ଅପରାଧ ରାଜ୍ୟ

ଘାତକ ସାଜିଲା ମୁକୁଳା ଟ୍ରାନ୍ସଫର୍ମର୍‌: ଟଳିପଡ଼ିଲେ ୪ ହାତୀ

ଗୁଣପୁର/ରାୟଗଡ଼ା : ଏକାଥରକେ ୪ଟି ହାତୀର ମୃତ୍ୟୁ। ଓଡ଼ିଶା-ଆନ୍ଧ୍ର ସୀମାନ୍ତ କାଟ୍ରାଗଡ଼ା ଗାଁରେ ମୁକୁଳା ଟ୍ରାନ୍ସଫର୍ମର୍‌ ସଂସ୍ପର୍ଶରେ ଆସି ଏହି ହାତୀଙ୍କର ମୃତ୍ୟୁ ଘଟିଛି। ଆଉ ଦୁଇଟି ହାତୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଆନ୍ଧ୍ରପ୍ରଦେଶରେ ଏହି ଘଟଣା ଘଟିଥିଲେ ବି ମୃତ ହାତୀ ଓଡ଼ିଶାର ବୋଲି ସ୍ପଷ୍ଟ କରିଛନ୍ତି ପାର୍ବତୀପୁରମ୍ ମାନ୍ୟମ ଜିଲ୍ଲା ଡିଏଫଓ ଜି.ଏ.ପି ପ୍ରସାନ୍ନା।

ଗୁଣପୁର ଅଞ୍ଚଳରେ ବୁଲୁଥିବା ୬ ଟିକିଆ ହାତୀପଲ କିଛିଦିନ ହେଲା ଆନ୍ଧ୍ରମୁହାଁ ହୋଇଥିଲେ। ଶୁକ୍ରବାର ସକାଳେ ଗୁଣପୁରରୁ ୧୮ କିମି ଦୂର କାଟ୍ରାଗଡ଼ାରେ ହାତୀପଲ ବୁଲୁଥିବା ସ୍ଥାନୀୟ ଲୋକେ ଦେଖିଛନ୍ତି। ହାତୀପଲ କାଟ୍ରାଗଡ଼ା ନିକଟ ଦେଇ ଜଙ୍ଗଲ ଯାଉଥିବା ବେଳେ ଚାଷ ଜମିରେ ମୁକୁଳା ଅବସ୍ଥାରେ ଥିବା ଟ୍ରାନ୍ସଫର୍ମର୍‌ ଓ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ।

ସ୍ବଳ୍ପ ଉଚ୍ଚତାରେ ବିଦ୍ୟୁତ୍ ତାର ଯାଇଥିବାରୁ ଆଗପଛ ହୋଇ ଯାଉଥିବା ୪ଟି ହାତୀ ଘଟଣାସ୍ଥଳରେ ହିଁ ଟଳି ପଡ଼ିଥିଲେ। ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିବା ପରେ ଗର୍ଜନ କରିବା ସହ ଛଟପଟ ହେଉଥିବା ୪ ହାତୀକୁ ଦେଖି ଆଉ ଦୁଇ ଦନ୍ତାହାତୀ ପ୍ରାଣ ବିକଳରେ ଦୌଡ଼ି ପାହାଡ଼ ଉପରକୁ ଚଢ଼ି ଯାଇଥିଲେ। ସେମାନେ ଅଳ୍ପକେ ବର୍ତ୍ତି ଯାଇଥିଲେ।

୪ ହାତୀଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଓଡ଼ିଶା ଏବଂ ଆନ୍ଧ୍ର ଗ୍ରାମବାସୀ ଘଟଣାସ୍ଥଳରେ ଭିଡ଼ ଜମାଇଥିଲେ। ଆନ୍ଧ୍ର ପୁଲିସ୍ ପହଞ୍ଚି ଭିଡ଼ ହଟାଇବା ପରେ ବନ ବିଭାଗ ତଦନ୍ତ ଆରମ୍ଭ କରି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ହାତୀଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଥିଲା। ମାନ୍ୟମ ଜିଲ୍ଲା ଡିଏଫ୍‌ଓ ଜି.ଏପି ପ୍ରସାନ୍ନା ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇ କହିଛନ୍ତି ଯେ ଘଟଣାଟି ଦୁର୍ଭାଗ୍ୟବଶତଃ ଘଟିଛି। ଏଥିପାଇଁ କାହାରିକୁ ଦାୟୀ କରାଯାଇପାରିବ ନାହିଁ। ହାତୀ ଗୁଡିକ ଓଡ଼ିଶାରୁ ଆସି ଏଠାରେ ଚଳପ୍ରଚଳ କରୁଥିଲେ। କାହିଁକି ନା ସୀମାନ୍ତ ଶ୍ରୀକାକୁଲମ, ବିଜୟନଗର ଓ ପାର୍ବତୀପୁର ଜିଲ୍ଲାରେ ହାତୀ ରହିବା ଭଳି ଜଙ୍ଗଲ ନାହିଁ। ବର୍ତ୍ତି ଯାଇଥିବା ଦୁଇ ହାତୀର ସୁରକ୍ଷା ପ୍ରତି ଗୁରୁତ୍ୱ ଦିଆଯିବ।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ହାତୀ ଗୁଡ଼ିକ ପ୍ରତିଦିନ ଓଡ଼ିଶା ସୀମାନ୍ତ ବଂଶଧାରା ନଦୀ ପାର ହୋଇ ଆନ୍ଧ୍ର ପଟେ ଆସି ବୁଲାବୁଲି କରି ପୁଣି ଫେରି ଯାଉଥିଲେ। ଆନ୍ଧ୍ରରେ କୌଣସି ଜୀବନହାନି କିମ୍ବା ଫସଲହାନି କରିନାହାନ୍ତି ହାତୀପଲ। ପୂର୍ବରୁ ଏହି ହାତୀପଲ ରାୟଗଡ଼ା ଜିଲ୍ଲାର ଗୁଣପୁର, ପଦୁପୁର ଓ ନୂଆଗଡ଼ ଅଞ୍ଚଳରେ ଅନେକ ଦିନ ଧରି ରହିବା ପରେ କିଛି ମାସ ତଳେ ଆନ୍ଧ୍ରମୁହାଁ ହୋଇଥିଲେ। ଏ ସମ୍ପର୍କରେ ରାୟଗଡ଼ା ଡିଏଫ୍‌ଓ ବିଜୟ କୁମାର ପରିଡ଼ା କହିଛନ୍ତି ମୃତହାତୀ ଓଡ଼ିଶାର କି ଆନ୍ଧ୍ରର ତାହା କହିବା ମୁସ୍କିଲ୍। କଳାହାଣ୍ଡିରୁ ଆସିଥିବା ଦୁଇଟି ହାତୀ ଏବେ ଶିକରପାଇ ଏବଂ କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଅଞ୍ଚଳରୁ ଆସିଥିବା ୧୩ଟି ହାତୀ ମୁନିଗୁଡ଼ାରେ ବୁଲୁଛନ୍ତି। ବନ ବିଭାଗ ପକ୍ଷରୁ ଏହି ହାତୀଙ୍କ ସୁରକ୍ଷାକୁ ଗୁରୁତ୍ବ ଦିଆଯାଇଛି ବୋଲି କହିଛନ୍ତି ଡିଏଫଓ ଶ୍ରୀ ପରିଡ଼ା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।