ରାଜ୍ୟ ସ୍ୱାସ୍ଥ୍ୟ

କୋଭିଡ଼ ସ୍ଥିତିର ସମୀକ୍ଷା କରାଯାଉଛି, ସ୍ଥିତି ଦେଖି ନିଷ୍ପତ୍ତି ନିଆଯିବ-ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର ୧୭।୦୨ : ନିଜ ରାଜ୍ୟର ସ୍ଥାନୀୟ କୋଭିଡ ସ୍ଥିତିକୁ ଦୃଷ୍ଟିରେ ରଖି କିଛି ରାଜ୍ୟ ଅତିରିକ୍ତ କଟକଣା ଲଗାଇଛନ୍ତି । ନିୟମ କୋହଳ କରିବା ଲାଗି କେନ୍ଦ୍ର ସରକାରଙ୍କ ଯେଉଁ ଚିଠି ଆସିଛି । ତା ଉପରେ ରାଜ୍ୟ ସରକାର ଭାବିଚିନ୍ତି ନିଷ୍ପତ୍ତି ନେବେ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଆମ ରାଜ୍ୟରେ ଅତିରିକ୍ତ କଟକଣା କିଛି ନାହିଁ । ଆମର ଗାଇଡଲାଇନ ଅନୁସାରେ କଟକଣା ହୋଇଛି । ସରକାରଙ୍କର ତା ଉପରେ ନଜର ରହିଛି । କୋଭିଡ ସ୍ଥିତିର ସମୀକ୍ଷା ମଧ୍ୟ କରାଯାଉଛି । ପୁନଶ୍ଚ ସରକାରଙ୍କ ପରବର୍ତ୍ତୀ ନିଷ୍ପତ୍ତିକୁ ଅପେକ୍ଷା କରିବା । ଯଦି ଆଜିର ଷ୍ଟାଟସ ଦେଖିବା, ତେବେ ୨ରୁ ୩ଟି ସ୍ଥାନରେ ଟିକେ ଅଧିକ ସଂକ୍ରମଣ ରହିଛି । ଏବେକାର ସ୍ଥିତିରେ ଆମେ ଭଲ ଆଡ଼କୁ ଯାଉଛେ । କିଛି ଦିନ ହେଲା ସଂକ୍ରମଣ ହଜାରେ ତଳେ ରହିଛି । ହସ୍ପିଟାଲିଟି ରେଟ ମଧ୍ୟ କମ ରହୁଛି । ଆଗକୁ ସ୍ଥିତି ଆହୁରି ସୁଧୁରିବ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ