Subscribe to Updates

    Get the latest creative news from FooBar about art, design and business.

    What's Hot

    ଉତ୍ତରାଖଣ୍ଡରେ ଦୁର୍ନୀତି ବିରୋଧୀ ଜି-୨୦ ବୈଠକ

    June 2, 2023

    ସର୍ବସମ୍ମୁଖରେ ବୋହୂକୁ ପୋଷାକ ଖୋଲିବାକୁ କହିଲେ ଶଶୁରଘର ଲୋକ: ଗାଡ଼ିରେ ବସାଇ ବାପଘରେ ଛାଡ଼ିଆସିଲେ

    June 2, 2023

    ଆମେରିକା ସେନାରେ ଡ୍ରୋନ୍‌ର ପାଗଳାମି; ଶତ୍ରୁ ଭାବି ନିଜ ଅପରେଟର୍‌ଙ୍କୁ ମାରିପକାଇଲା

    June 2, 2023
    Facebook Twitter Instagram
    Trending
    • ଉତ୍ତରାଖଣ୍ଡରେ ଦୁର୍ନୀତି ବିରୋଧୀ ଜି-୨୦ ବୈଠକ
    • ସର୍ବସମ୍ମୁଖରେ ବୋହୂକୁ ପୋଷାକ ଖୋଲିବାକୁ କହିଲେ ଶଶୁରଘର ଲୋକ: ଗାଡ଼ିରେ ବସାଇ ବାପଘରେ ଛାଡ଼ିଆସିଲେ
    • ଆମେରିକା ସେନାରେ ଡ୍ରୋନ୍‌ର ପାଗଳାମି; ଶତ୍ରୁ ଭାବି ନିଜ ଅପରେଟର୍‌ଙ୍କୁ ମାରିପକାଇଲା
    • ରାହୁଲ ଗେହଲଟଙ୍କୁ ଶିଖାନ୍ତୁ: ଅୱେସି
    • ସାମ୍ବାଦିକ ଭିସା ବିବାଦ: ଭାରତକୁ ଦୋଷ ଦେଲା ଚୀନ୍
    • ବେତନ ପାଇଁ ଛୁଟିରେ ଅମଲା; ଜିଲ୍ଲା, ବ୍ଲକ୍‌ରେ ସବୁ କାର୍ଯ୍ୟାଳୟ ଅଚଳ
    • ଓଡ଼ିଶାରେ ନାହାନ୍ତି ନକଲି ଡାକ୍ତର! ଡାକ୍ତରଙ୍କ ସାର୍ଟିଫିକେଟ୍ ଯାଞ୍ଚ ପ୍ରକ୍ରିୟା ଶେଷ
    • ପୁଞ୍ଜି ଆକର୍ଷଣରେ ଓଡ଼ିଶା ଦ୍ବିତୀୟ
    Monday, June 5
    Facebook Twitter Instagram
    Facebook Twitter Instagram
    NEWS LAXMI 7
    Subscribe
    • ଦେଶ ବିଦେଶ
    • ରାଜ୍ୟ
    • ରାଜନୀତି
    • କଳା ଓ ସଂସ୍କୃତି
    • ଲାଇଫ୍ ଷ୍ଟାଇଲ
    • ମନୋରଞ୍ଜନ
      • ଭିଡ଼ିଓ
      • ଖେଳ
    • ପର୍ଯ୍ୟଟନ
    • ଶିକ୍ଷା ଓ ନିଯୁକ୍ତି
    • ଧର୍ମ
    • ସ୍ୱାସ୍ଥ୍ୟ
    • ଅପରାଧ
    • ରାଶିଫଳ
    NEWS LAXMI 7
    Home»ରାଜ୍ୟ»ଜୁଲାଇ ପର୍ଯ୍ୟନ୍ତ ପିଡିଏସ୍‌ରେ ମିଳିବନି ଗହମ: ଗହମ ବଦଳରେ ଚାଉଳ ଦେବ କେନ୍ଦ୍ର
    ରାଜ୍ୟ

    ଜୁଲାଇ ପର୍ଯ୍ୟନ୍ତ ପିଡିଏସ୍‌ରେ ମିଳିବନି ଗହମ: ଗହମ ବଦଳରେ ଚାଉଳ ଦେବ କେନ୍ଦ୍ର

    NewsLaxmi7By NewsLaxmi7May 3, 2023Updated:May 3, 2023No Comments2 Mins Read
    Facebook Twitter LinkedIn WhatsApp Email
    Share
    Facebook Twitter LinkedIn Email WhatsApp

    ଭୁବନେଶ୍ବର: ଗତବର୍ଷ ଜୁନ ମାସରୁ ୧୦ ମାସ ପର୍ଯ୍ୟନ୍ତ ପିଡିଏସରେ ଗହମ ବନ୍ଦ କରି ଦେଇଥିଲା କେନ୍ଦ୍ର ସରକାର। ଯାହା ଜୁନ ୨୩ ତାରିଖ ପର୍ଯ୍ୟନ୍ତ ସମ୍ପ୍ରସାରିତ କରାଯାଇଛି। ଅର୍ଥାତ ଜୁଲାଇ ମାସ ପର୍ଯ୍ୟନ୍ତ ପିଡିଏସରେ ଗହମ ମିଳିବ ନାହିଁ। ପୂର୍ବରୁ ଅଭାବ ଯୋଗୁଁ ଗହମ ମିଳୁନଥିଲା। ବର୍ତ୍ତମାନ ରାଜ୍ୟ ସରକାରଙ୍କ ଅନୁରୋଧରେ ୩୦ ହଜାର ମେଟ୍ରିକ ଟନ ଗହମ ବଦଳରେ ଚାଉଳ ପ୍ରଦାନ କରାଯାଉଥିବା ନେଇ ଏଫସିଆଇ ପକ୍ଷରୁ ସୂଚନା ଦିଆଯାଇଛି।

    ଖାଦ୍ୟ ସୁରକ୍ଷା ଯୋଜନା ଅନ୍ତର୍ଗତରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ୮୬ ପ୍ରତିଶତ ଚାଉଳ ଅର୍ଥାତ ୧ ଲକ୍ଷ ୬୦ ହଜାର ମେଟ୍ରିକ ଟନ ଏବଂ ୧୪ ପ୍ରତିଶତ ଅର୍ଥାତ ୩୦ ହଜାର ମେଟ୍ରିକ ଟନ ଗହମ ଯୋଗାଣ ହୁଏ। ଏଥିରେ ୨ଟି ବର୍ଗରେ ଥିବା ସମୁଦାୟ ୩ କୋଟି ୨୫ ଲକ୍ଷ ଲୋକ ଗହମ କ୍ରୟ କରି ଥାଆନ୍ତି। ଚାଉଳରେ ଓଡ଼ିଶା ବଳକା ରାଜ୍ୟ। ଗହମ ଉତ୍ପାଦନ ନଥିବାରୁ ପଞ୍ଜାବ, ହରିୟାଣାରୁ ସଂଗୃହୀତ ଗହମ କେନ୍ଦ୍ର ଓଡ଼ିଶାକୁ ଦିଏ। ଗତବର୍ଷ ଋଷିଆ-ୟୁକ୍ରେନ ଯୁଦ୍ଧ ଯୋଗୁଁ ଋଷ ଅନ୍ୟ ଦେଶକୁ ଗହମ ପଠାଇ ପାରିଲା ନାହିଁ। ଏହାର ଫାଇଦା ଉଠାଇ ଭାରତୀୟ ଘରୋଇ କମ୍ପାନି ଅଧିକାଂଶ ଗହମ ରପ୍ତାନି କରିଦେଲେ। ଏଥିଯୋଗୁଁ ଗତବର୍ଷ ଦେଶରେ ଗହମର ଯେଉଁ ସଙ୍କଟ ସୃଷ୍ଟି ହୋଇଥିଲା ଏହାର ପ୍ରଭାବ ପିଡିଏସରେ ପଡ଼ିଥିଲା। ସେତେବେଳର ଘୋଷଣା ଅନୁଯାୟୀ ଏପ୍ରିଲ କିମ୍ବା ମେ’ ମାସରୁ ପିଡିଏସରେ ଗହମ ବିତରଣ ଆରମ୍ଭ ହୋଇଯିବା ଉଚିତ। ବର୍ତ୍ତମାନ ଚିତ୍ର ବଦଳି ଯାଇଛି। ଓଡ଼ିଶା ସରକାର ଗହମ ରଖିବାକୁ ଚାହୁନାହାନ୍ତି। ଓଡ଼ିଶାରେ ରୁଟି ଚାହିଦା ନଥିବାରୁ ଗହମ ବଦଳରେ ଚାଉଳ ଦେବା ପାଇଁ ରାଜ୍ୟ କହିଛି। ଯାହାକୁ ବର୍ତ୍ତମାନ ସ୍ଥିତିରେ କେନ୍ଦ୍ର ସରକାର ଗ୍ରହଣ କରି ନେଇଛନ୍ତି। ଜୁନ ୨୩ ତାରିଖ ସୁଦ୍ଧା ୩୦ ହଜାର ମେଟ୍ରିକ ଟନ ଗହମ ବଦଳରେ କେନ୍ଦ୍ର ଚାଉଳ ଦେବ। ଏହାପରେ କେନ୍ଦ୍ର ସରକାର ପୂର୍ବଭଳି ଗହମ ଦେବେ ନା ଚାଉଳ ଯୋଗାଣ ପ୍ରକ୍ରିୟା ଜାରି ରଖିବେ ତାହା ସ୍ପଷ୍ଟ ହୋଇନାହିଁ।

    ଅନ୍ୟଦିଗରେ ଓଡ଼ିଶା ସରକାର ମଧ୍ୟ ସଂଗୃହୀତ ବଳକା ଚାଉଳ ବିକ୍ରି ନେଇ ସମସ୍ୟାରେ ଥିବା ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅନ୍ତର୍ଗତରେ ମାସକୁ ଦିଆଯାଉଥିବା ୧୪ ଲକ୍ଷ ୫ ହଜାର ୪୯୪ କ୍ବିଣ୍ଟାଲ ଚାଉଳ ଆବଣ୍ଟନକୁ କେନ୍ଦ୍ର ସରକାର ବନ୍ଦ କରି ଦେବା ଯୋଗୁଁ ରବି ଏବଂ ଖରିଫରେ ସଂଗୃହୀତ ଚାଉଳ କ’ଣ ହେବ ତାକୁ ନେଇ ଚିନ୍ତା ବଢ଼ିଛି। ବର୍ତ୍ତମାନ ପରିପ୍ରେକ୍ଷୀରେ ଗହମ ବଦଳରେ ଚାଉଳ ଦେବା ପାଇଁ ରାଜ୍ୟ ସରକାରଙ୍କ ଅନୁରୋଧକୁ କେନ୍ଦ୍ର ଗ୍ରହଣ କରିଛି। କେତେ ଦିନ ପର୍ଯ୍ୟନ୍ତ ଏଭଳି ସ୍ଥିତି ରହିବ ତାହା ଦେଖିବାକୁ ବାକି ରହିଲା।

    Share. Facebook Twitter LinkedIn WhatsApp Email
    Previous Articleକିଡ୍‌ନି ନେଉଛି ଜୀବନ, ଜଣକ ପରେ ଜଣେ ଗାଁ ଛାଡ଼ୁଛନ୍ତି
    Next Article ମୁଁ ଏବେ ପୁଣି ସିନେମା କରିବାକୁ ଯାଉଛି : ପ୍ରଶାନ୍ତ ନନ୍ଦ
    NewsLaxmi7
    • Website

    Related Posts

    ଉତ୍ତରାଖଣ୍ଡରେ ଦୁର୍ନୀତି ବିରୋଧୀ ଜି-୨୦ ବୈଠକ

    June 2, 2023

    ସର୍ବସମ୍ମୁଖରେ ବୋହୂକୁ ପୋଷାକ ଖୋଲିବାକୁ କହିଲେ ଶଶୁରଘର ଲୋକ: ଗାଡ଼ିରେ ବସାଇ ବାପଘରେ ଛାଡ଼ିଆସିଲେ

    June 2, 2023

    ଆମେରିକା ସେନାରେ ଡ୍ରୋନ୍‌ର ପାଗଳାମି; ଶତ୍ରୁ ଭାବି ନିଜ ଅପରେଟର୍‌ଙ୍କୁ ମାରିପକାଇଲା

    June 2, 2023

    ରାହୁଲ ଗେହଲଟଙ୍କୁ ଶିଖାନ୍ତୁ: ଅୱେସି

    June 2, 2023
    • Facebook
    • Twitter
    • Instagram
    • YouTube
    Our Picks

    ମାତିଛନ୍ତି ମାଟି ମାଫିଆ: ତାଡ଼ିଦେଲେ ଗଙ୍ଗୁଆ ନଦୀବନ୍ଧ

    April 3, 2023

    ପଶ୍ଚିମବଙ୍ଗ ରାମ ନବମୀ ରାଲିରେ ପୁଣି ହିଂସାକାଣ୍ଡ: ‘ବିଜେପି’ ବିଧାୟକ ଆହତ

    April 3, 2023

    ଆଜିଠୁ ନୂଆ ଶିକ୍ଷାବର୍ଷ: ୮ ତାରିଖ ଯାଏ ନାମଲେଖା, ୧୧ରୁ ସକାଳୁଆ ସ୍କୁଲ

    April 3, 2023

    ରାଜ୍ୟବ୍ୟାପୀ ‘ଉତ୍କଳ ଦିବସ’ ପାଳିତ: ଓଡ଼ିଆ ପରିଧାନ କଲେ ଓଡ଼ିଶା ହସ୍ତତନ୍ତ

    April 2, 2023
    Don't Miss
    ଦେଶ ବିଦେଶ

    ଉତ୍ତରାଖଣ୍ଡରେ ଦୁର୍ନୀତି ବିରୋଧୀ ଜି-୨୦ ବୈଠକ

    June 2, 2023

    ଡେରାଡ଼ୁନ : ଉତ୍ତରାଖଣ୍ଡର ଋଷିକେଶ (ତେହରି)ରେ ଜି-୨୦ ଦୁର୍ନୀତି ବିରୋଧୀ ୱାର୍କିଂ ଗ୍ରୁପର ଦ୍ବିତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଚଳିତମାସ…

    ସର୍ବସମ୍ମୁଖରେ ବୋହୂକୁ ପୋଷାକ ଖୋଲିବାକୁ କହିଲେ ଶଶୁରଘର ଲୋକ: ଗାଡ଼ିରେ ବସାଇ ବାପଘରେ ଛାଡ଼ିଆସିଲେ

    June 2, 2023

    ଆମେରିକା ସେନାରେ ଡ୍ରୋନ୍‌ର ପାଗଳାମି; ଶତ୍ରୁ ଭାବି ନିଜ ଅପରେଟର୍‌ଙ୍କୁ ମାରିପକାଇଲା

    June 2, 2023

    ରାହୁଲ ଗେହଲଟଙ୍କୁ ଶିଖାନ୍ତୁ: ଅୱେସି

    June 2, 2023

    Subscribe to Updates

    Get the latest creative news from SmartMag about art & design.

    About Us
    About Us

    Welcome to Newslaxmi7, where we are dedicated to providing timely, accurate, and unbiased news coverage to our readers. As a leading news organization, we are committed to journalistic integrity and believe that providing our audience with reliable information is essential to a functioning democracy.

    Our Picks

    କଟନୀ ଝଟନୀ ବନ୍ଦ୍ ଦାବି ନେଇ ବିଧାୟକଙ୍କ ବିକ୍ଷୋଭ, ତୁରେକେଲା-କଣ୍ଟାବାଞ୍ଜି ମୁଖ୍ୟ ରାସ୍ତା ଅବରୋଧ

    December 6, 2022

    କଟକରେ ପୋକ୍ସୋ କୋର୍ଟ ବିଚାରପତିଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

    September 2, 2022

    ବେଆଇନ କରତ କଳ ଉପରେ ବନ ବିଭାଗ ପକ୍ଷରୁ ଚଢ଼ାଉ, ମୂଲ୍ୟବାନ କାଠ ଓ ଲକ୍ଷାଧିକ ଟଙ୍କାର ଯନ୍ତ୍ରପାତି ଜବତ

    May 13, 2022
    Quick Links
    • Home
    • About us
    • Contact Us
    © 2022 - Newslaxmi7. All Rights Reserved.
    • Home
    • About us
    • Contact Us

    Type above and press Enter to search. Press Esc to cancel.