ରାଜ୍ୟ

କ୍ରମାଗତ ତୃତୀୟ ଦିନ ବିମାନ ବାତିଲ

ରାଉରକେଲା: ରାଉରକେଲାରେ ପୂର୍ଣ୍ଣକାଳୀନ ବିମାନ ସେବା ଏବେ ଅସମ୍ଭବ ପାଲଟିଲାଣି। ନିୟମିତ ବ୍ୟବଧାନରେ ବିମାନ ବାତିଲ ହେଉଛି। ଗତ ତିନିଦିନ ହେଲା ଭୁବନେଶ୍ବର-ରାଉରକେଲା ବିମାନ ସେବା ବନ୍ଦ ରହିଛି। ଲଗାତାର ତିନି ଦିନ ହେଲା ବିମାନସେବା ବନ୍ଦ ରହିଥିବାରୁ ସୋମବାର ବିମାନ ଉଡ଼ିବ ନା ନାହିଁ; ତାହା ଏବେବି ସନ୍ଦେହରେ। ଆଜି(ରବିବାର) ମୋଟ୍‌ ୩୨ ଜଣ ଯାତ୍ରୀ ରାଉରକେଲାରୁ ଭୁବନେଶ୍ବର ଯିବାକୁ ଟିକେଟ୍‌ କାଟିଥିଲେ। କିନ୍ତୁ ବିମାନ ସେବାକୁ ବାତିଲ କରିଦିଆଯିବାରୁ ଯାତ୍ରୀ ଯାବତୀୟ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି।

ପ୍ରକାଶଥାଉକି, ଗତ ୮ ତାରିଖ ଓ ୭ ତାରିଖରେ ବି ବିମାନ ବାତିଲ ହୋଇଥିଲା। ଫଳରେ ଭୁବନେଶ୍ବର ଯିବାକୁ ଥିବା ଯଥାକ୍ରମେ ୨୨ ଓ ୩୦ ଜଣ ଯାତ୍ରୀଙ୍କୁ ନିରାଶ ହେବାକୁ ପଡ଼ିଥିଲା। ନିୟମିତଭାବେ ବିମାନ ସେବା ବାତିଲ ହେଉଥିବାରୁ ଯାତ୍ରୀ ସଂଖ୍ୟାରେ ହ୍ରାସ ପାଇବାରେ ଲାଗିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।