ରାଜ୍ୟ

ଜେଲ୍‌ରେ ଭାଗବତ ପଢୁଛି ଗୋପାଳ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

କଟକ : ଚୌଦ୍ବାର ସର୍କଲ ଜେଲ୍‌ର ୩ ନମ୍ବର ସେଲ୍‌ରେ ରହିଥିବା ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡର ଅଭିଯୁକ୍ତ ପୁଲିସ ଏଏସଆଇ ଗୋପାଳ ଦାସ ଏବେ ଭାଗବତ ଓ ସ୍ବାମୀ ବିବେକାନନ୍ଦଙ୍କ ବହି ମାଗି ପଢୁଛି। ଦିନକୁ ୩ଟି ଓଡ଼ିଆ ଖବର କାଗଜ ବି ପଢୁଛି। କିନ୍ତୁ ଗୋପାଳ ରହୁଥିବା ସେଲ୍‌ରେ ଲାଗିଥିବା ଏଲଇଡି ଟିଭି ଏବେ ଅଚଳ ହୋଇଯାଇଛି। ଏଭଳି ସ୍ଥିତିରେ ଗୋପାଳ ବିଭିନ୍ନ ଟିଭି ସିରିଏଲ୍ ଦେଖିବା ପାଇଁ ଜେଲ୍ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଅନୁରୋଧ କରୁଛି। ତେଣୁ ତୁଭି ମରାମତି କରିବା ପାଇଁ ଜେଲ୍ କର୍ତ୍ତୃପକ୍ଷ ବି ନିଷ୍ପତ୍ତି ନେଇଥିବା ଜଣାପଡିଛି।

ଜେଲ୍‌ର ପ୍ରତ୍ୟେକ ସେଲ୍‌ରେ ଫ୍ୟାନ୍ ଓ ଟିଭି ରହିଥିବା ବେଳେ ଗୋପାଳ ଥିବା ସେଲ୍‌ର ଟିଭି ଖରାପ ହୋଇଯାଇଛି। ଗୋପାଳର ଦାବି ଅନୁଯାୟୀ ତାକୁ ଆଜି ସବୁ ଓଡ଼ିଆ ଖବର କାଗଜ ଦିଆଯାଇଥିଲା। ତା ସଂପର୍କରେ ପ୍ରକାଶ ପାଇଥିବା ଖବର ସେ ତନ୍ନତନ୍ନ କରି ପଢୁଥିଲେ ବି ତା ଭିତରେ କୌଣସି ପ୍ରକାର ବ୍ୟସ୍ତବିବ୍ରତର ଲକ୍ଷଣ ନଥିବା ଜେଲ୍ କର୍ତ୍ତୃପକ୍ଷ ଅନୁଭବ କରୁଛନ୍ତି। ଅନ୍ୟପଟେ ଗତକାଲି ଠାରୁ ସେ ସ୍ବାମୀ ବିବେକାନନ୍ଦଙ୍କ ବହି ଓ ଭାଗବତ ମାଗି ନେଇଥିବା ବେଳେ ଅଧିକ ସମୟ ଭାଗବତ ପଢ଼ୁଛି। ଅନ୍ୟପଟେ ଗୋପାଳର ଆଜି ଜେଲ୍ ଡାକ୍ତରଖାନାରେ ପୁଣି ଥରେ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଗୋପାଳର ଓଜନ, ଉଚ୍ଚତା ଓ ଛାତିର ମାପ ଏନଏଚଆରସିର ନିର୍ଦ୍ଦେଶାବଳୀ ଅନୁଯାୟୀ କରାଯାଇଥିଲା। ଯେହେତୁ ଗତକାଲି ଗୁରୁବାର ଥିଲା, ସକାଳେ ଗୋପାଳକୁ ଉପମା ତରକାରୀ ଦିଆଯାଇଥିବା ବେଳେ ମଧ୍ୟାହ୍ନରେ ଭାତ, ଡାଲି, ସାଦା ତରକାରୀ ଓ ଭଜା ଦିଆଯାଇଥିଲା। ଅନ୍ୟପଟେ ହତ୍ୟାକାଣ୍ଡ ସମ୍ପର୍କିତ ବାଲାଷ୍ଟିକ୍ ରିପୋର୍ଟ, ନାର୍କୋ ଓ ପଲିଗ୍ରାଫ୍ ରିପୋର୍ଟ, ବଡ଼ ଡାକ୍ତରଖାନା ମାନସିକ ରୋଗ ବିଭାଗର ରିପୋର୍ଟ, ଝାରସୁଗୁଡ଼ା ଏୟ‌ାରପୋର୍ଟ ଥାନା ପାଇଖାନା ଟାଙ୍କିରୁ ମିଳିଥିବା ହାତଲେଖା ଚିଠି ସମ୍ପର୍କିତ ରିପୋର୍ଟ ବର୍ତ୍ତମାନ ସୁଦ୍ଧା ଆସି ନଥିବା ଜଣାପଡିଛି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।