Subscribe to Updates

    Get the latest creative news from FooBar about art, design and business.

    What's Hot

    ବାହାନଗା ରେଳ ଦୁର୍ଘଟଣା: ୧୨ଟି ବିରୋଧୀ ଦଳ ତରଫରୁ ବିକ୍ଷୋଭ

    June 8, 2023

    ଆଉ ତିନି ଦିନ ପରେ ବାତ୍ୟା…..!

    June 8, 2023

    ଡ୍ୟାମ୍‌ ଭୁଶୁଡ଼ିବାପରେ ୟୁକ୍ରେନ‌ରେ ଭୟଙ୍କର ସ୍ଥିତି: ୮୦ ସହର ଓ ଗାଁରେ ବନ୍ୟା, ଲକ୍ଷାଧିକ ଲୋକ ପ୍ରଭାବିତ

    June 8, 2023
    Facebook Twitter Instagram
    Trending
    • ବାହାନଗା ରେଳ ଦୁର୍ଘଟଣା: ୧୨ଟି ବିରୋଧୀ ଦଳ ତରଫରୁ ବିକ୍ଷୋଭ
    • ଆଉ ତିନି ଦିନ ପରେ ବାତ୍ୟା…..!
    • ଡ୍ୟାମ୍‌ ଭୁଶୁଡ଼ିବାପରେ ୟୁକ୍ରେନ‌ରେ ଭୟଙ୍କର ସ୍ଥିତି: ୮୦ ସହର ଓ ଗାଁରେ ବନ୍ୟା, ଲକ୍ଷାଧିକ ଲୋକ ପ୍ରଭାବିତ
    • ୫ ଦିନ ପରେ ଚେନ୍ନାଇକୁ ଗଡ଼ିଲା କରମଣ୍ଡଳ
    • ବାହନଗା ରେଳ ଦୁର୍ଘଟଣାର ସିବିଆଇ ତଦନ୍ତକୁ ନେଇ କେଁ ଉଠିଲା
    • ପିଆଜ ଅମଳ ନିରାଶାଜନକ: ଭିତ୍ତିଭୂମି ଅଛି, ପ୍ରୋତ୍ସାହନ ନାହିଁ
    • ମଣିପୁର ହିଂସା ପୁଣି ଅଣାୟତ୍ତ: ଆମ୍ବୁଲାନ୍ସ ଜାଳିଦେଲେ ଦଙ୍ଗାକାରୀ, ୮ ବର୍ଷର ଶିଶୁ, ମା’ ସମେତ ୩ ଜୀବନ୍ତ ଦଗ୍ଧ
    • ଏଠି ନକଲିଙ୍କୁ ସାତଖୁଣ ମାଫ୍‌! ବର୍ଷବର୍ଷ ଚାକିରି କଲେ, ଜାମିନରେ ଖସିଗଲେ
    Thursday, June 8
    Facebook Twitter Instagram
    Facebook Twitter Instagram
    NEWS LAXMI 7
    Subscribe
    • ଦେଶ ବିଦେଶ
    • ରାଜ୍ୟ
    • ରାଜନୀତି
    • କଳା ଓ ସଂସ୍କୃତି
    • ଲାଇଫ୍ ଷ୍ଟାଇଲ
    • ମନୋରଞ୍ଜନ
      • ଭିଡ଼ିଓ
      • ଖେଳ
    • ପର୍ଯ୍ୟଟନ
    • ଶିକ୍ଷା ଓ ନିଯୁକ୍ତି
    • ଧର୍ମ
    • ସ୍ୱାସ୍ଥ୍ୟ
    • ଅପରାଧ
    • ରାଶିଫଳ
    NEWS LAXMI 7
    Home»ରାଜ୍ୟ»ଟାଙ୍ଗୀବ୍ଲକ୍‌ ଅଚ୍ୟୁତପୁର ପଞ୍ଚାୟତରେ ପାନୀୟଜଳ ସଙ୍କଟ, ଲୋକେ ପିଉଛନ୍ତି ପୋଖରୀ ପାଣି
    ରାଜ୍ୟ

    ଟାଙ୍ଗୀବ୍ଲକ୍‌ ଅଚ୍ୟୁତପୁର ପଞ୍ଚାୟତରେ ପାନୀୟଜଳ ସଙ୍କଟ, ଲୋକେ ପିଉଛନ୍ତି ପୋଖରୀ ପାଣି

    NewsLaxmi7By NewsLaxmi7May 2, 2023Updated:May 2, 2023No Comments2 Mins Read
    Facebook Twitter LinkedIn WhatsApp Email
    Share
    Facebook Twitter LinkedIn Email WhatsApp

    ନିରାକାରପୁର : ଟାଙ୍ଗୀବ୍ଲକ୍‌ ଅଚ୍ୟୁତପୁର ପଞ୍ଚାୟତର ୧୧ ଓ ୧୨ ନମ୍ବର ୱାର୍ଡରେ ପାନୀୟ ଜଳ ସଙ୍କଟ ଦିନକୁ ଦିନ ଉତ୍କଟ ହେବାରେ ଲାଗିଛି। ଟାଙ୍ଗରା ଅଞ୍ଚଳ ସହ ବିଭିନ୍ନ ଜଳଉତ୍ସ ଧୀରେଧୀରେ ଶୁଖି ଚାଲିଥିବାରୁ ଏଠାକାର ୧୨୦୦ରୁ ଊର୍ଦ୍ଧ୍ବ ବାସିନ୍ଦା ଏବେଠୁ ଘୋର ଜଳ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

    ଏହି ଦୁଇଟି ୱାର୍ଡରେ ସରକାରଙ୍କ ତରଫରୁ ଖୋଳାଯାଇଥିବା ୮ଟିରୁ ୬ଟି ନୂଳକୂଅ ଏବେ ସଂପୂର୍ଣ୍ଣ ଅଚଳ ହୋଇ ପଡ଼ିରହିଛି। ଫଳରେ ଅଞ୍ଚଳବାସୀ କେବଳ ୨ଟି ସଚଳ ନୂଳକୂଅ ଉପରେ ନିର୍ଭର କରିବାକୁ ବାଧ୍ୟ ହେଉଛନ୍ତି। ମାତ୍ରାଧିକ ବ୍ୟବହାର ଯୋଗୁ ଏହି ୨ ନୂଳକୂଅର ବିଭିନ୍ନ ଯନ୍ତ୍ରାଂଶ ଖରାପ ହେବାରେ ଲାଗିଛି। ଟୋପାଏ ପାଣି ପାଇଁ ୨୦ରୁ ଅଧିକ ଥର ହ୍ୟାଣ୍ଡଲ୍ ବାଡ଼େଇବାକୁ ପଡ଼ୁଛି। ଶେଷରେ ଯେଉଁ ଟୋପାଏ ପାଣି ବାହାରୁଛି, ତାହା ଅନୁପଯୋଗୀ ହୋଇପଡ଼ୁଛି। ତଥାପି ଅଞ୍ଚଳର ମହିଳାମାନେ ପାଣି ନେବା ପାଇଁ ନୂଳକୂଅ ପାଖରେ ଭୋର୍‌ରୁ ଧାଡ଼ି ଦେବାକୁ ବାଧ୍ୟ ‌ହେଉଥିବା କନକ ପାତ୍ର, କୁନି ରାଉତ ପ୍ରମୁଖ ମହିଳା କହିଛନ୍ତି। ଅନ୍ୟ ଉପା‌ୟ ନପାଇ ବହୁ ମହିଳା ଦୂଷିତ ପୋଖରୀ ପାଣି ଘରକୁ ନେଉଛନ୍ତି ବୋଲି କାଳିକା ଭଟ୍ଟ, ସୁଷମା ରାଉତ ପ୍ରମୁଖ ଦୁଃଖର ସହ ଜଣାଇଛନ୍ତି।

    ପାନୀୟଜଳ ସମସ୍ୟାକୁ ନେଇ ବାରମ୍ବାର ପ୍ରଶାସନକୁ ଅବଗତ କରାଯିବା ପରେ ଗତ ୨/୩ବର୍ଷତଳେ ସ୍ଥାନୀୟ ଅଙ୍ଗନବାଡ଼ି କେନ୍ଦ୍ର ସନ୍ନିକଟରେ ବୋରିଂ କାର୍ଯ୍ୟ ଆରମ୍ଭ ହୋଇଥିଲା। ଫଳରେ ଏଠାକାର ଜଳସଙ୍କଟ ଦୂର ହେବାର ଆଶା ସଂଚାର ହୋଇଥିଲା। ହେଲେ ଉକ୍ତ ସ୍ଥାନରେ କେବଳ ବୋରିଂ କରି ପ୍ରଶାସନ ତା’ର ଦାୟିତ୍ବ ଶେଷ କରି ଦେଇଛି। ବୋରିଂକୁ ନା ଅଛି ସଂଯୋଗ, ନା’ ଲୋକଙ୍କ ଘରକୁ ପଡ଼ିଛି ପାଇପ୍ ବୋଲି ଅଭିମାନ ଭରା କଣ୍ଠରେ କହିଛନ୍ତି ସ୍ଥାନୀୟ ବାସିନ୍ଦା ମାଧବ ଭଟ୍ଟ, ମନୋଜ ରାଉତ, ସର୍ବେଶ୍ୱର ରାଉତ ପ୍ରମୁଖ। ଏନେଇ ବିଭାଗୀୟ ଖୋର୍ଦ୍ଧା ଏସଡିଓଙ୍କୁ ପଚାରିବାରେ ସଂପୃକ୍ତ ଅଞ୍ଚଳର ଯନ୍ତ୍ରୀ ଟ୍ରେନିଂରେ ଥିଲେ। ଟାଙ୍ଗୀ ଯନ୍ତ୍ରୀଙ୍କ ସହ ଆଲୋଚନା କରି ଯଥାଶୀଘ୍ର ଏଥିପ୍ରତି ଦୃଷ୍ଟି ଦିଆଯିବ ବୋଲି ‘ସମ୍ବାଦ’କୁ କହିଥିଲେ। ତେବେ ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ବିଭାଗୀୟ ଉଚ୍ଚକର୍ତ୍ତୃପକ୍ଷ ତୁରନ୍ତ ଏଥିପ୍ରତି ଦୃଷ୍ଟିଦେବାକୁ ୯ନମ୍ବର ଜୋନର ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ସୁକାନ୍ତ ମଙ୍ଗରାଜ ଓ ପୂର୍ବତନ ୱର୍ଡସଭ୍ୟ ମଧୁସୂଦନ ପାତ୍ରଙ୍କ ସମେତ ଅଞ୍ଚଳବାସୀ ପ୍ରଶାସନକୁ ନିବେଦନ କରିଛନ୍ତି। ଅନ୍ୟଥା ଏନେଇ ଜଳ ଆନ୍ଦୋଳନକୁ ଏଡ଼ାଇ ଦିଆଯାଇ ନପାରେ।

    Share. Facebook Twitter LinkedIn WhatsApp Email
    Previous Articleଜି ନ୍ୟୁଜ୍ ମାଟରାଇଜ୍ ସର୍ଭେ : କର୍ଣ୍ଣାଟକରେ କ୍ଷମତାକୁ ଫେରିବ ବିଜେପି
    Next Article ବନ୍ଦେ ଭାରତ ଟ୍ରେନ ଉପରକୁ ପଥର ମାଡ
    NewsLaxmi7
    • Website

    Related Posts

    ବାହାନଗା ରେଳ ଦୁର୍ଘଟଣା: ୧୨ଟି ବିରୋଧୀ ଦଳ ତରଫରୁ ବିକ୍ଷୋଭ

    June 8, 2023

    ଆଉ ତିନି ଦିନ ପରେ ବାତ୍ୟା…..!

    June 8, 2023

    ଡ୍ୟାମ୍‌ ଭୁଶୁଡ଼ିବାପରେ ୟୁକ୍ରେନ‌ରେ ଭୟଙ୍କର ସ୍ଥିତି: ୮୦ ସହର ଓ ଗାଁରେ ବନ୍ୟା, ଲକ୍ଷାଧିକ ଲୋକ ପ୍ରଭାବିତ

    June 8, 2023

    ୫ ଦିନ ପରେ ଚେନ୍ନାଇକୁ ଗଡ଼ିଲା କରମଣ୍ଡଳ

    June 8, 2023
    • Facebook
    • Twitter
    • Instagram
    • YouTube
    Our Picks

    ମାତିଛନ୍ତି ମାଟି ମାଫିଆ: ତାଡ଼ିଦେଲେ ଗଙ୍ଗୁଆ ନଦୀବନ୍ଧ

    April 3, 2023

    ପଶ୍ଚିମବଙ୍ଗ ରାମ ନବମୀ ରାଲିରେ ପୁଣି ହିଂସାକାଣ୍ଡ: ‘ବିଜେପି’ ବିଧାୟକ ଆହତ

    April 3, 2023

    ଆଜିଠୁ ନୂଆ ଶିକ୍ଷାବର୍ଷ: ୮ ତାରିଖ ଯାଏ ନାମଲେଖା, ୧୧ରୁ ସକାଳୁଆ ସ୍କୁଲ

    April 3, 2023

    ରାଜ୍ୟବ୍ୟାପୀ ‘ଉତ୍କଳ ଦିବସ’ ପାଳିତ: ଓଡ଼ିଆ ପରିଧାନ କଲେ ଓଡ଼ିଶା ହସ୍ତତନ୍ତ

    April 2, 2023
    Don't Miss
    ରାଜ୍ୟ

    ବାହାନଗା ରେଳ ଦୁର୍ଘଟଣା: ୧୨ଟି ବିରୋଧୀ ଦଳ ତରଫରୁ ବିକ୍ଷୋଭ

    June 8, 2023

    ଭୁବନେଶ୍ବର : ବାହାନଗା ରେଳ ଦୁର୍ଘଟଣା ପରେ ରେଳ ଯାତ୍ରାକୁ ଅଧିକ ସୁରକ୍ଷିତ କରିବା ସହ ମୃତକ ଓ ଆହତମାନଙ୍କୁ…

    ଆଉ ତିନି ଦିନ ପରେ ବାତ୍ୟା…..!

    June 8, 2023

    ଡ୍ୟାମ୍‌ ଭୁଶୁଡ଼ିବାପରେ ୟୁକ୍ରେନ‌ରେ ଭୟଙ୍କର ସ୍ଥିତି: ୮୦ ସହର ଓ ଗାଁରେ ବନ୍ୟା, ଲକ୍ଷାଧିକ ଲୋକ ପ୍ରଭାବିତ

    June 8, 2023

    ୫ ଦିନ ପରେ ଚେନ୍ନାଇକୁ ଗଡ଼ିଲା କରମଣ୍ଡଳ

    June 8, 2023

    Subscribe to Updates

    Get the latest creative news from SmartMag about art & design.

    About Us
    About Us

    Welcome to Newslaxmi7, where we are dedicated to providing timely, accurate, and unbiased news coverage to our readers. As a leading news organization, we are committed to journalistic integrity and believe that providing our audience with reliable information is essential to a functioning democracy.

    Our Picks

    ପୁରୀ ବାଇପାସ୍‌ରୁ ସଶସ୍ତ୍ର ଡକାୟତି, ଦମ୍ପତିଙ୍କୁ ଆକ୍ରମଣ କରି ଲୁଟ୍‌

    June 8, 2022

    ଭଙ୍ଗା ହାତରେ ଦିଲ୍ଲୀରେ ଚା’ ଷ୍ଟଲ ଚଳାଉ ଥିଲେ ବୃଦ୍ଧ ଦମ୍ପତ୍ତି; ଭିଡିଓ ଭାଇରାଲ ହେଲା ପରେ ବଦଳିଗଲା ଭାଗ୍ୟ

    October 27, 2020

    ଆଇପିଏଲ ୨୦୨୧ : କୋଲକାତାକୁ ଟକ୍କର ଦେବ ମୁମ୍ବାଇ ଇଣ୍ଡିଆନ୍ସ

    September 23, 2021
    Quick Links
    • Home
    • About us
    • Contact Us
    © 2022 - Newslaxmi7. All Rights Reserved.
    • Home
    • About us
    • Contact Us

    Type above and press Enter to search. Press Esc to cancel.