Subscribe to Updates

    Get the latest creative news from FooBar about art, design and business.

    What's Hot

    ଡେରିରେ ଛାଡ଼ିପାରେ ମୌସୁମୀ: ବହୁଛି ଦକ୍ଷିଣା ସାମୁଦ୍ରିକ ପବନ, ଉତ୍ତରା ପବନ ଡେରିରେ ଆସିବ

    October 3, 2023

    ଭୁଶୁଡ଼ିଲା ମାଟିଘର: ବାପାର ଗଲା ଜୀବନ, ବର୍ତ୍ତିଗଲା ପୁଅ

    October 3, 2023

    ପୁଣି ଆଶା ଦେଖାଇଲେ ସରକାର: ଖୋଲିପାରେ ବନ୍ଦ ସ୍କୁଲର ତାଲା

    October 3, 2023
    Facebook X (Twitter) Instagram
    Trending
    • ଡେରିରେ ଛାଡ଼ିପାରେ ମୌସୁମୀ: ବହୁଛି ଦକ୍ଷିଣା ସାମୁଦ୍ରିକ ପବନ, ଉତ୍ତରା ପବନ ଡେରିରେ ଆସିବ
    • ଭୁଶୁଡ଼ିଲା ମାଟିଘର: ବାପାର ଗଲା ଜୀବନ, ବର୍ତ୍ତିଗଲା ପୁଅ
    • ପୁଣି ଆଶା ଦେଖାଇଲେ ସରକାର: ଖୋଲିପାରେ ବନ୍ଦ ସ୍କୁଲର ତାଲା
    • ଏଏସ୍‌ଆଇ ମୃତ୍ୟୁ ଘଟଣା: ହତ୍ୟା ଅଭିଯୋଗ ଆଣିଲେ ସ୍ବାମୀ
    • ଦିବ୍ୟାଙ୍ଗ ପିଲାମାନେ ଯାଦୁଗର: ଧର୍ମେନ୍ଦ୍ର ପ୍ରଧାନ
    • ସୀମାନ୍ତରେ ୪୦ ସ୍କୁଲ ବନ୍ଦ: ସେଦିନର ମଣିଷଗଢ଼ା କାରଖାନା ଏବେ ଖେଳପଡ଼ିଆ
    • ବଢ଼ୁଛି ଲାଲ କେଶର ଅଣ୍ଡା ଚାହିଦା: ୧୦ଲକ୍ଷ ଦରକାର, ଅଢ଼େଇ ଲକ୍ଷ ମିଳୁଛି
    • ପୋଖରୀରୁ ଧରା ହେଲା ୧୪ ଫୁଟ୍‌ର କୁମ୍ଭୀର
    Tuesday, October 3
    Facebook X (Twitter) Instagram
    Facebook X (Twitter) Instagram
    NEWS LAXMI 7
    Subscribe
    • ଦେଶ ବିଦେଶ
    • ରାଜ୍ୟ
    • ରାଜନୀତି
    • କଳା ଓ ସଂସ୍କୃତି
    • ଲାଇଫ୍ ଷ୍ଟାଇଲ
    • ମନୋରଞ୍ଜନ
      • ଭିଡ଼ିଓ
      • ଖେଳ
    • ପର୍ଯ୍ୟଟନ
    • ଶିକ୍ଷା ଓ ନିଯୁକ୍ତି
    • ଧର୍ମ
    • ସ୍ୱାସ୍ଥ୍ୟ
    • ଅପରାଧ
    • ରାଶିଫଳ
    NEWS LAXMI 7
    Home»ରାଜ୍ୟ»କୃଷିମନ୍ତ୍ରୀଙ୍କ ଜିଲ୍ଲାସ୍ତରୀୟ ସମୀକ୍ଷା: ଚାଷୀ ସମସ୍ୟାର ସମାଧାନକୁ ଗୁରୁତ୍ବ
    ରାଜ୍ୟ

    କୃଷିମନ୍ତ୍ରୀଙ୍କ ଜିଲ୍ଲାସ୍ତରୀୟ ସମୀକ୍ଷା: ଚାଷୀ ସମସ୍ୟାର ସମାଧାନକୁ ଗୁରୁତ୍ବ

    NewsLaxmi7By NewsLaxmi7August 18, 2023Updated:August 18, 2023No Comments2 Mins Read
    Facebook Twitter LinkedIn WhatsApp Email
    Share
    Facebook Twitter LinkedIn Email WhatsApp

    ଭବାନୀପାଟଣା: କୃଷି ଓ କୃଷକ ସଶକ୍ତୀକରଣ, ମତ୍ସ୍ୟ ଓ ପ୍ରାଣୀ ସଂପଦ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଆଜି କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଅଞ୍ଚଳ ଗସ୍ତ କରି ଭବାନୀପାଟଣା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ସମୀକ୍ଷା କରିଥିଲେ। ମନ୍ତ୍ରୀ ଶ୍ରୀ ସ୍ବାଇଁ ଆଜି ଜୁନାଗଡ଼ ବ୍ଲକ୍‌ ସିନାକୁଟି ଗ୍ରାମର ଚାଷୀ ମନ୍ମଥ ଗଜାନନ ସାହୁଙ୍କ ସମନ୍ୱିତ ଚାଷ ପ୍ରଣାଳୀ ଯୋଜନାରେ ଅନ୍ତର୍ଭୁକ୍ତ ଫାର୍ମକୁ ପରିଦର୍ଶନ, ଦେଦର ପଞ୍ଚାୟତର ୪୦ ହେକ୍ଟର ଜମିରେ ପାମ ତୈଳ ଚାଷ, ଭବାନୀପାଟଣା ସଦର ବ୍ଲକ୍‌ର ସାନଖଇରମାଲ ଗ୍ରାମରେ ବିହନ ପ୍ରକ୍ରିୟାକରଣ ପ୍ଲାଣ୍ଟ, କୃଷି ବିଜ୍ଞାନ କେନ୍ଦ୍ର ଓ କୃଷି ମହାବିଦ୍ୟାଳୟ ପରିଦର୍ଶନ କରିଥିଲେ। ପରେ ଜିଲ୍ଲାପାଳ ପି. ଅନ୍ବେଷା ରେଡ୍ଡୀଙ୍କ ଉପସ୍ଥିତିରେ କୃଷି, ପ୍ରାଣୀ ସଂପଦ, ଉଦ୍ୟାନ, ଜଳଛାୟା, ସମବାୟ ବିଭାଗର ଅଧିକାରୀଙ୍କୁ ନେଇ ଜିଲ୍ଲାରେ ପ୍ରଣୟନ ହେଉଥିବା ବିଭିନ୍ନ ଯୋଜନା, ଚାଷୀଙ୍କ ଉନ୍ନତି, କ୍ଷେତ୍ର କର୍ମଚାରୀଙ୍କ କାର୍ଯ୍ୟ ଉପରେ ସମୀକ୍ଷା କରିଥିଲେ। ମନ୍ତ୍ରୀ ନିଜ ଗସ୍ତ ସମୟରେ କ୍ଷେତ୍ରରେ ଚାଷୀମାନେ ସାମନା କରୁଥିବା ବିଭିନ୍ନ ଅସୁବିଧାକୁ ଉଲ୍ଲେଖ କରି ଏହାର ନିରାକରଣ ଉପରେ ଗୁରୁତ୍ୱ ଦେବାକୁ କହିଥିଲେ।

    ଜିଲ୍ଲାପାଳଙ୍କ ଦ୍ୱାରା ଏହି ପାଞ୍ଚଟି ବିଭାଗକୁ ନେଇ ସମନ୍ୱୟ ବୈଠକ ପ୍ରତି ମାସରେ କରିବା, ମୃତ୍ତିକା ପରୀକ୍ଷଣକୁ ଆହୁରି କ୍ରିୟାଶୀଳ କରିବା, ଚାଷୀମାନଙ୍କୁ ଚାଷର ଯାନ୍ତ୍ରିକକରଣ ଉପାଦେୟତା ଓ ସବ୍‌ସିଡି ଉପରେ ଗ୍ରାମାଞ୍ଚଳରେ ସଚେତନ କରିବା, ଫସଲ ବୀମା ଯୋଜନାରେ ଆହୁରି ଅନେକ ଚାଷୀଙ୍କୁ ସାମିଲ କରିବା, ଗ୍ରାମ୍ୟ କୃଷି କର୍ମଚାରୀଙ୍କ ଅନୁପସ୍ଥିତି ଏବଂ ଅବହେଳା ଉପରେ କାର୍ଯ୍ୟାନଷ୍ଠାନ, ମିଶ୍ରିତ ଚାଷକୁ ଗୁରୁତ୍ୱ, ୮ଟି ବ୍ଲକ୍‌ରେ ଚାଲିଥିବା ମିଲେଟ ମିସନକୁ ଅନ୍ୟ ବ୍ଲକ୍‌କୁ ସଂପ୍ରସାରଣ କରିବା, କପାଚାଷ କରୁଥିବା ଚାଷୀଙ୍କୁ ବିଭାଗୀୟ ସହଯୋଗ ଓ କପା ବିକ୍ରି ପାଇଁ ଆରଏମ୍‌ସିର ଭୂମିକା, ତାଳ ତୈଳ ଚାଷ ପାଇଁ ଚାଷୀଙ୍କୁ ଉତ୍ସାହିତ କରିବା, ପ୍ରାଣୀସମ୍ପଦରେ ବ୍ଲାକ୍‌ ବେଙ୍ଗଲ ଜାତୀୟ ଛେଳି ପ୍ରଜାତିକୁ ଅନ୍ତର୍ଭୁକ୍ତ କରିବା ପାଇଁ କହିଥିଲେ।

    କୋରାପୁଟରେ ଯେଭଳି କଫି ଚାଷ ଆଖିଦୃଶିଆ ଉନ୍ନତି କରିଛି କଳାହାଣ୍ଡି ଜିଲ୍ଲାରେ ଏହାକୁ ବ୍ୟାପକ କରିବାକୁ ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାରେ ସମନ୍ୱିତ ଚାଷ ପ୍ରଣାଳୀ, ମିଶ୍ରିତ ଚାଷକୁ ଗୁରୁତ୍ୱ ଦେବାକୁ ଆହ୍ବାନ ଦେଇଥିଲେ। ଚାଷୀମାନଙ୍କ ଆୟକୁ ଦ୍ବିଗୁଣିତ କରିବା ନିମନ୍ତେ ସବୁସ୍ତରରେ ଉଦ୍ୟମ ହେବା ଆବଶ୍ୟକ ବୋଲି ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ବୈଠକରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ ଦରୱାନ, ସନ୍ତୋଷ ପାତ୍ର, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରଫୁଲ୍ଲ ସେଠୀ, ଜିଲ୍ଲା ମୁଖ୍ୟ ଉଦ୍ୟାନ ଅଧିକାରୀ କିଶୋର ମହାଲିଙ୍ଗ, ଡିଆର୍‌ସିଏସ୍‌ ପ୍ରମୋଦ ସାହୁଙ୍କ ସମେତ ବିଭିନ୍ନ ଅଧିକାରୀ ଉପସ୍ଥିତ ଥିଲେ।

    Share. Facebook Twitter LinkedIn WhatsApp Email
    Previous Article୪ ବର୍ଷ ପରେ ବଢ଼ିଲା ପ୍ରଧାନମନ୍ତ୍ରୀ ଫସଲ ବୀମାଭୁକ୍ତ ଚାଷୀ ସଂଖ୍ୟା
    Next Article ଡିମ୍‌ଡ ଜଙ୍ଗଲ ଗିଳିଦେବାକୁ ସରକାରୀ ଷଡ଼୍‌ଯନ୍ତ୍ର: କାହା ସ୍ବାର୍ଥ ପାଇଁ ଜଙ୍ଗଲ ବିଭାଗ ତରବର
    NewsLaxmi7
    • Website

    Related Posts

    ଡେରିରେ ଛାଡ଼ିପାରେ ମୌସୁମୀ: ବହୁଛି ଦକ୍ଷିଣା ସାମୁଦ୍ରିକ ପବନ, ଉତ୍ତରା ପବନ ଡେରିରେ ଆସିବ

    October 3, 2023

    ଭୁଶୁଡ଼ିଲା ମାଟିଘର: ବାପାର ଗଲା ଜୀବନ, ବର୍ତ୍ତିଗଲା ପୁଅ

    October 3, 2023

    ପୁଣି ଆଶା ଦେଖାଇଲେ ସରକାର: ଖୋଲିପାରେ ବନ୍ଦ ସ୍କୁଲର ତାଲା

    October 3, 2023

    ଏଏସ୍‌ଆଇ ମୃତ୍ୟୁ ଘଟଣା: ହତ୍ୟା ଅଭିଯୋଗ ଆଣିଲେ ସ୍ବାମୀ

    October 3, 2023
    • Facebook
    • Twitter
    • Instagram
    • YouTube
    Our Picks

    ସାଧୁ ବେଶରେ ୱାଣ୍ଟେଡ୍ କ୍ରିମିନାଲ୍: ୨୩ ବର୍ଷ ପରେ ଧରିଲା ପୁଲିସ

    July 3, 2023

    ମାତିଛନ୍ତି ମାଟି ମାଫିଆ: ତାଡ଼ିଦେଲେ ଗଙ୍ଗୁଆ ନଦୀବନ୍ଧ

    April 3, 2023

    ପଶ୍ଚିମବଙ୍ଗ ରାମ ନବମୀ ରାଲିରେ ପୁଣି ହିଂସାକାଣ୍ଡ: ‘ବିଜେପି’ ବିଧାୟକ ଆହତ

    April 3, 2023

    ଆଜିଠୁ ନୂଆ ଶିକ୍ଷାବର୍ଷ: ୮ ତାରିଖ ଯାଏ ନାମଲେଖା, ୧୧ରୁ ସକାଳୁଆ ସ୍କୁଲ

    April 3, 2023
    Don't Miss
    ରାଜ୍ୟ

    ଡେରିରେ ଛାଡ଼ିପାରେ ମୌସୁମୀ: ବହୁଛି ଦକ୍ଷିଣା ସାମୁଦ୍ରିକ ପବନ, ଉତ୍ତରା ପବନ ଡେରିରେ ଆସିବ

    October 3, 2023

    ଭୁବନେଶ୍ବର: ଅକ୍ଟୋବର ମାସ ଆରମ୍ଭ ସହିତ ଆସିଯାଇଛି ବାତ୍ୟା ଋତୁ। ସାଧାରଣତଃ ମୌସୁମୀ ଫେରିବା ସମୟରେ ଓଡ଼ିଶାକୁ ବାତ୍ୟା ଭୟ…

    ଭୁଶୁଡ଼ିଲା ମାଟିଘର: ବାପାର ଗଲା ଜୀବନ, ବର୍ତ୍ତିଗଲା ପୁଅ

    October 3, 2023

    ପୁଣି ଆଶା ଦେଖାଇଲେ ସରକାର: ଖୋଲିପାରେ ବନ୍ଦ ସ୍କୁଲର ତାଲା

    October 3, 2023

    ଏଏସ୍‌ଆଇ ମୃତ୍ୟୁ ଘଟଣା: ହତ୍ୟା ଅଭିଯୋଗ ଆଣିଲେ ସ୍ବାମୀ

    October 3, 2023

    Subscribe to Updates

    Get the latest creative news from SmartMag about art & design.

    About Us
    About Us

    Welcome to Newslaxmi7, where we are dedicated to providing timely, accurate, and unbiased news coverage to our readers. As a leading news organization, we are committed to journalistic integrity and believe that providing our audience with reliable information is essential to a functioning democracy.

    Our Picks

    ନାଳ ଯୋଗୁ ବିଷ ହେଲା ପିଇବା ପାଣି: ପୁରୀ ପୌରାଞ୍ଚଳରେ ଝାଡ଼ାବାନ୍ତି ବ୍ୟାପିଲା

    December 15, 2022

    ଆଉ ବର୍ଷେ ବଢ଼ିଲା ‘ସୁନେତ୍ର’: ଚକ୍ଷୁରୋଗ ବିଶେଷଜ୍ଞଙ୍କୁ ଦିଆଯିବ ରେଟିନୋପ୍ୟାଥି ତାଲିମ୍‌

    May 24, 2023

    ୨୨ ବର୍ଷ ହେଲା ରେଡିଓ ପ୍ରେମରେ ଜଇନ, ଦିନକୁ ଶୁଣୁଛନ୍ତି ୧୭ ଘଣ୍ଟା

    April 18, 2023
    Quick Links
    • Home
    • About us
    • Contact Us
    © 2022 - Newslaxmi7. All Rights Reserved.
    • Home
    • About us
    • Contact Us

    Type above and press Enter to search. Press Esc to cancel.