ରାଜନୀତି ରାଜ୍ୟ

କଂଗ୍ରେସ ସାମ୍ବାଦିକ ସମ୍ମିଳନୀରେ ତୁମୁଳକାଣ୍ଡ, ଚୌକିରେ ବସିବାକୁ ଦୁଇ ବରିଷ୍ଠ କଂଗ୍ରେସ ନେତା ଗଡ଼ାଗଡି

ରାଉରକେଲା : ରାଉରକେଲା ଜିଲ୍ଲା କଂଗ୍ରେସରେ ପଦପଦବିକୁ ନେଇ ଗତ କିଛି ବର୍ଷ ଧରି ଜାରି ରହିଛି ‌ଗୋଷ୍ଠୀକନ୍ଦଳ। ପଦପଦବି ହାତେଇବା ଓ ବିଭିନ୍ନ କାର୍ଯ୍ୟକ୍ରମର ଆଗରେ ବସିବାକୁ ନେତାଙ୍କ ମଧ୍ୟରେ ଚାଲିଛି ଏକପ୍ରକାର ପ୍ରତିଯୋଗିତା। ପ୍ର‌ାୟ ୩ଟି ଗୋଷ୍ଠୀ ମଧ୍ୟରେ ଏଭଳି କନ୍ଦଳ ଚାଲିଛି। ଏମିତି କିଛି ନେତା ନିଜ କର୍ମୀଙ୍କୁ ଧରି ସମାନ୍ତରାଳ କାର୍ଯ୍ୟକ୍ରମ ମଧ୍ୟ କରୁଛନ୍ତି। ଶୁକ୍ରବାର ଦିନ ସେକ୍ଟର-୨୧ସ୍ଥ ଜିଲ୍ଲା ଜିଲ୍ଲା କଂଗ୍ରେସ ଭବନ ସାମ୍ବାଦିକ ସମ୍ମିଳନୀ ସାଜିଲା କୁରୁକ୍ଷେତ୍ର। ଆଗ ଚୌକିରେ ବସିବାକୁ ଭୀମ ଓ ଦୁର୍ଯ୍ୟଧନ ଭଳି ଲଢ଼ିଲେ ଦୁଇ ବରିଷ୍ଠ ନେତା। ଦୁଇ ବରିଷ୍ଠ ନେତା ପରସ୍ପରକୁ ବିଧା, ଗୋଇଠା, ମୁଥ ମାଡ଼ ମାରିଥିଲେ।

ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କୁ ହଟାଇବାକୁ ଗତ ୮ରେ ଭୁବନେଶ୍ବର ରବୀନ୍ଦ୍ର ମଣ୍ଡପରେ କଂଗ୍ରେସ ସମ୍ମିଳନୀ ଆୟୋଜିତ ହୋଇଥିଲା। ଏଭଳି ସମ୍ମିଳନୀକୁ ରାଉରକେଲା ଜିଲ୍ଲା କଂଗ୍ରେସ ପକ୍ଷରୁ ବିରୋଧ କରାଯାଇଥିଲା। ଶରତ ପଟ୍ଟନାୟକଙ୍କ ସପକ୍ଷରେ ଜିଲ୍ଲା ପାର୍ଟି କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରିଥିଲେ। ଅଧ୍ୟକ୍ଷତା କରିଥିଲେ ରାଉରକେଲା ଜିଲ୍ଲା କଂଗ୍ରେସ ସଭାପତି ଦେବବ୍ରତ ବିହାରୀ। ଚୌକିର ଆଗ ଧାଡିରେ ବସିଥିଲେ ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ବିରେନ ସେନାପତି, ପୂର୍ବତନ ରାଜ୍ୟ ସମ୍ପାଦକ ରବି ରାୟ, ରାଜ୍ୟ ସମ୍ପାଦକ ପ୍ରବୋଧ ଦାସ, ଜିଲ୍ଲା ଯୁବ ସଭାପତି ଜ୍ଞାନେନ୍ଦ୍ର ଦାଶ, ସଭାନେତ୍ରୀ ନିରୁପମା ବଳିୟାର ସିଂହ। ଆଗ ଧାଡିରେ ଖାଲି ପଡିଥିବା ଏକମାତ୍ର ସିଟ୍‌ରେ ବସିଥିଲେ ଜିଲ୍ଲା କଂଗ୍ରେସର ପୂର୍ବତନ କାର୍ଯ୍ୟକାରୀ ସଭାପତି ତଥା ବରିଷ୍ଠ ନେତା ସବିର ହୁସେନ୍‌। ଏହାର ପ୍ରତିବାଦ କରିଥିଲେ ଏଆଇସିସି ସଭ୍ୟ ତଥା ଜିଲ୍ଲା କଂଗ୍ରେସର ଉପସଭାପତି ଉମେଶ ଶରଣ। ସେ ସବିର ହୁସେନକୁ ପଛ ଧାଡି ପଡିଥିବା ଚୌକିରେ ବସିବାକୁ କହିଥିଲେ। ଯାହାକୁ କେନ୍ଦ୍ରକରି ଦୁଇ ବରିଷ୍ଠ ନେତାଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା।

ଏଥିରେ କଥା ସରି ନଥିଲା, ଉଭୟଙ୍କ ମଧ୍ୟରେ ଠେଲାପେଲା ସହ ମୁଥ ମରାମରି ପର୍ଯ୍ୟନ୍ତ କଥା ଯାଇଥିଲା। ଉପସ୍ଥିତ ବରିଷ୍ଠ ନେତା ଉଭୟଙ୍କୁ ବୁଝାସୁଝା କରିଥିଲେ ହେଁ କିଛି ସୁଫଳ ମିଳି ନଥିଲା। ପରିସ୍ଥିତି ଏମିତି ହୋଇଥିଲା ଯେ, ଦୁଇ ବରିଷ୍ଠ ନେତା ପରସ୍ପର ମଧ୍ୟରେ ଠେଲାପେଲା ହୋଇ ତଳେ ପଡିଯାଇଥିଲେ ହେଁ କେହି କାହାରିକୁ ଛାଡି ନଥିଲେ। ଗଡାପଡା ହୋଇଥିଲେ। ଜଣେ ଅନ୍ୟ ଜଣଙ୍କୁ ଲାତ ସହ ମୁହଁକୁ ମୁଥ ମାରିଥିଲେ। ପ୍ରାୟ ୧୦ରୁ ୧୫ ମିନିଟ୍‌ ଉଭୟ୍ ନେତାଙ୍କ ମଧ୍ୟରେ ଚାଲିଥିବା ମାଡ଼ପିଟ୍‌କୁ ବନ୍ଦ କରିବା ପରିବର୍ତ୍ତେ ବରିଷ୍ଠ ନେତାମାନେ ଛିଡା ହୋଇଥିଲେ। ଗଣ୍ଡଗୋଳ ନ ଥମିବାରୁ ସାମ୍ବାଦିକ ସମ୍ମିଳନୀକୁ ଅଧାରୁ ବନ୍ଦ କରି ନେତାମାନେ ପାର୍ଟି କାର୍ଯ୍ୟାଳୟରୁ କେହି କାହାରିକୁ କିଛି ନ କହି ଚାଲିଯାଇଥିଲେ।

ଉଲ୍ଲେଖଯୋଗ୍ୟ ଯେ ରାଉରକେଲା ଜିଲ୍ଲା କଂଗ୍ରେସର ଏହା ନୂଆ କଥା ନୁହେଁ, ବିଗତ ଦିନରେ ମଧ୍ୟ ଏମିତ ଅନେକ ଘଟଣା ଘଟିଛି। ଯାହା ରାଉରକେଲା ଜିଲ୍ଲା କଂଗ୍ରେସର ଗୋଷ୍ଠୀ କନ୍ଦଳକୁ ପଦାରେ ପକାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ
କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର