ରାଜ୍ୟ ସ୍ପେଶାଲ ରିପୋର୍ଟ

କାହିଁକି ଅପହରଣ ହେଉଛନ୍ତି ନାବାଳିକା ଛାତ୍ରୀ? ଦୁଇ ମାସରେ ୨୭ ଜଣଙ୍କ ଗାଏବ ଅଭିଯୋଗ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

କଟକ: କରୋନା ପରଠାରୁ କଟକ ସହରରେ ସ୍କୁଲ, କଲେଜର ନାବାଳିକା ଛାତ୍ରୀଙ୍କ ଶିକ୍ଷାନୁଷ୍ଠାନ ଯିବା ରାସ୍ତାରେ ଅପହରଣ, ନିଖୋଜ ସଂଖ୍ୟା ବୃଦ୍ଧି ପାଇଛି। ଯଦିଓ ଏଭଳି ଘଟଣା ପୂର୍ବରୁ ଘଟୁଥିଲା, କିନ୍ତୁ ଏବେ ଧାରାବାହିକ ଭାବେ ଘଟୁଛି। ଦୁଇ ମାସ ମଧ୍ୟରେ ୨୭ଟି ଏଭଳି ଘଟଣା ଘଟିଲାଣି। ପ୍ରତ୍ୟେକ ଘଟଣାରେ ଅଭିଭାବକଙ୍କ ଅଭିଯୋଗ ବି ପ୍ରାୟ ସମାନ ପ୍ରକାର ରହୁଛି। ସିଡବ୍ଲୁସିର ଅନୁଧ୍ୟାନରୁ ଜଣାପଡ଼ିଛି ଯେ କରୋନା ସମୟରେ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀମାନେ ଅନଲାଇନ୍ କ୍ଲାସ ପାଇଁ ମୋବାଇଲର ବ୍ୟବହାର ଦ୍ବାରା ଏ ପ୍ରକାର ପରିସ୍ଥିତି ପରିସ୍ଥିତି ସୃଷ୍ଟି ହୋଇଛି। ଅନଲାଇନ୍ କ୍ଲାସ୍ ବାଦ୍ ସୋସିଆଲ୍ ମିଡିଆରେ ଏମାନେ ଯୋଡ଼ି ହେଉଥିବାରୁ ନୂଆ ବନ୍ଧୁ ସୃଷ୍ଟି କରୁଛନ୍ତି। ନୂଆ ବନ୍ଧୁ ବିବାହର ପ୍ରଲୋଭନ ଦେଖାଇ ଏଭଳି ଅପହରଣ କରିନେଉଥିବା ଅନୁଶୀଳନରୁ ଜଣାପଡ଼ିଛି। ଯାହାକି ଏକ ଚିନ୍ତାଜନକ ପ୍ରସଂଗ ହୋଇଛି।

୨୦୨୨ ଡିସେମ୍ବରରୁ ୨୦୨୩ ଫେବ୍ରୁଆରି ଭିତରେ ସ୍କୁଲ ଓ କଲେଜ ଛାତ୍ରୀଙ୍କୁ ଅପହରଣ ଏବଂ ନିଖୋଜ ଅଭିଯୋଗ କ୍ରମାଗତ ଭାବେ ଆସିବାରେ ଲାଗିଛି। ଏହି ଅବଧି ମଧ୍ୟରେ ମାଲଗୋଦାମରେ ୨ଟି, ପୁରୀଘାଟରେ ଗୋଟିଏ, ବିଡାନାସୀରେ ୫ଟି, ଚୌଦ୍ବାରରେ ଗୋଟିଏ, ଫେଜ୍‌-୨ରେ ଗୋଟିଏ, ମଧୁପାଟଣାରେ ୩ଟି, ସଦର ଗୋଟିଏ, ଚାଉଳିଆଗଞ୍ଜରେ ଦୁଇଟି, ବାଦାମବାଡ଼ି ଅଞ୍ଚଳରେ ଦୁଇଟି, ସିଆର୍‌ଆର୍‌ଆଇରେ ଗୋଟିଏ, ମଙ୍ଗଳାବାଗରେ ୩ଟି, ମର୍କତନଗର ଗୋଟିଏ, ଜଗତପୁରରେ ୪ଟି ଲେଖାଏ ଘଟଣା ଘଟିସାରିଲାଣି। ଏଭଳି ପରିସ୍ଥିତିକୁ ନେଇ ଶିକ୍ଷାନୁଷ୍ଠାନ ଓ ଅଭିଭାବକଙ୍କ ମଧ୍ୟରେ ଚିନ୍ତା ବଢ଼ିଯାଇଛି। ସିଡବ୍ଲୁସିର ପୂର୍ବତନ ସଦସ୍ୟ ଅମିୟ ବିଶ୍ବାଳଙ୍କ କହିବା ଅନୁଯାୟୀ, ସହରରେ ଏଭଳି ଧାରା କରୋନା ପରଠାରୁ ଅଧିକ ସଂଖ୍ୟାରେ ଦେଖାଯାଉଛି। କରୋନା ସମୟରେ ସ୍କୁଲ୍‌, କଲେଜ ବନ୍ଦ ରହିବାରୁ ଅନଲାଇନ୍ କ୍ଲାସ ପାଇଁ ଆଣ୍ଡ୍ରଏଡ୍ ମୋବାଇଲ୍ ଅଭିଭାବକମାନେ ଧରାଇଦେଲେ।

ଦୁଇ ମାସରେ ୨୭ ଜଣଙ୍କ ଗାଏବ ଅଭିଯୋଗ
ହ୍ବାଟସଆପ୍, ଇନଷ୍ଟାଗ୍ରାମ୍ କାଳ!
କରୋନା ପରେ ବଢ଼ିଛି ଧାରା
ରାଷ୍ଟ୍ରପତିଙ୍କୁ ସିଡବ୍ଲୁସିର ଚିଠି

ଏହା ଦ୍ବାରା ହ୍ବାଟସ୍‌ଆପ୍, ଇନଷ୍ଟାଗ୍ରାମ୍‌ ଆପ୍ଲିକେସନ୍‌ରେ ଯୋଡ଼ିହେଲେ, ବାହାର ଲୋକଙ୍କ ସହିତ ସମ୍ପର୍କ ଯୋଡ଼ିଲେ। ଯାହା ଫଳରେ ଏବେ ସେମାନଙ୍କୁ ବିବାହର ପ୍ରତିଶ୍ରୁତି ଦେଖାଇ ସେମାନଙ୍କୁ ଅପହରଣ କରାଯାଉଥିବା ଭଳି ଅଭିଯୋଗ କ୍ରମାଗତ ଭାବେ ସାମ୍‌ନାକୁ ଆସୁଛି। ଏଭଳି ଅପହରଣ ପରେ ବାଲ୍ୟ ବିବାହ ଓ ଯୌନ ଶୋଷଣ ମଧ୍ୟ ଦେଖାଯାଉଛି। ଗୋଟିଏ ଭୁଲ ଏକାଧିକ ବେଆଇନ କାମ କରିବାରେ ସହଯୋଗ କରୁଛି। ସିଡବ୍ଲୁସି ପକ୍ଷରୁ ରାଷ୍ଟ୍ରପତିଙ୍କୁ ଅପ୍ରାପ୍ତ ବୟସ୍କଙ୍କ ପାଇଁ ଦେଶରେ ସ୍ବତନ୍ତ୍ର ଧରଣର ମୋବାଇଲ୍ ବ୍ୟବହାର ପାଇଁ ଚିଠି ଲେଖାଯାଇଛି। ଏଥିରେ କେବଳ ପରିବାର ଲୋକଙ୍କ ନମ୍ବରକୁ ଫୋନ୍ ଯିବା ଆସିବାର ବ୍ୟବସ୍ଥା ରହିବ। ଶିକ୍ଷଣୀୟ ଆପ୍ଲିକେସନ୍ ବାଦ୍ ଅନ୍ୟ କୌଣସି ଆପ୍ଲିକେସନ୍ ବ୍ୟବହାର କରିପାରିବେ ନାହିଁ ବୋଲି ଚିଠିରେ ଦର୍ଶାଯାଇଛି। ନଚେତ୍ ସାଧାରଣ ଆଣ୍ଡ୍ରଏଡ୍ ଫୋନ୍ ସମସ୍ୟା ସୃଷ୍ଟି କରୁଛି। ସିଟି ହସପିଟାଲ୍‌ର ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ପ୍ରଶାନ୍ତ କୁମାର ମହାପାତ୍ର କହିଛନ୍ତି ଯେ କରୋନା ସମୟରେ ଇଣ୍ଟରନେଟ୍ ପ୍ରତି ଛାତ୍ରଛାତ୍ରୀମାନେ ଅଧିକ ନିଶାସକ୍ତ ହୋଇପଡ଼ିଥିବାରୁ ଏଭଳି ଅବସ୍ଥା ହେଉଛି। ଅଭିଭାବକମାନେ ପିଲାମାନଙ୍କୁ ସବୁବେଳେ ଗାଳିଗୁଲଜ କଲେ ହେବ ନାହିଁ, ମୋବାଇଲ୍ ବ୍ୟବହାରର ଅପକାରିତା ଓ ଉପକାରିତା ସମ୍ପର୍କରେ ବୁଝାଇ କହିବା ଆବଶ୍ୟକ। ଏହାଦ୍ବାରା ସେମାନଙ୍କ ମାନସିକ ସ୍ଥିତିରେ ନିଶ୍ଚିତ ପରିବର୍ତ୍ତନ ଆସିପାରିବ ବୋଲି ଡାକ୍ତର ମହାପାତ୍ର କହିଛନ୍ତି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।