ରାଜ୍ୟ

ଖୁବ୍‌ଶୀଘ୍ର ମହାନଦୀରେ ୧୯୬୦ କୋଟି ବ୍ୟୟରେ ୨ଟି ବ୍ୟାରେଜ୍‌

ସୋନପୁର: ମଙ୍ଗଳବାର ୫-ଟି ସଚିବ ଭି. କେ. ପାଣ୍ଡିଆନ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତକରି ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି। ପ୍ରଥମେ ସେ ବୀରମହାରାଜପୁର ଉପଖଣ୍ଡ କୋଟସମଲେଇସ୍ଥିତ ପାତାଳୀ ଶ୍ରୀକ୍ଷେତ୍ର ପରିଦର୍ଶନ କରିଥିଲେ। ସେଠାରେ ପୂଜାର୍ଚ୍ଚନା କରିବା ସହ ମନ୍ଦିର କମିଟି କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ। ପାତାଳୀ ଶ୍ରୀକ୍ଷେତ୍ରର ବିକାଶ ତଥା ପର୍ଯ୍ୟଟକଙ୍କ ସୁବିଧା ପାଇଁ ଖୁବଶୀଘ୍ର ପ୍ରକଳ୍ପ କାର୍ଯ୍ୟ ହାତକୁ ନିଆଯିବ ବୋଲି ଘୋଷଣା କରିଥିଲେ। ଏହାପରେ ଉଲୁଣ୍ଡା ଖେଳ ପଡ଼ିଆରେ ଅନୁଷ୍ଠିତ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଡୁଙ୍ଗୁରିପାଲି ବ୍ଲକ୍ କପାସିରାରେ ୨୭୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ ଚାଲିଥିବା ପାର୍ବତୀ ଗିରି ମେଗା ଉଠାଜଳସେଚନ ପ୍ରକଳ୍ପ ପରିଦର୍ଶନ କରିଥିଲେ।

ଆସନ୍ତ‌ା ସେପ୍ଟେମ୍ବର ସୁଦ୍ଧା ଏହି ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ବୋଲି କହିଥିଲେ। ସୋନପୁର ବ୍ଲକ୍ ଖଲିଆପାଲି ସନ୍ଥକବି ଭୀମ ଭୋଇଙ୍କ ସମାଧି ପୀଠ ପରିଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ। ଏହି ଅଞ୍ଚଳର ବିକାଶ ପାଇଁ ଖୁବ୍ ଶୀଘ୍ର ମାଷ୍ଟରପ୍ଲାନ ପ୍ରସ୍ତୁତ ହେବାନେଇ ପ୍ରତିଶ୍ରୁତି ଦେଇଥିଲେ। ପରେ ସୋନପୁର ବ୍ଲକ୍ ସାଗାରପାଲିସ୍ଥିତ ୫-ଟିରେ ରୂପାନ୍ତରଣ ହୋଇଥିବା ଗଙ୍ଗାଧର ମେହେର ହାଇସ୍କୁଲ ଏବଂ ମୁକୁନ୍ଦପୁର ଆଶ୍ରମ ବିଦ୍ୟାଳୟ ପରିଦର୍ଶନ କରିଥିଲେ। ଏହାପରେ ମହାନଦୀ ରାମେଶ୍ବର ଘାଟ ପରିଦର୍ଶନ କରିଥିଲେ। ମହାନଦୀ ତଳମୁଣ୍ଡ ଖଇରମାଳରେ ୯୨୫.୫୯ କୋଟି ଏବଂ ଗୋଧନେଶ୍ବରରେ ୧୦୨୧.୮୧ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଦୁଇଟି ବ୍ୟାରେଜ କାର୍ଯ୍ୟ ତ୍ବରାନ୍ବିତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ସୁବର୍ଣ୍ଣମେରୁ ମନ୍ଦିର ପରିଦର୍ଶନ କରିବା ସହ ପର୍ଯ୍ୟଟକଙ୍କ ସୁବିଧା ସମ୍ପର୍କରେ ସେବାୟତ ଏବଂ ଭକ୍ତଙ୍କୁ ପଚାରି ବୁଝିଥିଲେ। ଜିଲ୍ଲାର ସମସ୍ତ ୯ଟି ଡିଗ୍ରି କଲେଜ ଏବଂ ୨୨ଟି ହାଇସ୍କୁଲକୁ ୫-ଟିରେ ରୂପାନ୍ତରଣ କରାଯିବ ବୋଲି ଘୋଷଣା କରି ମୁଖ୍ୟମନ୍ତ୍ରୀ ୧୩.୨୫ କୋଟି ଟଙ୍କା ମଞ୍ଜୁର କରିଥିବା ସୂଚନା ଦେଇଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।