ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

କିରୀଟ ସୋମାୟାଙ୍କ ଭାଇରାଲ ଭିଡିଓକୁ ନେଇ ଶାସକ ମେଣ୍ଟକୁ କଂଗ୍ରେସର ଟାର୍ଗେଟ: ଭିଡିଓର ସତ୍ୟତା ନେଇ ପ୍ରଶ୍ନ ଉଠାଇଲେ ସୋମାୟା

ମୁମ୍ବାଇ: ବିଜେପି ନେତା କିରୀଟ ସୋମାୟାଙ୍କ ଭାଇରାଲ ଭିଡିଓକୁ ନେଇ ମହାରାଷ୍ଟ୍ରର ଶାସକ ମେଣ୍ଟକୁ ଟାର୍ଗେଟ କରିଛି କଂଗ୍ରେସ। କଂଗ୍ରେସ ଓ ଉଦ୍ଧବ ଠାକରେଙ୍କ ନେତୃତ୍ବାଧୀନ ଶିବସେନା ସୋମାୟା ତଥା ଶାସକ ମେଣ୍ଟକୁ ଟାର୍ଗେଟ କରି ଏହାଦ୍ବାରା ସେମାନଙ୍କ ଅସଲ ଚେହେରା ଓ ଚରିତ୍ର ପଦାରେ ପଡ଼ିଯାଇଛି ବୋଲି କହିଛନ୍ତି। ଏହିପରି ଅହୁରି ଅଧିକ ଭିଡିଓ କ୍ଲିପ୍ ଅଛି ବୋଲି ସେମାନେ କହିଛନ୍ତି। ଅପରପକ୍ଷେ ସୋମାୟା ଭିଡିଓର ସତ୍ୟତା ଉପରେ ପ୍ରଶ୍ନ ଉଠାଇବା ସହ ଏହା ଉପରେ ତଦନ୍ତ କରିବାକୁ ଦାବି କରିଛନ୍ତି। ମରାଠୀ ଚାନେଲ ଲୋକଶକ୍ତି ଦ୍ବାରା ଛଡ଼ାଯାଇଥିବା ଉକ୍ତ ଭିଡିଓରେ ସୋମାୟାଙ୍କୁ ଏକ ‘କମ୍ପ୍ରମାଇଜିଂ ପୋଜିସନ’ରେ ଥିବା ଦେଖିବାକୁ ମିଳୁଛି।

କଂଗ୍ରେସ ବିଧାୟକ ଯଶୋମତୀ ଠାକୁର କହିଛନ୍ତି, ଏହାଦ୍ବାରା ଶାସକ ମେଣ୍ଟର ଅସଲ ଚେହେରା ଓ ଚରିତ୍ର ପଦାରେ ପଡ଼ିଯାଇଛି। କିରୀଟ ସୋମାୟା ଅନେକ ବିଧାୟକ ଓ ଏମ୍‌ପିଙ୍କୁ ବ୍ଲାକ୍‌ମେଲ କରିଛନ୍ତି। ଏବେ ଆମେ ଦେଖୁଛୁ ସେ ଅନେକ ମହିଳାଙ୍କୁ ବି ବ୍ଲାକ୍‌ମେଲ କରିଛନ୍ତି। ଏକ ୮ ଘଣ୍ଟିଆ କ୍ଲିପ୍ ପଦାକୁ ଆସିଥିବା ମୁଁ ଶୁଣିଛି। ମୁଁ କଳ୍ପନା କରିପାରୁନି କେତେ ମହିଳାଙ୍କୁ ଏହି କ୍ଲିପ୍ ଦ୍ବାରା ହଇରାଣ କରାଯାଇଛି ଓ ନିର୍ଯାତନା ଦିଆଯାଇଛି। ନୈତିକତା ଉପରେ ଭାଷଣ ମାରୁଥିବା ବିଜେପି ନେତାମାନଙ୍କର ଯଦି ସାହସ ଅଛି ସେମାନେ ସୋମାୟାଙ୍କୁ ଉତ୍ତରଦାୟୀ କରି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ସେ ଆହ୍ବାନ ଦେଇଛନ୍ତି। ସୋମାୟାଙ୍କ ନାଁ ନ ନେଇ ଉଦ୍ଧବ ଠାକରେ ଗୋଷ୍ଠୀର ନେତା ସଞ୍ଜୟ ରାଉତ ବାଲା ସାହେବ ଠାକରେଙ୍କ ଏକ ପଂକ୍ତି ଉଦ୍ଧାର କରି କହିଛନ୍ତି,- ‘ଆପଣା କର୍ମରେ ମରୁଥିବା ଲୋକଙ୍କୁ ଆଉ ଧର୍ମରେ ମାରନ୍ତୁ ନାହିଁ’। ଏହାପରେ କିରୀଟ ସୋମାୟା ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସଙ୍କ ପାଖକୁ ଏକ ଚିଠି ଲେଖି କହିଛନ୍ତି ଯେ ଭିଡିଓଟି ମିଛ। ସେ କୌଣସି ମହିଳାଙ୍କୁ ନିର୍ଯାତନା ଦେଇ ନାହାନ୍ତି। ଭିଡ଼ିଓର ସତ୍ୟତା ନେଇ ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ସେ ଦାବି କରି ଟ୍ବିଟ୍ କରିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ