ବ୍ରହ୍ମପୁର, ୧୬।୧୧: ସ୍ଥାନୀୟ ବଡ଼ ବଜାର ଥାନା ଅନ୍ତର୍ଗତ ବିନାୟକ ଆଚାର୍ଯ୍ୟ କଲେଜର ଏକ ଭିଡିଓ ଭାଇରଲ ହୋଇଛି । କଲେଜର କିଛି ଛାତ୍ରଛାତ୍ରୀ କଲେଜ ଡ୍ରେସ ପିନ୍ଧି ଥିବା ବେଳେ ଜଣେ ଛାତ୍ରୀଙ୍କୁ ରାଗିଂ କରିବାର ଦେଖିବାକୁ ମିଳିଛି । ଏଥିରେ ଛାତ୍ର ଜଣଙ୍କ ଅନ୍ୟ କିଛି ଛାତ୍ର ଛାତ୍ରୀଙ୍କ ସହ ଅଶ୍ଳୀଳ ଭାଷା ପ୍ରୟୋଗ କରି ଗାଳି ଦେବା ସହ ମାନସିକ ନିର୍ଯ୍ୟାତନା ଦେଉଥିବା ଦେଖିବାକୁ ମିଳିଛି । ଏହାସହ ଜୋର୍ ଜବରଦସ୍ତ ଆଇ ଲଭ୍ ୟୁ କହିବା ପାଇଁ ମଧ୍ୟ ବାଧ୍ୟ କରୁଥିବା ଶୁଣିବାକୁ ମିଳୁଚି । ଏହି ଘଟଣାରେ ପୋଲିସ ସଂପୃକ୍ତ ଛାତ୍ରକୁ ଅଟକ ରଖିଛି । ସଂପୃକ୍ତ ଛାତ୍ରଙ୍କ ନାମରେ ଆଗରୁ ଏକାଧିକ ମାମଲା ଥିବା ସୂଚନା ମିଳିଛି । ଛାତ୍ର ଜଣଙ୍କ ଉକ୍ତ କଲେଜ ଯୁକ୍ତ ୩ ଶେଷ ବର୍ଷର ଛାତ୍ର ହୋଇଥିବା ବେଳେ ଏଥିରେ ସଂପୃକ୍ତ ସମସ୍ତ ବିଷୟକୁ ନେଇ ପୋଲିସ୍ ଖୋଳତାଡ କରୁଥିବା ଜଣାପଡ଼ିଛି ।