Subscribe to Updates

    Get the latest creative news from FooBar about art, design and business.

    What's Hot

    ବାଲିଘାଟ ପାଇଁ ଗୁଳି, ଜେସିବି ପୋଡ଼ି

    May 29, 2023

    ସ୍ବାମୀଙ୍କ ମୃତ୍ୟୁର ଘଣ୍ଟାଏ ମଧ୍ୟରେ ପତ୍ନୀ ମୃତ: ଗୋଟିଏ ଜୁଇରେ ଜଳିଲା ମରଶରୀର

    May 29, 2023

    ନାମଲେଖା ପୂର୍ବରୁ ରାଜ୍ୟ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ୬୭ ଯୁକ୍ତ୨ କଲେଜରେ କଟକଣା

    May 29, 2023
    Facebook Twitter Instagram
    Trending
    • ବାଲିଘାଟ ପାଇଁ ଗୁଳି, ଜେସିବି ପୋଡ଼ି
    • ସ୍ବାମୀଙ୍କ ମୃତ୍ୟୁର ଘଣ୍ଟାଏ ମଧ୍ୟରେ ପତ୍ନୀ ମୃତ: ଗୋଟିଏ ଜୁଇରେ ଜଳିଲା ମରଶରୀର
    • ନାମଲେଖା ପୂର୍ବରୁ ରାଜ୍ୟ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ୬୭ ଯୁକ୍ତ୨ କଲେଜରେ କଟକଣା
    • ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ: କର୍ମଚାରୀଙ୍କ ତାଲିକା ମାଗିଲା ରାଜସ୍ବ ବିଭାଗ
    • ବ୍ରାଉନ୍‌ସୁଗାର ବେପାରରେ ବାପ-ପୁଅ
    • ବଦଳିବ ଭିତରକନିକାର ରୂପରେଖ
    • କାଜୁ କେଜି ୫ ହଜାର, ଚାଷୀ ପାଉଛି ୭୦
    • ଜାତୀୟସ୍ତରୀୟ ନୃତ୍ୟ ପ୍ରତିଯୋଗିତା: ବ୍ରହ୍ମପୁର ଜେଲ୍‌ର ବନ୍ଦୀ ହେଲେ ପ୍ରଥମ
    Monday, May 29
    Facebook Twitter Instagram
    Facebook Twitter Instagram
    NEWS LAXMI 7
    Subscribe
    • ଦେଶ ବିଦେଶ
    • ରାଜ୍ୟ
    • ରାଜନୀତି
    • କଳା ଓ ସଂସ୍କୃତି
    • ଲାଇଫ୍ ଷ୍ଟାଇଲ
    • ମନୋରଞ୍ଜନ
      • ଭିଡ଼ିଓ
      • ଖେଳ
    • ପର୍ଯ୍ୟଟନ
    • ଶିକ୍ଷା ଓ ନିଯୁକ୍ତି
    • ଧର୍ମ
    • ସ୍ୱାସ୍ଥ୍ୟ
    • ଅପରାଧ
    • ରାଶିଫଳ
    NEWS LAXMI 7
    Home»ରାଜ୍ୟ»ଜଳ ସଂକଟ ଜଳଜଳ: ‘ରତ୍ନଚିରା’କୁ ମାରିଦେଲେ, ୧୪ ଶହ ଏକର ଚାଷଜମି ପଡ଼ିଆ
    ରାଜ୍ୟ

    ଜଳ ସଂକଟ ଜଳଜଳ: ‘ରତ୍ନଚିରା’କୁ ମାରିଦେଲେ, ୧୪ ଶହ ଏକର ଚାଷଜମି ପଡ଼ିଆ

    NewsLaxmi7By NewsLaxmi7May 18, 2023Updated:May 18, 2023No Comments2 Mins Read
    Facebook Twitter LinkedIn WhatsApp Email
    Share
    Facebook Twitter LinkedIn Email WhatsApp

    ପୁରୀ : ଭାର୍ଗବୀର ଦ୍ବିତୀୟ ପ୍ରମୁଖ ଶାଖା ନଦୀ ହେଉଛି ‘ରତ୍ନଚିରା’। ମହାନଦୀ ଜଳ ଭାର୍ଗବୀ ଦେଇ ଆସିବା ପରେ ‘ରତ୍ନଚିରା’ ଦେଇ ଜିଲ୍ଲାର ୪ ବ୍ଲକ୍‌ରେ ପ୍ରବାହିତ ହେଉଛି। ଏହା ଚାଷୀଙ୍କ ଜୀବନରେଖା। କିନ୍ତୁ ସରକାରଙ୍କ ଦୂରଦୃଷ୍ଟିର ଅଭାବ ଓ ପରିଚାଳନାଗତ ତ୍ରୁଟି ପାଇଁ ‘ରତ୍ନଚିରା’ ମୃତ୍ୟୁମୁଖରେ ପଡ଼ିଛି। ୧୦ ବର୍ଷ ତଳେ ଏଥିରେ ଯେଉଁ ଅକାତକାତ ପାଣି ଆସୁଥିଲା, ଏବେ ଆଉ ସେ ଦୃଶ୍ୟ ଦେଖିବାକୁ ମିଳୁନି। କେବଳ ଶ୍ରାବଣର ମାସେ ଦୁଇମାସକୁ ଛାଡ଼ିଦେଲେ, ବର୍ଷତମାମ ଏହା ଶୁଖିଲା ପଡ଼ୁଛି। ଏହି ନଈ ଏବେ ପଙ୍କକାଦୁଅରେ ପୋତି ହୋଇଯାଇଥିବାବେଳେ ଚାରିଆଡ଼େ କେବଳ ବିଲାତି ଦଳ ଦୃଶ୍ୟମାନ ହେଉଛି।

    ପୁରୀ ଜଳସେଚନ ବିଭାଗ ତଥ୍ୟ ମୁତାବକ, ରତ୍ନଚିରା ନଦୀର ଉଭୟ ବାମ ଓ ଡାହାଣ ପାର୍ଶ୍ବ ନଦୀବନ୍ଧ ପ୍ରାୟ ୨୨ କିଲୋମିଟର ଲମ୍ବ। ପିପିଲି ବ୍ଲକ୍‌ ପଟ୍ଟନାୟିକିଆଠାରୁ ଭାର୍ଗବୀ ନଦୀରୁ ବାହାରିଥିବା ରତ୍ନଚିରା ସତ୍ୟବାଦୀ, ପୁରୀ ସଦର ବ୍ଲକ୍‌ ଦେଇ ବ୍ରହ୍ମଗିରିର ଘଟକୁଡ଼ି ବ୍ରିଜଠାରେ ପୁଣି ଭାର୍ଗବୀରେ ମିଶିଛି। ରତ୍ନଚିରା ନଦୀ କଡ଼େକଡ଼େ ବୃଦ୍ଧଙ୍ଗ କେନାଲ୍‌ର ଶାଖା କେନାଲ୍‌ ରତ୍ନଚିରା କେନାଲ୍‌ ବି ରହିଛି, ଯାହାର ଲମ୍ବ ୧୨.୧୭ କିଲୋମିଟର। ଏହା ବି ରତ୍ନଚିରା ପାଣି ଉପରେ ନିର୍ଭରଶୀଳ। ଏହା ୫୪୬.୭୭ ହେକ୍ଟର ଅର୍ଥାତ୍‌ ପ୍ରାୟ ଦେଢ଼ହଜାର ଏକର ଚାଷ ଜମିକୁ ଜଳସେଚିତ କରିବାର କ୍ଷମତା ରଖିଛି। ସତ୍ୟବାଦୀଠାରୁ ବ୍ରହ୍ମଗିରି ବ୍ଲକ୍‌ର ଘଟକୁଡ଼ି ପର୍ଯ୍ୟନ୍ତ ୫୦ରୁ ଅଧିକ ମୌଜାର ଚାଷ ଜମିକୁ ଏହା ଜଳସେଚିତ କରି ଆସୁଥିଲା। କୁଣ୍ଡଗହୀର ଭଳି ଅନେକ ବଡ଼ବଡ଼ ମୌଜାର ଚାଷବାସକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରୁଥିଲା। କିନ୍ତୁ ରତ୍ନଚିରା ଏବେ ଶୁଖିଲା ପଡ଼ିଛି। ଚାଷୀ ଜନାର୍ଦ୍ଦନ ପ୍ରଧାନଙ୍କ କହିବା ମୁତାବକ, ୧୦ ବର୍ଷ ତଳେ ରତ୍ନଚିରାରେ ବର୍ଷତମାମ ପାଣି ରହୁଥିଲା। ଯଦି କେନାଲରେ ପାଣି ଆସୁନଥିଲା, ଲୋକେ ରତ୍ନଚିରାରୁ ପମ୍ପ ଲଗାଇ ପାଣି ମଡ଼ାଇ ଚାଷବାସ କରୁଥିଲେ। ୧୦ ବର୍ଷ ତଳେ ବର୍ଷକୁ ଉଭୟ ରବି ଓ ଖରିଫ ଧାନ ଚାଷ ସହ ବିରି, ମୁଗ ଆଦି ଚାଷବାସ ହେଉଥିଲା। ଚାଷ ପାଇଁ ପାଣିର ଅଭାବ ନ ଥିଲା। କିନ୍ତୁ ଏବେ ରତ୍ନଚିରାରେ ପାଣି ଦେଖିବା ସ୍ବପ୍ନ ପାଲଟିଛି। ବର୍ଷାଦିନରେ ପାଣି ଆସୁଛି ସତ, କିନ୍ତୁ ମାସେ ଭିତରେ ଶୁଖିଯାଉଛି।

    ରତ୍ନଚିରା ପଙ୍କ କାଦୁଅରେ ପୋତି ହୋଇଯିବାରୁ ୪ ବର୍ଷ ତଳେ ଡ୍ରେନେଜ୍‌ ବିଭାଗ ପକ୍ଷରୁ ଏହାର ଖନନ କରାଯାଇଥିଲା। ଏ ବାବଦକୁ ପ୍ରାୟ ୫ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା। କିନ୍ତୁ ଯେଉଁ ଠିକାଦାର ଏହି କାମ ନେଲେ, ସେ ଠିକ୍‌ରେ ରତ୍ନଚିରା ନଦୀ ଖନନ କଲେନି। ଫଳରେ ଏବେ ବି ଏହି ନଦୀର ଜଳଧାରଣ କ୍ଷମତା ବୃଦ୍ଧି ପାଇପାରିନି। ବର୍ଷାଦିନେ ବର୍ଷା ପାଣି ଆସିଲେ ବି ସଂରକ୍ଷିତ ହୋଇ ରହିପାରୁନି। ଦୁର୍ଭାଗ୍ୟର ବିଷୟ, ପ୍ରତିବର୍ଷ ରତ୍ନଚିରା ନଦୀରୁ ବିଲାତି ଦଳ ସଫା ନାଁରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଉଛି। କିନ୍ତୁ ଫଳଶୂନ। ପ୍ରତିବର୍ଷ ଦଳ ସଫା ହେଉଛି, ପୁଣି ପରବର୍ଷକୁ ସମାନ ଅବସ୍ଥା। ନଦୀ ଗର୍ଭ ବିଲାତି ଦଳରେ ଭର୍ତ୍ତି ହୋଇଯାଉଛି। ଯଦି ଏବେଠୁ ରତ୍ନଚିରା କଥା ଚିନ୍ତା କରାନଯାଏ, ଆଗକୁ ଜଳସଂକଟ ମାଡ଼ିଆସିବ ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି।

    ଏ ସମ୍ପର୍କରେ ଡ୍ରେନେଜ୍‌ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଇଂ. ଆଶିଷ ମିଶ୍ର କହିଛନ୍ତି, ପୁରୀ ଜିଲ୍ଲାରେ ନଦୀନାଳରେ ବିଲାତି ଦଳ ସମସ୍ୟା ଏକ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି। ‌ ଯେଉଁଠି ରାଜ୍ୟ ସରକାର ଆମକୁ ଦଳ ସଫା ଖର୍ଚ୍ଚ ବର୍ଗ ମିଟର ପିଛା ପ୍ରାୟ ୯ ଟଙ୍କା ଦେଉଛନ୍ତି, ସେଠି ଏହି ରସାୟନ ବ୍ୟବହାର ବର୍ଗ ମିଟର ପିଛା ପ୍ରାୟ ୧୦ହଜାର ଟଙ୍କା ଖର୍ଚ୍ଚ ହେବ। ଏଭଳି ସ୍ଥିତିରେ ଆମେ ଅସହାୟ ବୋଲି ଇଂ. ମିଶ୍ର କହିଛନ୍ତି।

    Share. Facebook Twitter LinkedIn WhatsApp Email
    Previous Articleଖରାଦିନେ କନ୍ଧ ଆଦିବାସୀ ହନ୍ତସନ୍ତ: ପାଣି ପାଇଁ ଯାଉଛନ୍ତି ୫କିମି
    Next Article ‘ଖୁବଶୀଘ୍ର ଓଡ଼ିଶାକୁ ଆସିଥିବା ୯ ଲକ୍ଷ ଆବାସ ଘର ବଣ୍ଟାଯିବ’
    NewsLaxmi7
    • Website

    Related Posts

    ବାଲିଘାଟ ପାଇଁ ଗୁଳି, ଜେସିବି ପୋଡ଼ି

    May 29, 2023

    ସ୍ବାମୀଙ୍କ ମୃତ୍ୟୁର ଘଣ୍ଟାଏ ମଧ୍ୟରେ ପତ୍ନୀ ମୃତ: ଗୋଟିଏ ଜୁଇରେ ଜଳିଲା ମରଶରୀର

    May 29, 2023

    ନାମଲେଖା ପୂର୍ବରୁ ରାଜ୍ୟ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ୬୭ ଯୁକ୍ତ୨ କଲେଜରେ କଟକଣା

    May 29, 2023

    ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ: କର୍ମଚାରୀଙ୍କ ତାଲିକା ମାଗିଲା ରାଜସ୍ବ ବିଭାଗ

    May 29, 2023
    • Facebook
    • Twitter
    • Instagram
    • YouTube
    Our Picks

    ମାତିଛନ୍ତି ମାଟି ମାଫିଆ: ତାଡ଼ିଦେଲେ ଗଙ୍ଗୁଆ ନଦୀବନ୍ଧ

    April 3, 2023

    ପଶ୍ଚିମବଙ୍ଗ ରାମ ନବମୀ ରାଲିରେ ପୁଣି ହିଂସାକାଣ୍ଡ: ‘ବିଜେପି’ ବିଧାୟକ ଆହତ

    April 3, 2023

    ଆଜିଠୁ ନୂଆ ଶିକ୍ଷାବର୍ଷ: ୮ ତାରିଖ ଯାଏ ନାମଲେଖା, ୧୧ରୁ ସକାଳୁଆ ସ୍କୁଲ

    April 3, 2023

    ରାଜ୍ୟବ୍ୟାପୀ ‘ଉତ୍କଳ ଦିବସ’ ପାଳିତ: ଓଡ଼ିଆ ପରିଧାନ କଲେ ଓଡ଼ିଶା ହସ୍ତତନ୍ତ

    April 2, 2023
    Don't Miss
    ଅପରାଧ

    ବାଲିଘାଟ ପାଇଁ ଗୁଳି, ଜେସିବି ପୋଡ଼ି

    May 29, 2023

    ନିଶ୍ଚିନ୍ତକୋଇଲି : ବାଲିଘାଟକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଉଗ୍ରରୂପ ନେଇଛି। ଶନିବାର ବିଳମ୍ବିତ ରାତିରେ ଏକ…

    ସ୍ବାମୀଙ୍କ ମୃତ୍ୟୁର ଘଣ୍ଟାଏ ମଧ୍ୟରେ ପତ୍ନୀ ମୃତ: ଗୋଟିଏ ଜୁଇରେ ଜଳିଲା ମରଶରୀର

    May 29, 2023

    ନାମଲେଖା ପୂର୍ବରୁ ରାଜ୍ୟ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ୬୭ ଯୁକ୍ତ୨ କଲେଜରେ କଟକଣା

    May 29, 2023

    ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ: କର୍ମଚାରୀଙ୍କ ତାଲିକା ମାଗିଲା ରାଜସ୍ବ ବିଭାଗ

    May 29, 2023

    Subscribe to Updates

    Get the latest creative news from SmartMag about art & design.

    About Us
    About Us

    Welcome to Newslaxmi7, where we are dedicated to providing timely, accurate, and unbiased news coverage to our readers. As a leading news organization, we are committed to journalistic integrity and believe that providing our audience with reliable information is essential to a functioning democracy.

    Our Picks

    ଦୁର୍ବଳ ହେଉଛି ଭାରତୀୟ ଆଖି: ୩୦ ବର୍ଷରେ ଦୁଇଗୁଣ ବୃଦ୍ଧି ପାଇଛି କମ୍ ଦୃଷ୍ଟି ଶକ୍ତି ମାମଲା

    October 29, 2020

    ଘରୋଇ ସ୍କୁଲରେ ପଢ଼ିବାକୁ ୯୭୧୭ ଗରିବ ପିଲା ଯୋଗ୍ୟ

    March 29, 2023

    ଓମିକ୍ରନ୍‌ ଆତଙ୍କ, ୧୧ ହଜାରରୁ ଅଧିକ ଫ୍ଲାଇଟ୍ କ୍ୟାନସଲ୍, ଯାତ୍ରୀ ହନ୍ତସନ୍ତ

    December 29, 2021
    Quick Links
    • Home
    • About us
    • Contact Us
    © 2022 - Newslaxmi7. All Rights Reserved.
    • Home
    • About us
    • Contact Us

    Type above and press Enter to search. Press Esc to cancel.