ନୂଆଦିଲ୍ଲୀ ୧୪/୦୬: ଲୋକପ୍ରିୟ ଗୁଜୁରାଟୀ ଲୋକ ଗାୟିକା ଗୀତା ରାବରୀ ନିକଟରେ କରୋନା ଭ୍ୟାକ୍ସିନ୍ ନେଇଛନ୍ତି । ଏହା ଏକ ସାଧାରଣ କଥା କିନ୍ତୁ ବିବାଦ ତ ସେତେବେଳେ ଉପୁଜିଥିଲା ଯେତେବେଳେ ସେ ଏହାର ଏକ ଫଟୋ ସେୟାର କରିଥିଲେ । ବାସ୍ତବରେ, ଗୀତା ସେୟାର କରିଥିବା ଫଟୋରୋ ସେ ଘରେ ଭ୍ୟାକ୍ସିନ୍ ନେଉଥିବାର ଦେଖାଯାଉଛି । ପ୍ରଶାସନ ଏ ବିଷୟରେ ଜାଣିବା ମାତ୍ରେ ସେମାନେ ତୁରନ୍ତ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।
ଅଧିକାରୀ କହିଛନ୍ତି ଯେ ସୋସିଆଲ ମିଡିଆରେ ଗୀତା ସେୟାର କରିଥିବା ଫଟୋରେ ସେ ତାଙ୍କ ଘରେ ସୋଫାରେ ବସି ଟିକା ନେଉଥିବାର ନଜର ଆସିଛନ୍ତି। ବିବାଦ ଆରମ୍ଭ ହେବା ପରେ ସେ ସୋସିଆଲ ମିଡିଆରୁ ଏହି ଫଟୋକୁ ଡିଲିଟ୍ କରି ଦେଇଛନ୍ତି କିନ୍ତୁ ଏହା ପୂର୍ବରୁ ଏହା ଭାଇରାଲ୍ ହୋଇ ସାରିଥିଲା। ଏହି ଫଟୋ ସାମ୍ନାକୁ ଆସି ସାରିବା ପରେ ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ ହୋଇଛି। ସାଧାରଣତଃ କୋଭିଡ -୧୯ ଟୀକାକରଣରେ ବ୍ୟକ୍ତିଙ୍କୁ ପଞ୍ଜୀକରଣ ଏବଂ ସମୟ ବୁକିଂ କରିବା ପରେ ଟୀକାକରଣ କେନ୍ଦ୍ରକୁ ଯିବାକୁ ପଡିଥାଏ ।
କୁଚ୍ଛ ଡିଡିଓ ଭବ୍ୟା ବର୍ମା କହିଛନ୍ତି, “ଗତକାଲି ମିଳିଥିବା ଅଭିଯୋଗ ଅନୁଯାୟୀ, ଗୀତା ରାବରୀଙ୍କୁ ଶନିବାର ସନ୍ଧ୍ୟାରେ ମାଧପୁର ଗ୍ରାମରେ ତାଙ୍କ ଘରେ ଟୀକାକରଣ କରାଯାଇଥିଲା। ଟିକା ଦେବାକୁ ତାଙ୍କ ଘରକୁ ଯାଇଥିବା ସ୍ୱାସ୍ଥ୍ୟ କର୍ମୀଙ୍କୁ ଚିହ୍ନଟ କରିବାକୁ ମୁଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛି ଏବଂ ସେ କାହାର ଅନୁମୋଦନ ମଧ୍ୟ ନେଇଛନ୍ତି। ତାଙ୍କ ଉତ୍ତରକୁ ଆଧାର କରି ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

