ରାଜ୍ୟ ସ୍ପେଶାଲ ରିପୋର୍ଟ

ଜୁଲାଇ ପର୍ଯ୍ୟନ୍ତ ପିଡିଏସ୍‌ରେ ମିଳିବନି ଗହମ: ଗହମ ବଦଳରେ ଚାଉଳ ଦେବ କେନ୍ଦ୍ର

ଭୁବନେଶ୍ବର: ଗତବର୍ଷ ଜୁନ ମାସରୁ ୧୦ ମାସ ପର୍ଯ୍ୟନ୍ତ ପିଡିଏସରେ ଗହମ ବନ୍ଦ କରି ଦେଇଥିଲା କେନ୍ଦ୍ର ସରକାର। ଯାହା ଜୁନ ୨୩ ତାରିଖ ପର୍ଯ୍ୟନ୍ତ ସମ୍ପ୍ରସାରିତ କରାଯାଇଛି। ଅର୍ଥାତ ଜୁଲାଇ ମାସ ପର୍ଯ୍ୟନ୍ତ ପିଡିଏସରେ ଗହମ ମିଳିବ ନାହିଁ। ପୂର୍ବରୁ ଅଭାବ ଯୋଗୁଁ ଗହମ ମିଳୁନଥିଲା। ବର୍ତ୍ତମାନ ରାଜ୍ୟ ସରକାରଙ୍କ ଅନୁରୋଧରେ ୩୦ ହଜାର ମେଟ୍ରିକ ଟନ ଗହମ ବଦଳରେ ଚାଉଳ ପ୍ରଦାନ କରାଯାଉଥିବା ନେଇ ଏଫସିଆଇ ପକ୍ଷରୁ ସୂଚନା ଦିଆଯାଇଛି।

ଖାଦ୍ୟ ସୁରକ୍ଷା ଯୋଜନା ଅନ୍ତର୍ଗତରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ୮୬ ପ୍ରତିଶତ ଚାଉଳ ଅର୍ଥାତ ୧ ଲକ୍ଷ ୬୦ ହଜାର ମେଟ୍ରିକ ଟନ ଏବଂ ୧୪ ପ୍ରତିଶତ ଅର୍ଥାତ ୩୦ ହଜାର ମେଟ୍ରିକ ଟନ ଗହମ ଯୋଗାଣ ହୁଏ। ଏଥିରେ ୨ଟି ବର୍ଗରେ ଥିବା ସମୁଦାୟ ୩ କୋଟି ୨୫ ଲକ୍ଷ ଲୋକ ଗହମ କ୍ରୟ କରି ଥାଆନ୍ତି। ଚାଉଳରେ ଓଡ଼ିଶା ବଳକା ରାଜ୍ୟ। ଗହମ ଉତ୍ପାଦନ ନଥିବାରୁ ପଞ୍ଜାବ, ହରିୟାଣାରୁ ସଂଗୃହୀତ ଗହମ କେନ୍ଦ୍ର ଓଡ଼ିଶାକୁ ଦିଏ। ଗତବର୍ଷ ଋଷିଆ-ୟୁକ୍ରେନ ଯୁଦ୍ଧ ଯୋଗୁଁ ଋଷ ଅନ୍ୟ ଦେଶକୁ ଗହମ ପଠାଇ ପାରିଲା ନାହିଁ। ଏହାର ଫାଇଦା ଉଠାଇ ଭାରତୀୟ ଘରୋଇ କମ୍ପାନି ଅଧିକାଂଶ ଗହମ ରପ୍ତାନି କରିଦେଲେ। ଏଥିଯୋଗୁଁ ଗତବର୍ଷ ଦେଶରେ ଗହମର ଯେଉଁ ସଙ୍କଟ ସୃଷ୍ଟି ହୋଇଥିଲା ଏହାର ପ୍ରଭାବ ପିଡିଏସରେ ପଡ଼ିଥିଲା। ସେତେବେଳର ଘୋଷଣା ଅନୁଯାୟୀ ଏପ୍ରିଲ କିମ୍ବା ମେ’ ମାସରୁ ପିଡିଏସରେ ଗହମ ବିତରଣ ଆରମ୍ଭ ହୋଇଯିବା ଉଚିତ। ବର୍ତ୍ତମାନ ଚିତ୍ର ବଦଳି ଯାଇଛି। ଓଡ଼ିଶା ସରକାର ଗହମ ରଖିବାକୁ ଚାହୁନାହାନ୍ତି। ଓଡ଼ିଶାରେ ରୁଟି ଚାହିଦା ନଥିବାରୁ ଗହମ ବଦଳରେ ଚାଉଳ ଦେବା ପାଇଁ ରାଜ୍ୟ କହିଛି। ଯାହାକୁ ବର୍ତ୍ତମାନ ସ୍ଥିତିରେ କେନ୍ଦ୍ର ସରକାର ଗ୍ରହଣ କରି ନେଇଛନ୍ତି। ଜୁନ ୨୩ ତାରିଖ ସୁଦ୍ଧା ୩୦ ହଜାର ମେଟ୍ରିକ ଟନ ଗହମ ବଦଳରେ କେନ୍ଦ୍ର ଚାଉଳ ଦେବ। ଏହାପରେ କେନ୍ଦ୍ର ସରକାର ପୂର୍ବଭଳି ଗହମ ଦେବେ ନା ଚାଉଳ ଯୋଗାଣ ପ୍ରକ୍ରିୟା ଜାରି ରଖିବେ ତାହା ସ୍ପଷ୍ଟ ହୋଇନାହିଁ।

ଅନ୍ୟଦିଗରେ ଓଡ଼ିଶା ସରକାର ମଧ୍ୟ ସଂଗୃହୀତ ବଳକା ଚାଉଳ ବିକ୍ରି ନେଇ ସମସ୍ୟାରେ ଥିବା ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅନ୍ତର୍ଗତରେ ମାସକୁ ଦିଆଯାଉଥିବା ୧୪ ଲକ୍ଷ ୫ ହଜାର ୪୯୪ କ୍ବିଣ୍ଟାଲ ଚାଉଳ ଆବଣ୍ଟନକୁ କେନ୍ଦ୍ର ସରକାର ବନ୍ଦ କରି ଦେବା ଯୋଗୁଁ ରବି ଏବଂ ଖରିଫରେ ସଂଗୃହୀତ ଚାଉଳ କ’ଣ ହେବ ତାକୁ ନେଇ ଚିନ୍ତା ବଢ଼ିଛି। ବର୍ତ୍ତମାନ ପରିପ୍ରେକ୍ଷୀରେ ଗହମ ବଦଳରେ ଚାଉଳ ଦେବା ପାଇଁ ରାଜ୍ୟ ସରକାରଙ୍କ ଅନୁରୋଧକୁ କେନ୍ଦ୍ର ଗ୍ରହଣ କରିଛି। କେତେ ଦିନ ପର୍ଯ୍ୟନ୍ତ ଏଭଳି ସ୍ଥିତି ରହିବ ତାହା ଦେଖିବାକୁ ବାକି ରହିଲା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।