ରାଜ୍ୟ ସ୍ପେଶାଲ ରିପୋର୍ଟ

ଚର୍ଚ୍ଚାରେ ଆଇପିଏସ୍‌ ସାଗରିକାଙ୍କ ରାତ୍ରିକାଳୀନ ପହରା

ବାଲେଶ୍ବର: ରାତି ଅଧରେ ପାଟ୍ରୋଲିଂ କରୁଛନ୍ତି ବାଲେଶ୍ବର ଏସ୍‌ପି ସାଗରିକା ନାଥ। ତାଙ୍କୁ ମିଳିଥିବା ସରକାରୀ ଗାଡ଼ି କିମ୍ବା ନିଜ ସୁରକ୍ଷା କର୍ମୀଙ୍କ ସହ ନୁହେଁ, ଏକୁଟିଆ ଆପାଚି ବାଇକ୍‌ ଚଳାଇ ସେ ପଇଁତରା ମାରୁଥିବା ଦୃଶ୍ୟ ଏବେ ସାମ୍‌ନାକୁ ଆସିଛି। ସାମାଜିକ ଗଣମାଧ୍ୟମରେ ଏହି ମହିଳା ଆଇପିଏସ୍‌ଙ୍କ ରାତ୍ରିକାଳୀନ ପହରା ଦୃଶ୍ୟ ଭାଇରାଲ୍‌ ହେବା ପରେ ତାଙ୍କ ଦୁଃସାହସିକ କାମକୁ ନେଇ ଚର୍ଚ୍ଚା ବି ଆରମ୍ଭ ହୋଇଛି। ଏସ୍‌ପି ସାଗରିକା ନିଜେ ମଧ୍ୟ ଏହାକୁ ସ୍ବୀକାର କରିଛନ୍ତି। ପ୍ରତିକ୍ରିୟା ରଖି କହିଛନ୍ତି, ରାତିରେ ସହରର ସ୍ଥିତି ପରଖିବା ପାଇଁ ସେ ପ୍ରତି ଦୁଇ ସପ୍ତାହରେ ଥରେ ରାତ୍ରି ପହରାରେ ବାହାରିଥାନ୍ତି। ସହରରେ ଅପରାଧ ତଥା ଅପରାଧୀଙ୍କ ଗତିବିଧି ସହ ବିଭିନ୍ନ ସ୍ଥାନରେ ଡ୍ୟୁଟି କରୁଥିବା ପୁଲିସ କର୍ମଚାରୀ, ବିଭିନ୍ନ ଥାନା ଓ ରାତିରେ ଥାନା ପରିସରରେ ପୁଲିସ କେତେ ସକ୍ରିୟ ରହୁଛି, ସେସବୁ ଉପରେ ଦୃଷ୍ଟି ପକାଇବା ପାଇଁ ସେ ଏହିପରି ଅନ୍ଧାରୀ ବିଜେ କରିଥାନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।