ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଜାତୀୟ ଶିକ୍ଷା ନୀତି ଆମ ଭବିଷ୍ୟତକୁ ସୁରକ୍ଷିତ କରିବ: ଧର୍ମେନ୍ଦ୍ର

ଭୁବନେଶ୍ବର : ଆମର ଯୁବବର୍ଗଙ୍କୁ ନିଯୁକ୍ତି ଅନ୍ୱେଷଣ କିମ୍ବା ନିଯୁକ୍ତି ଦାତା ନୁହେଁ ବରଂ ଓ୍ୱେଲ୍‌ଥ୍ କ୍ରିଏଟର ହେବାକୁ ପଡ଼ିବ । ଅର୍ଥାତ୍ ଦେଶରେ ସମ୍ପନ୍ନତା ଆଣିବା ପାଇଁ ସମସ୍ତେ ଉଦ୍ୟମ କରିବା ଦରକାର ବୋଲି ଶୁକ୍ରବାର ଆଇଆଇଏମ୍‌ ଜମ୍ମୁର ଷଷ୍ଠ ବାର୍ଷିକ ଦୀକ୍ଷାନ୍ତ ସମାରୋହରେ ଯୋଗଦେଇ ଏହା କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ଅବସରରେ ଡିଗ୍ରି ଓ ମେଡାଲ୍‌ ପାଇଥିବା ସମସ୍ତ ୨୨୫ ଜଣ ବିଦ୍ୟାର୍ଥୀଙ୍କୁ ଶ୍ରୀ ପ୍ରଧାନ ଅଭିନନ୍ଦନ ଜଣାଇବା ସହ ସମସ୍ତ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ଆଗାମୀ ଦିନମାନଙ୍କରେ ଦେଶ ଓ ଦୁନିଆ ପ୍ରତି ତାଙ୍କର ଥିବା ଦାୟିତ୍ୱ ଉପରେ ଶ୍ରୀ ପ୍ରଧାନ ଚର୍ଚ୍ଚା କରିଥିଲେ।

ଦେଶ ପାଇଁ ସମ୍ପନ୍ନତା ଆଣିବାକୁ ଛାତ୍ରଛାତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ପରାମର୍ଶ

ଶ୍ରୀ ପ୍ରଧାନ କହିଲେ, ଆମର ବିଶ୍ୱ ଏକ ଗାଁ, ଏକ ପରିବାର ହୋଇସାରିଛି । ଆମର ଯୁବକଙ୍କ ଉପରେ ଦେଶ ଏବଂ ଦୁନିଆର କଲ୍ୟାଣ କରିବାର ଦାୟିତ୍ୱ ନ୍ୟସ୍ତ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଲକିଲାରୁ କହିଥିଲେ ଯେ ପ୍ରଥମେ ପାଠପଢ଼ା, ଭଲ ଚାକିରି ଏବଂ ଉତ୍ତମ ଜୀବନ ଶୈଳୀ ହେବା ଦରକାର। ତେବେ ଆମର ଯୁବବର୍ଗଙ୍କୁ ନିଯୁକ୍ତି ଅନ୍ୱେଷଣ କିମ୍ବା ନିଯୁକ୍ତି ଦାତା ନୁହେଁ, ‘ୱେଲ୍ଥ କ୍ରିଏଟର୍‌’ ହେବାକୁ ପଡ଼ିବ। ତେବେ ଯାଇଁ ଦେଶରେ ସମ୍ପନ୍ନତା ବଢ଼ିବ। ଜାତୀୟ ଶିକ୍ଷା ନୀତି ଆମର ବ୍ୟକ୍ତିଗତ ଜ୍ଞାନକୁ ବଢ଼ାଇବା ସହ ଭବିଷ୍ୟତକୁ ମଧ୍ୟ ସୁରକ୍ଷିତ କରିବ । ଡିଜିଟାଲ ବିପ୍ଳବ ଏବଂ ଶିଳ୍ପ ବିଳ୍ପବ ୪.୦ ଭଳି ପରିବର୍ତ୍ତନ ନୂଆ ନୂଆ ସୁଯୋଗ ଓ ଚ୍ୟାଲେଞ୍ଜ ସୃଷ୍ଟି କରୁଛି ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଛନ୍ତି।


ଏହି କାର୍ଯ୍ୟକ୍ରମରେ ଜମ୍ମୁ-କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ଏବଂ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଡା. ଜିତେନ୍ଦ୍ର ସିଂହ ଯୋଗଦେଇ ଦୀକ୍ଷାନ୍ତ ସମାରୋହକୁ ସମ୍ବୋଧିତ କରିଥିଲେ। ଏହାବ୍ୟତୀତ ଶ୍ରୀ ପ୍ରଧାନ ଆଇଆଇଟି ଜମ୍ମୁ, ଆଇଆଇଏମ୍‌ ଜମ୍ମୁ, ଏନ୍‌ଆଇଟି ଶ୍ରୀନଗର, ସେଣ୍ଟ୍ରାଲ୍‌ ୟୁନିଭର୍ସିଟି ଅଫ୍ କଶ୍ମୀର ଓ ସେଣ୍ଟ୍ରାଲ୍‌ ୟୁନିଭର୍ସିଟି ଅଫ୍ ଜମ୍ମୁର ସାମଗ୍ରିକ ଭିତ୍ତିଭୂମି ଓ ଆଗାମୀ ଦିନର କାର୍ଯ୍ୟ ଉପରେ ସମୀକ୍ଷା କରିଥିଲେ । ଶିକ୍ଷା, ଦକ୍ଷତା ବିକାଶ, ନିଯୁକ୍ତି କ୍ଷେତ୍ରରେ ଜମ୍ମୁ-କଶ୍ମୀରର ଯୁବକଙ୍କ ପାଇଁ ଥିବା ସୁଯୋଗ ଉପରେ ବୈଠକରେ ଆଲୋଚନା ହୋଇଥିଲା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ