ଅପରାଧ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

କଲେଜ୍‌ରେ ଭୟାନକ ରାଗିଂ, ଛାତ୍ରୀଙ୍କୁ ଜବରଦସ୍ତି ଆଇ ଲଭ୍‌ ୟୁ ଏବଂ କିସ୍‌ କରିବାକୁ କରାଯାଉଛି ବାଧ୍ୟ

ବ୍ରହ୍ମପୁର, ୧୬।୧୧: ସ୍ଥାନୀୟ ବଡ଼ ବଜାର ଥାନା ଅନ୍ତର୍ଗତ ବିନାୟକ ଆଚାର୍ଯ୍ୟ କଲେଜର ଏକ ଭିଡିଓ ଭାଇରଲ ହୋଇଛି । କଲେଜର କିଛି ଛାତ୍ରଛାତ୍ରୀ କଲେଜ ଡ୍ରେସ ପିନ୍ଧି ଥିବା ବେଳେ ଜଣେ ଛାତ୍ରୀଙ୍କୁ ରାଗିଂ କରିବାର ଦେଖିବାକୁ ମିଳିଛି । ଏଥିରେ ଛାତ୍ର ଜଣଙ୍କ ଅନ୍ୟ କିଛି ଛାତ୍ର ଛାତ୍ରୀଙ୍କ ସହ ଅଶ୍ଳୀଳ ଭାଷା ପ୍ରୟୋଗ କରି ଗାଳି ଦେବା ସହ ମାନସିକ ନିର୍ଯ୍ୟାତନା ଦେଉଥିବା ଦେଖିବାକୁ ମିଳିଛି । ଏହାସହ ଜୋର୍ ଜବରଦସ୍ତ ଆଇ ଲଭ୍ ୟୁ କହିବା ପାଇଁ ମଧ୍ୟ ବାଧ୍ୟ କରୁଥିବା ଶୁଣିବାକୁ ମିଳୁଚି । ଏହି ଘଟଣାରେ ପୋଲିସ ସଂପୃକ୍ତ ଛାତ୍ରକୁ ଅଟକ ରଖିଛି । ସଂପୃକ୍ତ ଛାତ୍ରଙ୍କ ନାମରେ ଆଗରୁ ଏକାଧିକ ମାମଲା ଥିବା ସୂଚନା ମିଳିଛି । ଛାତ୍ର ଜଣଙ୍କ ଉକ୍ତ କଲେଜ ଯୁକ୍ତ ୩ ଶେଷ ବର୍ଷର ଛାତ୍ର ହୋଇଥିବା ବେଳେ ଏଥିରେ ସଂପୃକ୍ତ ସମସ୍ତ ବିଷୟକୁ ନେଇ ପୋଲିସ୍‌ ଖୋଳତାଡ କରୁଥିବା ଜଣାପଡ଼ିଛି ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି