ଖେଳ ଦେଶ ବିଦେଶ ଲାଇଫ୍ ଷ୍ଟାଇଲ

ଟେନିସ୍ ଷ୍ଟାର୍ ସାନିଆ ମିର୍ଜାଙ୍କ ନୂଆ ଅବତାର: ଡିଜିଟାଲ୍ ପ୍ଲାଟଫର୍ମରେ ଆସିବେ ନଜର

ନୂଆଦିଲ୍ଲୀ ୧୨/୧୧ : ଭାରତୀୟ ଟେନିସ ତାରକା ସାନିଆ ମିର୍ଜା ନୂଆ ଅବତାରରେ ନଜର ଆସିବେ। ଖୁବ ଶୀଘ୍ର ତାଙ୍କୁ ଡିଜିଟାଲ ପ୍ଲାଟଫର୍ମରେ ଦେଖିବାକୁ ମିଳିବ। ‘ଏମଟିବି ନିଷେଧ ଅଲୋନ ଟୁଗେଦର’ ର ୱେବସିରିଜରେ ସାନିଆ ନିଜର ଡେବ୍ୟୁ କରିବାକୁ ଯାଉଛନ୍ତି। ଟିବି ପ୍ରତି ସଚେତନତା ସୃଷ୍ଟି କରିବା ଏହି ଶୋ’ର ଲକ୍ଷ୍ୟ।


ସାନିଆ କହିଛନ୍ତି, ‘ଆମର ସବୁଠାରୁ ପୁରୁଣା ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟରେ ଟିବି ଗୋଟିଏ। ଟିବି ସମ୍ପର୍କରେ ଉଜାଗର ହୋଇଥିବା ଅଧା ମାମଲାରେ ପୀଡିତଙ୍କ ବୟସ ୩୦ ବର୍ଷରୁ କମ। ଏହି ରୋଗ ସହ ଲଢ଼ିବା ଓ ଚିନ୍ତାଧାରାରେ ପରିବର୍ତ୍ତନ ଆଣିବା ନିହାତି ଦରକାର। ଏମଟିବି ନିଷେଧ ଅଲୋନ ଟୁଗେଦର ଏକ ନିଆରା ଓ ପ୍ରଭାବଶାଳୀ ଉପାୟରେ ସନ୍ଦେଶ ଦେଇଥାଏ। ଆଜିର ଯୁବପିଢ଼ି ଦେଶକୁ କ୍ଷତି ପହଞ୍ଚାଉଥିବା ସମସ୍ୟା ପ୍ରତି ଅଧିକ ସଚେତନ, ସମ୍ବେଦନଶୀଳ ଓ ସତର୍କ।’

ଟିବିକୁ ନେଇ ସବୁବେଳେ ବିପଦ ରହିଛି। କରୋନା ମହାମାରୀ ଯୋଗୁଁ ଏହି ବିପଦ ଆହୁରି ପ୍ରଭାବଶାଳୀ ହୋଇଯାଇଛି। ଟିବି ରୋକିବାକୁ ଏହା ବିରୋଧରେ ସଂଗ୍ରାମ କରିବା ବର୍ତ୍ତମାନ ଆହୁରି ମୁସକିଲ ହୋଇଯାଇଛି। ସେଥିପାଇଁ ସେ ଏହି ପ୍ରୋଜେକ୍ଟରେ ଜଡିତ ହୋଇ ଲୋକଙ୍କୁ ସଚେତନ କରିବାକୁ ଚାହୁଁଛନ୍ତି ବୋଲି କହିଛନ୍ତି। ତାଙ୍କର ଏହି ପଦକ୍ଷେପ ଯୋଗୁଁ କିଛି ମାତ୍ରାରେ ସକାରାତ୍ମକ ପରିବର୍ତ୍ତନ ହେବ ବୋଲି ସାନିୟା କହିଛନ୍ତି।


ଏହି ଶୋ’ ଦୁଇ ଯୁବକ ଯୁବତୀ ଵିକ୍କି ଓ ମେଘାଙ୍କ ଚ୍ୟାଲେଞ୍ଜ ସମ୍ପର୍କିତ କାହାଣୀ। ଵିକ୍କି ଚରିତ୍ରରେ ସୟଦ ରଜା ଓ ମେଘା ଚରିତ୍ରରେ ପ୍ରିୟା ଚୌହାନ ଅଭିନୟ କରିଛନ୍ତି। ଶୋ’ରେ ସାନି୍ର ମିର୍ଜା ଲକଡାଉନ୍ ସମୟରେ ଵିକ୍କି ଓ ମେଘାଙ୍କ ସାମ୍ନା କରିଥିବା ଚ୍ୟାଲେଞ୍ଜ ଉପରେ ଚର୍ଚ୍ଚା କରୁଥିବା ନଜର ଆସିବେ। ୫ ଏପିସୋଡର ଏହି ୱେବସିରିଜ୍ ନଭେମ୍ବର ମାସ ଶେଷ ସପ୍ତାହରେ ଏମଟିବି ଇଣ୍ଡିଆ ଓ ଏମଟିବି ନିଷେଧ ସୋସିଆଲ ମିଡ଼ିଆ ହେଣ୍ଡଲରେ ଲଞ୍ଚ ହେବ। ଚଳିତ ବର୍ଷ ଜାନୁଆରୀରେ ଟିଭି ଶୋ’ ଏମଟିବି ନିଷେଧର ପ୍ରିମିୟର ହୋଇଥିଲା । ଶୋ’ରେ ଟିବି ପ୍ରତି ସଚେତନତା ଓ ଔଷଧ ସେବନର ମହତ୍ତ୍ୱ ସମ୍ପର୍କରେ ଦର୍ଶାଯାଇଛି।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ