ରାଜ୍ୟ

ଜଙ୍ଗଲୀ ଜନ୍ତୁଙ୍କ ଗତିବିଧି ନେଇ ମିଳିବ ଆଗୁଆ ସୂଚନା: ସୁରକ୍ଷା କରିଡର ସୁଦୃଢ଼ କରାଯିବ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଭୁବନେଶ୍ବର: ଜନବସତି ମଧ୍ୟରେ ଜଙ୍ଗଲୀ ଜନ୍ତୁଙ୍କ ଉପଦ୍ରବ ରୋକିବା ନିମନ୍ତେ ରାଜ୍ୟ ସରକାର ଲକ୍ଷ୍ୟଭେଦୀ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ସଂପୃକ୍ତ ଅଞ୍ଚଳରେ ଜନଜୀବନ ରକ୍ଷା ସହ ଜୀବଜନ୍ତୁଙ୍କ ସୁରକ୍ଷା ଉପରେ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯିବ। ଏପରିକି ଜଙ୍ଗଲୀ ଜନ୍ତୁଙ୍କ ଗତିବିଧି ନେଇ ସଂପୃକ୍ତ ଅଞ୍ଚଳରେ ସେହି ସମୟରେ ଉପଲବ୍ଧ ମୋବାଇଲ ନମ୍ବରକୁ ଆଗୁଆ ଏସ୍ଏମ୍‌ଏସ୍ ପ୍ରଦାନ କରାଯିବ। ମୁଖ୍ୟ ସଚିବ ପ୍ରଦୀପ ଜେନାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବସିଥିବା ଏକ ଉଚ୍ଚସ୍ତରୀୟ ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି।

ଶକ୍ତି ବିଭାଗ ପକ୍ଷରୁ ନିୟୋଜିତ ବେସରକାରୀ ସଂସ୍ଥା ‘ସ୍ନେହା’ ପକ୍ଷରୁ ମଣିଷ-ଜଙ୍ଗଲୀ ଜନ୍ତୁ ବିଶେଷକରି ହାତୀ ବିବାଦ ଉପରେ ଏକ ଅଧ୍ୟୟନ ପ୍ରସ୍ତାବ ଉପସ୍ଥାପନ କରାଯାଇଥିଲା। ଏଥିରେ ହାତୀ ଉପଦ୍ରବ ଅଞ୍ଚଳକୁ ୪ ଭାଗରେ ବିଭକ୍ତ କରାଯାଇ ଜୋନ୍‌-୧ରେ ହାତୀ ସୁରକ୍ଷା, ଜୋନ୍‌-୨ରେ ଉଭୟଙ୍କ ସହାବସ୍ଥାନ, ଜୋନ୍‌-୩ରେ ବିବାଦ ହ୍ରାସ ଏବଂ ଜୋନ୍‌-୪ରେ ହାତୀଙ୍କ ପ୍ରବେଶକୁ ପ୍ରତିରୋଧ କରିବା ଉପରେ ପ୍ରସ୍ତାବ ଦିଆଯାଇଥିଲା। ହାତୀ ଉପଦ୍ରବ ଅଞ୍ଚଳରେ ଥିବା ଜନବସତିରେ ଜୀବନମାନ ଶୖଳୀରେ ଉନ୍ନତି ଆଣିବା, ଉଭୟ ମଣିଷ ଓ ହାତୀ ମୃତାହତ ହ୍ରାସ କରିବା ଉପରେ ଉକ୍ତ ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା। ଏହାସହ ଜଙ୍ଗଲ, ଶକ୍ତି ଏବଂ ସଂପୃକ୍ତ ଅନ୍ୟାନ୍ୟ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରିବା ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା।

ଏହାସହ ଉକ୍ତ ଅଞ୍ଚଳରେ ସଚେତନତା ବୃଦ୍ଧି,ସୁରକ୍ଷା କରିଡର ସୁଦୃଢ଼ କରିବା, ରେଡିଓ କଲାର ମାଧ୍ୟମରେ ଜଙ୍ଗଲୀ ଜନ୍ତୁଙ୍କ ଗତିବିଧି ଉପରେ ନଜର ରଖିବା, ଜଙ୍ଗଲ ବିଭାଗ କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି, କ୍ଷୟକ୍ଷତିର ତୁରନ୍ତ ଆକଳନ, ଉପଦ୍ରବ ଅଞ୍ଚଳରେ ବିଦ୍ୟୁତ ଚୋରାଚାଲାଣ ରୋକିବାକୁ ପାଟ୍ରୋଲିଂ କଡାକଡି ଏବଂ ସଂପୃକ୍ତ ଅପରାଧୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିମନ୍ତେ ବୈଠକରେ ଆଲୋଚନା ହୋଇଥିଲା। ଆବଶ୍ୟକ ସ୍ଥଳେ ଜଙ୍ଗଲୀ ଜନ୍ତୁଙ୍କ ଦ୍ୱାରା ଫସଲ ହାନି ଏବଂ ଧନଜୀବନ କ୍ଷତିଗ୍ରସ୍ତ ହେବା ନେଇ ତୁରନ୍ତ ଠିକ୍‌ ଆକଳନ ଏବଂ ସହାୟତା ରାଶି ବୃଦ୍ଧି ଉପରେ ମିଳିତ ଭାବେ ବିଚାର ଆଲୋଚନା କରି ପଦକ୍ଷେପ ନେବାକୁ ମୁଖ୍ୟସଚିବ ସଂପୃକ୍ତ ବିଭାଗୀୟ ସଚିବମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ବୈଠକରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ମୋନା ଶର୍ମା, ଶକ୍ତି ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ନିକୁଞ୍ଜ ବିହାରୀ ଧଳ, ଟିପିସିଓଡିଏଲ୍‌ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏମ୍. ସେନବାଗନ୍‌, ସ୍ନେହାର ରାମାସ୍ୱାମୀ କ୍ରିଷ୍ଣନ୍ ପ୍ରମୁଖ ଉପସ୍ଥିତ ଥିଲେ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।