ନୀଳଗିରି,୨୧/୧୧: ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ପରିସରରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି।
ଆଜି ନୀଳଗିରି ବ୍ଲକର ବିଭିନ୍ନ ହିତାଧିକାରୀ ବିଭିନ୍ନ କାରଣରୁ ଅବହେଳା ହୋଇ ସରକାରୀ ଯୋଜନାରୁ ବଞ୍ଚିତ ହୋଇଥିବାର ଅଭିଯୋଗ ଓ ଅଞ୍ଚଳରେ ବିଭିନ୍ନ ସମସ୍ୟା ନେଇ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଧେ ଓ ଏସପି ସୁଧାଂଶୁ ଶେଖର ମିଶ୍ରଙ୍କୁ ଅଭିଯୋଗ କରିଥିଲେ। ଜିଲ୍ଲା ଓ ଉପଖଣ୍ଡର ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ହୋଇ ସମାଧାନ ରୂପକ ପଦକ୍ଷେପ ନେଇଛନ୍ତି।