Subscribe to Updates

    Get the latest creative news from FooBar about art, design and business.

    What's Hot

    ଉତ୍ତରାଖଣ୍ଡରେ ଦୁର୍ନୀତି ବିରୋଧୀ ଜି-୨୦ ବୈଠକ

    June 2, 2023

    ସର୍ବସମ୍ମୁଖରେ ବୋହୂକୁ ପୋଷାକ ଖୋଲିବାକୁ କହିଲେ ଶଶୁରଘର ଲୋକ: ଗାଡ଼ିରେ ବସାଇ ବାପଘରେ ଛାଡ଼ିଆସିଲେ

    June 2, 2023

    ଆମେରିକା ସେନାରେ ଡ୍ରୋନ୍‌ର ପାଗଳାମି; ଶତ୍ରୁ ଭାବି ନିଜ ଅପରେଟର୍‌ଙ୍କୁ ମାରିପକାଇଲା

    June 2, 2023
    Facebook Twitter Instagram
    Trending
    • ଉତ୍ତରାଖଣ୍ଡରେ ଦୁର୍ନୀତି ବିରୋଧୀ ଜି-୨୦ ବୈଠକ
    • ସର୍ବସମ୍ମୁଖରେ ବୋହୂକୁ ପୋଷାକ ଖୋଲିବାକୁ କହିଲେ ଶଶୁରଘର ଲୋକ: ଗାଡ଼ିରେ ବସାଇ ବାପଘରେ ଛାଡ଼ିଆସିଲେ
    • ଆମେରିକା ସେନାରେ ଡ୍ରୋନ୍‌ର ପାଗଳାମି; ଶତ୍ରୁ ଭାବି ନିଜ ଅପରେଟର୍‌ଙ୍କୁ ମାରିପକାଇଲା
    • ରାହୁଲ ଗେହଲଟଙ୍କୁ ଶିଖାନ୍ତୁ: ଅୱେସି
    • ସାମ୍ବାଦିକ ଭିସା ବିବାଦ: ଭାରତକୁ ଦୋଷ ଦେଲା ଚୀନ୍
    • ବେତନ ପାଇଁ ଛୁଟିରେ ଅମଲା; ଜିଲ୍ଲା, ବ୍ଲକ୍‌ରେ ସବୁ କାର୍ଯ୍ୟାଳୟ ଅଚଳ
    • ଓଡ଼ିଶାରେ ନାହାନ୍ତି ନକଲି ଡାକ୍ତର! ଡାକ୍ତରଙ୍କ ସାର୍ଟିଫିକେଟ୍ ଯାଞ୍ଚ ପ୍ରକ୍ରିୟା ଶେଷ
    • ପୁଞ୍ଜି ଆକର୍ଷଣରେ ଓଡ଼ିଶା ଦ୍ବିତୀୟ
    Monday, June 5
    Facebook Twitter Instagram
    Facebook Twitter Instagram
    NEWS LAXMI 7
    Subscribe
    • ଦେଶ ବିଦେଶ
    • ରାଜ୍ୟ
    • ରାଜନୀତି
    • କଳା ଓ ସଂସ୍କୃତି
    • ଲାଇଫ୍ ଷ୍ଟାଇଲ
    • ମନୋରଞ୍ଜନ
      • ଭିଡ଼ିଓ
      • ଖେଳ
    • ପର୍ଯ୍ୟଟନ
    • ଶିକ୍ଷା ଓ ନିଯୁକ୍ତି
    • ଧର୍ମ
    • ସ୍ୱାସ୍ଥ୍ୟ
    • ଅପରାଧ
    • ରାଶିଫଳ
    NEWS LAXMI 7
    Home»ରାଜ୍ୟ»ଠକ ତାନ୍ତ୍ରିକ ମାମଲାରେ ଚାଞ୍ଚଲ୍ୟକର ତଥ୍ୟ: କୈଫି ଘରେ ପିଲାଦିନୁ ବଢ଼ିଛି ଗ୍ୟାଙ୍ଗଷ୍ଟର୍‌ ସକିଲ୍
    ରାଜ୍ୟ

    ଠକ ତାନ୍ତ୍ରିକ ମାମଲାରେ ଚାଞ୍ଚଲ୍ୟକର ତଥ୍ୟ: କୈଫି ଘରେ ପିଲାଦିନୁ ବଢ଼ିଛି ଗ୍ୟାଙ୍ଗଷ୍ଟର୍‌ ସକିଲ୍

    NewsLaxmi7By NewsLaxmi7May 7, 2023Updated:May 7, 2023No Comments3 Mins Read
    Facebook Twitter LinkedIn WhatsApp Email
    Share
    Facebook Twitter LinkedIn Email WhatsApp

    କଟକ : କେଶରପୁରରେ ଠକ କୈଫ ଖାଁର ଘରେ ପିଲାଦିନୁ ରହିଆସୁଥିଲା ଗ୍ୟାଙ୍ଗଷ୍ଟର୍‌ ମହମ୍ମଦ ସକିଲ୍। ସକିଲ୍‌ର ମାମୁ ପୁଅ ଭାଇ ଥିଲା କୈଫି। ସେହି ସମ୍ପର୍କ ସୂତ୍ରରେ ସକିଲ ଗୋଟିଏ କୋଠାରେ ତା ବାପା, ମା, ଭାଇ ସହିତ ରହୁଥିଲା। ଚଳିତବର୍ଷ ସକିଲ ବିବାହ କରିବା ପରେ ପତ୍ନୀ ସହିତ ବି ସେଠାରେ ରହୁଥିଲା। କୈଫିର ଠକେଇର କାରବାର ସମ୍ପର୍କରେ ସକିଲ୍‌ ସମସ୍ତ କଥା ଜାଣିଥିଲା। ସକିଲକୁ କଟକ କମିସନରେଟ୍ ପୁଲିସ ତଡ଼ିପାର୍ କରିବା ପରଠାରୁ କୈଫିର ଘର ଛାଡ଼ିଦେଇଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି।

    ସକିଲ୍‌ର ମାମୁ ଥିଲେ କୈଫିର ବାପା। ପିଲାଦିନୁ ସକିଲ୍‌ ମଙ୍ଗଳାବାଗ ଥାନା କେଶରପୁର ଘରେ ରହି ବଢ଼ିବା ପରେ ସମସ୍ତ ଅପରାଧିକ କାର୍ଯ୍ୟକଳାପ ଏହିଠାରେ ରହି ଚଳାଉଥିଲା। ତେବେ କୈଫିର ଠକେଇ ମାମଲାରେ ମଙ୍ଗଳାବାଗ ଥାନା ପୁଲିସ ସକିଲ୍‌କୁ ବି ସ୍କାନର୍‌କୁ ଆଣିଛି। ସଦର ଥାନାରେ କୈଫି ବିରୋଧରେ ୨୦୧୯ ରେ ରୁଜୁ ହୋଇଥିବା ପ୍ରଥମ ମାମଲା ସଂକ୍ରାନ୍ତରେ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଏବେ ସାମ୍‌ନାକୁ ଆସିଛି। ସଦର ଥାନା ପୁଲିସ ଗ୍ୟାଙ୍ଗଷ୍ଟର୍‌ ସେକ୍ ସକିଲ୍‌ ସମେତ ମାମୁ ପୁଅ ଭାଇ ଠକ କୈଫି ଖାଁ, ସେକ୍ ବାବୁ, ଶିବ ଖୁଣ୍ଟିଆ, ମହମ୍ମଦ ହାପିଜ୍ ଓରଫ ପପୁ, ଅଭିଷେକ ସାହୁ ବିରୋଧରେ ମାମଲା ରୁଜୁ କରିଥିଲା। ମଧୁପାଟଣା ନେତାଜୀନଗର ଅଞ୍ଚଳର କାଳୀପ୍ରସାଦ ଦାସଙ୍କୁ ଏହି ଗୋଷ୍ଠୀ ଆକ୍ରମଣ ସହିତ ଦାଦାବଟି ଆଦାୟ, ଧମକ ଚମକ ଦେବା ଭଳି ଅଭିଯୋଗ ରହିଥିଲା। ପୁଲିସ କାଳୀଙ୍କ ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ ହୋଇଥିଲା। ଏହି ଘଟଣାରେ କୈଫିର ଭୂମିକା ଥିବା କୁହାଯାଉଛି। ସକିଲ ସହିତ ମିଶି ଅପରାଧିକ କାର୍ଯ୍ୟକଳାପରେ ବି କୈଫି ଧୀରେ ଧୀରେ ସାମିଲ ହୋଇଯାଇଥିଲା। ଉତ୍ତରପ୍ରଦେଶ ଓ ରାଜସ୍ଥାନରୁ ତନ୍ତ୍ର ବିଦ୍ୟା ଶିଖିବା ପରେ କୈଫି କଟକ ଆସି ଠକେଇ କାରବାର ଆରମ୍ଭ କରିଦେଇଥିଲା। କୈଫି ନକଲି ସୁନା ଇଟା, ହୀରା ଅଳଙ୍କାର କଲିକତାରୁ ଆଣିଥିବା ପୁଲିସକୁ ସୂଚନା ଦେଇଛି। ପୁଲିସ କଲିକତାର ଜଣେ ବ୍ୟବସାୟୀଙ୍କୁ ବି ଘଟଣା ସମ୍ପର୍କରେ ପଚରାଉଚରା କରିଥିବା ସୂଚନା ମିଳିଛି।

    କୈଫି ବିରୋଧରେ ମଙ୍ଗଳାବାଗ ଥାନାରେ ୫ଟି ଓ ସଦର ଥାନାରେ ଗୋଟିଏ ମିଶାଇ ମୋଟ ୬ଟି ଠକେଇ ମାମଲା ରୁଜୁ ହୋଇଥିଲା। ଏହି ମାମଲାରେ କୈଫି ମୋଟ ୧ କୋଟି ୧୩ ଲକ୍ଷ ୯୫ ହଜାର ଟଙ୍କାର ଠକିଥିବା ପ୍ରମାଣ ମିଳିଛି। କୈଫି ମୋଟ ୧ କୋଟି ୬୨ ଲକ୍ଷ ୬ ହଜାର ଟଙ୍କା ଖର୍ଚ୍ଚ କରିଥିଲା। ଏଥିରେ ସାହାରା ଇଣ୍ଡିଆରେ ୯୫ଟି ଏଫ୍‌ଡି ଓ ଆର୍‌ଡି ଆକାଉଣ୍ଟ ଅଚଳ ହୋଇଛି। ଏଥିରେ ୨୯ ଲକ୍ଷ ୫୬ ହଜାର ଟଙ୍କା ଥିବା ଜଣାପଡ଼ିଛି। ଏଲ୍‌ଆଇସିରେ ୫ଟି ଜୀବନ ବୀମା ରହିଛି। ବର୍ତ୍ତମାନ ସୁଦ୍ଧା ୧୨ ଲକ୍ଷ ଟଙ୍କା ମାସିକ କିସ୍ତି ପୈଠ କରିଥିଲା। କଲିକତାରେ ସେୟାର୍‌ ମାର୍କେଟରେ ୧୧ ଲକ୍ଷ ଓ ହାଇଦ୍ରାବାଦ୍‌ରେ ୧୨ ଲକ୍ଷ ଟଙ୍କା ନିବେଶ କରିଛି। ପୁରୁଣା କାର୍ କିଣାରେ ୧୨ ଲକ୍ଷ ଟଙ୍କା ଖର୍ଚ୍ଚ କରିଛି। ନୂଆ କାର୍ ଓ ବାଇକ୍ କିଣାରେ ୨୧ ଲକ୍ଷ ୫୦ ହଜାର ଟଙ୍କା ଖର୍ଚ୍ଚ କରିଛି। ତା ହେପାଜତରୁ ଦୁଇଟି ଭର୍‌ନା, ବ୍ରିଜା କାର୍, ଵାଗନର୍‌, ଆର୍‌୧୫ ୟାମହା, ଆକ୍ଟିଭା ସ୍କୁଟି ଜବତ ହୋଇଛି। ଦିଓ୍ୱାନବଜାରରେ ସୁନା ଅଳଙ୍କାର ଦୋକାନ, ଘଣ୍ଟା ଓ ମୋବାଇଲ ଦୋକାନ ଖୋଲିଥିଲା। ସେଠି ସେ ୪୦ ଲକ୍ଷ ଟଙ୍କା ନିବେଶ କରିଥିଲା। ଏହି ଦୋକାନ ଘର ଭିତର ଅତ୍ୟାଧୁନିକ ଢଙ୍ଗରେ ସାଜସଜ୍ଜା ପାଇଁ ୫ ଲକ୍ଷ ଟଙ୍କା ନିବେଶ କରିଥିଲା। ବିମାନରେ ସେ ବେଙ୍ଗାଲୁରୁ, ଆଜମେର୍‌, ଦିଲ୍ଲୀ ଯିବା ବାବଦରେ ୧୨ ଲକ୍ଷ ଟଙ୍କା ଖର୍ଚ୍ଚ କରିଛି। କୈଫି ନିକଟରୁ ମୋଟ ୮୯ ଲକ୍ଷ ୬ ହଜାର ଟଙ୍କାର ସମ୍ପତ୍ତି ଓ ନଗଦ ୨ ଲକ୍ଷ ୭୬ ହଜାର ଟଙ୍କା ଜବତ ହୋଇଛି। ସମ୍ପତ୍ତି ଭିତରେ ସାଲେପୁର ପୀରବଜାର ଅଞ୍ଚଳର ଏକ ଗୁଣ୍ଠ ମୂଲ୍ୟବାନ ଜମି ପୁଲିସ ଜବତ କରିଛି। ମୋଟ ଜବତ ସମ୍ପତ୍ତି ୯୧ ଲକ୍ଷ ୮୨ ହଜାର ଟଙ୍କା ହେବ ବୋଲି ମଙ୍ଗଳାବାଗ ଥାନା ପୁଲିସ ଆକଳନ କରୁଥିବା ନେଇ ଡିସିପି ପିନାକ ମିଶ୍ର ସୂଚନା ଦେଇଛନ୍ତି।

    ଠକ କୈଫିକୁ ପୁଲିସ ଗଲା ୩ ତାରିଖରୁ ଚାରିଦିନିଆ ରିମାଣ୍ଡରେ ୬ ତାରିଖ ଶନିବାର ଯାଏ ଆଣିଥିଲା। ରିମାଣ୍ଡ ଅବଧି ଶେଷ ହେବା ପରେ ଶନିବାର ପୁଲିସ ସୁରକ୍ଷା ବଳୟ ମଧ୍ୟରେ ତାକୁ ଜେଏମ୍‌ଏଫ୍‌ସି ସିଟି କୋର୍ଟରେ ହାଜର କରାଯାଇଥିଲା। ସେଠାରୁ ତାକୁ ଚୌଦ୍ବାର ଜେଲ୍ ହାଜତକୁ ପଠାଇ ଦିଆଯାଇଛି। ଏହି ରିମାଣ୍ଡରେ ଥାନା ଆଇଆଇସି ସୁଧାଂଶୁ ଭୂଷଣ ଜେନାଙ୍କ ନେତୃତ୍ବରେ ଏକ ଟିମ୍ ତାକୁ ଜେରା କରିଆସୁଥିଲେ।

    Share. Facebook Twitter LinkedIn WhatsApp Email
    Previous Articleଅଧବାଟରେ ଜଳିଗଲା ଦଦରା ଆମ୍ବୁଲାନ୍ସ,,ଗାଡ଼ିକୁ ଚାହିଁ ଚାହିଁ ରୋଗୀ ମୃତ
    Next Article କନ୍ଧମାଳ: ୭୮୯୩ ପରିବାରକୁ ନାହିଁ ବିଜୁଳି ସଂଯୋଗ
    NewsLaxmi7
    • Website

    Related Posts

    ଉତ୍ତରାଖଣ୍ଡରେ ଦୁର୍ନୀତି ବିରୋଧୀ ଜି-୨୦ ବୈଠକ

    June 2, 2023

    ସର୍ବସମ୍ମୁଖରେ ବୋହୂକୁ ପୋଷାକ ଖୋଲିବାକୁ କହିଲେ ଶଶୁରଘର ଲୋକ: ଗାଡ଼ିରେ ବସାଇ ବାପଘରେ ଛାଡ଼ିଆସିଲେ

    June 2, 2023

    ଆମେରିକା ସେନାରେ ଡ୍ରୋନ୍‌ର ପାଗଳାମି; ଶତ୍ରୁ ଭାବି ନିଜ ଅପରେଟର୍‌ଙ୍କୁ ମାରିପକାଇଲା

    June 2, 2023

    ରାହୁଲ ଗେହଲଟଙ୍କୁ ଶିଖାନ୍ତୁ: ଅୱେସି

    June 2, 2023
    • Facebook
    • Twitter
    • Instagram
    • YouTube
    Our Picks

    ମାତିଛନ୍ତି ମାଟି ମାଫିଆ: ତାଡ଼ିଦେଲେ ଗଙ୍ଗୁଆ ନଦୀବନ୍ଧ

    April 3, 2023

    ପଶ୍ଚିମବଙ୍ଗ ରାମ ନବମୀ ରାଲିରେ ପୁଣି ହିଂସାକାଣ୍ଡ: ‘ବିଜେପି’ ବିଧାୟକ ଆହତ

    April 3, 2023

    ଆଜିଠୁ ନୂଆ ଶିକ୍ଷାବର୍ଷ: ୮ ତାରିଖ ଯାଏ ନାମଲେଖା, ୧୧ରୁ ସକାଳୁଆ ସ୍କୁଲ

    April 3, 2023

    ରାଜ୍ୟବ୍ୟାପୀ ‘ଉତ୍କଳ ଦିବସ’ ପାଳିତ: ଓଡ଼ିଆ ପରିଧାନ କଲେ ଓଡ଼ିଶା ହସ୍ତତନ୍ତ

    April 2, 2023
    Don't Miss
    ଦେଶ ବିଦେଶ

    ଉତ୍ତରାଖଣ୍ଡରେ ଦୁର୍ନୀତି ବିରୋଧୀ ଜି-୨୦ ବୈଠକ

    June 2, 2023

    ଡେରାଡ଼ୁନ : ଉତ୍ତରାଖଣ୍ଡର ଋଷିକେଶ (ତେହରି)ରେ ଜି-୨୦ ଦୁର୍ନୀତି ବିରୋଧୀ ୱାର୍କିଂ ଗ୍ରୁପର ଦ୍ବିତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଚଳିତମାସ…

    ସର୍ବସମ୍ମୁଖରେ ବୋହୂକୁ ପୋଷାକ ଖୋଲିବାକୁ କହିଲେ ଶଶୁରଘର ଲୋକ: ଗାଡ଼ିରେ ବସାଇ ବାପଘରେ ଛାଡ଼ିଆସିଲେ

    June 2, 2023

    ଆମେରିକା ସେନାରେ ଡ୍ରୋନ୍‌ର ପାଗଳାମି; ଶତ୍ରୁ ଭାବି ନିଜ ଅପରେଟର୍‌ଙ୍କୁ ମାରିପକାଇଲା

    June 2, 2023

    ରାହୁଲ ଗେହଲଟଙ୍କୁ ଶିଖାନ୍ତୁ: ଅୱେସି

    June 2, 2023

    Subscribe to Updates

    Get the latest creative news from SmartMag about art & design.

    About Us
    About Us

    Welcome to Newslaxmi7, where we are dedicated to providing timely, accurate, and unbiased news coverage to our readers. As a leading news organization, we are committed to journalistic integrity and believe that providing our audience with reliable information is essential to a functioning democracy.

    Our Picks

    ଆଜିଠୁ Digital Rupeeରେ କରାଯାଇ ପାରିବ ନେଣଦେଣ, ପେଟିଏମ ଏବଂ ଗୁଗଲ ପେ ସହିତ ହେବ ମୁକାବିଲା ?

    December 1, 2022

    ଅଘୋଷିତ ବିଦ୍ୟୁତ୍‌କାଟ ପ୍ରତିବାଦ: ଲଣ୍ଠନ, ବିଞ୍ଚଣା ଧରି ବାଙ୍କୀରୁ ଭୁବନେଶ୍ବର ଯାତ୍ରା

    May 30, 2023

    ଦୀପାବଳି ରାତିରେ ଏହି ୫ଟି ଜୀବଜନ୍ତୁ ଦେଖିବା ହୋଇଥାଏ ଶୁଭ: ନଜର ଆସିଲେ ହୋଇପାରନ୍ତି ମାଲାମାଲ

    October 23, 2021
    Quick Links
    • Home
    • About us
    • Contact Us
    © 2022 - Newslaxmi7. All Rights Reserved.
    • Home
    • About us
    • Contact Us

    Type above and press Enter to search. Press Esc to cancel.