Subscribe to Updates

    Get the latest creative news from FooBar about art, design and business.

    What's Hot

    ବାଲିଘାଟ ପାଇଁ ଗୁଳି, ଜେସିବି ପୋଡ଼ି

    May 29, 2023

    ସ୍ବାମୀଙ୍କ ମୃତ୍ୟୁର ଘଣ୍ଟାଏ ମଧ୍ୟରେ ପତ୍ନୀ ମୃତ: ଗୋଟିଏ ଜୁଇରେ ଜଳିଲା ମରଶରୀର

    May 29, 2023

    ନାମଲେଖା ପୂର୍ବରୁ ରାଜ୍ୟ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ୬୭ ଯୁକ୍ତ୨ କଲେଜରେ କଟକଣା

    May 29, 2023
    Facebook Twitter Instagram
    Trending
    • ବାଲିଘାଟ ପାଇଁ ଗୁଳି, ଜେସିବି ପୋଡ଼ି
    • ସ୍ବାମୀଙ୍କ ମୃତ୍ୟୁର ଘଣ୍ଟାଏ ମଧ୍ୟରେ ପତ୍ନୀ ମୃତ: ଗୋଟିଏ ଜୁଇରେ ଜଳିଲା ମରଶରୀର
    • ନାମଲେଖା ପୂର୍ବରୁ ରାଜ୍ୟ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ୬୭ ଯୁକ୍ତ୨ କଲେଜରେ କଟକଣା
    • ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ: କର୍ମଚାରୀଙ୍କ ତାଲିକା ମାଗିଲା ରାଜସ୍ବ ବିଭାଗ
    • ବ୍ରାଉନ୍‌ସୁଗାର ବେପାରରେ ବାପ-ପୁଅ
    • ବଦଳିବ ଭିତରକନିକାର ରୂପରେଖ
    • କାଜୁ କେଜି ୫ ହଜାର, ଚାଷୀ ପାଉଛି ୭୦
    • ଜାତୀୟସ୍ତରୀୟ ନୃତ୍ୟ ପ୍ରତିଯୋଗିତା: ବ୍ରହ୍ମପୁର ଜେଲ୍‌ର ବନ୍ଦୀ ହେଲେ ପ୍ରଥମ
    Monday, May 29
    Facebook Twitter Instagram
    Facebook Twitter Instagram
    NEWS LAXMI 7
    Subscribe
    • ଦେଶ ବିଦେଶ
    • ରାଜ୍ୟ
    • ରାଜନୀତି
    • କଳା ଓ ସଂସ୍କୃତି
    • ଲାଇଫ୍ ଷ୍ଟାଇଲ
    • ମନୋରଞ୍ଜନ
      • ଭିଡ଼ିଓ
      • ଖେଳ
    • ପର୍ଯ୍ୟଟନ
    • ଶିକ୍ଷା ଓ ନିଯୁକ୍ତି
    • ଧର୍ମ
    • ସ୍ୱାସ୍ଥ୍ୟ
    • ଅପରାଧ
    • ରାଶିଫଳ
    NEWS LAXMI 7
    Home»ଅପରାଧ»ଘାତକ ସାଜିଲା ମୁକୁଳା ଟ୍ରାନ୍ସଫର୍ମର୍‌: ଟଳିପଡ଼ିଲେ ୪ ହାତୀ
    ଅପରାଧ

    ଘାତକ ସାଜିଲା ମୁକୁଳା ଟ୍ରାନ୍ସଫର୍ମର୍‌: ଟଳିପଡ଼ିଲେ ୪ ହାତୀ

    NewsLaxmi7By NewsLaxmi7May 13, 2023Updated:May 13, 2023No Comments2 Mins Read
    Facebook Twitter LinkedIn WhatsApp Email
    Share
    Facebook Twitter LinkedIn Email WhatsApp

    ଗୁଣପୁର/ରାୟଗଡ଼ା : ଏକାଥରକେ ୪ଟି ହାତୀର ମୃତ୍ୟୁ। ଓଡ଼ିଶା-ଆନ୍ଧ୍ର ସୀମାନ୍ତ କାଟ୍ରାଗଡ଼ା ଗାଁରେ ମୁକୁଳା ଟ୍ରାନ୍ସଫର୍ମର୍‌ ସଂସ୍ପର୍ଶରେ ଆସି ଏହି ହାତୀଙ୍କର ମୃତ୍ୟୁ ଘଟିଛି। ଆଉ ଦୁଇଟି ହାତୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଆନ୍ଧ୍ରପ୍ରଦେଶରେ ଏହି ଘଟଣା ଘଟିଥିଲେ ବି ମୃତ ହାତୀ ଓଡ଼ିଶାର ବୋଲି ସ୍ପଷ୍ଟ କରିଛନ୍ତି ପାର୍ବତୀପୁରମ୍ ମାନ୍ୟମ ଜିଲ୍ଲା ଡିଏଫଓ ଜି.ଏ.ପି ପ୍ରସାନ୍ନା।

    ଗୁଣପୁର ଅଞ୍ଚଳରେ ବୁଲୁଥିବା ୬ ଟିକିଆ ହାତୀପଲ କିଛିଦିନ ହେଲା ଆନ୍ଧ୍ରମୁହାଁ ହୋଇଥିଲେ। ଶୁକ୍ରବାର ସକାଳେ ଗୁଣପୁରରୁ ୧୮ କିମି ଦୂର କାଟ୍ରାଗଡ଼ାରେ ହାତୀପଲ ବୁଲୁଥିବା ସ୍ଥାନୀୟ ଲୋକେ ଦେଖିଛନ୍ତି। ହାତୀପଲ କାଟ୍ରାଗଡ଼ା ନିକଟ ଦେଇ ଜଙ୍ଗଲ ଯାଉଥିବା ବେଳେ ଚାଷ ଜମିରେ ମୁକୁଳା ଅବସ୍ଥାରେ ଥିବା ଟ୍ରାନ୍ସଫର୍ମର୍‌ ଓ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ।

    ସ୍ବଳ୍ପ ଉଚ୍ଚତାରେ ବିଦ୍ୟୁତ୍ ତାର ଯାଇଥିବାରୁ ଆଗପଛ ହୋଇ ଯାଉଥିବା ୪ଟି ହାତୀ ଘଟଣାସ୍ଥଳରେ ହିଁ ଟଳି ପଡ଼ିଥିଲେ। ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିବା ପରେ ଗର୍ଜନ କରିବା ସହ ଛଟପଟ ହେଉଥିବା ୪ ହାତୀକୁ ଦେଖି ଆଉ ଦୁଇ ଦନ୍ତାହାତୀ ପ୍ରାଣ ବିକଳରେ ଦୌଡ଼ି ପାହାଡ଼ ଉପରକୁ ଚଢ଼ି ଯାଇଥିଲେ। ସେମାନେ ଅଳ୍ପକେ ବର୍ତ୍ତି ଯାଇଥିଲେ।

    ୪ ହାତୀଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଓଡ଼ିଶା ଏବଂ ଆନ୍ଧ୍ର ଗ୍ରାମବାସୀ ଘଟଣାସ୍ଥଳରେ ଭିଡ଼ ଜମାଇଥିଲେ। ଆନ୍ଧ୍ର ପୁଲିସ୍ ପହଞ୍ଚି ଭିଡ଼ ହଟାଇବା ପରେ ବନ ବିଭାଗ ତଦନ୍ତ ଆରମ୍ଭ କରି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ହାତୀଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଥିଲା। ମାନ୍ୟମ ଜିଲ୍ଲା ଡିଏଫ୍‌ଓ ଜି.ଏପି ପ୍ରସାନ୍ନା ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇ କହିଛନ୍ତି ଯେ ଘଟଣାଟି ଦୁର୍ଭାଗ୍ୟବଶତଃ ଘଟିଛି। ଏଥିପାଇଁ କାହାରିକୁ ଦାୟୀ କରାଯାଇପାରିବ ନାହିଁ। ହାତୀ ଗୁଡିକ ଓଡ଼ିଶାରୁ ଆସି ଏଠାରେ ଚଳପ୍ରଚଳ କରୁଥିଲେ। କାହିଁକି ନା ସୀମାନ୍ତ ଶ୍ରୀକାକୁଲମ, ବିଜୟନଗର ଓ ପାର୍ବତୀପୁର ଜିଲ୍ଲାରେ ହାତୀ ରହିବା ଭଳି ଜଙ୍ଗଲ ନାହିଁ। ବର୍ତ୍ତି ଯାଇଥିବା ଦୁଇ ହାତୀର ସୁରକ୍ଷା ପ୍ରତି ଗୁରୁତ୍ୱ ଦିଆଯିବ।

    ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ହାତୀ ଗୁଡ଼ିକ ପ୍ରତିଦିନ ଓଡ଼ିଶା ସୀମାନ୍ତ ବଂଶଧାରା ନଦୀ ପାର ହୋଇ ଆନ୍ଧ୍ର ପଟେ ଆସି ବୁଲାବୁଲି କରି ପୁଣି ଫେରି ଯାଉଥିଲେ। ଆନ୍ଧ୍ରରେ କୌଣସି ଜୀବନହାନି କିମ୍ବା ଫସଲହାନି କରିନାହାନ୍ତି ହାତୀପଲ। ପୂର୍ବରୁ ଏହି ହାତୀପଲ ରାୟଗଡ଼ା ଜିଲ୍ଲାର ଗୁଣପୁର, ପଦୁପୁର ଓ ନୂଆଗଡ଼ ଅଞ୍ଚଳରେ ଅନେକ ଦିନ ଧରି ରହିବା ପରେ କିଛି ମାସ ତଳେ ଆନ୍ଧ୍ରମୁହାଁ ହୋଇଥିଲେ। ଏ ସମ୍ପର୍କରେ ରାୟଗଡ଼ା ଡିଏଫ୍‌ଓ ବିଜୟ କୁମାର ପରିଡ଼ା କହିଛନ୍ତି ମୃତହାତୀ ଓଡ଼ିଶାର କି ଆନ୍ଧ୍ରର ତାହା କହିବା ମୁସ୍କିଲ୍। କଳାହାଣ୍ଡିରୁ ଆସିଥିବା ଦୁଇଟି ହାତୀ ଏବେ ଶିକରପାଇ ଏବଂ କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଅଞ୍ଚଳରୁ ଆସିଥିବା ୧୩ଟି ହାତୀ ମୁନିଗୁଡ଼ାରେ ବୁଲୁଛନ୍ତି। ବନ ବିଭାଗ ପକ୍ଷରୁ ଏହି ହାତୀଙ୍କ ସୁରକ୍ଷାକୁ ଗୁରୁତ୍ବ ଦିଆଯାଇଛି ବୋଲି କହିଛନ୍ତି ଡିଏଫଓ ଶ୍ରୀ ପରିଡ଼ା।

    Share. Facebook Twitter LinkedIn WhatsApp Email
    Previous Articleଅନଲାଇନରେ ସିଟ୍‌ ବେଲ୍‌ଟ ଆଲାର୍ମ ଷ୍ଟପର କ୍ଲିପ୍‌ ବିକ୍ରି ଉପରେ ରୋକ୍‌
    Next Article ଇଭିଏମ୍‌ର ପୁନଃବ୍ୟବହାର ନେଇ କଂଗ୍ରେସର ଦାବିକୁ ଇସିଙ୍କ ଖଣ୍ଡନ
    NewsLaxmi7
    • Website

    Related Posts

    ବାଲିଘାଟ ପାଇଁ ଗୁଳି, ଜେସିବି ପୋଡ଼ି

    May 29, 2023

    ସ୍ବାମୀଙ୍କ ମୃତ୍ୟୁର ଘଣ୍ଟାଏ ମଧ୍ୟରେ ପତ୍ନୀ ମୃତ: ଗୋଟିଏ ଜୁଇରେ ଜଳିଲା ମରଶରୀର

    May 29, 2023

    ନାମଲେଖା ପୂର୍ବରୁ ରାଜ୍ୟ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ୬୭ ଯୁକ୍ତ୨ କଲେଜରେ କଟକଣା

    May 29, 2023

    ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ: କର୍ମଚାରୀଙ୍କ ତାଲିକା ମାଗିଲା ରାଜସ୍ବ ବିଭାଗ

    May 29, 2023
    • Facebook
    • Twitter
    • Instagram
    • YouTube
    Our Picks

    ମାତିଛନ୍ତି ମାଟି ମାଫିଆ: ତାଡ଼ିଦେଲେ ଗଙ୍ଗୁଆ ନଦୀବନ୍ଧ

    April 3, 2023

    ପଶ୍ଚିମବଙ୍ଗ ରାମ ନବମୀ ରାଲିରେ ପୁଣି ହିଂସାକାଣ୍ଡ: ‘ବିଜେପି’ ବିଧାୟକ ଆହତ

    April 3, 2023

    ଆଜିଠୁ ନୂଆ ଶିକ୍ଷାବର୍ଷ: ୮ ତାରିଖ ଯାଏ ନାମଲେଖା, ୧୧ରୁ ସକାଳୁଆ ସ୍କୁଲ

    April 3, 2023

    ରାଜ୍ୟବ୍ୟାପୀ ‘ଉତ୍କଳ ଦିବସ’ ପାଳିତ: ଓଡ଼ିଆ ପରିଧାନ କଲେ ଓଡ଼ିଶା ହସ୍ତତନ୍ତ

    April 2, 2023
    Don't Miss
    ଅପରାଧ

    ବାଲିଘାଟ ପାଇଁ ଗୁଳି, ଜେସିବି ପୋଡ଼ି

    May 29, 2023

    ନିଶ୍ଚିନ୍ତକୋଇଲି : ବାଲିଘାଟକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଉଗ୍ରରୂପ ନେଇଛି। ଶନିବାର ବିଳମ୍ବିତ ରାତିରେ ଏକ…

    ସ୍ବାମୀଙ୍କ ମୃତ୍ୟୁର ଘଣ୍ଟାଏ ମଧ୍ୟରେ ପତ୍ନୀ ମୃତ: ଗୋଟିଏ ଜୁଇରେ ଜଳିଲା ମରଶରୀର

    May 29, 2023

    ନାମଲେଖା ପୂର୍ବରୁ ରାଜ୍ୟ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ୬୭ ଯୁକ୍ତ୨ କଲେଜରେ କଟକଣା

    May 29, 2023

    ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ: କର୍ମଚାରୀଙ୍କ ତାଲିକା ମାଗିଲା ରାଜସ୍ବ ବିଭାଗ

    May 29, 2023

    Subscribe to Updates

    Get the latest creative news from SmartMag about art & design.

    About Us
    About Us

    Welcome to Newslaxmi7, where we are dedicated to providing timely, accurate, and unbiased news coverage to our readers. As a leading news organization, we are committed to journalistic integrity and believe that providing our audience with reliable information is essential to a functioning democracy.

    Our Picks

    ଆହତରୁ ମୁକୁଳି ଜନ୍ମଦିନ ପାଳିଲେ ଜାଦେଜା

    December 16, 2020

    କରୋନା ନେଲା ଆଉଜଣେ ରାଜନେତାଙ୍କ ଜୀବନ: ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ପାହାଡିଆଙ୍କ ପରଲୋକ

    May 20, 2021

    ଦଳରେ ସ୍ଥାନ ନମିଳିବା ପ୍ରସଙ୍ଗରେ ନୀରବତା ଭାଙ୍ଗିଲେ ସୂର୍ଯ୍ୟକୁମାର, କହିଲେ -‘ନିରାଶ ହୋଇଛି, ରାତିରେ ଖାଇବାକୁ ଇଚ୍ଛା ହୋଇନଥିଲା’

    November 21, 2020
    Quick Links
    • Home
    • About us
    • Contact Us
    © 2022 - Newslaxmi7. All Rights Reserved.
    • Home
    • About us
    • Contact Us

    Type above and press Enter to search. Press Esc to cancel.