ଭୁବନେଶ୍ବର: କୋରେଇରେ ରେଳ ଦୁର୍ଘଟଣା ପରେ ପୂର୍ବତଟ ରେଳବାଇ ପକ୍ଷରୁ ହେଲ୍ପ ଲାଇନ୍ ନମ୍ବର ଜାରି ହୋଇଛି।। । କୋରେଇ ଷ୍ଟେସନ – ୮୪୫୫୮୮୯୯୦୫ । ଭୁବନେଶ୍ୱର ପାଇଁ ୦୬୭୪-୨୫୩୪୦୨୦ । ଖୋର୍ଦ୍ଧା ରୋଡ୍ କଣ୍ଟ୍ରୋଲ ରୁମ୍ ନମ୍ବର – ୦୬୭୪-୨୪୯୨୨୪୫ ।
ସୂଚନାଯୋଗ୍ୟ, ଯାଜପୁର ଜିଲ୍ଲାର କୋରେଇରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଛି। ଷ୍ଟେସନ ଦେଇ ଯାଉଥିବା ଏକ ମାଲ୍ ଗାଡି ଲାଇନଚ୍ଯୁତ ହୋଇ ପ୍ଲାଟଫର୍ମକୁ ମାଡ଼ିଯାଇଥିଲା । ଏହାଫଳରେ ପ୍ଲାଟଫର୍ମରେ ଅନ୍ୟ ଟ୍ରେନକୁ ଅପେକ୍ଷା କରିଥିବା ୪ ଜଣ ଯାତ୍ରୀଙ୍କର ମୃତ୍ଯୁ ହୋଇଥିବା ଜଣାଯାଇଛି।ମୃତକମାନଙ୍କ ମଧ୍ୟରେ ଜଣେ ଶିଶୁ, ଦୁଇ ଜଣ ମହିଳା ଓ ଜଣେ ପୁରୁଷ ଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି। ଏମାନେ ସମସ୍ତେ ବାଲେଶ୍ବର-ଭୁବନେଶ୍ବର ଡିଏମୟୁ ଟ୍ରେନରେ ଯାତ୍ରା କରିବାକୁ ପ୍ଲାଟଫର୍ମରେ ଅପେକ୍ଷା କରିଥିଲେ। ଏଯାବତ୍ ଦୁଇ ମହିଳା ମୃତକଙ୍କ ପରିଚୟ ମିଳିଛି। ସେମାନେ ହେଲେ ପାର୍ବତୀ ବିନ୍ଧାଣି ଓ ଅଫଜୁନ ବିବି। ଏ ସଂକ୍ରାନ୍ତରେ ଅଧିକ ଖବରକୁ ଅପେକ୍ଷା କରାଯାଇଛି।