Subscribe to Updates

    Get the latest creative news from FooBar about art, design and business.

    What's Hot

    ଭୁଶୁଡ଼ିଲା ମାଟିଘର: ବାପାର ଗଲା ଜୀବନ, ବର୍ତ୍ତିଗଲା ପୁଅ

    October 3, 2023

    ପୁଣି ଆଶା ଦେଖାଇଲେ ସରକାର: ଖୋଲିପାରେ ବନ୍ଦ ସ୍କୁଲର ତାଲା

    October 3, 2023

    ଏଏସ୍‌ଆଇ ମୃତ୍ୟୁ ଘଟଣା: ହତ୍ୟା ଅଭିଯୋଗ ଆଣିଲେ ସ୍ବାମୀ

    October 3, 2023
    Facebook X (Twitter) Instagram
    Trending
    • ଭୁଶୁଡ଼ିଲା ମାଟିଘର: ବାପାର ଗଲା ଜୀବନ, ବର୍ତ୍ତିଗଲା ପୁଅ
    • ପୁଣି ଆଶା ଦେଖାଇଲେ ସରକାର: ଖୋଲିପାରେ ବନ୍ଦ ସ୍କୁଲର ତାଲା
    • ଏଏସ୍‌ଆଇ ମୃତ୍ୟୁ ଘଟଣା: ହତ୍ୟା ଅଭିଯୋଗ ଆଣିଲେ ସ୍ବାମୀ
    • ଦିବ୍ୟାଙ୍ଗ ପିଲାମାନେ ଯାଦୁଗର: ଧର୍ମେନ୍ଦ୍ର ପ୍ରଧାନ
    • ସୀମାନ୍ତରେ ୪୦ ସ୍କୁଲ ବନ୍ଦ: ସେଦିନର ମଣିଷଗଢ଼ା କାରଖାନା ଏବେ ଖେଳପଡ଼ିଆ
    • ବଢ଼ୁଛି ଲାଲ କେଶର ଅଣ୍ଡା ଚାହିଦା: ୧୦ଲକ୍ଷ ଦରକାର, ଅଢ଼େଇ ଲକ୍ଷ ମିଳୁଛି
    • ପୋଖରୀରୁ ଧରା ହେଲା ୧୪ ଫୁଟ୍‌ର କୁମ୍ଭୀର
    • କଲରାପତରିଆ ଛାଲ ଜବତ: ଜଣେ ଶିକାରୀ ଗିରଫ, ଅନ୍ୟ ଜଣେ ଫେରାର
    Tuesday, October 3
    Facebook X (Twitter) Instagram
    Facebook X (Twitter) Instagram
    NEWS LAXMI 7
    Subscribe
    • ଦେଶ ବିଦେଶ
    • ରାଜ୍ୟ
    • ରାଜନୀତି
    • କଳା ଓ ସଂସ୍କୃତି
    • ଲାଇଫ୍ ଷ୍ଟାଇଲ
    • ମନୋରଞ୍ଜନ
      • ଭିଡ଼ିଓ
      • ଖେଳ
    • ପର୍ଯ୍ୟଟନ
    • ଶିକ୍ଷା ଓ ନିଯୁକ୍ତି
    • ଧର୍ମ
    • ସ୍ୱାସ୍ଥ୍ୟ
    • ଅପରାଧ
    • ରାଶିଫଳ
    NEWS LAXMI 7
    Home»ରାଜ୍ୟ»କନ୍ଧମାଳ ଉବୁଟୁବୁ, ଫୁଲବାଣୀ ସହରରେ ୫ ଫୁଟ ପାଣି
    ରାଜ୍ୟ

    କନ୍ଧମାଳ ଉବୁଟୁବୁ, ଫୁଲବାଣୀ ସହରରେ ୫ ଫୁଟ ପାଣି

    NewsLaxmi7By NewsLaxmi7August 3, 2023Updated:August 3, 2023No Comments2 Mins Read
    Facebook Twitter LinkedIn WhatsApp Email
    Share
    Facebook Twitter LinkedIn Email WhatsApp

    ଫୁଲବାଣୀ / ତୁମୁଡ଼ିବନ୍ଧ / ଦାରିଙ୍ଗବାଡ଼ି /ବାଲିଗୁଡ଼ା: କନ୍ଧମାଳ ଜିଲ୍ଲାରେ ଗତ ଦୁଇ ଦିନ ଧରି ଅନବରତ ଭାବେ ବର୍ଷା ଲାଗି ରହିବା ଫଳରେ ସମସ୍ତ ନଦୀନାଳର ଜଳପତ୍ତନ ବୃଦ୍ଧି ପାଇଛି। ସାଲୁଙ୍କୀ, ଖଡ଼୍‌ଗ, କାଳିପେନୁ, ବାଘ, ରାହୁଳ ଆଦି ନଦୀରେ ବନ୍ୟାଜଳ ପ୍ରବେଶ କରିବା ଫଳରେ ତଳମୁଣ୍ଡରେ ପରିସ୍ଥିତି ସଙ୍ଗିନ ହୋଇଛି। ଫିରିଙ୍ଗିଆ ବ୍ଲକର କ୍ରାଣ୍ଡିବାଲି ପ୍ରାଥମିକ ବିଦ୍ୟାଳୟ ଘର ଉପରେ ବରଗଛ ଉପୁଡି ପଡ଼ିବା ଫଳରେ ସ୍କୁଲ ଘର ଭାଙ୍ଗିଯାଇଛି। ଆଜି ସକାଳ ପ୍ରାୟ ୬ଟାରେ ଏହା ଘଟିଥିବାରୁ ଏକ ବଡ଼ ବିପଦରୁ ଛାତ୍ରଛାତ୍ରୀଙ୍କ ସମେତ ଶିକ୍ଷକ,ଶିକ୍ଷୟିତ୍ରୀ ରକ୍ଷା ପାଇ ଯାଇଛନ୍ତି। ତୁମୁଡ଼ିବନ୍ଧ ବ୍ଲକରେ ୧୦ରୁ ଅଧିକ ଝାଟିମାଟି ଘର ଭାଙ୍ଗି ଯାଇଛି। କୁର୍ତ୍ତମଗଡ଼-ଡାଙ୍ଗେସିଗୁଡ଼ା ପୋଲ ଦୁଇ ଦିନ ହେଲା ଧୋଇଯିବାରୁ ୧୦ ଗାଁ ଏବେ ବି ବିଚ୍ଛିନ୍ନ ହୋଇ ରହିଛି। ଏହାସହ କୁର୍ତ୍ତମଗଡ- ସିର୍ଲା , କୁର୍ତ୍ତମଗଡ଼ -ପାରିଗଡ, ସୁନାଗାଁରୁ କୁଟିପଡ଼ା ରାସ୍ତା ଧୋଇଯାଇଛି। ଦାରିଙ୍ଗବାଡି ବ୍ଲକ ବୁଡ଼ାଗୁଡ଼ା ୫-ଟି ସରକାରୀ ଉଚ୍ଚବିଦ୍ୟାଳୟ ଓ ବୁଡ଼ାଗୁଡ଼ା ପଞ୍ଚାୟତ କଡ଼ଗାବାଲି ପ୍ରାଥମିକ ବିଦ୍ୟାଳୟର ପାଚେରି ମଧ୍ୟ ନିର୍ମାଣର ଏକ ବର୍ଷ ନପୂରୁଣୁ ଧସିପଡ଼ିଛି।

    ଫିରିଙ୍ଗିଆ ବ୍ଲକ୍‌ର ସାଡ଼ିଙ୍ଗିଆ ନିକଟରେ କ୍ଷୁଦ୍ର ଜଳସେଚନ ବିଭାଗର ଏକ ଚେକ୍‌ ଡ୍ୟାମ୍‌ ଭୁଶୁଡ଼ି ପଡ଼ିବା ଫଳରେ ଶତାଧିକ ଏକର ଜମିରେ ଜଳମଗ୍ନ ହୋଇପଡ଼ିଛି। ବ୍ଲକର ସଲାଗୁଡ଼ା ନିକଟରେ ଏକ ପାହାଡ଼ିଆ ନଦୀରେ ପ୍ରବଳ ଜଳପ୍ରବାହ ଚାଲିଥିବାରୁ ସଲାଗୁଡ଼ାକୁ ଯୋଗାଯୋଗ ବିଛିନ୍ନ ହୋଇପଡ଼ିଛି। ବାଲନ୍ଦାପଡ଼ାଠାରେ ଦୁର୍ଗାମୁଣ୍ଡା ନାଳ ପୋଲ ଉପରେ ୮ଫୁଟ ଉଚ୍ଚତାରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ କୋଏରମାଣ୍ଡୁ ଓ ପାହିରାଜୁ ପଞ୍ଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇ ପଡ଼ିଛି। ସେହିଭଳି ବାଘଡଙ୍ଗରୀ ନାଳରେ ବନ୍ୟାଜଳ ପଶିବାରୁ ତାଳପଙ୍ଗା, ବଟାବାହାଲି, ଲମ୍ବାଖେତା, କେନ୍ଦୁଗୁଡ଼ା ଭଳି ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇପଡ଼ିଛି। ବାଘନଦୀରେ ବନ୍ୟା ଆସିବାରୁ କ୍ରାଣ୍ଡିବାଲି ପଞ୍ଚାୟତ ପ୍ରଭାବିତ ହୋଇଛି। ସଲାଗୁଡ଼ା ପଞ୍ଚାୟତର ଅନେକ ଗ୍ରାମ ସହିତ ଡିଣ୍ଡିରାଗାଁ ପଞ୍ଚାୟତର ଟେଲାପାଲି ଓ ଗଞ୍ଜୁଖୋଲ ଗାଁ ପାଣିଘେରରେ ରହିଛି। ଲୁଇସିଂ ନାଳରେ ଜଳସ୍ତର ବୃଦ୍ଧି ପାଇଥିବାରୁ ଅନେକ ଘର ବୁଡ଼ି ଯାଇଛି।

    ଲଗାଣ ବର୍ଷାରେ ଫୁଲବାଣୀ ମୁଖ୍ୟ ବଜାରରେ ଜଳ ନିଷ୍କାସନ ହୋଇନପାରି ପାଞ୍ଚ ଫୁଟ ଉଚ୍ଚରେ ପାଣି ପ୍ରବାହିତ ହୋଇଥିଲା। ଫଳରେ ନର୍ଦ୍ଦମାର ପାଣି କେତେକ ଦୋକାନ ମଧ୍ୟକୁ ପଶି ଯାଇଥିଲା। ଫୁଲବାଣୀ ସହରର ଆଉ କେତେକ ସ୍ଥାନରେ ଲୋକେ ପମ୍ପ ଲଗାଇ ପାଣି ନିଷ୍କାସନ କରିବାର ଦେଖିବାକୁ ମିଳିଥିଲା। ନଦୀଖଣ୍ଡିସାହି ପଛପଟ ଦେଇ ବହୁଥିବା ସାଲୁଙ୍କୀ ନଦୀରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ନଦୀ ଅପରପାର୍ଶ୍ବରେ ଫୁଲବାଣୀ ପୌରପାଳିକାର ଡାମିଗାଁ ଏବଂ ଡାକପାଲା ଭଳି ଅଞ୍ଚଳ ସହରଠାରୁ ବିଚ୍ଛିନ୍ନ ହୋଇପଡ଼ିଛି। ଫୁଲବାଣୀ ମୁଖ୍ୟ ବଜାର ଉପରେ ଦୁଇଫୁଟ ଉଚ୍ଚର ବର୍ଷା ଜଳ ଚାଲିବା ସହ ନର୍ଦ୍ଦମା ପାଣିରେ ସହର ଉବୁଟୁବୁ ହୋଇ ପଡ଼ିଛି। ଫୁଲବାଣୀ ସହରର ଡ୍ରେନ୍‌ଗୁଡ଼ିକ ଜାମ୍‌ ହୋଇ ପଡ଼ିଥିବାରୁ ସହରର ଜଳ ନିଷ୍କାସନ ହୋଇ ପାରି ପରିସ୍ଥିତି ସଙ୍ଗୀନ ହୋଇପଡ଼ିଛି। ଅପରପକ୍ଷେ, ପ୍ରବଳ ବର୍ଷା ଯୋଗୁଁ ଫୁଲବାଣୀ ସହରର ଅନେକ ସ୍କୁଲ, କଲେଜରେ ପାଣି ପଶିଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ବିଳମ୍ବରେ ସ୍କୁଲ ଛୁଟି ଘୋଷଣା ହେବାରୁ ଛାତ୍ରଛାତ୍ରୀ ଓ ଅଭିଭାବକ ମହଲରେ ଅସନ୍ତୋଷ ଦେଖାଦେଇଛି।

    ବାଲିଗୁଡ଼ା ଅଞ୍ଚଳରେ ଲଗାଣ ବର୍ଷା ଯୋଗୁଁ ଅନେକ ଘର ଭୁଶୁଡ଼ି ପଡ଼ିଛି। ଫୁଲବାଣୀ ସହରର କେନ୍ଦୁପଦର, ନଦୀଖଣ୍ଡିସାହି, ମାଷ୍ଟରପଡ଼ା ଓ ପ୍ରକୃତିବିହାରରେ ଅନେକ ଘରେ ପାଣି ପଶିଯାଇଛି। ତୁମୁଡ଼ିବନ୍ଧ ବ୍ଲକର ରାହୁଳ ଓ ଚାଉଳଧୁଆ ସମେତ ଛୋଟବଡ଼ ନଦୀନାଳରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ବେଲଘର, ଗୁମା, ଝିରିପାଣି, ବିଲାମାଳ, ଲଙ୍କାଗଡ, ସୀର୍ଲା, ଭଣ୍ଡରଙ୍ଗି, କୁର୍ତ୍ତମଗଡ ଓ ତୁମୁଡ଼ିବନ୍ଧ ପଞ୍ଚାୟତରେ ବସବାସ କରୁଥିବା ବହୁ ଗରିବ ଲୋକଙ୍କ ମାଟିଘର ଭାଙ୍ଗିଯାଇଥିବା ଦେଖିବାକୁ ମିଳିଛି।

    Share. Facebook Twitter LinkedIn WhatsApp Email
    Previous Articleବର୍ଷା ଆଣିଲା ବନ୍ୟା: ବୈତରଣୀ ସ୍ଥିତି ଗମ୍ଭୀର, ବ୍ରାହ୍ମଣୀ ଧୀରେ ଧୀରେ ଫୁଲୁଛି
    Next Article ବୀରମହାରାଜପୁରରେ ବନ୍ୟା ପରିସ୍ଥିତି: ଖୋଲିଲା ଠେଙ୍ଗୋ ଡ୍ୟାମ୍‌ର ୬ ଗେଟ୍‌, ୨୮୮ ଜଣଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର
    NewsLaxmi7
    • Website

    Related Posts

    ଭୁଶୁଡ଼ିଲା ମାଟିଘର: ବାପାର ଗଲା ଜୀବନ, ବର୍ତ୍ତିଗଲା ପୁଅ

    October 3, 2023

    ପୁଣି ଆଶା ଦେଖାଇଲେ ସରକାର: ଖୋଲିପାରେ ବନ୍ଦ ସ୍କୁଲର ତାଲା

    October 3, 2023

    ଏଏସ୍‌ଆଇ ମୃତ୍ୟୁ ଘଟଣା: ହତ୍ୟା ଅଭିଯୋଗ ଆଣିଲେ ସ୍ବାମୀ

    October 3, 2023

    ଦିବ୍ୟାଙ୍ଗ ପିଲାମାନେ ଯାଦୁଗର: ଧର୍ମେନ୍ଦ୍ର ପ୍ରଧାନ

    October 3, 2023
    • Facebook
    • Twitter
    • Instagram
    • YouTube
    Our Picks

    ସାଧୁ ବେଶରେ ୱାଣ୍ଟେଡ୍ କ୍ରିମିନାଲ୍: ୨୩ ବର୍ଷ ପରେ ଧରିଲା ପୁଲିସ

    July 3, 2023

    ମାତିଛନ୍ତି ମାଟି ମାଫିଆ: ତାଡ଼ିଦେଲେ ଗଙ୍ଗୁଆ ନଦୀବନ୍ଧ

    April 3, 2023

    ପଶ୍ଚିମବଙ୍ଗ ରାମ ନବମୀ ରାଲିରେ ପୁଣି ହିଂସାକାଣ୍ଡ: ‘ବିଜେପି’ ବିଧାୟକ ଆହତ

    April 3, 2023

    ଆଜିଠୁ ନୂଆ ଶିକ୍ଷାବର୍ଷ: ୮ ତାରିଖ ଯାଏ ନାମଲେଖା, ୧୧ରୁ ସକାଳୁଆ ସ୍କୁଲ

    April 3, 2023
    Don't Miss
    ରାଜ୍ୟ

    ଭୁଶୁଡ଼ିଲା ମାଟିଘର: ବାପାର ଗଲା ଜୀବନ, ବର୍ତ୍ତିଗଲା ପୁଅ

    October 3, 2023

    ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ବ୍ଲକ୍ ଅନ୍ତର୍ଗତ ଜରଙ୍ଗଲୋଇ ଗାଁରେ ଅଭାବନୀୟ ଘଟଣା ଘଟିଛି। ଲଗାଣ ବର୍ଷାରେ ଭୁଶୁଡ଼ିଲା ମାଟିଘର।…

    ପୁଣି ଆଶା ଦେଖାଇଲେ ସରକାର: ଖୋଲିପାରେ ବନ୍ଦ ସ୍କୁଲର ତାଲା

    October 3, 2023

    ଏଏସ୍‌ଆଇ ମୃତ୍ୟୁ ଘଟଣା: ହତ୍ୟା ଅଭିଯୋଗ ଆଣିଲେ ସ୍ବାମୀ

    October 3, 2023

    ଦିବ୍ୟାଙ୍ଗ ପିଲାମାନେ ଯାଦୁଗର: ଧର୍ମେନ୍ଦ୍ର ପ୍ରଧାନ

    October 3, 2023

    Subscribe to Updates

    Get the latest creative news from SmartMag about art & design.

    About Us
    About Us

    Welcome to Newslaxmi7, where we are dedicated to providing timely, accurate, and unbiased news coverage to our readers. As a leading news organization, we are committed to journalistic integrity and believe that providing our audience with reliable information is essential to a functioning democracy.

    Our Picks

    ଜୁନ୍‌ ୦୮ ତାରିଖ, ମଙ୍ଗଳବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

    June 8, 2021

    ଶୁଭଶ୍ରୀ ମହାପାତ୍ର ଆତ୍ମହତ୍ୟା ଘଟଣା: ଆସିଲା ବ୍ୟବଚ୍ଛେଦ ରିପୋର୍ଟ, ବେକରେ ରହିଛି କ୍ଷତଚିହ୍ନ

    September 2, 2022

    ଓଡ଼ିଆ ଭାଷାକୁ କେନ୍ଦ୍ରୀୟ ସଂସ୍ଥା ବି କଦର୍ଥ କରୁଛି

    April 25, 2023
    Quick Links
    • Home
    • About us
    • Contact Us
    © 2022 - Newslaxmi7. All Rights Reserved.
    • Home
    • About us
    • Contact Us

    Type above and press Enter to search. Press Esc to cancel.