ଅପରାଧ ରାଜ୍ୟ

ଗୋଡ଼ରେ ଛନ୍ଦି ହୋଇଗଲା ଗାମୁଛା ! ପାଣିରେ ବୁଡି ଚାଲିଗଲା ସୁନେଲିଙ୍କ ଜୀବନ

ତେଲକୋଇ ୧୦।୦୫: ଗାଧୋଇବାକୁ ଯାଇ ବୁଡିଗଲେ ଛାତ୍ରୀ । ମୃତ ଛାତ୍ରୀଙ୍କ ନାମ ସୁନେଲି ବୋଲି ଜଣାପଡିଛି । କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଜଟ ଗାଁରେ ଘଟିଛି ଘଟଣା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି ।

ଖବର ଅନୁଯାୟୀ, ମଙ୍ଗଳବାର ଦିନ ୧୨ଟା ସମୟରେ ଜଟ ଗାଁର ମାନସ ନାୟକଙ୍କ ସାତ ବର୍ଷ ଝିଅ ସୁନେଲି ନାୟକ କିଛି ସାଙ୍ଗମାନଙ୍କ ସହ ଗାଁର ଭାଲୁବନ୍ଧ ପୋଖରୀକୁ ଗାଧୋଇବାକୁ ଯାଇଥିଲେ । କିଛି ସମୟ ପରେ ହଠାତ୍‌ ସେ ପୋଖରୀରେ ବୁଡିଯାଇଥିଲା । ସଙ୍ଗେ ସଙ୍ଗେ ସାଥିରେ ଯାଇଥିବା ପିଲାମାନେ ପରିବାର ଓ ଗାଁ ଲୋକଙ୍କୁ ଖବର ଦେଇଥିଲେ । କିଛି ସମୟର ଖୋଜଖୋଜି ପରେ ସୁନେଲିଙ୍କୁ ଉଦ୍ଧାର କରାଯାଇଥିଲା । କିନ୍ତୁ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା । ସୁନେଲିଙ୍କ ଗୋଡ଼ରେ ଗାମୁଛି ଗୁଡାଇ ହୋଇଯିବାରୁ ସେ ପହଁରି ପାରିନଥିଲେ । ଯାହାଫଳରେ ସେ ପାଣିରେ ବୁଡି ମୃତ୍ୟୁବରଣ କରିଛନ୍ତି ବୋଲି ଅନୁମାନ କରାଯାଉଛି

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।