Subscribe to Updates

    Get the latest creative news from FooBar about art, design and business.

    What's Hot

    ଝାରସୁଗୁଡ଼ା ଅଭିମୁଖେ କ୍ରାଇମବ୍ରାଞ୍ଚ ଟିମ୍: ଆଜି ଦାଖଲ କରିପାରେ ନବ ଦାସ ହତ୍ୟା ମାମଲାର ଚାର୍ଜସିଟ୍

    May 26, 2023

    ଜମି କିଣାବିକା ନିୟମ ବଦଳିଲା; ଆଗ ଅନଲାଇନ୍ ସ୍ଲଟ୍ ବୁକିଂ, ପରେ ରେଜିଷ୍ଟ୍ରେସନ୍‌

    May 26, 2023

    ସମ୍ବାଦପତ୍ର ଓ ପାଠକଙ୍କ ମାଧ୍ୟମ ବିତରକ

    May 26, 2023
    Facebook Twitter Instagram
    Trending
    • ଝାରସୁଗୁଡ଼ା ଅଭିମୁଖେ କ୍ରାଇମବ୍ରାଞ୍ଚ ଟିମ୍: ଆଜି ଦାଖଲ କରିପାରେ ନବ ଦାସ ହତ୍ୟା ମାମଲାର ଚାର୍ଜସିଟ୍
    • ଜମି କିଣାବିକା ନିୟମ ବଦଳିଲା; ଆଗ ଅନଲାଇନ୍ ସ୍ଲଟ୍ ବୁକିଂ, ପରେ ରେଜିଷ୍ଟ୍ରେସନ୍‌
    • ସମ୍ବାଦପତ୍ର ଓ ପାଠକଙ୍କ ମାଧ୍ୟମ ବିତରକ
    • ଦାସିଆ ଅଜା ସଂଗ୍ରହାଳୟ ଦେଖି ଭାବବିହ୍ବଳ
    • ଶ୍ରୀମନ୍ଦିର କାର୍ଯ୍ୟାଳୟରେ ୨୩ଜଣଙ୍କୁ ସ୍ଥାୟୀ ନିଯୁକ୍ତି: ଶିକ୍ଷାଗତ ପ୍ରମାଣପତ୍ର ଯାଞ୍ଚ ପାଇଁ ବୋର୍ଡକୁ ଚିଠି
    • ଶିକାରୀଙ୍କ ପଞ୍ଝାରେ ବନ୍ୟଜନ୍ତୁ, ଓଡ଼ିଶା ଜଙ୍ଗଲରୁ ଶେଷ କରିଦେବେ ବାଘ
    • ଅର୍ଥାଭାବରୁ ଅସହାୟ ବାପା: ଲୁହା ଶିକୁଳିରେ ବନ୍ଦୀ ଦିବ୍ୟାଙ୍ଗ ପୁଅ
    • ମହିଳାଙ୍କୁ ନେଇ ଚାଲିଛି ବ୍ରାଉନ୍‌ସୁଗାର କାରବାର
    Sunday, May 28
    Facebook Twitter Instagram
    Facebook Twitter Instagram
    NEWS LAXMI 7
    Subscribe
    • ଦେଶ ବିଦେଶ
    • ରାଜ୍ୟ
    • ରାଜନୀତି
    • କଳା ଓ ସଂସ୍କୃତି
    • ଲାଇଫ୍ ଷ୍ଟାଇଲ
    • ମନୋରଞ୍ଜନ
      • ଭିଡ଼ିଓ
      • ଖେଳ
    • ପର୍ଯ୍ୟଟନ
    • ଶିକ୍ଷା ଓ ନିଯୁକ୍ତି
    • ଧର୍ମ
    • ସ୍ୱାସ୍ଥ୍ୟ
    • ଅପରାଧ
    • ରାଶିଫଳ
    NEWS LAXMI 7
    Home»ରାଜ୍ୟ»କେବେ ଦୂର ହେବ ଦାଦନ ଦୁଃଖ ?
    ରାଜ୍ୟ

    କେବେ ଦୂର ହେବ ଦାଦନ ଦୁଃଖ ?

    NewsLaxmi7By NewsLaxmi7November 20, 2022No Comments2 Mins Read
    Facebook Twitter LinkedIn WhatsApp Email
    Share
    Facebook Twitter LinkedIn Email WhatsApp

    ବରଗଡ଼: ଉପନିର୍ବାଚନ ହାୱାରେ ପଦ୍ମପୁର ନିର୍ବାଚନମଣ୍ଡଳୀ ତାତୁଛି। ଏହି ବ୍ଲକ୍‌ର ଗୁଡ଼ାଏ ସମସ୍ୟା ଦଶନ୍ଧି ଦଶନ୍ଧି ହେଲା ଅଣଦେଖା ହୋଇ ରହିଛି। ଚାଷ ଓ ଚାଷୀ ସମସ୍ୟା ଏଠାରେ ନିତିଦିନିଆ। ଧାନର ଅଭାବୀ ବିକ୍ରି ସମସ୍ୟା ସର୍ବାଧିକ ଏହି ଇଲାକାରେ ଦୃଶ୍ୟମାନ ହୁଏ। ଅନ୍ୟତମ ବଡ଼ ସମସ୍ୟା ହେଲା ଦାଦନ ଦୁଃଖ। ପଦ୍ମପୁର ନିର୍ବାଚନମଣ୍ଡଳୀର ତିନୋଟି ଯାକ ବ୍ଲକ୍‌ ପାଇକମାଳ, ଝାରବନ୍ଧ, ପଦ୍ମପୁର ଦାଦନ ପ୍ରବଣ ବ୍ଲକ୍‌ ସୂଚୀରେ ରହିଛି। ଏଠାରୁ ଜିଲ୍ଲାର ୯୦ ପ୍ରତିଶତ ଦାଦନ ବାହାର ରାଜ୍ୟକୁ ଯାଇଥାନ୍ତି। କିନ୍ତୁ ଜିଲ୍ଲାର କୌଣସି ବ୍ୟକ୍ତିଙ୍କୁ ଦାଦନ ଚାଲାଣ କରିବାକୁ ଲାଇସେନ୍ସ ଦିଆଯାଇନାହିଁ। ଏହି କଟକଣା ଥିବା ସତ୍ତ୍ବେ ହଜାର ହଜାର ଶ୍ରମିକ ବାହାର ରାଜ୍ୟକୁ ଯାଉଛନ୍ତି। ବାହାର ରାଜ୍ୟରୁ ଫେରୁଥିବା ଦାଦନମାନଙ୍କୁ ମନରେଗା ଯୋଜନାରେ କାମ ଯୋଗାଇବାକୁ ସରକାର ପ୍ରାଥମିକତା ଦେଇଛନ୍ତି। କିନ୍ତୁ ଏହା ଘୋଷଣାରେ ହିଁ ସୀମିତ ରହିଛି। ଅଧିକାଂଶ ସ୍ଥାନରେ ଠିକାଦାରଙ୍କୁ ପୋଷିବା ପାଇଁ ମେସିନ୍‌ ଦ୍ବାରା କାମ ଚାଲିଛି। ଏହାର ପ୍ରତିବାଦ ହେଉଥିଲେ ହେଁ କିଛି ଫଳ ମିଳୁନାହିଁ। ଅନ୍ୟପକ୍ଷରେ ଜିଲ୍ଲାରେ ମନରେଗା ସ୍ଥିତି ଉତ୍ସାହଜନକ ନୁହେଁ। ବିଗତ ବର୍ଷର ପରିସଂଖ୍ୟାନ ଦେଖିଲେ, ଜିଲ୍ଲାରେ ମନରେଗା ଟାର୍ଗେଟ୍‌ ୬୫ରୁ ୭୦ ପ୍ରତିଶତ ହିଁ ଛୁଇଁଛି।

    ଏହାର ଫାଇଦା ନେଇ ସର୍ଦ୍ଦାରମାନେ ପୁନର୍ବାର ଦାଦନ ଯୋଗାଡ଼ କରିବାରେ ଲାଗି ପଡ଼ିଛନ୍ତି। ୨୦୨୦ ମସିହା ଲକ୍‌ଡାଉନ୍‌ ବେଳେ ଜିଲ୍ଲାର ଦାଦନମାନେ କର୍ମସଂସ୍ଥାନ ହରାଇ ବସିଥିଲେ। ପ୍ରଥମ ଥର ଲକ୍‌ଡାଉନ୍‌ ଆରମ୍ଭ ହେବା ପରେ ସେମାନେ ଯେଉଁ ଯେଉଁ ରାଜ୍ୟରେ ଥିଲେ, ସେଠାରେ ଇଟାଭାଟି ହେଉ କି କାରଖାନା, ସବୁ ବନ୍ଦ ହୋଇଯାଇଥିଲା। ସେହି ବର୍ଷ ଜିଲ୍ଲାର ୨୫ହଜାର ଦାଦନ ବାହାର ରାଜ୍ୟ ଏବଂ ଜିଲ୍ଲାରୁ ଫେରିଥିଲେ। କିନ୍ତୁ ସେମାନଙ୍କୁ ସ୍ଥାୟୀ କର୍ମସଂସ୍ଥାନ ଯୋଗାଇ ଦିଆଗଲା ନାହିଁ। ବରଂ ମନରୋଗା ଆଳରେ ଜାଲ୍‌ କାଗଜପତ୍ର କରି ବ୍ୟାପକ କେଳେଙ୍କାରୀ ହେଲା। ଗତବର୍ଷ କରୋନା ସ୍ଥିତି ସ୍ବାଭାବିକ ହେବା ପରେ ପୁଣି ଜିଲ୍ଲାରୁ ଦାଦନ ସୁଅ ଛୁଟିଲା। ବାହାର ରାଜ୍ୟରେ ଦାଦନମାନେ ନିର୍ଯ୍ୟାତିତ ହେଉଛନ୍ତି। ଶହଶହ ନିର୍ଯ୍ୟାତିତ ଦାଦନ ପ୍ରତିବର୍ଷ ଉଦ୍ଧାର ହେଉଛି। କିନ୍ତୁ ଜିଲ୍ଲାରୁ ଦାଦନ ସୁଅ କେବେ ବି ବନ୍ଦ ହେଉନାହିଁ। ଅନ୍ୟପକ୍ଷରେ ପଦ୍ମପୁର ନିର୍ବାଚନମଣ୍ଡଳୀରେ ଯଦ୍ୱାରା ସୀମାନ୍ତ ଶ୍ରମିକ ସଂଖ୍ୟା ବଢ଼ି ଚାଲିଛି।

    ବରଗଡ଼ ଜିଲ୍ଲାର ୨୦୦୧ ଏବଂ ୨୦୧୧ର ଜନଗଣନା ରିପୋର୍ଟରୁ ଏସବୁ ଉଦ୍‌ବେଗଜନକ ତଥ୍ୟ ମିଳୁଛି। ଜିଲ୍ଲାରେ ଗୋଟିଏ ଦଶନ୍ଧି ମଧ୍ୟରେ ସୀମାନ୍ତ ଶ୍ରମିକ ସଂଖ୍ୟା ଅଚାନକ ବୃଦ୍ଧି ପାଇଛି। ୨୦୦୧ ମସିହାରେ ଜିଲ୍ଲାରେ ସୀମାନ୍ତ ଶ୍ରମିକ ସଂଖ୍ୟା ୨,୦୮,୮୨୦ ରହିଥିଲା। ଯାହା ୨୦୧୧ ମସିହାରେ ବୃଦ୍ଧି ପାଇ ୨,୮୭,୭୦୨ରେ ପହଂଚି ଥିଲା। ଗତ ୮ବର୍ଷ ମଧ୍ୟରେ ବରଗଡ଼ ଜିଲ୍ଲା ତିନୋଟି କ୍ରମାଗତ ମରୁଡ଼ି ବର୍ଷର ସମ୍ମୁଖୀନ ହୋଇଛି। ଜଳସେଚନ ସୁବିଧା ଥିବା ଅଂଚଳରେ ଅର୍ଧାଧିକ ଫସଲ ଚକଡ଼ା ପୋକ ଯୋଗୁଁ ଉଜୁଡ଼ି ଯାଉଛି। ଯଦ୍ୱାରା ଚାଷୀମାନେ ଚାଷ କାର୍ଯ୍ୟରୁ ଦୂରେଇ ଯାଉଛନ୍ତି। ଅନ୍ୟପକ୍ଷରେ ଜିଲ୍ଲାରେ ଋତୁକାଳୀନ ଶ୍ରମସଂସ୍ଥାନ ସୁଯୋଗ କମୁ ଥିବାରୁ ଦାଦନ ଚାଲାଣ ହାର ବଢ଼ି ଚାଲିଛି। ଏପରିକି ଚାଷୀ ମଧ୍ୟ ଦାଦନ ଖଟିବାକୁ ବାହାର ରାଜ୍ୟ ଚାଲି ଯାଉଛି। ‌େଗାଟିଏ ହିସାବରେ ଦାଦନ ସମସ୍ୟା ରୋକିବାରେ ମନରେଗା ଯୋଜନା ସଂପୂର୍ଣ୍ଣ ଫେଲ୍‌ କହିଲେ ଚଳେ। ଏହା ଉପନିର୍ବାଚନର ଅନ୍ୟତମ ପ୍ରସଂଗ ଭାବେ ଉଭା ହେବ ବୋଲି ଜଣାପଡ଼ୁଛି।

    argus barun gandhi breaking news featured interview kanak news khola katha latest news latest orissa news latest update news fues news in odia news today news7 odia news odisha famous people odisha khabar odisha latest odisha latest news odisha political news odisha9 orissa latest orissa political news otv otv live political update politices politics in odisha rahul gandhi sonia gandhi speech today news
    Share. Facebook Twitter LinkedIn WhatsApp Email
    Previous Articleଓଡ଼ିଶା ଉପରେ ଲଘୁଚାପର ବଡ଼ ପ୍ରଭାବ ନାହିଁ: ଆଇଏମ୍‌ଡି
    Next Article ଇଡିକୁ ସଫଳତା : ମିଳିଲା ଅର୍ଚ୍ଚନା ନାଗଙ୍କ ଏଣ୍ଡେଭର କାର୍, ଆଗ ପଛରେ ନଥିଲା ନମ୍ବର ପ୍ଲେଟ୍
    NewsLaxmi7
    • Website

    Related Posts

    ଝାରସୁଗୁଡ଼ା ଅଭିମୁଖେ କ୍ରାଇମବ୍ରାଞ୍ଚ ଟିମ୍: ଆଜି ଦାଖଲ କରିପାରେ ନବ ଦାସ ହତ୍ୟା ମାମଲାର ଚାର୍ଜସିଟ୍

    May 26, 2023

    ଜମି କିଣାବିକା ନିୟମ ବଦଳିଲା; ଆଗ ଅନଲାଇନ୍ ସ୍ଲଟ୍ ବୁକିଂ, ପରେ ରେଜିଷ୍ଟ୍ରେସନ୍‌

    May 26, 2023

    ସମ୍ବାଦପତ୍ର ଓ ପାଠକଙ୍କ ମାଧ୍ୟମ ବିତରକ

    May 26, 2023

    ଦାସିଆ ଅଜା ସଂଗ୍ରହାଳୟ ଦେଖି ଭାବବିହ୍ବଳ

    May 26, 2023
    • Facebook
    • Twitter
    • Instagram
    • YouTube
    Our Picks

    ମାତିଛନ୍ତି ମାଟି ମାଫିଆ: ତାଡ଼ିଦେଲେ ଗଙ୍ଗୁଆ ନଦୀବନ୍ଧ

    April 3, 2023

    ପଶ୍ଚିମବଙ୍ଗ ରାମ ନବମୀ ରାଲିରେ ପୁଣି ହିଂସାକାଣ୍ଡ: ‘ବିଜେପି’ ବିଧାୟକ ଆହତ

    April 3, 2023

    ଆଜିଠୁ ନୂଆ ଶିକ୍ଷାବର୍ଷ: ୮ ତାରିଖ ଯାଏ ନାମଲେଖା, ୧୧ରୁ ସକାଳୁଆ ସ୍କୁଲ

    April 3, 2023

    ରାଜ୍ୟବ୍ୟାପୀ ‘ଉତ୍କଳ ଦିବସ’ ପାଳିତ: ଓଡ଼ିଆ ପରିଧାନ କଲେ ଓଡ଼ିଶା ହସ୍ତତନ୍ତ

    April 2, 2023
    Don't Miss
    ରାଜ୍ୟ

    ଝାରସୁଗୁଡ଼ା ଅଭିମୁଖେ କ୍ରାଇମବ୍ରାଞ୍ଚ ଟିମ୍: ଆଜି ଦାଖଲ କରିପାରେ ନବ ଦାସ ହତ୍ୟା ମାମଲାର ଚାର୍ଜସିଟ୍

    May 26, 2023

    ଝାରସୁଗୁଡ଼ା: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ଆଜି ଚାର୍ଜସିଟ୍ ଦାଖଲ କରିପାରେ କ୍ରାଇମବ୍ରାଞ୍ଚ। ଏଥିଲାଗି କ୍ରାଇମବ୍ରାଞ୍ଚ ଟିମ୍…

    ଜମି କିଣାବିକା ନିୟମ ବଦଳିଲା; ଆଗ ଅନଲାଇନ୍ ସ୍ଲଟ୍ ବୁକିଂ, ପରେ ରେଜିଷ୍ଟ୍ରେସନ୍‌

    May 26, 2023

    ସମ୍ବାଦପତ୍ର ଓ ପାଠକଙ୍କ ମାଧ୍ୟମ ବିତରକ

    May 26, 2023

    ଦାସିଆ ଅଜା ସଂଗ୍ରହାଳୟ ଦେଖି ଭାବବିହ୍ବଳ

    May 26, 2023

    Subscribe to Updates

    Get the latest creative news from SmartMag about art & design.

    About Us
    About Us

    Welcome to Newslaxmi7, where we are dedicated to providing timely, accurate, and unbiased news coverage to our readers. As a leading news organization, we are committed to journalistic integrity and believe that providing our audience with reliable information is essential to a functioning democracy.

    Our Picks

    ୨୪ ଘଣ୍ଟାରେ ଭାରତରେ ୧୬,୩୨୬ କୋଭିଡ୍‌-୧୯ ସଂକ୍ରମଣ; ମୃତ୍ୟୁସଂଖ୍ୟା ୬୬୬

    October 23, 2021

    ଓଡ଼ିଆ ଟେଲି ସିନେମା ‘କୁରୁକ୍ଷେତ୍ର’ର ନାୟିକା

    January 3, 2022

    ଚର୍ଚ୍ଚାରେ ବ୍ୟକ୍ତିଙ୍କ ୮.୮ ସେଣ୍ଟିମିଟର ଲମ୍ବା ନାକ, ଗିନିଜ ବୁକ ଅଫ ୱାଲଡ ରେକର୍ଡରେ ସ୍ଥାନ ପାଇଛି ନାଁ

    October 9, 2021
    Quick Links
    • Home
    • About us
    • Contact Us
    © 2022 - Newslaxmi7. All Rights Reserved.
    • Home
    • About us
    • Contact Us

    Type above and press Enter to search. Press Esc to cancel.