ବାଲେଶ୍ବର: ରାତି ଅଧରେ ପାଟ୍ରୋଲିଂ କରୁଛନ୍ତି ବାଲେଶ୍ବର ଏସ୍ପି ସାଗରିକା ନାଥ। ତାଙ୍କୁ ମିଳିଥିବା ସରକାରୀ ଗାଡ଼ି କିମ୍ବା ନିଜ ସୁରକ୍ଷା କର୍ମୀଙ୍କ ସହ ନୁହେଁ, ଏକୁଟିଆ ଆପାଚି ବାଇକ୍ ଚଳାଇ ସେ ପଇଁତରା ମାରୁଥିବା ଦୃଶ୍ୟ ଏବେ ସାମ୍ନାକୁ ଆସିଛି। ସାମାଜିକ ଗଣମାଧ୍ୟମରେ ଏହି ମହିଳା ଆଇପିଏସ୍ଙ୍କ ରାତ୍ରିକାଳୀନ ପହରା ଦୃଶ୍ୟ ଭାଇରାଲ୍ ହେବା ପରେ ତାଙ୍କ ଦୁଃସାହସିକ କାମକୁ ନେଇ ଚର୍ଚ୍ଚା ବି ଆରମ୍ଭ ହୋଇଛି। ଏସ୍ପି ସାଗରିକା ନିଜେ ମଧ୍ୟ ଏହାକୁ ସ୍ବୀକାର କରିଛନ୍ତି। ପ୍ରତିକ୍ରିୟା ରଖି କହିଛନ୍ତି, ରାତିରେ ସହରର ସ୍ଥିତି ପରଖିବା ପାଇଁ ସେ ପ୍ରତି ଦୁଇ ସପ୍ତାହରେ ଥରେ ରାତ୍ରି ପହରାରେ ବାହାରିଥାନ୍ତି। ସହରରେ ଅପରାଧ ତଥା ଅପରାଧୀଙ୍କ ଗତିବିଧି ସହ ବିଭିନ୍ନ ସ୍ଥାନରେ ଡ୍ୟୁଟି କରୁଥିବା ପୁଲିସ କର୍ମଚାରୀ, ବିଭିନ୍ନ ଥାନା ଓ ରାତିରେ ଥାନା ପରିସରରେ ପୁଲିସ କେତେ ସକ୍ରିୟ ରହୁଛି, ସେସବୁ ଉପରେ ଦୃଷ୍ଟି ପକାଇବା ପାଇଁ ସେ ଏହିପରି ଅନ୍ଧାରୀ ବିଜେ କରିଥାନ୍ତି।
Trending
- ଡେରିରେ ଛାଡ଼ିପାରେ ମୌସୁମୀ: ବହୁଛି ଦକ୍ଷିଣା ସାମୁଦ୍ରିକ ପବନ, ଉତ୍ତରା ପବନ ଡେରିରେ ଆସିବ
- ଭୁଶୁଡ଼ିଲା ମାଟିଘର: ବାପାର ଗଲା ଜୀବନ, ବର୍ତ୍ତିଗଲା ପୁଅ
- ପୁଣି ଆଶା ଦେଖାଇଲେ ସରକାର: ଖୋଲିପାରେ ବନ୍ଦ ସ୍କୁଲର ତାଲା
- ଏଏସ୍ଆଇ ମୃତ୍ୟୁ ଘଟଣା: ହତ୍ୟା ଅଭିଯୋଗ ଆଣିଲେ ସ୍ବାମୀ
- ଦିବ୍ୟାଙ୍ଗ ପିଲାମାନେ ଯାଦୁଗର: ଧର୍ମେନ୍ଦ୍ର ପ୍ରଧାନ
- ସୀମାନ୍ତରେ ୪୦ ସ୍କୁଲ ବନ୍ଦ: ସେଦିନର ମଣିଷଗଢ଼ା କାରଖାନା ଏବେ ଖେଳପଡ଼ିଆ
- ବଢ଼ୁଛି ଲାଲ କେଶର ଅଣ୍ଡା ଚାହିଦା: ୧୦ଲକ୍ଷ ଦରକାର, ଅଢ଼େଇ ଲକ୍ଷ ମିଳୁଛି
- ପୋଖରୀରୁ ଧରା ହେଲା ୧୪ ଫୁଟ୍ର କୁମ୍ଭୀର
Tuesday, October 3