ରାଜ୍ୟ ସ୍ପେଶାଲ ରିପୋର୍ଟ

କୃଷିମନ୍ତ୍ରୀଙ୍କ ଜିଲ୍ଲାସ୍ତରୀୟ ସମୀକ୍ଷା: ଚାଷୀ ସମସ୍ୟାର ସମାଧାନକୁ ଗୁରୁତ୍ବ

ଭବାନୀପାଟଣା: କୃଷି ଓ କୃଷକ ସଶକ୍ତୀକରଣ, ମତ୍ସ୍ୟ ଓ ପ୍ରାଣୀ ସଂପଦ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଆଜି କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଅଞ୍ଚଳ ଗସ୍ତ କରି ଭବାନୀପାଟଣା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ସମୀକ୍ଷା କରିଥିଲେ। ମନ୍ତ୍ରୀ ଶ୍ରୀ ସ୍ବାଇଁ ଆଜି ଜୁନାଗଡ଼ ବ୍ଲକ୍‌ ସିନାକୁଟି ଗ୍ରାମର ଚାଷୀ ମନ୍ମଥ ଗଜାନନ ସାହୁଙ୍କ ସମନ୍ୱିତ ଚାଷ ପ୍ରଣାଳୀ ଯୋଜନାରେ ଅନ୍ତର୍ଭୁକ୍ତ ଫାର୍ମକୁ ପରିଦର୍ଶନ, ଦେଦର ପଞ୍ଚାୟତର ୪୦ ହେକ୍ଟର ଜମିରେ ପାମ ତୈଳ ଚାଷ, ଭବାନୀପାଟଣା ସଦର ବ୍ଲକ୍‌ର ସାନଖଇରମାଲ ଗ୍ରାମରେ ବିହନ ପ୍ରକ୍ରିୟାକରଣ ପ୍ଲାଣ୍ଟ, କୃଷି ବିଜ୍ଞାନ କେନ୍ଦ୍ର ଓ କୃଷି ମହାବିଦ୍ୟାଳୟ ପରିଦର୍ଶନ କରିଥିଲେ। ପରେ ଜିଲ୍ଲାପାଳ ପି. ଅନ୍ବେଷା ରେଡ୍ଡୀଙ୍କ ଉପସ୍ଥିତିରେ କୃଷି, ପ୍ରାଣୀ ସଂପଦ, ଉଦ୍ୟାନ, ଜଳଛାୟା, ସମବାୟ ବିଭାଗର ଅଧିକାରୀଙ୍କୁ ନେଇ ଜିଲ୍ଲାରେ ପ୍ରଣୟନ ହେଉଥିବା ବିଭିନ୍ନ ଯୋଜନା, ଚାଷୀଙ୍କ ଉନ୍ନତି, କ୍ଷେତ୍ର କର୍ମଚାରୀଙ୍କ କାର୍ଯ୍ୟ ଉପରେ ସମୀକ୍ଷା କରିଥିଲେ। ମନ୍ତ୍ରୀ ନିଜ ଗସ୍ତ ସମୟରେ କ୍ଷେତ୍ରରେ ଚାଷୀମାନେ ସାମନା କରୁଥିବା ବିଭିନ୍ନ ଅସୁବିଧାକୁ ଉଲ୍ଲେଖ କରି ଏହାର ନିରାକରଣ ଉପରେ ଗୁରୁତ୍ୱ ଦେବାକୁ କହିଥିଲେ।

ଜିଲ୍ଲାପାଳଙ୍କ ଦ୍ୱାରା ଏହି ପାଞ୍ଚଟି ବିଭାଗକୁ ନେଇ ସମନ୍ୱୟ ବୈଠକ ପ୍ରତି ମାସରେ କରିବା, ମୃତ୍ତିକା ପରୀକ୍ଷଣକୁ ଆହୁରି କ୍ରିୟାଶୀଳ କରିବା, ଚାଷୀମାନଙ୍କୁ ଚାଷର ଯାନ୍ତ୍ରିକକରଣ ଉପାଦେୟତା ଓ ସବ୍‌ସିଡି ଉପରେ ଗ୍ରାମାଞ୍ଚଳରେ ସଚେତନ କରିବା, ଫସଲ ବୀମା ଯୋଜନାରେ ଆହୁରି ଅନେକ ଚାଷୀଙ୍କୁ ସାମିଲ କରିବା, ଗ୍ରାମ୍ୟ କୃଷି କର୍ମଚାରୀଙ୍କ ଅନୁପସ୍ଥିତି ଏବଂ ଅବହେଳା ଉପରେ କାର୍ଯ୍ୟାନଷ୍ଠାନ, ମିଶ୍ରିତ ଚାଷକୁ ଗୁରୁତ୍ୱ, ୮ଟି ବ୍ଲକ୍‌ରେ ଚାଲିଥିବା ମିଲେଟ ମିସନକୁ ଅନ୍ୟ ବ୍ଲକ୍‌କୁ ସଂପ୍ରସାରଣ କରିବା, କପାଚାଷ କରୁଥିବା ଚାଷୀଙ୍କୁ ବିଭାଗୀୟ ସହଯୋଗ ଓ କପା ବିକ୍ରି ପାଇଁ ଆରଏମ୍‌ସିର ଭୂମିକା, ତାଳ ତୈଳ ଚାଷ ପାଇଁ ଚାଷୀଙ୍କୁ ଉତ୍ସାହିତ କରିବା, ପ୍ରାଣୀସମ୍ପଦରେ ବ୍ଲାକ୍‌ ବେଙ୍ଗଲ ଜାତୀୟ ଛେଳି ପ୍ରଜାତିକୁ ଅନ୍ତର୍ଭୁକ୍ତ କରିବା ପାଇଁ କହିଥିଲେ।

କୋରାପୁଟରେ ଯେଭଳି କଫି ଚାଷ ଆଖିଦୃଶିଆ ଉନ୍ନତି କରିଛି କଳାହାଣ୍ଡି ଜିଲ୍ଲାରେ ଏହାକୁ ବ୍ୟାପକ କରିବାକୁ ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାରେ ସମନ୍ୱିତ ଚାଷ ପ୍ରଣାଳୀ, ମିଶ୍ରିତ ଚାଷକୁ ଗୁରୁତ୍ୱ ଦେବାକୁ ଆହ୍ବାନ ଦେଇଥିଲେ। ଚାଷୀମାନଙ୍କ ଆୟକୁ ଦ୍ବିଗୁଣିତ କରିବା ନିମନ୍ତେ ସବୁସ୍ତରରେ ଉଦ୍ୟମ ହେବା ଆବଶ୍ୟକ ବୋଲି ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ବୈଠକରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ ଦରୱାନ, ସନ୍ତୋଷ ପାତ୍ର, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରଫୁଲ୍ଲ ସେଠୀ, ଜିଲ୍ଲା ମୁଖ୍ୟ ଉଦ୍ୟାନ ଅଧିକାରୀ କିଶୋର ମହାଲିଙ୍ଗ, ଡିଆର୍‌ସିଏସ୍‌ ପ୍ରମୋଦ ସାହୁଙ୍କ ସମେତ ବିଭିନ୍ନ ଅଧିକାରୀ ଉପସ୍ଥିତ ଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।