Subscribe to Updates

    Get the latest creative news from FooBar about art, design and business.

    What's Hot

    ଡେରିରେ ଛାଡ଼ିପାରେ ମୌସୁମୀ: ବହୁଛି ଦକ୍ଷିଣା ସାମୁଦ୍ରିକ ପବନ, ଉତ୍ତରା ପବନ ଡେରିରେ ଆସିବ

    October 3, 2023

    ଭୁଶୁଡ଼ିଲା ମାଟିଘର: ବାପାର ଗଲା ଜୀବନ, ବର୍ତ୍ତିଗଲା ପୁଅ

    October 3, 2023

    ପୁଣି ଆଶା ଦେଖାଇଲେ ସରକାର: ଖୋଲିପାରେ ବନ୍ଦ ସ୍କୁଲର ତାଲା

    October 3, 2023
    Facebook X (Twitter) Instagram
    Trending
    • ଡେରିରେ ଛାଡ଼ିପାରେ ମୌସୁମୀ: ବହୁଛି ଦକ୍ଷିଣା ସାମୁଦ୍ରିକ ପବନ, ଉତ୍ତରା ପବନ ଡେରିରେ ଆସିବ
    • ଭୁଶୁଡ଼ିଲା ମାଟିଘର: ବାପାର ଗଲା ଜୀବନ, ବର୍ତ୍ତିଗଲା ପୁଅ
    • ପୁଣି ଆଶା ଦେଖାଇଲେ ସରକାର: ଖୋଲିପାରେ ବନ୍ଦ ସ୍କୁଲର ତାଲା
    • ଏଏସ୍‌ଆଇ ମୃତ୍ୟୁ ଘଟଣା: ହତ୍ୟା ଅଭିଯୋଗ ଆଣିଲେ ସ୍ବାମୀ
    • ଦିବ୍ୟାଙ୍ଗ ପିଲାମାନେ ଯାଦୁଗର: ଧର୍ମେନ୍ଦ୍ର ପ୍ରଧାନ
    • ସୀମାନ୍ତରେ ୪୦ ସ୍କୁଲ ବନ୍ଦ: ସେଦିନର ମଣିଷଗଢ଼ା କାରଖାନା ଏବେ ଖେଳପଡ଼ିଆ
    • ବଢ଼ୁଛି ଲାଲ କେଶର ଅଣ୍ଡା ଚାହିଦା: ୧୦ଲକ୍ଷ ଦରକାର, ଅଢ଼େଇ ଲକ୍ଷ ମିଳୁଛି
    • ପୋଖରୀରୁ ଧରା ହେଲା ୧୪ ଫୁଟ୍‌ର କୁମ୍ଭୀର
    Tuesday, October 3
    Facebook X (Twitter) Instagram
    Facebook X (Twitter) Instagram
    NEWS LAXMI 7
    Subscribe
    • ଦେଶ ବିଦେଶ
    • ରାଜ୍ୟ
    • ରାଜନୀତି
    • କଳା ଓ ସଂସ୍କୃତି
    • ଲାଇଫ୍ ଷ୍ଟାଇଲ
    • ମନୋରଞ୍ଜନ
      • ଭିଡ଼ିଓ
      • ଖେଳ
    • ପର୍ଯ୍ୟଟନ
    • ଶିକ୍ଷା ଓ ନିଯୁକ୍ତି
    • ଧର୍ମ
    • ସ୍ୱାସ୍ଥ୍ୟ
    • ଅପରାଧ
    • ରାଶିଫଳ
    NEWS LAXMI 7
    Home»ରାଜନୀତି»କେବେ ସ୍ବତନ୍ତ୍ର ଜିଲ୍ଲା ହେବ ଭୁବନେଶ୍ବର?
    ରାଜନୀତି

    କେବେ ସ୍ବତନ୍ତ୍ର ଜିଲ୍ଲା ହେବ ଭୁବନେଶ୍ବର?

    NewsLaxmi7By NewsLaxmi7July 29, 2023Updated:July 29, 2023No Comments3 Mins Read
    Facebook Twitter LinkedIn WhatsApp Email
    Share
    Facebook Twitter LinkedIn Email WhatsApp

    ଭୁବନେଶ୍ବର: ୧୯୯୩ ମସିହାରେ ବିଜୁ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବାବେଳେ ଓଡ଼ିଶାର ୧୩ଟି ରାଜସ୍ୱ ଜିଲ୍ଲାକୁ ୩୦ଟି ଜିଲ୍ଲାରେ ପରିଣତ କରି ଇତିହାସ ସୃଷ୍ଟି କରିଥିଲେ। ସେତେବେଳେ ଭୁବନେଶ୍ୱରକୁ ମଧ୍ୟ ଏକ ସ୍ୱତନ୍ତ୍ର ଜିଲ୍ଲାରେ ପରିଣତ କରାଯିବାର ପ୍ରସ୍ତାବ ରହିଥିଲା। ୟା’ ଭିତରେ ଦୀର୍ଘ ୩୦ ବର୍ଷ ବିତିଯାଇଥିଲେ ମଧ୍ୟ ଏହା କେବଳ ସେମିତି ପ୍ରସ୍ତାବରେ ଅଟକିଛି। ଭୁବନେଶ୍ୱରକୁ ଏକ ଜିଲ୍ଲା କରିବାର ଆବଶ୍ୟକକତା ଉପଲବ୍ଧି କରି ତତ୍‌କାଳୀନ ମନ୍ତ୍ରୀ ତଥା ପୂର୍ବତନ ବାଚସ୍ପତି ସ୍ୱର୍ଗତ ସତ୍ୟପ୍ରିୟ ମହାନ୍ତି ମଧ୍ୟ ପ୍ରସ୍ତାବ ଦେଇଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ମଧ୍ୟ ଭୁବନେଶ୍ୱରକୁ ଏକ ଜିଲ୍ଲାର ମାନ୍ୟତା ଦେବା ପାଇଁ ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତି (ଜଷ୍ଟିସ୍ ଦାସ)ଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିଥିଲେ। ସମ୍ପୃକ୍ତ କମିଟି ବିଚାର ବିମର୍ଷ କରିବା ପରେ ଭୁବନେଶ୍ୱରକୁ ସ୍ୱତନ୍ତ୍ର ଜିଲ୍ଲାର ମାନ୍ୟତା ଦେବା ପାଇଁ ସରକାରଙ୍କୁ ସୁପାରିଶ କରାଯାଇଥିଲା। ପୂର୍ବତନ ମୁଖ୍ୟଶାସନ ସଚିବ ତଥା ନିର୍ବାଚନ କମିସନର ଡ. ଅଜିତ କୁମାର ତ୍ରିପାଠୀ ଓ ପୂର୍ବତନ ରାଜସ୍ୱ ମନ୍ତ୍ରୀ ତଥା ଉପବାଚସ୍ପତି ସୁରେନ୍ଦ୍ରନାଥ ନାୟକ ମଧ୍ୟ ଏ ନେଇ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ନିକଟରେ ପ୍ରସ୍ତାବ ରଖିଥିଲେ। ୨୦୧୧ ଜନଗଣନା ରିପୋର୍ଟ ଅନୁସାରେ ଭୁବନେଶ୍ବର‌ରେ ୧୫ଲକ୍ଷରୁ ଊର୍ଦ୍ଧ୍ବ ଜନସଂଖ୍ୟା ଥିବା ବେଳେ ଏବେ ଏହା ୨୨ଲକ୍ଷରୁ ଅଧିକ ହେଲାଣି। ଲୋକସଂଖ୍ୟା ବହୁଗୁଣିତ ହେବା ସହ ପ୍ରାଶାସନିକ କାର୍ଯ୍ୟ ଚାପ ମଧ୍ୟ ବଢ଼ିବଢ଼ି ଚାଲିଛି। ସେହି ଅନୁସାରେ ଜନସାଧାରଣଙ୍କୁ ସେବା ଯୋଗାଇବାରେ ମଧ୍ୟ ସମସ୍ୟା ଉପୁଜିଛି। ଏଣୁ ଭୁବନେଶ୍ୱରକୁ ତୁରନ୍ତ ଏକ ସ୍ୱତନ୍ତ୍ର ଜିଲ୍ଲା ମାନ୍ୟତା ଦିଆଯାଉ ବୋଲି କହିଛି ‘ଭୁବନେଶ୍ବର ଜିଲ୍ଲା ଗଠନ ସଂଘ’।

    ସଂଘର ସଭାପତି ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆଜି ବୁଦ୍ଧମନ୍ଦିର ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଉପସଭାପତି ସନ୍ତୋଷ କୁମାର ମହାନ୍ତି, ସମ୍ପାଦକ ଅସିତ ମହାନ୍ତି, ସଂଗଠନ ସମ୍ପାଦକ ପ୍ରଦୋଷ କୁମାର ପଟ୍ଟନାୟକ ପ୍ରମୁଖ ଭୁବନେଶ୍ବରକୁ ସ୍ବତନ୍ତ୍ର ଜିଲ୍ଲା ମାନ୍ୟତା ଦାବି ପଛରେ ରହିଥିବା ଯଥାର୍ଥତାକୁ ଉପସ୍ଥାପନ କରିଛନ୍ତି। ଏ ନେଇ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିବା ସୂଚନା ଦେଇଛନ୍ତି। ସଂଘର ଏହି କର୍ମକର୍ତ୍ତାଙ୍କ ସହିତ ରଜନୀ ରଞ୍ଜନ, ଦିଲୀପ ଓଝା, ବାସୁଦେବ ଭଟ୍ଟ, ଉପେନ୍ଦ୍ର ରାଉତରାୟ, ମନୋଜ ନାୟକ ପ୍ରମୁଖ ଏହି ଦାବିକୁ ଦୃଢ଼ ସମର୍ଥନ କରିଛନ୍ତି।

    ସଂଘର ଯୁକ୍ତି ହେଉଛି, ପୂର୍ବରୁ ଭୁବନେଶ୍ୱର ଗୋଟିଏ ବିଧାନସଭା ନିର୍ବାଚନ ମଣ୍ଡଳୀ ଥିଲା। ୨୦୦୯ ମସିହାଠାରୁ ଏହା ତିନିଟି ବିଧାନସଭା ନିର୍ବାଚନମଣ୍ଡଳୀରେ ପରିଣତ ହୋଇଛି। ସେହିଭଳି ଭୁବନେଶ୍ବର ମହାନଗର ସମେତ ଏକ ବଡ଼ ଅଞ୍ଚଳ ଏବେ ଖୋର୍ଦ୍ଧା ଜିଲ୍ଲା ଅଧୀନରେ ରହିଛି। କଟକ ଜିଲ୍ଲାର ନିଆଳି ନିକଟସ୍ଥ ନରିଶୋ ଗ୍ରାମ ଖୋର୍ଦ୍ଧା ଜିଲ୍ଲା ଅଧୀନରେ ରହିଛି। ଏଠାରୁ ଖୋର୍ଦ୍ଧା ଜିଲ୍ଲା ସଦର ମହକୁମା ପ୍ରାୟ ୭୦ କିମି ଦୂର। ଏଭଳି ଅନେକ ସ୍ଥାନ ଜିଲ୍ଲା ସଦର ମହକୁମା ଠାରୁ ୫୦/୬୦ କିମି ଦୂରରେ ରହିଛି। ଖୋଦ୍‌ ରାଜଧାନୀ ଭୁବନେଶ୍ୱରରୁ ଏହା ୨୦ କିମି ଦୂର। ସେଥିପାଇଁ ପ୍ରତିଦିନ ଭୁବନେଶ୍ୱର ମହାନଗରବାସୀ ତଥା ଜନସାଧାରଣ ଅକଥନୀୟ ଦୁର୍ଦ୍ଦଶା ଭୋଗ କରୁଛନ୍ତି। ଲୋକସେବା ଭବନଠାରୁ ଆରମ୍ଭ କରି ଅଧିକାଂଶ ବିଭାଗର ମୁଖ୍ୟାଳୟ ଭୁବନେଶ୍ୱରରେ ଥିବା ବେଳେ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଖୋର୍ଦ୍ଧାରେ ରହିଛି। ସେହିଭଳି ଜନସାଧାରଣ ହାତ ପାହାନ୍ତାରେ ଆଇନସେବା ପାଇବାରେ ମଧ୍ୟ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଭୁବନେଶ୍ୱର କୋର୍ଟ ପରିସରରେ ନିର୍ମାଣାଧୀନ ‘ଜୁଡିସିଆଲ୍ କଂପ୍ଲେକ୍ସ’ ରେ ସମସ୍ତ ‘ଜୁଡିସିଆଲ୍ କୋର୍ଟ’ ଗୋଟିଏ ସ୍ଥାନରେ କାର୍ଯ୍ୟ କରିବାକୁ ଯାଉଛି। ସମସ୍ତ ‘ଏକ୍‌ଜିକ୍ୟୁଟିଭ୍ କୋର୍ଟ’ ଗୋଟିଏ ସ୍ଥାନରେ ସ୍ଥାପନ କରିବା ପାଇଁ ସାଧାରଣ ପ୍ରଶାସନ (ଜିଏ) ବିଭାଗ ୪ ଏକର ୯୩୩ ଡିସିମିଲି ଜମି ରାଜସ୍ୱ ବିଭାଗକୁ ପ୍ରଦାନ କରିଛି। ହାତ ପାହାନ୍ତାରେ ନ୍ୟାୟ ପ୍ରଦାନ ପାଇଁ ଉଭୟ ପଦକ୍ଷେପ ଗୁରୁତ୍ବପୂର୍ଣ୍ଣ ହୋଇଥିଲେ ମଧ୍ୟ ଭୁବନେଶ୍ୱରକୁ ଏକ ସ୍ୱତନ୍ତ୍ର ଜିଲ୍ଲା ନ କଲେ ଏସବୁ ଜନସାଧାରଣଙ୍କୁ ସୁଫଳ ପ୍ରଦାନ କରିପାରିବ ନାହିଁ। ଏ ଦୃଷ୍ଟିରୁ ଭୁବନେଶ୍ୱର କୋର୍ଟର ଆଇନଜୀବୀମାନେ ମଧ୍ୟ ଭୁବନେଶ୍ୱରକୁ ଏକ ସ୍ୱତନ୍ତ୍ର ଜିଲ୍ଲା କରିବା ପାଇଁ ଦୀର୍ଘଦିନ ଧରି ଦାବି କରି ଆସୁଛନ୍ତି।

    ନିକଟ ଅତୀତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରଗଡ଼ ଜିଲ୍ଲାର ପଦ୍ମପୁର ସବ୍‌ଡିଭିଜନକୁ ଏକ ସ୍ୱତନ୍ତ୍ର ଜିଲ୍ଲା ମାନ୍ୟତା ଦେବା ଘୋଷଣା କରିଛନ୍ତି। ପଦ୍ମପୁର ଓ ଭୁବନେଶ୍ୱର ସମେତ କେତୋଟି ଜିଲ୍ଲାର ପ୍ରସ୍ତାବ ଏବେ ବିଚାରାଧୀନ ରହିଛି। ସେ ସବୁ ମଧ୍ୟରେ ଭୁବନେଶ୍ୱର ଜିଲ୍ଲା ଦାବି ସବୁଠୁ ଗୁରୁତ୍ୱପୂର୍ଣ୍ଣ। ଏଣୁ କ୍ରମବର୍ଦ୍ଧିଷ୍ଣୁ ଲୋକସଂଖ୍ୟା, ଭୌଗୋଳିକ ସୀମା ଓ ଜନସାଧାରଣଙ୍କ ଆବଶ୍ୟକତା ଦୃଷ୍ଟିରୁ ଭୁବନେଶ୍ୱରକୁ ଯଥାଶୀଘ୍ର ଜିଲ୍ଲା ରୂପେ ଘୋଷଣା କରିବା ପାଇଁ ସଂଘ ଦାବି କରିଛି।

    Share. Facebook Twitter LinkedIn WhatsApp Email
    Previous Articleଅନ୍ତଃରାଜ୍ୟ ପ୍ରଶ୍ନପତ୍ର ରାକେଟ୍ ଧରା ହେବା ପରେ ବିଜେପି ବିଚଳିତ କାହିଁକି: ବିଜେଡି
    Next Article ଜୟପୁର-ଭୁବନେଶ୍ବର ବିମାନ ସେବା ପୁଣି ୩ ଦିନ ବାତିଲ୍; ଖରାପ ପାଗ ନା ଯାନ୍ତ୍ରିକ ତ୍ରୁଟି, ଦ୍ବନ୍ଦ୍ବରେ ଯାତ୍ରୀ
    NewsLaxmi7
    • Website

    Related Posts

    ଡେରିରେ ଛାଡ଼ିପାରେ ମୌସୁମୀ: ବହୁଛି ଦକ୍ଷିଣା ସାମୁଦ୍ରିକ ପବନ, ଉତ୍ତରା ପବନ ଡେରିରେ ଆସିବ

    October 3, 2023

    ଭୁଶୁଡ଼ିଲା ମାଟିଘର: ବାପାର ଗଲା ଜୀବନ, ବର୍ତ୍ତିଗଲା ପୁଅ

    October 3, 2023

    ପୁଣି ଆଶା ଦେଖାଇଲେ ସରକାର: ଖୋଲିପାରେ ବନ୍ଦ ସ୍କୁଲର ତାଲା

    October 3, 2023

    ଏଏସ୍‌ଆଇ ମୃତ୍ୟୁ ଘଟଣା: ହତ୍ୟା ଅଭିଯୋଗ ଆଣିଲେ ସ୍ବାମୀ

    October 3, 2023
    • Facebook
    • Twitter
    • Instagram
    • YouTube
    Our Picks

    ସାଧୁ ବେଶରେ ୱାଣ୍ଟେଡ୍ କ୍ରିମିନାଲ୍: ୨୩ ବର୍ଷ ପରେ ଧରିଲା ପୁଲିସ

    July 3, 2023

    ମାତିଛନ୍ତି ମାଟି ମାଫିଆ: ତାଡ଼ିଦେଲେ ଗଙ୍ଗୁଆ ନଦୀବନ୍ଧ

    April 3, 2023

    ପଶ୍ଚିମବଙ୍ଗ ରାମ ନବମୀ ରାଲିରେ ପୁଣି ହିଂସାକାଣ୍ଡ: ‘ବିଜେପି’ ବିଧାୟକ ଆହତ

    April 3, 2023

    ଆଜିଠୁ ନୂଆ ଶିକ୍ଷାବର୍ଷ: ୮ ତାରିଖ ଯାଏ ନାମଲେଖା, ୧୧ରୁ ସକାଳୁଆ ସ୍କୁଲ

    April 3, 2023
    Don't Miss
    ରାଜ୍ୟ

    ଡେରିରେ ଛାଡ଼ିପାରେ ମୌସୁମୀ: ବହୁଛି ଦକ୍ଷିଣା ସାମୁଦ୍ରିକ ପବନ, ଉତ୍ତରା ପବନ ଡେରିରେ ଆସିବ

    October 3, 2023

    ଭୁବନେଶ୍ବର: ଅକ୍ଟୋବର ମାସ ଆରମ୍ଭ ସହିତ ଆସିଯାଇଛି ବାତ୍ୟା ଋତୁ। ସାଧାରଣତଃ ମୌସୁମୀ ଫେରିବା ସମୟରେ ଓଡ଼ିଶାକୁ ବାତ୍ୟା ଭୟ…

    ଭୁଶୁଡ଼ିଲା ମାଟିଘର: ବାପାର ଗଲା ଜୀବନ, ବର୍ତ୍ତିଗଲା ପୁଅ

    October 3, 2023

    ପୁଣି ଆଶା ଦେଖାଇଲେ ସରକାର: ଖୋଲିପାରେ ବନ୍ଦ ସ୍କୁଲର ତାଲା

    October 3, 2023

    ଏଏସ୍‌ଆଇ ମୃତ୍ୟୁ ଘଟଣା: ହତ୍ୟା ଅଭିଯୋଗ ଆଣିଲେ ସ୍ବାମୀ

    October 3, 2023

    Subscribe to Updates

    Get the latest creative news from SmartMag about art & design.

    About Us
    About Us

    Welcome to Newslaxmi7, where we are dedicated to providing timely, accurate, and unbiased news coverage to our readers. As a leading news organization, we are committed to journalistic integrity and believe that providing our audience with reliable information is essential to a functioning democracy.

    Our Picks

    ଛୁଟି ମିଳିଲାନି, ଜୀବନ ହାରିଲେ ଅଗ୍ନିଶମ କର୍ମଚାରୀ: ବୁଡ଼ାକେନ୍ଦୁ ଜଙ୍ଗଲରୁ ଉଦ୍ଧାର ହେଲା ମୃତଦେହ

    May 17, 2022

    ଜାଣନ୍ତୁ ଏ ସପ୍ତାହର ରାଶିଫଳ

    April 19, 2021

    ଗ୍ରାମାଞ୍ଚଳରେ ଲୋକଙ୍କ ସହାୟକ ସାଜିଛି ‘ବିକଳ୍ପ’

    September 4, 2023
    Quick Links
    • Home
    • About us
    • Contact Us
    © 2022 - Newslaxmi7. All Rights Reserved.
    • Home
    • About us
    • Contact Us

    Type above and press Enter to search. Press Esc to cancel.