଗର ଥାନା ସିଡିଏ ସେକ୍ଟର ୬ରେ ଥିବା ସୌମ୍ୟକାନ୍ତର ଅଫିସକୁ ନେଇ ଆର୍ଥିକ କାରବାର ହେଉଥିଲା।

    ସିଡିଏରେ ଥିବା ଅଫିସ୍‌ରେ ଟଙ୍କା କାରବାର; କଟକରୁ କର୍ଣ୍ଣାଟକ ଯାଏ ମାମଲା
    ଠାବ ହେଲାଣି ୨୩ ମାମଲା, ୮ ମେଡିକାଲ୍ କଲେଜ ନାଁରେ ଠକେଇ

    ଛାତ୍ରଛାତ୍ରୀଙ୍କୁ କଟକ ବଡ଼ ମେଡିକାଲ୍‌ ସମେତ ବେଙ୍ଗାଲୁରୁ ଓ ମହାରାଷ୍ଟ୍ରରେ ଥିବା ସରକାରୀ ଓ ଘରୋଇ ମେଡିକାଲ୍‌ କଲେଜରେ ନାମ ଲେଖାଇବାର ଲୋଭନୀୟ ପ୍ରତିଶ୍ରୁତି ଦିଆଯାଉଥିଲା। ଏହି ମେଡିକାଲ୍ କଲେଜର ତାଲିକା କ୍ରାଇମବ୍ରାଞ୍ଚ ହାତରେ ଲାଗିଛି। ଯେଉଁ ୮ଟି ମେଡିକାଲ୍ କଲେଜ ନାଁ ଏହି ଠକ ବ୍ୟବହାର କରୁଛନ୍ତି ଏଥିରେ କଟକ ବଡ଼ ମେଡିକାଲ କଲେଜ, ହସ୍ପିଟାଲ୍ ଓ ଭୁବନେଶ୍ବରର କିମସ୍ ସମେତ ବେଙ୍ଗାଲୁରୁର ଏମଏସ୍‌ ରାମେୟା ମେଡିକାଲ୍‌ କଲେଜ, ଏମଭିଜେ ମେଡିକାଲ୍‌ କଲେଜ ଆଣ୍ତ ରିସର୍ଚ୍ଚ, ବୈଦେହି ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସ ଆଣ୍ତ ରିସର୍ଚ୍ଚ ସେଣ୍ଟର, ବି.ଆର‌୍‌ ଆମ୍ବେଦକର ମେଡିକାଲ୍‌ କଲେଜ, ବିଜିଏସ୍‌ ଗ୍ଲୋବାଲ ଇନଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ୍‌ ସାଇନ୍ସ ଓ ବିଏମଏସ୍‌ ମେଡିକାଲ୍‌ କଲେଜ। ଏହି କଲେଜରେ ନାଁ ଲେଖାଇବା ପୂର୍ବରୁ ଅଭିଭାବକମାନେ ସେମାନଙ୍କୁ ଟଙ୍କା ଦେବା ପରେ ସେମାନଙ୍କ ମୋବାଇଲକୁ ଏକ କନଫର‌ମେସନ୍‌ ମ୍ୟାସେଜ୍‌ ଯାଉଥିଲା। ଅନ୍ୟପଟେ ରଘୁନାଥ ତା ନାଁ ପୂର୍ବରୁ ‘ଡାକ୍ତର ଲେଖୁଥିବା ବେଳେ କଟକ ବଡ଼ ମେଡିକାଲ୍‌ର ଜଣେ ଡାକ୍ତର ପରିଚୟ ଦେଉଥିଲା। କଟକ ବଡ଼ ଡାକ୍ତରଖାନାର ଷ୍ଟାମ୍ପ ବ୍ୟବହାର କରୁଥିଲା। ତେବେ ବଡ଼ ଡାକ୍ତରଖାନା ମେଡିସିନ୍ ବିଭାଗକୁ କ୍ରାଇମବ୍ରାଞ୍ଚ ସ୍କାନରକୁ ଆଣିଛି।

    ଡାକ୍ତରୀ ପଢ଼ିବାକୁ ଇଚ୍ଛୁକ ଛାତ୍ରଛାତ୍ରୀଙ୍କ ଟଙ୍କା ଲୁଟ୍ ଘଟଣାରେ କ୍ରାଇମବ୍ରାଞ୍ଚ ଏମାନଙ୍କ ଠକେଇ ପଞ୍ଜିକା ଖୋଲିଛି। ଏହି ଠକ ଗ୍ୟାଙ୍ଗ ବିରୋଧରେ କମିସନରେଟ୍‌ ପୁଲିସରେ ମୋଟ ୫ଟି ମାମଲା ରୁଜୁ ହୋଇଛି। ମଞ୍ଚେଶ୍ବର ଥାନାରେ ସୌମ୍ୟକାନ୍ତ ମହାନ୍ତିଙ୍କ ସମେତ ୭ ଜଣ ସହଯୋଗୀଙ୍କ ବିରୋଧରେ ୨୦୧୭ରେ ୨୨ ଲକ୍ଷ ଟଙ୍କା ଠକେଇ ମାମଲା ରୁଜୁ ହୋଇଥିଲା। ୨୦୧୮ ଅକ୍ଟୋବର ୧୨ରେ ମର୍କତନଗର ଥାନାରେ ୧୭ ଲକ୍ଷ ୭୨ ହଜାର ଟଙ୍କା ଠକେଇ ମାମଲା ରୁଜୁ ହୋଇଥିଲା। ସେହିଭଳି ୨୦୧୮ ଅକ୍ଟୋବର ୧୨ ତାରିଖରେ ମର୍କତନଗର ଥାନାରେ ୧୭ ଲକ୍ଷ ୨୨ ହଜାର ଟଙ୍କା ଠକିଥିବା ମାମଲା ହୋଇଛି। ୨୦୧୯ ମାର୍ଚ୍ଚ ୨୭ରେ ମର୍କତନଗର ଥାନାରେ ତୃତୀୟ ମାମଲାରେ ୧୭ ଲକ୍ଷ ୨୦ ହଜାର ଟଙ୍କା ଲୁଟିଥିବା ମାମଲା ହୋଇଛି। ୨୦୧୯ରେ ଇନଫୋସିଟି ଥାନାରେ ୧୮ ଲକ୍ଷ ଟଙ୍କା ଠକେଇ ମାମଲା ରୁଜୁ କରିଥିଲା। ଅନ୍ୟପଟେ ଓଡ଼ିଶା କ୍ରାଇମ୍‌ବ୍ରାଞ୍ଚରେ ୨୦୧୯ ଜୁନ ୨୪ରେ ଏହି ୭ ଜଣଙ୍କ ବିରୋଧର ୬୯ ଲକ୍ଷ ଟଙ୍କାର ଠକେଇ ମାମଲା ହୋଇଥିଲା। ସେହିଭଳି ୧୮ ଲକ୍ଷ ୫୦ ହଜାର ଟଙ୍କା ଠକେଇ ହୋଇଥିବା କ୍ରାଇମବ୍ରାଞ୍ଚରେ ୨୦୧୯ ଡିସେମ୍ବର ୧୬ରେ ଦ୍ବିତୀୟ ମାମଲା ରୁଜୁ ହୋଇଥିଲା। କର୍ଣ୍ଣାଟକ ବେଙ୍ଗାଲୁରୁର କ୍ୟୁବନ୍‌ ପାର୍କ ପୁଲିସ ଷ୍ଟେସନ୍‌ରେ ସୌମ୍ୟକାନ୍ତ ସମେତ ୧୦ ଜଣଙ୍କ ବିରୋଧରେ ୬ଟି ମାମଲା ଏବଂ ହାଇ ଗ୍ରାଉଣ୍ତସ୍‌ ଥାନାରେ ୩ଟି ମାମଲା ରୁଜୁ ହୋଇଛି। ସେହିପରି ଝାରସୁଗୁଡ଼ାରେ ୧୨ ଲକ୍ଷ ଟଙ୍କାର ଠକେଇ ନେଇ ଗୋଟିଏ ମାମଲା ହୋଇଥିଲା। ଛତିଶଗଡ଼ରେ ୩ଟି ଓ ହିମାଚଳ ପ୍ରଦେଶ, ମଧ୍ୟପ୍ରଦେଶ, ଉତ୍ତର ପ୍ରଦେଶରେ ଗୋଟିଏ ଲେଖାଏ ମାମଲା ରୁଜୁ ହୋଇଥିଲା।

    Share. Facebook Twitter LinkedIn WhatsApp Email
    Previous Articleବୀରମହାରାଜପୁରରେ ବନ୍ୟା ପରିସ୍ଥିତି: ଖୋଲିଲା ଠେଙ୍ଗୋ ଡ୍ୟାମ୍‌ର ୬ ଗେଟ୍‌, ୨୮୮ ଜଣଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର
    Next Article ଜଲାପୁଟ ଡ୍ୟାମ୍‌ରୁ ଘୁଞ୍ଚିଲା ଓଡ଼ିଆ ଫଳକ: ପଛଘୁଞ୍ଚା ଦେଲା କୋରାପୁଟ ପ୍ରଶାସନ
    NewsLaxmi7
    • Website

    Related Posts

    ଭୁଶୁଡ଼ିଲା ମାଟିଘର: ବାପାର ଗଲା ଜୀବନ, ବର୍ତ୍ତିଗଲା ପୁଅ

    October 3, 2023

    ପୁଣି ଆଶା ଦେଖାଇଲେ ସରକାର: ଖୋଲିପାରେ ବନ୍ଦ ସ୍କୁଲର ତାଲା

    October 3, 2023

    ଏଏସ୍‌ଆଇ ମୃତ୍ୟୁ ଘଟଣା: ହତ୍ୟା ଅଭିଯୋଗ ଆଣିଲେ ସ୍ବାମୀ

    October 3, 2023

    ଦିବ୍ୟାଙ୍ଗ ପିଲାମାନେ ଯାଦୁଗର: ଧର୍ମେନ୍ଦ୍ର ପ୍ରଧାନ

    October 3, 2023
    • Facebook
    • Twitter
    • Instagram
    • YouTube
    Our Picks

    ସାଧୁ ବେଶରେ ୱାଣ୍ଟେଡ୍ କ୍ରିମିନାଲ୍: ୨୩ ବର୍ଷ ପରେ ଧରିଲା ପୁଲିସ

    July 3, 2023

    ମାତିଛନ୍ତି ମାଟି ମାଫିଆ: ତାଡ଼ିଦେଲେ ଗଙ୍ଗୁଆ ନଦୀବନ୍ଧ

    April 3, 2023

    ପଶ୍ଚିମବଙ୍ଗ ରାମ ନବମୀ ରାଲିରେ ପୁଣି ହିଂସାକାଣ୍ଡ: ‘ବିଜେପି’ ବିଧାୟକ ଆହତ

    April 3, 2023

    ଆଜିଠୁ ନୂଆ ଶିକ୍ଷାବର୍ଷ: ୮ ତାରିଖ ଯାଏ ନାମଲେଖା, ୧୧ରୁ ସକାଳୁଆ ସ୍କୁଲ

    April 3, 2023
    Don't Miss
    ରାଜ୍ୟ

    ଭୁଶୁଡ଼ିଲା ମାଟିଘର: ବାପାର ଗଲା ଜୀବନ, ବର୍ତ୍ତିଗଲା ପୁଅ

    October 3, 2023

    ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ବ୍ଲକ୍ ଅନ୍ତର୍ଗତ ଜରଙ୍ଗଲୋଇ ଗାଁରେ ଅଭାବନୀୟ ଘଟଣା ଘଟିଛି। ଲଗାଣ ବର୍ଷାରେ ଭୁଶୁଡ଼ିଲା ମାଟିଘର।…

    ପୁଣି ଆଶା ଦେଖାଇଲେ ସରକାର: ଖୋଲିପାରେ ବନ୍ଦ ସ୍କୁଲର ତାଲା

    October 3, 2023

    ଏଏସ୍‌ଆଇ ମୃତ୍ୟୁ ଘଟଣା: ହତ୍ୟା ଅଭିଯୋଗ ଆଣିଲେ ସ୍ବାମୀ

    October 3, 2023

    ଦିବ୍ୟାଙ୍ଗ ପିଲାମାନେ ଯାଦୁଗର: ଧର୍ମେନ୍ଦ୍ର ପ୍ରଧାନ

    October 3, 2023

    Subscribe to Updates

    Get the latest creative news from SmartMag about art & design.

    About Us
    About Us

    Welcome to Newslaxmi7, where we are dedicated to providing timely, accurate, and unbiased news coverage to our readers. As a leading news organization, we are committed to journalistic integrity and believe that providing our audience with reliable information is essential to a functioning democracy.

    Our Picks

    ମହାନଦୀକୁ ନେଇ ପୁଣି ଆରମ୍ଭ ହେଲା ଆନ୍ଦୋଳନ : କଟକରୁ କଲମା ବ୍ୟାରେଜ ଯାତ୍ରା କରିଛନ୍ତି ଜଳପୁରୁଷ ରାଜେନ୍ଦ୍ର ସିଂ

    May 20, 2022

    ସୁପ୍ରିମ୍‌କୋର୍ଟରେ କେନ୍ଦ୍ର ସରକାରଙ୍କୁ ଝଟ୍‌କା: ଇଡି ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ବୃଦ୍ଧି ବେଆଇନ

    July 12, 2023

    ଜାଦେଜା ହେଲେ ସର୍ବୋଚ୍ଚ ମାନ୍ୟତାପ୍ରାପ୍ତ ଟେଷ୍ଟ୍‌ ଅଲ୍‌ରାଉଣ୍ଡର

    June 24, 2021
    Quick Links
    • Home
    • About us
    • Contact Us
    © 2022 - Newslaxmi7. All Rights Reserved.
    • Home
    • About us
    • Contact Us

    Type above and press Enter to search. Press Esc to cancel.