ଅପରାଧ ଦେଶ ବିଦେଶ

ଗିରଫ ହେଲେ ଶ୍ରମିକଙ୍କ ଉପରେ ପରିସ୍ରା କରିଥିବା ବ୍ୟକ୍ତି; ବାପା କହିଲେ ସେ ‘ବିଜେପି’ ବିଧାୟକଙ୍କ ପ୍ରତିନିଧି

ଭୋପାଳ: ଜଣେ ଆଦିବାସୀ ଶ୍ରମିକଙ୍କ ଉପରେ ପରିସ୍ରା କରୁଥିବା ବେଳେ କ୍ୟାମେରାରେ ଧରାପଡ଼ିଥିବା ମଧ୍ୟପ୍ରଦେଶର ପ୍ରବେଶ ଶୁକ୍ଳା ନାମକ ବ୍ୟକ୍ତିଙ୍କୁ ମଙ୍ଗଳବାର ବିଳମ୍ବିତ ରାତ୍ରରେ ଗିରଫ କରାଯାଇଥିବା କଥା ପୁଲିସ କହିଛି।

ଗିରଫଦାରି ଏଡ଼ାଇବାକୁ ଅଭିଯୁକ୍ତ ପ୍ରବେଶ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଚାଲିଯାଉଥିଲେ। ଶେଷରେ ରାତି ୨ଟା ବେଳେ ସେ ଧରାପଡ଼ିଥିବା କଥା ପୁଲିସ ସୂତ୍ରରୁ ପ୍ରକାଶ।

ସିଦ୍ଧି ସହକାରୀ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ଅଞ୍ଜୁଲତା ପଟେଲ୍‌ କହିଛନ୍ତି, ଆମେ ଅଭିଯୁକ୍ତଙ୍କୁ (ପ୍ରବେଶ ଶୁକ୍ଳା) ହାଜତକୁ ନେଇଛୁ। ତାଙ୍କୁ ପଚରାଉଚରା ଚାଲିଛି। ଏ ସଂକ୍ରାନ୍ତରେ ଖୁବ୍‌ ଶୀଘ୍ର ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସେପଟେ, ପ୍ରବେଶ ଶୁକ୍ଳାଙ୍କ ପିତା ରମାକାନ୍ତ ଶୁକ୍ଳା କହିଛନ୍ତି ଯେ, ତାଙ୍କ ପୁଅ ‘ବିଜେପି’ ବିଧାୟକ କେଦାରନାଥ ଶୁକ୍ଳାଙ୍କ ପ୍ରତିନିଧି ହୋଇଥିବାରୁ ବି‌ରୋଧୀ ଦଳ ତାକୁ ଟାର୍ଗେଟ୍‌ କରିଛି। ଆଶା କରେ ଏହି ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଇ ନ୍ୟାୟ ବିଚାର କରାଯିବ।

Image Courtesy of NDTV

କଂଗ୍ରେସ ସାଂସଦ କମଲନାଥ ମଧ୍ୟ କହିଛନ୍ତି, ଜନଜାତିଙ୍କୁ ଉପରେ ଚାଲିଥିବା ଅତ୍ୟାଚାର କ୍ଷେତ୍ରରେ ମଧ୍ୟପ୍ରଦେଶ ୧ ନମ୍ବର ରାଜ୍ୟ ହୋଇଗଲାଣି। ଏ ଘଟଣା ସମଗ୍ର ମଧ୍ୟପ୍ରଦେଶକୁ ଲଜ୍ଜିତ କରିଛି। ଅଭିଯୁଙ୍କୁ କଠୋର ଶାସ୍ତି ଦେବା ପାଇଁ ମୁଁ ଦାବି କରୁଛି।

କିନ୍ତୁ, ପ୍ରବେଶଙ୍କର ଦଳ ସହିତ ସମ୍ପୃକ୍ତି ନାହିଁ ‘ବିଜେପି’ କହିଛି। ବିଧାୟକ କେଦାରନାଥ ଶୁକ୍ଳା କହିଛନ୍ତି, ପ୍ରବେଶ କେବେ ବି ମୋର ପ୍ରତିନିଧି ନ ଥିଲେ। ଖାଲି ସେମତି ଚିହ୍ନାଜଣା ଅଛି।

ସୂଚନାଯୋଗ୍ୟ, କ୍ୟାମେରାରେ ଉତ୍ତୋଳିତ ଦୃଶ୍ୟରେ ଦେଖାଯାଉଛି ଭୂଇଁରେ ବସିଥିବା ଦଶମତ ରାୱତ ନାମରେ କରୌନ୍ଦିର ଜଣେ ୩୬ ବର୍ଷିୟ ଆଦିବାସୀଙ୍କ ଉପରେ ସିଗାରେଟ୍‌ ଟାଣୁଥିବା ନିଶାସକ୍ତ ଶୁକ୍ଳା ପରିସ୍ରା କରୁଛନ୍ତି। ଭିଡିଓଟି ‘ଫେକ୍‌’ ବା ଜାଲ୍‌ ଏବଂ ଶୁକ୍ଳାଙ୍କୁ ଫସାଇବା ପାଇଁ କରାଯାଇଥିବା କଥା ପୀଡ଼ିତ ରାୱତ୍‌ କହୁଛନ୍ତି।

ଘଟଣାଟି ପ୍ରାୟ ୧ ସପ୍ତାହ ପୂର୍ବେ ସିଦ୍ଧି ଜିଲ୍ଲା ଅନ୍ତର୍ଗତ କୁବରି ମାର୍କେଟ୍‌ ଘଟିଥିଲେ ବି ମଙ୍ଗଳବାର ସନ୍ଧ୍ୟା ବେଳେ ପୁଲିସ ଉକ୍ତ ଦୃଶ୍ୟ ସମ୍ବଳିତ ଭିଡିଓ ବିଷୟରେ ଜାଣିବାକୁ ପାଇଥିଲା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ