Subscribe to Updates

    Get the latest creative news from FooBar about art, design and business.

    What's Hot

    ଝାରସୁଗୁଡ଼ା ଅଭିମୁଖେ କ୍ରାଇମବ୍ରାଞ୍ଚ ଟିମ୍: ଆଜି ଦାଖଲ କରିପାରେ ନବ ଦାସ ହତ୍ୟା ମାମଲାର ଚାର୍ଜସିଟ୍

    May 26, 2023

    ଜମି କିଣାବିକା ନିୟମ ବଦଳିଲା; ଆଗ ଅନଲାଇନ୍ ସ୍ଲଟ୍ ବୁକିଂ, ପରେ ରେଜିଷ୍ଟ୍ରେସନ୍‌

    May 26, 2023

    ସମ୍ବାଦପତ୍ର ଓ ପାଠକଙ୍କ ମାଧ୍ୟମ ବିତରକ

    May 26, 2023
    Facebook Twitter Instagram
    Trending
    • ଝାରସୁଗୁଡ଼ା ଅଭିମୁଖେ କ୍ରାଇମବ୍ରାଞ୍ଚ ଟିମ୍: ଆଜି ଦାଖଲ କରିପାରେ ନବ ଦାସ ହତ୍ୟା ମାମଲାର ଚାର୍ଜସିଟ୍
    • ଜମି କିଣାବିକା ନିୟମ ବଦଳିଲା; ଆଗ ଅନଲାଇନ୍ ସ୍ଲଟ୍ ବୁକିଂ, ପରେ ରେଜିଷ୍ଟ୍ରେସନ୍‌
    • ସମ୍ବାଦପତ୍ର ଓ ପାଠକଙ୍କ ମାଧ୍ୟମ ବିତରକ
    • ଦାସିଆ ଅଜା ସଂଗ୍ରହାଳୟ ଦେଖି ଭାବବିହ୍ବଳ
    • ଶ୍ରୀମନ୍ଦିର କାର୍ଯ୍ୟାଳୟରେ ୨୩ଜଣଙ୍କୁ ସ୍ଥାୟୀ ନିଯୁକ୍ତି: ଶିକ୍ଷାଗତ ପ୍ରମାଣପତ୍ର ଯାଞ୍ଚ ପାଇଁ ବୋର୍ଡକୁ ଚିଠି
    • ଶିକାରୀଙ୍କ ପଞ୍ଝାରେ ବନ୍ୟଜନ୍ତୁ, ଓଡ଼ିଶା ଜଙ୍ଗଲରୁ ଶେଷ କରିଦେବେ ବାଘ
    • ଅର୍ଥାଭାବରୁ ଅସହାୟ ବାପା: ଲୁହା ଶିକୁଳିରେ ବନ୍ଦୀ ଦିବ୍ୟାଙ୍ଗ ପୁଅ
    • ମହିଳାଙ୍କୁ ନେଇ ଚାଲିଛି ବ୍ରାଉନ୍‌ସୁଗାର କାରବାର
    Sunday, May 28
    Facebook Twitter Instagram
    Facebook Twitter Instagram
    NEWS LAXMI 7
    Subscribe
    • ଦେଶ ବିଦେଶ
    • ରାଜ୍ୟ
    • ରାଜନୀତି
    • କଳା ଓ ସଂସ୍କୃତି
    • ଲାଇଫ୍ ଷ୍ଟାଇଲ
    • ମନୋରଞ୍ଜନ
      • ଭିଡ଼ିଓ
      • ଖେଳ
    • ପର୍ଯ୍ୟଟନ
    • ଶିକ୍ଷା ଓ ନିଯୁକ୍ତି
    • ଧର୍ମ
    • ସ୍ୱାସ୍ଥ୍ୟ
    • ଅପରାଧ
    • ରାଶିଫଳ
    NEWS LAXMI 7
    Home»ରାଜନୀତି»କଂଗ୍ରେସ ସାମ୍ବାଦିକ ସମ୍ମିଳନୀରେ ତୁମୁଳକାଣ୍ଡ, ଚୌକିରେ ବସିବାକୁ ଦୁଇ ବରିଷ୍ଠ କଂଗ୍ରେସ ନେତା ଗଡ଼ାଗଡି
    ରାଜନୀତି

    କଂଗ୍ରେସ ସାମ୍ବାଦିକ ସମ୍ମିଳନୀରେ ତୁମୁଳକାଣ୍ଡ, ଚୌକିରେ ବସିବାକୁ ଦୁଇ ବରିଷ୍ଠ କଂଗ୍ରେସ ନେତା ଗଡ଼ାଗଡି

    NewsLaxmi7By NewsLaxmi7May 13, 2023Updated:May 13, 2023No Comments2 Mins Read
    Facebook Twitter LinkedIn WhatsApp Email
    Share
    Facebook Twitter LinkedIn Email WhatsApp

    ରାଉରକେଲା : ରାଉରକେଲା ଜିଲ୍ଲା କଂଗ୍ରେସରେ ପଦପଦବିକୁ ନେଇ ଗତ କିଛି ବର୍ଷ ଧରି ଜାରି ରହିଛି ‌ଗୋଷ୍ଠୀକନ୍ଦଳ। ପଦପଦବି ହାତେଇବା ଓ ବିଭିନ୍ନ କାର୍ଯ୍ୟକ୍ରମର ଆଗରେ ବସିବାକୁ ନେତାଙ୍କ ମଧ୍ୟରେ ଚାଲିଛି ଏକପ୍ରକାର ପ୍ରତିଯୋଗିତା। ପ୍ର‌ାୟ ୩ଟି ଗୋଷ୍ଠୀ ମଧ୍ୟରେ ଏଭଳି କନ୍ଦଳ ଚାଲିଛି। ଏମିତି କିଛି ନେତା ନିଜ କର୍ମୀଙ୍କୁ ଧରି ସମାନ୍ତରାଳ କାର୍ଯ୍ୟକ୍ରମ ମଧ୍ୟ କରୁଛନ୍ତି। ଶୁକ୍ରବାର ଦିନ ସେକ୍ଟର-୨୧ସ୍ଥ ଜିଲ୍ଲା ଜିଲ୍ଲା କଂଗ୍ରେସ ଭବନ ସାମ୍ବାଦିକ ସମ୍ମିଳନୀ ସାଜିଲା କୁରୁକ୍ଷେତ୍ର। ଆଗ ଚୌକିରେ ବସିବାକୁ ଭୀମ ଓ ଦୁର୍ଯ୍ୟଧନ ଭଳି ଲଢ଼ିଲେ ଦୁଇ ବରିଷ୍ଠ ନେତା। ଦୁଇ ବରିଷ୍ଠ ନେତା ପରସ୍ପରକୁ ବିଧା, ଗୋଇଠା, ମୁଥ ମାଡ଼ ମାରିଥିଲେ।

    ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କୁ ହଟାଇବାକୁ ଗତ ୮ରେ ଭୁବନେଶ୍ବର ରବୀନ୍ଦ୍ର ମଣ୍ଡପରେ କଂଗ୍ରେସ ସମ୍ମିଳନୀ ଆୟୋଜିତ ହୋଇଥିଲା। ଏଭଳି ସମ୍ମିଳନୀକୁ ରାଉରକେଲା ଜିଲ୍ଲା କଂଗ୍ରେସ ପକ୍ଷରୁ ବିରୋଧ କରାଯାଇଥିଲା। ଶରତ ପଟ୍ଟନାୟକଙ୍କ ସପକ୍ଷରେ ଜିଲ୍ଲା ପାର୍ଟି କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରିଥିଲେ। ଅଧ୍ୟକ୍ଷତା କରିଥିଲେ ରାଉରକେଲା ଜିଲ୍ଲା କଂଗ୍ରେସ ସଭାପତି ଦେବବ୍ରତ ବିହାରୀ। ଚୌକିର ଆଗ ଧାଡିରେ ବସିଥିଲେ ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ବିରେନ ସେନାପତି, ପୂର୍ବତନ ରାଜ୍ୟ ସମ୍ପାଦକ ରବି ରାୟ, ରାଜ୍ୟ ସମ୍ପାଦକ ପ୍ରବୋଧ ଦାସ, ଜିଲ୍ଲା ଯୁବ ସଭାପତି ଜ୍ଞାନେନ୍ଦ୍ର ଦାଶ, ସଭାନେତ୍ରୀ ନିରୁପମା ବଳିୟାର ସିଂହ। ଆଗ ଧାଡିରେ ଖାଲି ପଡିଥିବା ଏକମାତ୍ର ସିଟ୍‌ରେ ବସିଥିଲେ ଜିଲ୍ଲା କଂଗ୍ରେସର ପୂର୍ବତନ କାର୍ଯ୍ୟକାରୀ ସଭାପତି ତଥା ବରିଷ୍ଠ ନେତା ସବିର ହୁସେନ୍‌। ଏହାର ପ୍ରତିବାଦ କରିଥିଲେ ଏଆଇସିସି ସଭ୍ୟ ତଥା ଜିଲ୍ଲା କଂଗ୍ରେସର ଉପସଭାପତି ଉମେଶ ଶରଣ। ସେ ସବିର ହୁସେନକୁ ପଛ ଧାଡି ପଡିଥିବା ଚୌକିରେ ବସିବାକୁ କହିଥିଲେ। ଯାହାକୁ କେନ୍ଦ୍ରକରି ଦୁଇ ବରିଷ୍ଠ ନେତାଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା।

    ଏଥିରେ କଥା ସରି ନଥିଲା, ଉଭୟଙ୍କ ମଧ୍ୟରେ ଠେଲାପେଲା ସହ ମୁଥ ମରାମରି ପର୍ଯ୍ୟନ୍ତ କଥା ଯାଇଥିଲା। ଉପସ୍ଥିତ ବରିଷ୍ଠ ନେତା ଉଭୟଙ୍କୁ ବୁଝାସୁଝା କରିଥିଲେ ହେଁ କିଛି ସୁଫଳ ମିଳି ନଥିଲା। ପରିସ୍ଥିତି ଏମିତି ହୋଇଥିଲା ଯେ, ଦୁଇ ବରିଷ୍ଠ ନେତା ପରସ୍ପର ମଧ୍ୟରେ ଠେଲାପେଲା ହୋଇ ତଳେ ପଡିଯାଇଥିଲେ ହେଁ କେହି କାହାରିକୁ ଛାଡି ନଥିଲେ। ଗଡାପଡା ହୋଇଥିଲେ। ଜଣେ ଅନ୍ୟ ଜଣଙ୍କୁ ଲାତ ସହ ମୁହଁକୁ ମୁଥ ମାରିଥିଲେ। ପ୍ରାୟ ୧୦ରୁ ୧୫ ମିନିଟ୍‌ ଉଭୟ୍ ନେତାଙ୍କ ମଧ୍ୟରେ ଚାଲିଥିବା ମାଡ଼ପିଟ୍‌କୁ ବନ୍ଦ କରିବା ପରିବର୍ତ୍ତେ ବରିଷ୍ଠ ନେତାମାନେ ଛିଡା ହୋଇଥିଲେ। ଗଣ୍ଡଗୋଳ ନ ଥମିବାରୁ ସାମ୍ବାଦିକ ସମ୍ମିଳନୀକୁ ଅଧାରୁ ବନ୍ଦ କରି ନେତାମାନେ ପାର୍ଟି କାର୍ଯ୍ୟାଳୟରୁ କେହି କାହାରିକୁ କିଛି ନ କହି ଚାଲିଯାଇଥିଲେ।

    ଉଲ୍ଲେଖଯୋଗ୍ୟ ଯେ ରାଉରକେଲା ଜିଲ୍ଲା କଂଗ୍ରେସର ଏହା ନୂଆ କଥା ନୁହେଁ, ବିଗତ ଦିନରେ ମଧ୍ୟ ଏମିତ ଅନେକ ଘଟଣା ଘଟିଛି। ଯାହା ରାଉରକେଲା ଜିଲ୍ଲା କଂଗ୍ରେସର ଗୋଷ୍ଠୀ କନ୍ଦଳକୁ ପଦାରେ ପକାଇଛି।

    Share. Facebook Twitter LinkedIn WhatsApp Email
    Previous Articleମୋଦୀ-ନବୀନଙ୍କ ସାକ୍ଷାତକୁ ନେଇ ରାଜନୀତି
    Next Article ୨୦୨୪ ଫେବ୍ରୁଆରି ୧୫ରେ ଜେଇଇ ମେନ୍‌
    NewsLaxmi7
    • Website

    Related Posts

    ଝାରସୁଗୁଡ଼ା ଅଭିମୁଖେ କ୍ରାଇମବ୍ରାଞ୍ଚ ଟିମ୍: ଆଜି ଦାଖଲ କରିପାରେ ନବ ଦାସ ହତ୍ୟା ମାମଲାର ଚାର୍ଜସିଟ୍

    May 26, 2023

    ସମ୍ବାଦପତ୍ର ଓ ପାଠକଙ୍କ ମାଧ୍ୟମ ବିତରକ

    May 26, 2023

    ଦାସିଆ ଅଜା ସଂଗ୍ରହାଳୟ ଦେଖି ଭାବବିହ୍ବଳ

    May 26, 2023

    ଶ୍ରୀମନ୍ଦିର କାର୍ଯ୍ୟାଳୟରେ ୨୩ଜଣଙ୍କୁ ସ୍ଥାୟୀ ନିଯୁକ୍ତି: ଶିକ୍ଷାଗତ ପ୍ରମାଣପତ୍ର ଯାଞ୍ଚ ପାଇଁ ବୋର୍ଡକୁ ଚିଠି

    May 26, 2023
    • Facebook
    • Twitter
    • Instagram
    • YouTube
    Our Picks

    ମାତିଛନ୍ତି ମାଟି ମାଫିଆ: ତାଡ଼ିଦେଲେ ଗଙ୍ଗୁଆ ନଦୀବନ୍ଧ

    April 3, 2023

    ପଶ୍ଚିମବଙ୍ଗ ରାମ ନବମୀ ରାଲିରେ ପୁଣି ହିଂସାକାଣ୍ଡ: ‘ବିଜେପି’ ବିଧାୟକ ଆହତ

    April 3, 2023

    ଆଜିଠୁ ନୂଆ ଶିକ୍ଷାବର୍ଷ: ୮ ତାରିଖ ଯାଏ ନାମଲେଖା, ୧୧ରୁ ସକାଳୁଆ ସ୍କୁଲ

    April 3, 2023

    ରାଜ୍ୟବ୍ୟାପୀ ‘ଉତ୍କଳ ଦିବସ’ ପାଳିତ: ଓଡ଼ିଆ ପରିଧାନ କଲେ ଓଡ଼ିଶା ହସ୍ତତନ୍ତ

    April 2, 2023
    Don't Miss
    ରାଜ୍ୟ

    ଝାରସୁଗୁଡ଼ା ଅଭିମୁଖେ କ୍ରାଇମବ୍ରାଞ୍ଚ ଟିମ୍: ଆଜି ଦାଖଲ କରିପାରେ ନବ ଦାସ ହତ୍ୟା ମାମଲାର ଚାର୍ଜସିଟ୍

    May 26, 2023

    ଝାରସୁଗୁଡ଼ା: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ଆଜି ଚାର୍ଜସିଟ୍ ଦାଖଲ କରିପାରେ କ୍ରାଇମବ୍ରାଞ୍ଚ। ଏଥିଲାଗି କ୍ରାଇମବ୍ରାଞ୍ଚ ଟିମ୍…

    ଜମି କିଣାବିକା ନିୟମ ବଦଳିଲା; ଆଗ ଅନଲାଇନ୍ ସ୍ଲଟ୍ ବୁକିଂ, ପରେ ରେଜିଷ୍ଟ୍ରେସନ୍‌

    May 26, 2023

    ସମ୍ବାଦପତ୍ର ଓ ପାଠକଙ୍କ ମାଧ୍ୟମ ବିତରକ

    May 26, 2023

    ଦାସିଆ ଅଜା ସଂଗ୍ରହାଳୟ ଦେଖି ଭାବବିହ୍ବଳ

    May 26, 2023

    Subscribe to Updates

    Get the latest creative news from SmartMag about art & design.

    About Us
    About Us

    Welcome to Newslaxmi7, where we are dedicated to providing timely, accurate, and unbiased news coverage to our readers. As a leading news organization, we are committed to journalistic integrity and believe that providing our audience with reliable information is essential to a functioning democracy.

    Our Picks

    ଜାତୀୟ ସାଇକ୍ଲିଂରେ ସ୍ବସ୍ତିଙ୍କୁ ସ୍ବର୍ଣ୍ଣ

    March 9, 2021

    କ୍ରିକେଟର୍‌ଙ୍କ ପିତୃତ୍ବ ଅବକାଶ ନୂଆ ନୁହେଁ

    November 23, 2020

    କରୋନା କବଳରେ କ୍ରିକେଟର : ସଚିନ୍, ୟୁସୁଫ ଓ ବଦ୍ରିଙ୍କ ପରେ ଇରଫାନ୍ ପଠାନ୍ ପଜିଟିଭ

    March 30, 2021
    Quick Links
    • Home
    • About us
    • Contact Us
    © 2022 - Newslaxmi7. All Rights Reserved.
    • Home
    • About us
    • Contact Us

    Type above and press Enter to search. Press Esc to cancel.