Subscribe to Updates

    Get the latest creative news from FooBar about art, design and business.

    What's Hot

    ଝାରସୁଗୁଡ଼ା ଅଭିମୁଖେ କ୍ରାଇମବ୍ରାଞ୍ଚ ଟିମ୍: ଆଜି ଦାଖଲ କରିପାରେ ନବ ଦାସ ହତ୍ୟା ମାମଲାର ଚାର୍ଜସିଟ୍

    May 26, 2023

    ଜମି କିଣାବିକା ନିୟମ ବଦଳିଲା; ଆଗ ଅନଲାଇନ୍ ସ୍ଲଟ୍ ବୁକିଂ, ପରେ ରେଜିଷ୍ଟ୍ରେସନ୍‌

    May 26, 2023

    ସମ୍ବାଦପତ୍ର ଓ ପାଠକଙ୍କ ମାଧ୍ୟମ ବିତରକ

    May 26, 2023
    Facebook Twitter Instagram
    Trending
    • ଝାରସୁଗୁଡ଼ା ଅଭିମୁଖେ କ୍ରାଇମବ୍ରାଞ୍ଚ ଟିମ୍: ଆଜି ଦାଖଲ କରିପାରେ ନବ ଦାସ ହତ୍ୟା ମାମଲାର ଚାର୍ଜସିଟ୍
    • ଜମି କିଣାବିକା ନିୟମ ବଦଳିଲା; ଆଗ ଅନଲାଇନ୍ ସ୍ଲଟ୍ ବୁକିଂ, ପରେ ରେଜିଷ୍ଟ୍ରେସନ୍‌
    • ସମ୍ବାଦପତ୍ର ଓ ପାଠକଙ୍କ ମାଧ୍ୟମ ବିତରକ
    • ଦାସିଆ ଅଜା ସଂଗ୍ରହାଳୟ ଦେଖି ଭାବବିହ୍ବଳ
    • ଶ୍ରୀମନ୍ଦିର କାର୍ଯ୍ୟାଳୟରେ ୨୩ଜଣଙ୍କୁ ସ୍ଥାୟୀ ନିଯୁକ୍ତି: ଶିକ୍ଷାଗତ ପ୍ରମାଣପତ୍ର ଯାଞ୍ଚ ପାଇଁ ବୋର୍ଡକୁ ଚିଠି
    • ଶିକାରୀଙ୍କ ପଞ୍ଝାରେ ବନ୍ୟଜନ୍ତୁ, ଓଡ଼ିଶା ଜଙ୍ଗଲରୁ ଶେଷ କରିଦେବେ ବାଘ
    • ଅର୍ଥାଭାବରୁ ଅସହାୟ ବାପା: ଲୁହା ଶିକୁଳିରେ ବନ୍ଦୀ ଦିବ୍ୟାଙ୍ଗ ପୁଅ
    • ମହିଳାଙ୍କୁ ନେଇ ଚାଲିଛି ବ୍ରାଉନ୍‌ସୁଗାର କାରବାର
    Friday, May 26
    Facebook Twitter Instagram
    Facebook Twitter Instagram
    NEWS LAXMI 7
    Subscribe
    • ଦେଶ ବିଦେଶ
    • ରାଜ୍ୟ
    • ରାଜନୀତି
    • କଳା ଓ ସଂସ୍କୃତି
    • ଲାଇଫ୍ ଷ୍ଟାଇଲ
    • ମନୋରଞ୍ଜନ
      • ଭିଡ଼ିଓ
      • ଖେଳ
    • ପର୍ଯ୍ୟଟନ
    • ଶିକ୍ଷା ଓ ନିଯୁକ୍ତି
    • ଧର୍ମ
    • ସ୍ୱାସ୍ଥ୍ୟ
    • ଅପରାଧ
    • ରାଶିଫଳ
    NEWS LAXMI 7
    Home»ରାଜ୍ୟ»ଘୁଞ୍ଚିଘୁଞ୍ଚି ଯାଉଛି ଫୁଟ୍‌ ଓଭରବ୍ରିଜ୍‌ ନିର୍ମାଣ: ଗୋଟିକର ବି କାମ ଆରମ୍ଭ ହେଉନି
    ରାଜ୍ୟ

    ଘୁଞ୍ଚିଘୁଞ୍ଚି ଯାଉଛି ଫୁଟ୍‌ ଓଭରବ୍ରିଜ୍‌ ନିର୍ମାଣ: ଗୋଟିକର ବି କାମ ଆରମ୍ଭ ହେଉନି

    NewsLaxmi7By NewsLaxmi7May 10, 2023Updated:May 10, 2023No Comments3 Mins Read
    Facebook Twitter LinkedIn WhatsApp Email
    Share
    Facebook Twitter LinkedIn Email WhatsApp

    ଭୁବନେଶ୍ବର: ୧୬ ନମ୍ବର ଜାତୀୟ ରାଜପଥରେ ରାଜଧାନୀ ଭିତରେ ବ୍ଲାକ୍‌ସ୍ପଟ୍‌ ଭାବେ ଜଣାଶୁଣା ୪ଟି ସ୍ଥାନରେ ଫୁଟ୍‌ଓଭର ବ୍ରିଜ୍‌ ନିର୍ମାଣ ହେବ ବୋଲି ଜାତୀୟ ରାଜପଥ ପ୍ରାଧିକରଣ (ଏନ୍‌ଏଚ୍‌ଏଆଇ) ପକ୍ଷରୁ ଘୋଷଣା କରାଯାଇଛି। ଏଥିପାଇଁ କିଛି ସ୍ଥାନ‌ରେ ଶିଳାନ୍ୟାସ ବି ହୋଇଛି। ମାତ୍ର ରାଜଧାନୀବାସୀଙ୍କ ତିନି ବର୍ଷର ପ୍ରତୀକ୍ଷାର ଅନ୍ତ ଘଟୁନାହିଁ। ୪ଟିଯାକ ଫୁଟ୍‌ଓଭର ବ୍ରିଜ୍‌ରୁ ଗୋଟିକର ବି ନିର୍ମାଣ କାମ ଆରମ୍ଭ ହେଉନାହିଁ। ତେଣୁ ଘୋଷଣା କେବଳ ଧୂଆଁବାଣ ବୋଲି ଚର୍ଚ୍ଚା ହେଉଛି।

    ରାଜଧାନୀର ବ୍ୟସ୍ତବହୁଳ ଛକ ପଳାସୁଣି, ସତ୍‌ସଙ୍ଗବିହାର ଓ ନୂଆପଲ୍ଲୀ କ୍ରାଉନ୍‌ ହୋଟେଲ୍‌ ଏବଂ ପାତ୍ରପଡ଼ା ସ୍ମୃତିବନ ନିକଟରେ ଫୁଟ୍‌ ଓଭରବ୍ରିଜ୍‌ ନିର୍ମାଣ ହେବ ବୋଲି ଘୋଷଣା ହୋଇଛି। ପ୍ରାୟ ୩ବର୍ଷ ତଳୁ ପଳାସୁଣି, ସତ୍‌ସଙ୍ଗବିହାର ଛକ ଓ ନୂଆପଲ୍ଲୀରେ ଏହି ବ୍ରିଜ୍‌ ହେବ ବୋଲି ପ୍ରସ୍ତାବ ରହିଥିବା ବେଳେ ୬ମାସ ପୂର୍ବେ ପାତ୍ରପଡ଼ା ସ୍ମୃତିବନ ନିକଟରେ ଫୁଟ୍‌ ଓଭରବ୍ରିଜ୍‌ ‌ହେବ ବୋଲି ଘୋଷଣା କରାଯାଇଛି। କିନ୍ତୁ କେବେ କାମ ଆରମ୍ଭ ହେବ, କେବେ ସରିବ, ଏନେଇ ଏନ୍‌ଏଚ୍‌ଏଆଇ ଅଧିକାରୀ ମୁହଁ ଖୋଲୁନାହାନ୍ତି। ଏଣେ ଏସବୁ ବ୍ଲାକ୍‌ସ୍ପଟ୍‌ରେ ପୂର୍ବଭଳି ଦୁର୍ଘଟଣା ଘଟି ଗୋଟିଏ ପରେ ଗୋଟିଏ ମୁଣ୍ଡ ଗଡ଼ୁଛି।

    ସତ୍‌ସଙ୍ଗବିହାର

    ଏଠାରେ ୬୦ ମିଟର ଲମ୍ବ, ୧୦ଫୁଟ୍‌ ଓସାରର ଫୁଟ୍‌ ଓଭରବ୍ରିଜ୍‌ ହେବ ବୋଲି ୨୦୨୧ ମସିହାରେ ଘୋଷଣା କରାଯାଇଥିଲା। ତିନିରୁ ଚାରି ମାସ ମଧ୍ୟରେ କାମ ଆରମ୍ଭ ହେବ ବୋଲି ସେତେବେଳେ କୁହାଯାଇଥିଲା। କିନ୍ତୁ ଘୋଷଣା ସେମିତି କାଗଜପତ୍ରରେ ରହିଯାଇଛି। ଫୁଟ୍‌ ଓଭରବ୍ରିଜ୍‌ ନଥିବା କାରଣରୁ ଭିଏସ୍‌ଏସ୍‌ନଗର ପାର୍ଶ୍ବରୁ ସହିଦନଗର ପାର୍ଶ୍ବକୁ ଆସୁଥିବା ଲୋକମାନେ ବିପଦସଙ୍କୁଳ ଭାବେ ଡିଭାଇଡର୍‌ ଡେଇଁ ବିପଜ୍ଜନକ ଭା‌ବେ ଜାତୀୟ ରାଜପଥ ଅତିକ୍ରମ କରୁଛନ୍ତି। ଅଧିକାଂଶ ନାଇଟ୍‌-କୋଚ୍‌ ବସ୍ ବରମୁଣ୍ଡାରୁ ଫ୍ଲାଏଓଭର୍‌ ଉପରେ ଆସି ସତ୍‌ସଙ୍ଗ ନିକଟରେ ଯାତ୍ରୀ ଉଠାଉଛନ୍ତି। ତେଣୁ ଏଠାରେ ସଂଧ୍ୟା ପରେ ଅସମ୍ଭାଳ ଭିଡ଼ ହେଉଛି। ଏହାସହ ଭିଏସ୍‌ଏସ୍‌ନଗର ବାସିନ୍ଦା ଏବଂ ଏହି ପାର୍ଶ୍ବରେ ଥିବା ଆୟକର ଭବନ ଓ ‌ବିଭିନ୍ନ ସରକାରୀ କାର୍ଯ୍ୟାଳୟକୁ ଆସୁଥିବା ଲୋକମାନଙ୍କର ଯାତାୟାତରେ ସମସ୍ୟା ହେଉଛି। ଏଠାରେ ବାଣୀବିହାର ଫ୍ଲାଏଓଭର ବ୍ରିଜ୍‌ ଶେଷ ହୋଇଥିବାରୁ ବରମୁଣ୍ଡା ପାର୍ଶ୍ବରୁ ଆସୁଥିବା ଗାଡ଼ିଗୁଡ଼ିକ ହଠାତ୍‌ ବ୍ରେକ୍‌ ମାରିଲେ ନିୟନ୍ତ୍ରଣ ହରାଇ ଦୁର୍ଘଟଣାଗ୍ରସ୍ତ ହେଉଛନ୍ତି।

    ଭୟଙ୍କର ପଳାସୁଣି ଛକ

    ସବୁଠୁ ଭୟଙ୍କର ହେଉଛି ପଳାସୁଣି ଛକ। ଏଠାରେ ଫୁଟ୍‌ ଓଭରବ୍ରିଜ୍‌ ନିର୍ମାଣ ଦାବି କରି ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ପୁରୁଷ, ମହିଳା, ବୁଦ୍ଧିଜୀବୀ ଓ ବ୍ୟବସାୟୀମାନେ ଅନେକ ଥର ରାଜରାସ୍ତାକୁ ଓହ୍ଲାଇଛନ୍ତି। ଏନ୍‌ଏଚ୍‌ଏଆଇକୁ ଚିଠି ଲେଖି ଜଣାଇଛନ୍ତି। ଏଠାରେ ପଳାସୁଣି ଗ୍ରାମବାସୀଙ୍କଠାରୁ ଆରମ୍ଭ କରି ରସୁଲଗଡ଼, ମଞ୍ଚେଶ୍ୱର, ଚକେଇସିଆଣି, ଜିଜିପି କଲୋନି, ଭିଏସଏସ୍‌ ନଗରର ହଜାର ହଜାର ଲୋକ ଦୈନିକ ରାଜପଥ ପାର୍‌ ହେଉଛନ୍ତି। ବିପଦପୂର୍ଣ୍ଣ ଭାବେ ଜାତୀୟ ରାଜପଥ ପାର୍‌ ହୋଇ ଏପଟ ସେପଟକୁ ହେଉଛନ୍ତି ଓ ଦୁର୍ଘଟଣାର ଶିକାର ହେଉଛନ୍ତି। ଗତ ଦୁଇବର୍ଷ ଭିତରେ ଏଠାରେ ୭ରୁ ଅଧିକ ଲୋକଙ୍କର ଦୁର୍ଘଟଣାଜନିତ ମୃତ୍ୟୁ ହେଲାଣି। ଏହି ଛକରେ ପ୍ରାୟ ୨ କୋଟି ଟଙ୍କା ବ୍ୟୟରେ ଫୁଟ୍‌ ଓଭରବ୍ରିଜ୍‌ ହେବ ବୋଲି ବହୁଥର ମାପଚୁପ ହେଲାଣି। ଏହି ଓଭରବ୍ରିଜ୍‌ରେ ଦୁଇଟି ଲିଫ୍ଟ ରହିବ ଏବଂ ଲିଫ୍ଟ ପରିଚାଳନା ପାଇଁ ଦୁଇ ଜଣ ଅପରେଟରଙ୍କୁ ନିଯୁକ୍ତ ମିଳିବ ବୋଲି ବହୁ ବଡ଼ବଡ଼ କଥା କୁହାଯାଇଥିଲା। କିନ୍ତୁ ଏବେ ସ୍ଥାନୀୟ ଲୋକଙ୍କ କହିବା କଥା, ସେସବୁ କେବଳ ଭୁଆଁ ବୁଲାଇବା କଥା। ଦିବାସ୍ବପ୍ନ ଦେଖାଇ ଲୋକଙ୍କୁ ଭଣ୍ଡାଇ ଦିଆଯାଇଛି।

    କ୍ରାଉନ୍‌ ହୋଟେଲ

    ସ୍ଥାନୀୟ ବାସିନ୍ଦାଙ୍କ ଦାବିକୁ ଗ୍ରହଣ କରି କ୍ରାଉନ୍‌ ହୋଟେଲ ନିକଟରେ ଏ‌କ ଫୁଟ୍‌ ଓଭରବ୍ରିଜ୍‌ ନିର୍ମାଣ ପ୍ରସଙ୍ଗରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଥିଲେ। ନିଜେ ଘଟଣାସ୍ଥଳକୁ ଦୁଇ ଦୁଇଥର ପରିଦର୍ଶନ ବି କରିଥିଲେ। ଏହା ଦୁର୍ଘଟଣାପ୍ରବଣ ଅଞ୍ଚଳ ହେତୁ ତୁରନ୍ତ ଏଠାରେ ଏକ ଫୁଟ୍‌ ଓଭରବ୍ରିଜ୍‌ ନିର୍ମାଣ ଆବଶ୍ୟକ ବୋଲି ଚିଠିରେ ଜଣାଇଥିଲେ। ପରବର୍ତ୍ତୀ ସମୟରେ ଏନ୍‌ଏଚ୍‌ଏଆଇ ଏଠାରେ ଫୁଟ୍‌ ଓଭରବ୍ରିଜ୍‌ କରିବ ବୋଲି ଘୋଷଣା କରିଥିଲା। ହେଲେ ପଳାସୁଣି ଓ ସତ୍‌ସଙ୍ଗବିହାର ଛକ ଭଳି ଏଠାରେ ମଧ୍ୟ କାମ ଆରମ୍ଭ ହୋଇନାହିଁ।

    ପାତ୍ରପଡ଼ା ସ୍ମୃତିବନ

    ପାତ୍ରପଡ଼ା ସ୍ମୃତିବନ ନିକଟରେ ଫୁଟ୍‌ ଓଭରବ୍ରିଜ୍‌ ନିର୍ମାଣ ନେଇ ଗତ ଡିସେମ୍ବରରେ ଟେଣ୍ଡର୍‌ ଆହ୍ବାନ କରାଯାଇଥିଲା। ୨କୋଟି ୭୫ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଏହି ଫୁଟ୍‌ ଓଭରବ୍ରିଜ୍‌ ୬ ମାସ ଅର୍ଥାତ୍‌ ମେ’ ମାସ ମଧ୍ୟରେ ସାରିବାକୁ ଲକ୍ଷ୍ୟ ରଖାଯାଇଥିଲା। ସାଂସଦ ଅପରାଜିତା ଷଡ଼ଙ୍ଗୀ ଏଠାରେ ମଧ୍ୟ ଶିଳାନ୍ୟାସ କରିଥିଲେ। ତେଣୁ ଫୁଟ୍‌ ଓଭରବ୍ରିଜ୍‌କୁ ନେଇ ପାତ୍ରପଡ଼ା ସମେତ କଳିଙ୍ଗନଗର, ଭଗବାନପୁର ଓ ଉଦୟଗିରି ବିହାରବାସୀ ଖୁସି ବ୍ୟକ୍ତ କରିଥିଲେ। ହେଲେ କାମ ଆରମ୍ଭ ହେଉ ନଥିବାରୁ ସେମାନଙ୍କ ଖୁସି ପାଣିରେ ମିଳେଇଗଲା ବୋଲି ଆଲୋଚନା ହେଉଛି।

    Share. Facebook Twitter LinkedIn WhatsApp Email
    Previous Articleପୁତ୍ରହତ୍ୟାର ପ୍ରତିଶୋଧ: ଜାମିନରେ ଆଣି ହତ୍ୟା କଲା ବାପା
    Next Article ଝାରସୁଗୁଡ଼ା ଉପନିର୍ବାଚନ: ଭୋଟଦାନ କେନ୍ଦ୍ରରେ ଭୋଟରଙ୍କୁ ଫୁଲ ଚନ୍ଦନ ଦେଇ ସ୍ବାଗତ
    NewsLaxmi7
    • Website

    Related Posts

    ଝାରସୁଗୁଡ଼ା ଅଭିମୁଖେ କ୍ରାଇମବ୍ରାଞ୍ଚ ଟିମ୍: ଆଜି ଦାଖଲ କରିପାରେ ନବ ଦାସ ହତ୍ୟା ମାମଲାର ଚାର୍ଜସିଟ୍

    May 26, 2023

    ସମ୍ବାଦପତ୍ର ଓ ପାଠକଙ୍କ ମାଧ୍ୟମ ବିତରକ

    May 26, 2023

    ଦାସିଆ ଅଜା ସଂଗ୍ରହାଳୟ ଦେଖି ଭାବବିହ୍ବଳ

    May 26, 2023

    ଶ୍ରୀମନ୍ଦିର କାର୍ଯ୍ୟାଳୟରେ ୨୩ଜଣଙ୍କୁ ସ୍ଥାୟୀ ନିଯୁକ୍ତି: ଶିକ୍ଷାଗତ ପ୍ରମାଣପତ୍ର ଯାଞ୍ଚ ପାଇଁ ବୋର୍ଡକୁ ଚିଠି

    May 26, 2023
    • Facebook
    • Twitter
    • Instagram
    • YouTube
    Our Picks

    ମାତିଛନ୍ତି ମାଟି ମାଫିଆ: ତାଡ଼ିଦେଲେ ଗଙ୍ଗୁଆ ନଦୀବନ୍ଧ

    April 3, 2023

    ପଶ୍ଚିମବଙ୍ଗ ରାମ ନବମୀ ରାଲିରେ ପୁଣି ହିଂସାକାଣ୍ଡ: ‘ବିଜେପି’ ବିଧାୟକ ଆହତ

    April 3, 2023

    ଆଜିଠୁ ନୂଆ ଶିକ୍ଷାବର୍ଷ: ୮ ତାରିଖ ଯାଏ ନାମଲେଖା, ୧୧ରୁ ସକାଳୁଆ ସ୍କୁଲ

    April 3, 2023

    ରାଜ୍ୟବ୍ୟାପୀ ‘ଉତ୍କଳ ଦିବସ’ ପାଳିତ: ଓଡ଼ିଆ ପରିଧାନ କଲେ ଓଡ଼ିଶା ହସ୍ତତନ୍ତ

    April 2, 2023
    Don't Miss
    ରାଜ୍ୟ

    ଝାରସୁଗୁଡ଼ା ଅଭିମୁଖେ କ୍ରାଇମବ୍ରାଞ୍ଚ ଟିମ୍: ଆଜି ଦାଖଲ କରିପାରେ ନବ ଦାସ ହତ୍ୟା ମାମଲାର ଚାର୍ଜସିଟ୍

    May 26, 2023

    ଝାରସୁଗୁଡ଼ା: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ଆଜି ଚାର୍ଜସିଟ୍ ଦାଖଲ କରିପାରେ କ୍ରାଇମବ୍ରାଞ୍ଚ। ଏଥିଲାଗି କ୍ରାଇମବ୍ରାଞ୍ଚ ଟିମ୍…

    ଜମି କିଣାବିକା ନିୟମ ବଦଳିଲା; ଆଗ ଅନଲାଇନ୍ ସ୍ଲଟ୍ ବୁକିଂ, ପରେ ରେଜିଷ୍ଟ୍ରେସନ୍‌

    May 26, 2023

    ସମ୍ବାଦପତ୍ର ଓ ପାଠକଙ୍କ ମାଧ୍ୟମ ବିତରକ

    May 26, 2023

    ଦାସିଆ ଅଜା ସଂଗ୍ରହାଳୟ ଦେଖି ଭାବବିହ୍ବଳ

    May 26, 2023

    Subscribe to Updates

    Get the latest creative news from SmartMag about art & design.

    About Us
    About Us

    Welcome to Newslaxmi7, where we are dedicated to providing timely, accurate, and unbiased news coverage to our readers. As a leading news organization, we are committed to journalistic integrity and believe that providing our audience with reliable information is essential to a functioning democracy.

    Our Picks

    ଭୟ ବଢାଇଲା ଭୂତାଣୁ, ଓଡ଼ିଶାରେ ଓମିକ୍ରନର ନୂଆ ସବ୍-ଭାରିଆଣ୍ଟ ଚିହ୍ନଟ

    October 20, 2022

    କମୁଛି ବାଉଁଶ ତିଆରି ସାମଗ୍ରୀର ଚାହିଦା, ଜୀବିକା ହରାଇବାକୁ ବସିଲେଣି କାରିଗର

    March 9, 2023

    ରାଜ୍ୟରେ ଆଜି ୨୦୨ ନୂଆ କରୋନା ସଂକ୍ରମିତ: ୪୫ ଜଣ ୧୮ ବର୍ଷରୁ କମ୍ ବୟସର

    September 23, 2022
    Quick Links
    • Home
    • About us
    • Contact Us
    © 2022 - Newslaxmi7. All Rights Reserved.
    • Home
    • About us
    • Contact Us

    Type above and press Enter to search. Press Esc to cancel.