କଳା ଓ ସଂସ୍କୃତି ଦେଶ ବିଦେଶ

ଜିନ୍ସରେ କାହିଁକି ରହିଥାଏ ଗୋଟିଏ ଛୋଟ ପକେଟ ? ରହିଛି ବହୁ ପୁରୁଣା ଇତିହାସ

ନୂଆଦିଲ୍ଲୀ ୧୧/୧୨ : ଦୁନିଆକୁ ଜିନ୍ସ ଆମେରିକା ଆଣିଛି। ଜିନ୍ସ ଆମେରିକାରୁ ଆରମ୍ଭ ହୋଇ ଦୁନିଆର କୋଣ ଅନୁକୋଣରେ ପହଞ୍ଚିଛି। ଜିନ୍ସ ଆଜିକା ସମୟର ଫ୍ୟାଶନ ଷ୍ଟେଟମେଣ୍ଟ। ଆଜିର ଏହି ଟ୍ରେଣ୍ଡ ଜିନ୍ସ ଅସଲରେ ଶ୍ରମିକମାନଙ୍କ ପାଇଁ ତିଆରି କରାଯାଇଥିଲା। ଶ୍ରମିକଙ୍କ ପୋଷାକ ଅଧିକ ମଇଳା ହେବନି ଏବଂ ବାରମ୍ବାର ତାକୁ ସଫା କରିବାକୁ ପଡ଼ିବନି ବୋଲି ଜିନ୍ସ ତିଆରି କରାଯାଇଥିଲା। କିନ୍ତୁ ବର୍ତ୍ତମାନ ଯୁଗରେ ସମସ୍ତେ ଜିନ୍ସ ପିନ୍ଧୁଛନ୍ତି। ପୁରୁଷ ହେଉ କି ମହିଳା ସମସ୍ତଙ୍କୁ ଜିନ୍ସ ପିନ୍ଧିବା ପସନ୍ଦ। ତେବେ ଆମେ ସମସ୍ତେ ଜାଣିଛେ ଯେ ଜିନ୍ସର ଆଗପଟ ପକେଟରେ ଏକ ଛୋଟ ପକେଟ ଥାଏ। ଏହି ଛୋଟ ପକେଟରେ ଲୋକେ ସାଧାରଣତଃ ଚିଲର ଟଙ୍କା ରଖିଥାନ୍ତି। କିନ୍ତୁ ଏହି ଛୋଟ ପକେଟ ତିଆରି କରିବା ପଛରେ କାରଣ ଜାଣିଛନ୍ତି କି ?

ଜିନ୍ସର ଇତିହାସ ବହୁତ ପୁରୁଣା। ଜିନ୍ସର ପକେଟ ଭିତରେ ଆଉ ଆଉ ଛୋଟ ପକେଟ ତିଆରି କରାଯାଇଥାଏ। ଏଥିରେ ଲୋକେ ଖୁଚୁରା ଟଙ୍କା ରଖିଥାନ୍ତି। କିନ୍ତୁ ଏହା ଅନ୍ୟ କାରଣ ପାଇଁ ତିଆରି ହୋଇଥିଲା। ଏଥିରେ ଛୋଟ ଘଣ୍ଟା ରଖିବାକୁ ବ୍ୟବହାର କରାଯାଇଥାଏ। ୧୮ ଶତାବ୍ଦୀରେ ଛୋଟ ଚେନଯୁକ୍ତ ଘଣ୍ଟା ବ୍ୟବହୃତ ହେଉଥିଲା। ସେହି ଘଣ୍ଟା ରଖିବାକୁ ପକେଟରେ ସ୍ପେସ ତିଆରି କରାଯାଇଥିଲା। ଲେଭି ଷ୍ଟ୍ରାସ ନାମକ କମ୍ପାନୀ ଏହି ଛୋଟ ପକେଟ ତିଆରି କରିବା ଆରମ୍ଭ କରିଥିଲା। ଏହି କମ୍ପାନୀର ନାଁ ବର୍ତ୍ତମାନ ଲିଭାଇସ।


ଜିନ୍ସର ଡାହାଣ ପଟେ ଥିବା ଏହି ପକେଟକୁ ୱାଚ୍ ପକେଟ କୁହାଯାଏ। ପୁରାତନ ସମୟରେ କାଓବଏଜ ଏଥିରେ ଚେନଯୁକ୍ତ ଘଣ୍ଟା ରଖୁଥିଲେ। କିନ୍ତୁ ପରେ ଏହି ଘଣ୍ଟାର ଚଳନ କମିଗଲା। ଫଳରେ ଲୋକେ ଭାବିଲେ ଏହାକୁ ଖୁଚୁରା ରଖିବା ପାଇଁ ତିଆରି କରାଯାଇଛି। ପରେ ଲୋକେ ଏହି ୱାଚ୍ ପକେଟକୁ ଏତେ ପସନ୍ଦ କଲେ ଯେ ଏହି ଚଳନ ଏବେ ବି ଚାଲିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
କଳା ଓ ସଂସ୍କୃତି

ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ଜାଣନ୍ତୁ ଏହାର ଧାର୍ମିକ ମହତ୍ୱ

ରୁଦ୍ରାକ୍ଷ ଏକମାତ୍ର ଏମିତି ଫଳ ଯାହାର ଧର୍ମ, କର୍ମ, ଅର୍ଥ ଏବଂ ମୋକ୍ଷ ପ୍ରଦାନ କରିବାରେ ମହତ୍ଵପୁର୍ଣ ଭୂମିକା ରହିଛି | ଶିବ ପୁରାଣ, ପଦ୍ମା ପୁରାଣ,