ନୂଆଦିଲ୍ଲୀ ୧୪/୦୬: ଟିଭି ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଅଭିନେତ୍ରୀ ଅନୀତା ହସନନ୍ଦିନୀଙ୍କ ବିଷୟରେ ଖବର ଆସିଥିଲା ଯେ ସେ ଖୁବ ଶୀଘ୍ର ଅଭିନୟ ଜଗତ ଛାଡିବାକୁ ଯାଉଛନ୍ତି। କିନ୍ତୁ ବର୍ତ୍ତମାନ ସେ ଏହି ଦାବିକୁ ନେଇ ନିଜର ମତ ରଖିଛନ୍ତି ଏବଂ ଘଟଣାର ସତ୍ୟତା କହିଛନ୍ତି। ନିକଟରେ ଅନୀତାଙ୍କ ଏକ ଇଣ୍ଟରଭ୍ୟୁ ସାମ୍ନାକୁ ଆସିଥିଲା, ଯେଉଁଥିରେ ସେ ଅଭିନୟରୁ ଦୁରେଇଯିବା ବିଷୟରେ କହିଥିଲେ। ଅଭିନେତ୍ରୀଙ୍କ ଏହି ଇଣ୍ଟରଭ୍ୟୁ ପ୍ରଶଂସକଙ୍କୁ ବହୁତ ଚକିତ କରିଥିଲା, କାରଣ ସମସ୍ତେ ବିଶ୍ୱାସ କରୁଥିଲେ ଯେ ଅନୀତା ଇଣ୍ଡଷ୍ଟ୍ରିକୁ ବିଦାୟ ଦେଇଛନ୍ତି। ଏହି ସମସ୍ତ ଖବରକୁ ନେଇ ବର୍ତ୍ତମାନ ଅନୀତା ଏକ ଟ୍ୱିଟ୍ କରିଛନ୍ତି ଯେଉଁଥିରେ ସେ ଇଣ୍ଡଷ୍ଚ୍ରୀ ଛାଡିବା ଖବରର ସତ୍ୟତା କହିଛନ୍ତି।
ଅନୀତା ଟୁଇଟ୍ କରି କହିଛନ୍ତି ଯେ ସେ ତାଙ୍କର ପ୍ରଥମ ପ୍ରେମ ଅଭିନୟକୁ ଛାଡି ନାହାଁନ୍ତି। ଅଭିନେତ୍ରୀ ଲେଖିଛନ୍ତି ଯେ, ‘ସବୁଆଡେ ଖବର ହେଉଛି, ମୁଁ ମୋର ପ୍ରଥମ ପ୍ରେମ, ଅଭିନୟ ଛାଡୁଛି । ମୁଁ ଏହା କେବେ କହି ନାହିଁ ମୁଁ କେବଳ କହିଥିଲି ଯେ ମୁଁ ବର୍ତ୍ତମାନ ମୋ ଶିଶୁ ଉପରେ ଧ୍ୟାନ ଦେବାକୁ ଚାହୁଁଛି । ଆରଭ ମୋର ପ୍ରାଥମିକତା । ଯେତେବଳେ ମୁଁ ଏହା ପାଇଁ ପ୍ରସ୍ତୁତ ହୋଇଯିବି, ମୁଁ କାମକୁ ଫେରିବି। ‘ ଅନୀତାଙ୍କ ଏହି ଟ୍ୱିଟ୍ ତାଙ୍କ ପ୍ରଶଂସକଙ୍କୁ ବହୁତ ଖୁସି କରିଛି।
ଏହାପୂର୍ବରୁ ଅନୀତା ଏକ ଇଣ୍ଟରଭ୍ୟୁରେ କହିଥିଲେ ଯେ, ସେ ତାଙ୍କ ପୁଅ ଆରଭଙ୍କ ସହିତ ସମୟ ଅତିବାହିତ କରିବାକୁ ଚାହୁଁଥିବାରୁ ଅଭିନୟ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ଅଭିନେତ୍ରୀ କହିଥିଲେ ଯେ, ‘ମୁଁ ନିଷ୍ପତ୍ତି ନେଇଥିଲି, ଯେତେବେଳେ ବି ମୋର ପିଲା ହେବ, ମୁଁ ଇଣ୍ଡଷ୍ଟ୍ରି ଛାଡି ମୋ ପିଲାକୁ ମୋର ସମସ୍ତ ସମୟ ଦେବି। ମା ହେବା ପରେ ମୁଁ ସବୁବେଳେ ମୋ ପିଲା ଉପରେ ଧ୍ୟାନ ଦେବାକୁ ଚାହୁଁଥିଲି, ତେଣୁ ଇଣ୍ଡଷ୍ଟ୍ରୀ ଛାଡିବାର କାରଣ ମହାମାରୀ ନୁହେଁ । ଯଦି ଆଜିର ସମୟରେ କୌଣସି ମହାମାରୀ ନଥାନ୍ତା, ମୁଁ ସେତେବେଳେ ମଧ୍ୟ ଇଣ୍ଡଷ୍ଟ୍ରୀ ଛାଡିଥା’ନ୍ତି । ମୁଁ ମୋ ପିଲା ସହିତ ଘରେ ରହିବାକୁ ଚାହେଁ । ମୁଁ ପ୍ରକୃତରେ ଜାଣି ନାହିଁ ଯେ ମୁଁ କେବେ କାମକୁ ଫେରିବି ।
ଅନୀତା ଆହୁରି ମଧ୍ୟ କହିଛନ୍ତି, ‘ବର୍ତ୍ତମାନ ଚୁକ୍ତି ହେତୁ ମୁଁ ବିଭିନ୍ନ ବ୍ରାଣ୍ଡ ସହିତ କାମ କରୁଛି। ମୁଁ ଘରେ ରହି ଏହି ସମସ୍ତ କାର୍ଯ୍ୟ କରୁଛି, ଯେଉଁଥିପାଇଁ ମୁଁ ସମ୍ପୂର୍ଣ୍ଣ ଚାପମୁକ୍ତ । ଆଜିକାଲି ମୁଁ ବହୁତ ଯତ୍ନର ସହ କାମ କରୁଛି । ବୋଧହୁଏ, ଯଦି ଜଣେ ବ୍ୟକ୍ତି ମୋ ଘରକୁ ସୁଟିଂ କରିବାକୁ ଆସନ୍ତି, ମୁଁ ପ୍ରଥମେ ସେମାନଙ୍କୁ ଭଲ ଭାବରେ ପରୀକ୍ଷା କରିବି । କିନ୍ତୁ ଏକ ଟିଭି ଶୋ’ର ସେଟ୍କୁ ଫେରିବା, ମୁଁ ଜାଣେ ନାହିଁ ତାହା କେବେ ।