ନୂଆଦିଲ୍ଲୀ ୨୬/୦୧: ସାରା ଦେଶରେ କରୋନା ତୃତୀୟ ଲହର ଜାରି ରହିଛି । ଏହାରି ଭିତରେ ଓମିକ୍ରନ ମଧ୍ୟ କ୍ଷୀପ୍ର ଗତିରେ ମାଡିବାରେ ଲାଗିଛି । ବର୍ତ୍ତମାନ ପରିସ୍ଥିତିକୁ ଦେଖିଲେ ଲାଗୁଛି ଘରେ ଘରେ ଏବେ ଲୋକେ ସଂକ୍ରମିତ ହେଉଛନ୍ତି । ସାଧାରଣ ଲୋକଙ୍କ କଥା ଛାଡନ୍ତୁ ଏବେ କୋଭିଡ କବଳରେ ରାଜନେତା ମନ୍ତ୍ରୀ, ସାଂସଦଠାରୁ ଅଭିନେତା ଯାଏଁ ସବୁ ପଜିଟିଭ ଚିହ୍ନଟ ହେଉଛନ୍ତି । ଏହି ପରିପ୍ରେକ୍ଷୀରେ କୋଭିଡ ସଂକ୍ରମିତ ହୋଇଛନ୍ତି ସାଉଥର ସୁପରଷ୍ଟାର ଚୀରଞ୍ଜୀବୀ ।
ଟ୍ୱିଟ କରି ସେ ଏନେଇ ନିଜେ ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି ମୋ ଠାରେ ସାମାନ୍ୟ ଲକ୍ଷଣ ଦେଖାଦେବାରୁ ମୁଁ ନିଜର କୋଭିଡ ଟେଷ୍ଟ କରିଥିଲେ । ରିପୋର୍ଟ ପଜିଟିଭ ଆସିଲା । ବର୍ତ୍ତମାନ ମୁଁ ନିଜକୁ ଆଇସୋଲେଟ କରି ରହିଛି । ଯଦି କେହି ମୋ ସଂସ୍ପର୍ଶରେ ଆସିଥାଅ ତେବେ ନିଜର ପରୀକ୍ଷୀ କରାଇନିଅନ୍ତୁ । କୋଭଡକୁ ଭୟ କରନ୍ତୁନି, ବରଂ ସତର୍କତା ମୂଳକ ପଦକ୍ଷପ ନେଲେ ଆମେ ଏଥିରୁ ରକ୍ଷା ପାଇପାରିବା ।

