ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ଭୁବନେଶ୍ବର : ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନଙ୍କୁ ଆଜି ଛତିଶଗଡ଼ ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି। ଛତିଶଗଡ଼ ରାଜ୍ୟପାଳ ଅନୁସୂଇୟା ଉଇକେଙ୍କୁ ମଣିପୁରର ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି। ସୁପ୍ରିମ କୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ଏସ୍. ଅବଦୁଲ୍ ନଜିର୍ଙ୍କୁ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଏହି ନିଯୁକ୍ତି ଦେଇଛନ୍ତି।
ବିଶ୍ବଭୂଷଣଙ୍କୁ ନୂଆ ନିଯୁକ୍ତି ମିଳିଥିବା ବେଳେ ଆସନ୍ତା ୫ବର୍ଷ ପାଇଁ ଛତିଶଗଡ଼ ଦାୟିତ୍ବରେ ରହିବେ ନା ରାଜ୍ୟପାଳ ଭାବେ ତାଙ୍କ କାର୍ଯ୍ୟକାଳ ଶେଷ ହେଉଥିବା ୨୩ ଜୁଲାଇ ୨୦୨୪ ପର୍ଯ୍ୟନ୍ତ ରହିବ ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନି। ସେହିପରି ଛତିଶଗଡ଼ ରାଜ୍ୟପାଳ ଭାବେ ଶ୍ରୀ ହରିଚନ୍ଦନ କେବେ ଦାୟିତ୍ବ ଗ୍ରହଣ କରିବେ ତାହା ଆନ୍ଧ୍ରପ୍ରଦେଶ ରାଜଭବନ ପକ୍ଷରୁ ସ୍ପଷ୍ଟ ହୋଇନି।
ସୂଚନାଯୋଗ୍ୟ ଯେ ୮୮ବର୍ଷୀୟ ଶ୍ରୀ ହରିଚନ୍ଦନ ୨୪ ଜୁଲାଇ ୨୦୧୯ରେ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବେ ଦାୟିତ୍ବ ନେବା ପୂର୍ବରୁ ୧୯୭୭ରୁ ୧୯୮୦ ଏବଂ ୧୯୯୦ରୁ ୧୯୯୫ ପର୍ଯ୍ୟନ୍ତ ଚିଲିକାର ବିଧାୟକ ଥିବାବେଳେ ୧୯୯୭ରୁ ୨୦୦୯ ପର୍ଯ୍ୟନ୍ତ ଭୁବନେଶ୍ବରର ବିଧାୟକ ଥିଲେ। ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ଓଡ଼ିଶା ସରକାରଙ୍କ ଆଇନ, ରାଜସ୍ବ, ମତ୍ସ୍ୟ ସମ୍ପଦ ବିଭାଗର ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l