Subscribe to Updates

    Get the latest creative news from FooBar about art, design and business.

    What's Hot

    ଡେରିରେ ଛାଡ଼ିପାରେ ମୌସୁମୀ: ବହୁଛି ଦକ୍ଷିଣା ସାମୁଦ୍ରିକ ପବନ, ଉତ୍ତରା ପବନ ଡେରିରେ ଆସିବ

    October 3, 2023

    ଭୁଶୁଡ଼ିଲା ମାଟିଘର: ବାପାର ଗଲା ଜୀବନ, ବର୍ତ୍ତିଗଲା ପୁଅ

    October 3, 2023

    ପୁଣି ଆଶା ଦେଖାଇଲେ ସରକାର: ଖୋଲିପାରେ ବନ୍ଦ ସ୍କୁଲର ତାଲା

    October 3, 2023
    Facebook X (Twitter) Instagram
    Trending
    • ଡେରିରେ ଛାଡ଼ିପାରେ ମୌସୁମୀ: ବହୁଛି ଦକ୍ଷିଣା ସାମୁଦ୍ରିକ ପବନ, ଉତ୍ତରା ପବନ ଡେରିରେ ଆସିବ
    • ଭୁଶୁଡ଼ିଲା ମାଟିଘର: ବାପାର ଗଲା ଜୀବନ, ବର୍ତ୍ତିଗଲା ପୁଅ
    • ପୁଣି ଆଶା ଦେଖାଇଲେ ସରକାର: ଖୋଲିପାରେ ବନ୍ଦ ସ୍କୁଲର ତାଲା
    • ଏଏସ୍‌ଆଇ ମୃତ୍ୟୁ ଘଟଣା: ହତ୍ୟା ଅଭିଯୋଗ ଆଣିଲେ ସ୍ବାମୀ
    • ଦିବ୍ୟାଙ୍ଗ ପିଲାମାନେ ଯାଦୁଗର: ଧର୍ମେନ୍ଦ୍ର ପ୍ରଧାନ
    • ସୀମାନ୍ତରେ ୪୦ ସ୍କୁଲ ବନ୍ଦ: ସେଦିନର ମଣିଷଗଢ଼ା କାରଖାନା ଏବେ ଖେଳପଡ଼ିଆ
    • ବଢ଼ୁଛି ଲାଲ କେଶର ଅଣ୍ଡା ଚାହିଦା: ୧୦ଲକ୍ଷ ଦରକାର, ଅଢ଼େଇ ଲକ୍ଷ ମିଳୁଛି
    • ପୋଖରୀରୁ ଧରା ହେଲା ୧୪ ଫୁଟ୍‌ର କୁମ୍ଭୀର
    Tuesday, October 3
    Facebook X (Twitter) Instagram
    Facebook X (Twitter) Instagram
    NEWS LAXMI 7
    Subscribe
    • ଦେଶ ବିଦେଶ
    • ରାଜ୍ୟ
    • ରାଜନୀତି
    • କଳା ଓ ସଂସ୍କୃତି
    • ଲାଇଫ୍ ଷ୍ଟାଇଲ
    • ମନୋରଞ୍ଜନ
      • ଭିଡ଼ିଓ
      • ଖେଳ
    • ପର୍ଯ୍ୟଟନ
    • ଶିକ୍ଷା ଓ ନିଯୁକ୍ତି
    • ଧର୍ମ
    • ସ୍ୱାସ୍ଥ୍ୟ
    • ଅପରାଧ
    • ରାଶିଫଳ
    NEWS LAXMI 7
    Home»ଦେଶ ବିଦେଶ»ଚନ୍ଦ୍ରର ନିକଟତର ହେଉଛି ଚନ୍ଦ୍ରଯାନ-୩: କ’ଣ ଭୂମିକା ରହିଛି ବିକ୍ରମ ଲ୍ୟାଣ୍ଡର ଓ ପ୍ରଜ୍ଞା ରୋଭରର?
    ଦେଶ ବିଦେଶ

    ଚନ୍ଦ୍ରର ନିକଟତର ହେଉଛି ଚନ୍ଦ୍ରଯାନ-୩: କ’ଣ ଭୂମିକା ରହିଛି ବିକ୍ରମ ଲ୍ୟାଣ୍ଡର ଓ ପ୍ରଜ୍ଞା ରୋଭରର?

    NewsLaxmi7By NewsLaxmi7August 4, 2023No Comments2 Mins Read
    Facebook Twitter LinkedIn WhatsApp Email
    Share
    Facebook Twitter LinkedIn Email WhatsApp

    ବେଙ୍ଗାଲୁରୁ: ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର (ଇସ୍ରୋ)ର ଉଚ୍ଚାଭିଳାଷୀ ଚନ୍ଦ୍ର ମିସନ ଚନ୍ଦ୍ରଯାନ-୩ ପୃଥିବୀର ଚାରିପଟେ ଏହାର କକ୍ଷଭ୍ରମଣ ସମାପ୍ତ କରି ମଙ୍ଗଳବାର ଚନ୍ଦ୍ରର ନିକଟତର ହୋଇଥଛି। ଏହି ମିସନଟି ଚନ୍ଦ୍ରପୃଷ୍ଠରେ ଏକ ନରମ ଅବତରଣ କରିବାକୁ ଲକ୍ଷ୍ୟ ରଖିଛି। ଚନ୍ଦ୍ରଯାନ-୨ ଯେଉଁ କ‌ାର୍ଯ୍ୟ କରିବାରେ ବିଫଳ ହୋଇଥିଲା, ସେଥିରେ ସଫଳତା ପାଇବା ହେଉଛି ଏହି ପରବର୍ତ୍ତୀ ମିସନର ଲକ୍ଷ୍ୟ। ଏହି ମହାକାଶଯାନରେ ସ୍ୱଦେଶୀ ପ୍ରପଲ୍‌ସନ ମଡ୍ୟୁଲ୍, ଲ୍ୟାଣ୍ଡର ମଡ୍ୟୁଲ୍ ଏବଂ ଏକ ରୋଭର ରହିଛି। ପ୍ରପଲ୍‌ସନ ସିଷ୍ଟମ୍‌ର ଲକ୍ଷ୍ୟ ହେଉଛି ଲଞ୍ଚ୍ ଭେହିକିଲ ଇଞ୍ଜେକ୍ସନ୍ ଅର୍ବିଟ୍‌ରୁ ଲ୍ୟାଣ୍ଡର ପୃଥକ୍‌ ହେବା ପର୍ଯ୍ୟନ୍ତ ଲ୍ୟାଣ୍ଡର୍ ମଡ୍ୟୁଲ୍‌କୁ ବହନ କରିବା। ଇସ୍ରୋ ଏହାର ମିସନକୁ ‘ଲ୍ୟାଣ୍ଡର୍ ମଡ୍ୟୁଲ୍ ଏବଂ ରୋଭରକୁ ୧୦୦ କିଲୋମିଟର ଚନ୍ଦ୍ର କକ୍ଷପଥ ପର୍ଯ୍ୟନ୍ତ ବହନ କରିବା’ ଭାବରେ ବର୍ଣ୍ଣନା କରିଛି। ତା’ପରେ ୩ରୁ ୬ ମାସ ପର୍ଯ୍ୟନ୍ତ ପରୀକ୍ଷାମୂଳକ ପେଲୋଡ୍ ଅପରେସନ୍ ଜାରି ରହିବ। ପ୍ରପଲ୍‌ସନ ମଡ୍ୟୁଲ୍ ଚନ୍ଦ୍ରର କକ୍ଷପଥରେ ରହିବ ଏବଂ ଏକ ଯୋଗାଯୋଗ ପଏଣ୍ଟ ଭାବରେ କାର୍ଯ୍ୟ କରିବ।

    ବିକ୍ରମ ଲ୍ୟାଣ୍ଡରର ଭୂମିକା: ଚନ୍ଦ୍ରଯାନ-୨ରେ ଲ୍ୟାଣ୍ଡର ଓ ରୋଭରର ନାମ ଯାହା ଥିଲା ଚନ୍ଦ୍ରଯାନ-୩ରେ ବି ନାମ ସେୟା ରହିଛି। ଭାରତୀୟ ମହାକାଶ କାର୍ଯ୍ୟକ୍ରମର ଜନକ ଡ ବିକ୍ରମ ଏ ସାରଭାଇଙ୍କ ନାମାନୁସାରେ ଲ୍ୟାଣ୍ଡରର ନାମକରଣ କରାଯାଇଛି। ଏହା ଗୋଟିଏ ଚନ୍ଦ୍ର ଦିବସ ପାଇଁ କାର୍ଯ୍ୟ କରିବାକୁ ଡିଜାଇନ୍ ହୋଇଛି, ଯାହା ପୃଥିବୀରେ ୧୪ ଦିନ ସହ ସମାନ ଏବଂ ଏକ ସୁରକ୍ଷିତ ଅବତରଣକୁ ସୁନିଶ୍ଚିତ କରିବା ପାଇଁ ଏଥିରେ ଅନେକ ସେନ୍ସର ରହିଛି। ରୋଭର ସହିତ ଏହାର ଓଜନ ପ୍ରାୟ ୧,୭୪୯ କିଲୋଗ୍ରାମ୍। ଏହା ପାର୍ଶ୍ୱରେ ସୌର ପ୍ୟାନେଲଗୁଡିକ ଖଞ୍ଜାଯାଇଛି, ଯାହା ୭୩୮ ୱାଟ୍ ଶକ୍ତି ଉତ୍ପାଦନ କରିପାରିବ ଏବଂ ଚନ୍ଦ୍ରର ଦକ୍ଷିଣ ମେରୁ ଅଞ୍ଚଳରେ ଅନୁସନ୍ଧାନ କାର୍ଯ୍ୟରେ ନିୟୋଜିତ ହେବ। ଇସ୍ରୋର କହିବା ଅନୁଯାୟୀ, ବିକ୍ରମ ଲ୍ୟାଣ୍ଡରରେ ତିନୋଟି ପେଲୋଡ୍ ରହିଛି: ରମ୍ଭା-ଏଲ୍‌ପି – ଯାହା ନିକଟ ପୃଷ୍ଠଭୂମି ପ୍ଲାଜ୍ମା (ଆୟନ୍ ଓ ଇଲେକ୍ଟ୍ରନ୍)ର ଘନତା ଏବଂ ସମୟ ସହିତ ଏହାର ପରିବର୍ତ୍ତନର ପରିମାପ କରିବ; ଚେଷ୍ଟ ବା ‘ଚନ୍ଦ୍ରର ସର୍ଫେସ୍ ଥର୍ମୋଫିଜିକାଲ୍ ଏକ୍ସପେ‌ରିମେଣ୍ଟ’ – ଯାହା ମେରୁ ଅଞ୍ଚଳ ନିକଟରେ ଚନ୍ଦ୍ରପୃଷ୍ଠର ତାପଜ ଗୁଣର ପରିମାପ କରିବ; ଏବଂ ଆଇଏଲ୍ଏସ୍ଏ ବା ‘ଇନ୍‌ଷ୍ଟ୍ରୁମେଣ୍ଟ୍ ଫର୍ ଲୁନାର ସିସ୍ମିକ୍ ଆକ୍ଟିଭିଟି’ ଯାହା ଅବତରଣ ସ୍ଥାନ ଚାରିପାଖରେ ଭୂକମ୍ପକୁ ମାପିବା ସହ ଚନ୍ଦ୍ରର କ୍ରଷ୍ଟ ଏବଂ ମାଣ୍ଟଲ ସଂରଚନା ବିଷୟରେ ସୂଚନା ପ୍ରଦାନ କରିବ।

    ପ୍ରଜ୍ଞା ରୋଭରର ଭୂମିକା: ଏହି ରୋବୋଟିକ୍ ଯାନର ନାମ ହେଉଛି ‘ପ୍ରଜ୍ଞା’, ସଂସ୍କୃତରେ ଯାହାର ଅର୍ଥ ‘ଜ୍ଞାନ’। ଏହା ବାୟୁମଣ୍ଡଳର ମୌଳିକ ରଚନା ଉପରେ ତଥ୍ୟ ସଂଗ୍ରହ କରିବ। ଏହାର ଓଜନ ୨୬ କିଲୋଗ୍ରାମ୍ ଏବଂ ଲ୍ୟାଣ୍ଡର୍ ପରି ଏହା ଗୋଟିଏ ଚନ୍ଦ୍ର ଦିନ ବା ପୃଥିବୀର ୧୪ ଦିନ ଯାଏ କାର୍ଯ୍ୟ କରିବ।
    ରୋଭରରେ ଥିବା ଦୁଇଟି ପେଲୋଡ୍ ହେଉଛି ଏପିଏକ୍ସଏସ୍‌ ବା ‘ଆଲଫା ପାର୍ଟିକାଲ୍ ଏକ୍ସ-ରେ ସ୍ପେକ୍ଟ୍ରୋମିଟର’, ଯାହା ଚନ୍ଦ୍ରପୃଷ୍ଠର ମୌଳିକ ରଚନା ସମ୍ପର୍କରେ ତଥ୍ୟ ପ୍ରଦାନ ପାଇଁ ଉଦ୍ଦିଷ୍ଟ।

    Share. Facebook Twitter LinkedIn WhatsApp Email
    Previous Articleକ୍ୟାଡର ପୁନର୍ବିନ୍ୟାସ ଦାବି ଜୋର ଧରିଲା: ଆନ୍ଦୋଳନ କରିବ କୃଷି ସେବା ସଂଘ
    Next Article ଚୀନ୍‌ରେ ପିଲାଙ୍କ ସ୍ମାର୍ଟଫୋନ୍ ବ୍ୟବହାର ଉପରେ କଟକଣା: ଦିନକୁ ସର୍ବାଧିକ ୨ ଘଣ୍ଟା
    NewsLaxmi7
    • Website

    Related Posts

    ଡେରିରେ ଛାଡ଼ିପାରେ ମୌସୁମୀ: ବହୁଛି ଦକ୍ଷିଣା ସାମୁଦ୍ରିକ ପବନ, ଉତ୍ତରା ପବନ ଡେରିରେ ଆସିବ

    October 3, 2023

    ପୁଣି ଆଶା ଦେଖାଇଲେ ସରକାର: ଖୋଲିପାରେ ବନ୍ଦ ସ୍କୁଲର ତାଲା

    October 3, 2023

    ଏଏସ୍‌ଆଇ ମୃତ୍ୟୁ ଘଟଣା: ହତ୍ୟା ଅଭିଯୋଗ ଆଣିଲେ ସ୍ବାମୀ

    October 3, 2023

    ଦିବ୍ୟାଙ୍ଗ ପିଲାମାନେ ଯାଦୁଗର: ଧର୍ମେନ୍ଦ୍ର ପ୍ରଧାନ

    October 3, 2023
    • Facebook
    • Twitter
    • Instagram
    • YouTube
    Our Picks

    ସାଧୁ ବେଶରେ ୱାଣ୍ଟେଡ୍ କ୍ରିମିନାଲ୍: ୨୩ ବର୍ଷ ପରେ ଧରିଲା ପୁଲିସ

    July 3, 2023

    ମାତିଛନ୍ତି ମାଟି ମାଫିଆ: ତାଡ଼ିଦେଲେ ଗଙ୍ଗୁଆ ନଦୀବନ୍ଧ

    April 3, 2023

    ପଶ୍ଚିମବଙ୍ଗ ରାମ ନବମୀ ରାଲିରେ ପୁଣି ହିଂସାକାଣ୍ଡ: ‘ବିଜେପି’ ବିଧାୟକ ଆହତ

    April 3, 2023

    ଆଜିଠୁ ନୂଆ ଶିକ୍ଷାବର୍ଷ: ୮ ତାରିଖ ଯାଏ ନାମଲେଖା, ୧୧ରୁ ସକାଳୁଆ ସ୍କୁଲ

    April 3, 2023
    Don't Miss
    ରାଜ୍ୟ

    ଡେରିରେ ଛାଡ଼ିପାରେ ମୌସୁମୀ: ବହୁଛି ଦକ୍ଷିଣା ସାମୁଦ୍ରିକ ପବନ, ଉତ୍ତରା ପବନ ଡେରିରେ ଆସିବ

    October 3, 2023

    ଭୁବନେଶ୍ବର: ଅକ୍ଟୋବର ମାସ ଆରମ୍ଭ ସହିତ ଆସିଯାଇଛି ବାତ୍ୟା ଋତୁ। ସାଧାରଣତଃ ମୌସୁମୀ ଫେରିବା ସମୟରେ ଓଡ଼ିଶାକୁ ବାତ୍ୟା ଭୟ…

    ଭୁଶୁଡ଼ିଲା ମାଟିଘର: ବାପାର ଗଲା ଜୀବନ, ବର୍ତ୍ତିଗଲା ପୁଅ

    October 3, 2023

    ପୁଣି ଆଶା ଦେଖାଇଲେ ସରକାର: ଖୋଲିପାରେ ବନ୍ଦ ସ୍କୁଲର ତାଲା

    October 3, 2023

    ଏଏସ୍‌ଆଇ ମୃତ୍ୟୁ ଘଟଣା: ହତ୍ୟା ଅଭିଯୋଗ ଆଣିଲେ ସ୍ବାମୀ

    October 3, 2023

    Subscribe to Updates

    Get the latest creative news from SmartMag about art & design.

    About Us
    About Us

    Welcome to Newslaxmi7, where we are dedicated to providing timely, accurate, and unbiased news coverage to our readers. As a leading news organization, we are committed to journalistic integrity and believe that providing our audience with reliable information is essential to a functioning democracy.

    Our Picks

    କରୋନା ଯୋଦ୍ଧାଙ୍କୁ କୋହଲି-ଅନୁଷ୍କାଙ୍କ ସଲାମ

    May 10, 2021

    ଦେଶରେ କରୋନା ଟେଷ୍ଟିଂ ଟପିଲା ୧୬ କୋଟି, ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ କହିଲା- ସୁସ୍ଥହାରରେ ଭାରତ ଏକ ନମ୍ବର

    December 19, 2020

    ୧୫ରେ ଅଧା ଓଡ଼ିଶାରେ ବର୍ଷା, ୟେଲୋୱାର୍ଣ୍ଣିଂ ଜାରି

    March 13, 2023
    Quick Links
    • Home
    • About us
    • Contact Us
    © 2022 - Newslaxmi7. All Rights Reserved.
    • Home
    • About us
    • Contact Us

    Type above and press Enter to search. Press Esc to cancel.