Subscribe to Updates

    Get the latest creative news from FooBar about art, design and business.

    What's Hot

    ଏଏସ୍‌ଆଇ ମୃତ୍ୟୁ ଘଟଣା: ହତ୍ୟା ଅଭିଯୋଗ ଆଣିଲେ ସ୍ବାମୀ

    October 3, 2023

    ଦିବ୍ୟାଙ୍ଗ ପିଲାମାନେ ଯାଦୁଗର: ଧର୍ମେନ୍ଦ୍ର ପ୍ରଧାନ

    October 3, 2023

    ସୀମାନ୍ତରେ ୪୦ ସ୍କୁଲ ବନ୍ଦ: ସେଦିନର ମଣିଷଗଢ଼ା କାରଖାନା ଏବେ ଖେଳପଡ଼ିଆ

    October 3, 2023
    Facebook X (Twitter) Instagram
    Trending
    • ଏଏସ୍‌ଆଇ ମୃତ୍ୟୁ ଘଟଣା: ହତ୍ୟା ଅଭିଯୋଗ ଆଣିଲେ ସ୍ବାମୀ
    • ଦିବ୍ୟାଙ୍ଗ ପିଲାମାନେ ଯାଦୁଗର: ଧର୍ମେନ୍ଦ୍ର ପ୍ରଧାନ
    • ସୀମାନ୍ତରେ ୪୦ ସ୍କୁଲ ବନ୍ଦ: ସେଦିନର ମଣିଷଗଢ଼ା କାରଖାନା ଏବେ ଖେଳପଡ଼ିଆ
    • ବଢ଼ୁଛି ଲାଲ କେଶର ଅଣ୍ଡା ଚାହିଦା: ୧୦ଲକ୍ଷ ଦରକାର, ଅଢ଼େଇ ଲକ୍ଷ ମିଳୁଛି
    • ପୋଖରୀରୁ ଧରା ହେଲା ୧୪ ଫୁଟ୍‌ର କୁମ୍ଭୀର
    • କଲରାପତରିଆ ଛାଲ ଜବତ: ଜଣେ ଶିକାରୀ ଗିରଫ, ଅନ୍ୟ ଜଣେ ଫେରାର
    • ଲୋକସେବା ଭବନରେ ଲାଗିଥିବା ନିଆଁ ଆୟତ୍ତ
    • ପ୍ରଦେଶ କଂଗ୍ରେସ ପକ୍ଷରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ
    Tuesday, October 3
    Facebook X (Twitter) Instagram
    Facebook X (Twitter) Instagram
    NEWS LAXMI 7
    Subscribe
    • ଦେଶ ବିଦେଶ
    • ରାଜ୍ୟ
    • ରାଜନୀତି
    • କଳା ଓ ସଂସ୍କୃତି
    • ଲାଇଫ୍ ଷ୍ଟାଇଲ
    • ମନୋରଞ୍ଜନ
      • ଭିଡ଼ିଓ
      • ଖେଳ
    • ପର୍ଯ୍ୟଟନ
    • ଶିକ୍ଷା ଓ ନିଯୁକ୍ତି
    • ଧର୍ମ
    • ସ୍ୱାସ୍ଥ୍ୟ
    • ଅପରାଧ
    • ରାଶିଫଳ
    NEWS LAXMI 7
    Home»ରାଜ୍ୟ»ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଆନ୍ତରିକତା ନାହିଁ: କାମ କରୁନି ‘ଜିରୋ କାଜୁଆଲ୍‌ଟି’
    ରାଜ୍ୟ

    ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଆନ୍ତରିକତା ନାହିଁ: କାମ କରୁନି ‘ଜିରୋ କାଜୁଆଲ୍‌ଟି’

    NewsLaxmi7By NewsLaxmi7August 2, 2023Updated:August 2, 2023No Comments3 Mins Read
    Facebook Twitter LinkedIn WhatsApp Email
    Share
    Facebook Twitter LinkedIn Email WhatsApp

    ଭୁବନେଶ୍ବର: ମେ’ ପ୍ରଥମ ସପ୍ତାହ। ବାତ୍ୟା ‘ମୋଚା’ ଓଡ଼ିଶା ଛୁଇଁବାର ସମ୍ଭାବନା ହିଁ ନ ଥିଲା। ତା’ସତ୍ତ୍ବେ ମୁକାବିଲା ପାଇଁ ବିଏମ୍‌ସି ପ୍ରସ୍ତୁତ କରିଥିଲା ରଣନୀତି। ବୈଠକ କରି ବିଏମ୍‌ସି ମେୟର ସୁଲୋଚନା ଦାସ ‘ଜିରୋ କାଜୁଆଲ୍‌ଟି’ ଉପରେ ଗୁରୁତ୍ବାରୋପ କରିଥିଲେ। ପ୍ରତ୍ୟେକ ଜୋନ୍‌ ଓ ମୁଖ୍ୟାଳୟରେ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଖୋଲିବା, କୌଣସି ଅଧିକାରୀ କିମ୍ବା କର୍ମଚାରୀ ୧୦ ଦିନ ପର୍ଯ୍ୟନ୍ତ ମୁଖ୍ୟାଳୟ ଛାଡ଼ି ନଯିବାକୁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ଗୋଟିଏ ଦିନର ବର୍ଷା ମୁକାବିଲାରେ ବିଏମ୍‌ସି କେତେ ସକ୍ଷମ, ତାହା ଗତକାଲି ପ୍ରମାଣିତ ହୋଇ ଯାଇଛି। ଗତକାଲି, ଅର୍ଥାତ୍‌ ୩୧ ତାରିଖରେ ଭୁବନେଶ୍ବରରେ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଶେଷଜ୍ଞମାନେ ଆଗୁଆ ଆକଳନ କରିଥିଲେ। ଖୋର୍ଦ୍ଧା ଜିଲ୍ଳାରେ ବର୍ଷା ହେବାର ଆଶଙ୍କା ଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଥିଲେ ମଧ୍ୟ ବିଏମ୍‌ସି ପକ୍ଷରୁ ସେଭଳି କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଇ ନଥିଲା। କୌଣସି ତ୍ବରିତ ପଦକ୍ଷେପ ତ ନିଆ ଗଲାନାହିଁ, ବର୍ଷ ବର୍ଷ ଧରି ସମାନ ସମସ୍ୟା ଦେଖା ଯାଉଥିଲେ ମଧ୍ୟ ତା’ର ସ୍ଥାୟୀ ସମାଧାନ ପାଇଁ କର୍ତ୍ତୃପକ୍ଷଙ୍କ ପାଖରେ ଆଦୌ ଆଗ୍ରହ ଦେଖା ଯାଉନାହିଁ।

    ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ବାତ୍ୟା ହେଉ କି ବନ୍ୟା, ରାଜ୍ୟ ସରକାର ‘ଜିରୋ କାଜୁଆଲ୍‌ଟି’ର ଡେଙ୍ଗୁରା ପିଟୁଛନ୍ତି। ଏହାକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଖୁବ୍‌ ପ୍ରଚାର କରାଯାଉଛି। ଅଧିକାରୀମାନେ ଏଥିପ୍ରତି ଗୁରୁତ୍ବ ଦେବାକୁ ସମସ୍ତ ବିଭାଗକୁ ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ ଥିବା କଥା କୁହା ଯାଉଛି। କିନ୍ତୁ ଖୋଦ୍‌ ରାଜଧାନୀ ରାଜରାସ୍ତା ଉପରେ ଗତକାଲି ବର୍ଷା ଓ ପବନରେ ଜଣଙ୍କର ମୃତ୍ୟୁ ଘଟିବା ସହିତ ୫ରୁ ଅଧିକ ଲୋକ ଆହତ ହୋଇଛନ୍ତି। ୨୦୦ରୁ ଅଧିକ ପରିବାର ଘଣ୍ଟା ଘଣ୍ଟା ଧରି ଜଳବନ୍ଦୀ ହୋଇ ରାତି କାଟିଛନ୍ତି। ଅନେକ ପରିବାର ଘର ଛାଡ଼ି ଚାଲି ଯାଉଛନ୍ତି।

    ଜଳବନ୍ଦୀ ସମସ୍ୟା ଏଡ଼ାଇବା ପାଇଁ ଭିତ୍ତିଭୂମିକୁ ସୁଦୃଢ଼ କରିବାକୁ ବ୍ୟାପକ ଯୋଜନା ପୂର୍ବରୁ ହୋଇଛି ଅବଶ୍ୟ, କିନ୍ତୁ ଏ ପ୍ରସଙ୍ଗରେ ଅଧିକାରୀମାନଙ୍କ ନିଷ୍ଠା ତଥା ଲୋକପ୍ରତିନିଧିମାନଙ୍କ ଇଚ୍ଛାଶକ୍ତିର ଅଭାବ ଯୋଗୁ କାମ ଆରମ୍ଭ ମଧ୍ୟ ହୋଇନାହିଁ କହିଲେ ଚଳେ। ଉପକଣ୍ଠ କଥା ଦୂରରେ ଥାଉ, ରାଜଧାନୀର ଛାତି ଉପରେ ଥିବା ଜୟ‌ଦେବ ବିହାର ଲେନ୍‌-୫, ଝାରପଡ଼ା ବୈରାଗୀନଗର, ଆଇଆରସି ଭିଲେଜ୍‌, ବମିଖାଲ, ଲକ୍ଷ୍ମୀସାଗର ଅଞ୍ଚଳ ଜଳବନ୍ଦୀରୁ ବାଦ୍‌ ପଡ଼ି ନାହିଁ। ଡ୍ରେନ୍‌ ଉଚ୍ଛୁଳି ଲୋକଙ୍କ ଘରେ ପାଣି ପଶିଛି। ପୁରୁଣା ଭୁବନେଶ୍ବରର ଶୀତଳଷଷ୍ଠୀ ଲେନ୍‌, ରଥରୋଡ, କପିଳେଶ୍ବର ବିହାର ଲେନ୍‌-୩, କସ୍‌ମୋପଲି ଅଞ୍ଚଳ, ସୁବାସନଗର ବସ୍ତି, ପାଇକନଗର ଡେଲ୍‌ଟା ଛକ, ରବୀନ୍ଦ୍ର ଗାର୍ଡେନ, ଦମୟନ୍ତୀ ଆପାର୍ଟମେଶ୍ଟ, ସତ୍ୟବିହାର, ଏସ୍‌ଡିଏମ୍‌ କୋର୍ଟ, ଭୀମଟାଙ୍ଗୀ, ଜଗମୋହନ ନଗର, ମଧୁସୂଦନ ନଗର, ବନଫୁଲ ବସ୍ତି, ପ୍ରାଚୀ ବିହାର, ପୋଖରୀପୁଟ, ପାତ୍ରପଡ଼ା, ଗଣ୍ଡମୁଣ୍ଡା ଶିବ ମନ୍ଦିର ନିକଟ, ନୀଳକଣ୍ଠେଶ୍ବର ନଗରରେ ବହୁ ଲୋକ ଜଳବନ୍ଦୀ ହୋଇ ରହିଥିଲେ। ଓଡ୍ରାଫ୍‌ ସମେତ ଅଗ୍ନିଶମ ବିଭାଗର କର୍ମଚାରୀ ସେମାନଙ୍କୁ ଉଦ୍ଧାର କରିବା ସହ ସୁରକ୍ଷିତ ସ୍ଥାନକୁ ନେଇଥିଲେ।

    ଆଜି ବି ଭୁବନେଶ୍ୱରରେ ପ୍ରବଳ ବର୍ଷା ହୋଇଛି। ଗତକାଲିର ବର୍ଷ ପରେ ବିଏମ୍‌ସି ପକ୍ଷରୁ ଆଜି ତତ୍ପରତା ପ୍ରକାଶ କରାଯାଇଛି। ଯୁଦ୍ଧାକାଳୀନ ଭିତ୍ତିରେ ଡ୍ରେନ୍‌ ସଫା ହେଉଛି। ରାସ୍ତାର ଯେଉଁଠି ଡ୍ରେନ୍‌ ପାଣି ଜମି ରହୁଛି ତାହା କିଭଳି ନିଷ୍କାସନ ହୋଇପାରିବ ସେଥିପାଇଁ ବାଟ ଫିଟା ଚାଲିଛି। ଅଧିକାରୀମାନେ ପ୍ରତି ୱାର୍ଡ ବୁଲି ସ୍ଥିତିର ଅନୁଧ୍ୟାନ କରିଛନ୍ତି। ସହରର ଅନେକ ଅଞ୍ଚଳରେ ଲୋକଙ୍କ ଘର ଭିତରେ ଆଣ୍ଠୁଏ ଉଚ୍ଚର ନାଳ ପାଣି ପଶିଥିଲା। ସକାଳେ ପାଣି କଢ଼ା ଯାଇଥିଲେ ମଧ୍ୟ ଘରେ ଥିବା ଆସବାବପତ୍ର, ଖଟ, ଗଦି, ଶାଢ଼ୀ ଓ ପେଷାକପତ୍ର ପାଣିରେ ଓଦା ହୋଇଯାଇଛି। ବହୁ ଲୋକଙ୍କ ଘରେ ରୋଷେଇ ବନ୍ଦ। ଏତେ ପାଣି ପଶିଛି ଯେ କାଢ଼ି କାଢ଼ି ଲୋକେ ନୟାନ୍ତ ହେଲେଣି। ଜଳବନ୍ଦୀ ସ୍ଥିତି ଯୋଗୁଁ ସବୁଠି ଲୋକେ ଅସନ୍ତେଷ ପ୍ରକାଶ କରିଛନ୍ତି। ଆଜି ମଧ୍ୟାହ୍ନ ସମୟରେ ହୋଇଥିବା ବର୍ଷା ପୁଣିଥରେ ଲୋକଙ୍କ ମଧ୍ୟରେ ଭୟ ଆଣିଦେଇଥିଲା।

    ଟାଉନ୍‌ ପ୍ଲାନରମାନଙ୍କ କହିବା କଥା ହେଉଛି, ସହରରେ ପ୍ରାକୃତିକ ଜଳ ନିଷ୍କାସନ ବ୍ୟାହତ ହୋଇଛି। ଜବରଦଖଲ ସମସ୍ୟା ବଢ଼ୁଥିବାରୁ ଜଳ ନିଷ୍କାସନ ହୋଇ ପାରୁନାହିଁ। ସହର ଭିତରେ ଥିବା ଜଳାଶୟ ସଙ୍କୁଚିତ ହେବା ଦ୍ବାରା ଜଳାଶୟଗୁଡ଼ିକର ଜଳଧାରଣ କ୍ଷମତା କମିଛି। ପାଣି ଉଛୁଳୁଛି। ସହରର ଭୌଗଳିକ ସ୍ଥିତିକୁ ଅଣଦେଖା କରି ନିର୍ମାଣ ହେଉଛି। ନିର୍ମାଣ ଅନୁପଯୋଗୀ ସ୍ଥାନରେ ନିର୍ମାଣ ଯୋଗୁଁ ପାଣି ଜମୁଛି। ରାସ୍ତା ଉପରେ କଂକ୍ରିଟ୍ ନିର୍ମାଣ ଯୋଗୁଁ ବର୍ଷା ଜଳର ସ୍ରୋତ ବଢ଼ୁଛି। ଲୋକଙ୍କ ଘରର ଉଚ୍ଚତା ତୁଳନାରେ ରାସ୍ତାର ଉଚ୍ଚତା ବହୁତ ଅଧିକ ହୋଇଯାଇଥିବାରୁ ବର୍ଷା ହେବା ମାତ୍ରେ ଘରେ ପାଣି ପଶୁଛି। ଏନେଇ ବହୁ ବର୍ଷ ହେଲା ଅଭିଯୋଗ ହେଉଥିଲେ ମଧ୍ୟ ପ୍ରଶାସନ ସେଥିପ୍ରତି ଗୁରୁତ୍ବ ଦେଉ ନାହିଁ। ଡ୍ରେନ୍‌ଗୁଡ଼ିକ ସଂକୁଚିତ ହେବା ପାଣି ପଶିବାର ଅନ୍ୟ ଏକ କାରଣ। ବିଏମ୍‌ସିର ବିନା ଅନୁମତିରେ ଲୋକେ ଅବାଧ ଘର ନିର୍ମାଣ ହେଉଛି। ଘର ନିର୍ମାଣ ସମୟରେ ଡ୍ରେନ୍ ବ୍ୟବସ୍ଥାକୁ ଅଣଦେଖା କରାଯାଉଥିବାରୁ ଏଭଳି ସମସ୍ୟା ଉପୁଜୁଛି। ଜଳବନ୍ଦୀର ଏହି ସ୍ଥିତି ପ୍ରଥମ ଥର ହୋଇଛି। ସହର ବଢ଼ିବା ସହ ଏହି ସମସ୍ୟା ବଢ଼ି ବଢ଼ି ଚାଲିଛି। ବେଳ ଥାଉଁ ଥାଉଁ ସରକାର ସତର୍କ ନହେଲେ, ଆଗକୁ ସ୍ଥିତି ଆହୁରି ସଙ୍ଗିନ ହେବ, ଏଥିରେ ସନ୍ଦେହ ନାହିଁ।

    Share. Facebook Twitter LinkedIn WhatsApp Email
    Previous Articleଆଗୁଆ ନିର୍ବାଚନ ପାଇଁ ଅଣ୍ଟା ଭିଡ଼ିଲେଣି: ରାଜନୈତିକ କାର୍ଯ୍ୟକ୍ରମକୁ ବଳ ଦେଉଛି ଅତିରିକ୍ତ ବଜେଟ୍ ପ୍ରସ୍ତୁତି
    Next Article ୬ କ୍ବିଣ୍ଟାଲ ଗଞ୍ଜେଇ ଜବତ, ଜଣେ ଗିରଫ
    NewsLaxmi7
    • Website

    Related Posts

    ଏଏସ୍‌ଆଇ ମୃତ୍ୟୁ ଘଟଣା: ହତ୍ୟା ଅଭିଯୋଗ ଆଣିଲେ ସ୍ବାମୀ

    October 3, 2023

    ଦିବ୍ୟାଙ୍ଗ ପିଲାମାନେ ଯାଦୁଗର: ଧର୍ମେନ୍ଦ୍ର ପ୍ରଧାନ

    October 3, 2023

    ସୀମାନ୍ତରେ ୪୦ ସ୍କୁଲ ବନ୍ଦ: ସେଦିନର ମଣିଷଗଢ଼ା କାରଖାନା ଏବେ ଖେଳପଡ଼ିଆ

    October 3, 2023

    ବଢ଼ୁଛି ଲାଲ କେଶର ଅଣ୍ଡା ଚାହିଦା: ୧୦ଲକ୍ଷ ଦରକାର, ଅଢ଼େଇ ଲକ୍ଷ ମିଳୁଛି

    October 3, 2023
    • Facebook
    • Twitter
    • Instagram
    • YouTube
    Our Picks

    ସାଧୁ ବେଶରେ ୱାଣ୍ଟେଡ୍ କ୍ରିମିନାଲ୍: ୨୩ ବର୍ଷ ପରେ ଧରିଲା ପୁଲିସ

    July 3, 2023

    ମାତିଛନ୍ତି ମାଟି ମାଫିଆ: ତାଡ଼ିଦେଲେ ଗଙ୍ଗୁଆ ନଦୀବନ୍ଧ

    April 3, 2023

    ପଶ୍ଚିମବଙ୍ଗ ରାମ ନବମୀ ରାଲିରେ ପୁଣି ହିଂସାକାଣ୍ଡ: ‘ବିଜେପି’ ବିଧାୟକ ଆହତ

    April 3, 2023

    ଆଜିଠୁ ନୂଆ ଶିକ୍ଷାବର୍ଷ: ୮ ତାରିଖ ଯାଏ ନାମଲେଖା, ୧୧ରୁ ସକାଳୁଆ ସ୍କୁଲ

    April 3, 2023
    Don't Miss
    ରାଜ୍ୟ

    ଏଏସ୍‌ଆଇ ମୃତ୍ୟୁ ଘଟଣା: ହତ୍ୟା ଅଭିଯୋଗ ଆଣିଲେ ସ୍ବାମୀ

    October 3, 2023

    ରାଉରକେଲା: ଉଦିତନଗର ଥାନା ଏଏସ୍‌ଆଇ ଆଲିସ୍‌ ନାରମି ଲୁଗୁନ୍‌ଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାକୁ ନେଇ ତେଜୁଛି ବିବାଦ। ଏହି ଘଟଣାରେ…

    ଦିବ୍ୟାଙ୍ଗ ପିଲାମାନେ ଯାଦୁଗର: ଧର୍ମେନ୍ଦ୍ର ପ୍ରଧାନ

    October 3, 2023

    ସୀମାନ୍ତରେ ୪୦ ସ୍କୁଲ ବନ୍ଦ: ସେଦିନର ମଣିଷଗଢ଼ା କାରଖାନା ଏବେ ଖେଳପଡ଼ିଆ

    October 3, 2023

    ବଢ଼ୁଛି ଲାଲ କେଶର ଅଣ୍ଡା ଚାହିଦା: ୧୦ଲକ୍ଷ ଦରକାର, ଅଢ଼େଇ ଲକ୍ଷ ମିଳୁଛି

    October 3, 2023

    Subscribe to Updates

    Get the latest creative news from SmartMag about art & design.

    About Us
    About Us

    Welcome to Newslaxmi7, where we are dedicated to providing timely, accurate, and unbiased news coverage to our readers. As a leading news organization, we are committed to journalistic integrity and believe that providing our audience with reliable information is essential to a functioning democracy.

    Our Picks

    ଟୋକିଓ ଅଲିମ୍ପିକ୍ସ ଅବଗଣନା: ଆଉ ୩୨ ଦିନ, ସଂକ୍ରମଣ ବଢ଼ିଲେ ବନ୍ଦଦ୍ବାର ଭିତରେ ଅଲିମ୍ପିକ୍ସ

    June 22, 2021

    ୩ ଦିନରେ ଓଡ଼ିଶା ଛୁଇଁବ ମୌସୁମୀ, ୨୧ରୁ ପ୍ରାକ୍ ମୌସୁମୀ ବର୍ଷା

    June 20, 2023

    ଓଡ଼ିଶା ପୁଲିସ ପାଇଁ ନକ୍ସଲ ଓ ସାଇବର ଅପରାଧ ମୁଖ୍ୟ ଫୋକସ୍: ପୁଲିସ ଡିଜି

    January 2, 2023
    Quick Links
    • Home
    • About us
    • Contact Us
    © 2022 - Newslaxmi7. All Rights Reserved.
    • Home
    • About us
    • Contact Us

    Type above and press Enter to search. Press Esc to cancel.