ଖଣ୍ଡଗିରି: ଓଡ଼ିଶା ଗସ୍ତର ଶେଷ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ପାତ୍ରପଡ଼ାସ୍ଥିତ ନିଜ ଘରକୁ ଯାଇଥିଲେ। ଏହି ଘରଟି ଏବେ ନୂଆ ରୂପ ନେଉଛି ଏବଂ ନୂଆ ଢଙ୍ଗରେ ନିର୍ମାଣ କାମ ଚାଲିଛି। ସେ ନିର୍ମାଣ କାମ ଦେଖିବା ସହ ସ୍ଥାନୀୟ ଲୋକଙ୍କୁ ଭେଟିଥିଲେ। କର୍ପୋରେଟର ରଶ୍ମିରଞ୍ଜନ ପାଟ୍ଟଶାଣୀଙ୍କ କହିବାନୁଯାୟୀ ରାଷ୍ଟ୍ରପତି ଆସିବେ ବୋଲି ଗତକାଲି ରାତିରେ ଖବର ଆସିଥିଲା। ସେଥିପାଇଁ ଆମେ ପାତ୍ରପଡ଼ାବାସୀ ପ୍ରସ୍ତୁତ ହୋଇରହିଥିଲୁ। ରାଷ୍ଟ୍ରପତି ତାଙ୍କ ସହ କଥା ହେଲେ ଏବଂ ତାହା ତାଙ୍କ ପାଇଁ ସବୁଦିନ ସ୍ମରଣୀୟ ହୋଇରହିବ। ପିଲାମାନଙ୍କୁ ସେ ଚକୋଲେଟ୍ ଦେଇଛନ୍ତି। ଏହା ପାତ୍ରପଡ଼ା ମାଟି ପାଇଁ ସୌଭାଗ୍ୟର ବିଷୟ। ଶ୍ରୀମତୀ ମୁର୍ମୁ ନିଜ ପଡ଼ୋଶୀମାନଙ୍କ ସହ ମଧ୍ୟ କଥା ହୋଇଥିଲେ। ଏହି ଅବସରରେ ରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍, ମନ୍ତ୍ରୀ ଅଶୋକଚନ୍ଦ୍ର ପଣ୍ଡା ଓ ରାଷ୍ଟ୍ରପତିଙ୍କ ଝିଅ ଉପସ୍ଥିତ ଥିଲେ ।
Trending
- ‘ପ୍ରଜ୍ଞାନ’ଠାରୁ ସବୁକିଛି ହାସଲ ହୋଇସାରିଛି: ଇସ୍ରୋ ମୁଖ୍ୟ
- ମଣିପୁରରେ ତେଜିଲା ହିଂସାତ୍ମକ ଆନ୍ଦୋଳନ: ବିଭିନ୍ନ ସ୍ଥାନରେ ପୋଡ଼ାଜଳା, ଡିସି ଅଫିସ ଭଙ୍ଗାରୁଜା
- ପାକିସ୍ତାନକୁ ସାଉଦି ଆରବର କଡ଼ା ବାର୍ତ୍ତା: ହଜ୍ ଯାତ୍ରା ନାଁରେ ଭିକାରି, ପକେଟମାରୁଙ୍କୁ ପଠାଅ ନାହିଁ
- ଭାରତୀୟ ହ୍ୟାକରଙ୍କ ଟାର୍ଗେଟ୍ରେ କାନାଡ଼ାର ସେନା ୱେବସାଇଟ୍: ୨ ଘଣ୍ଟା ଅଚଳ କରିଦେଲେ
- ସିଂହଦ୍ବାରରେ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିକୁ ଅନାଦର
- ମାର୍କେଟ୍ ବିଲ୍ଡିଂ ପରେ ଏକ ନମ୍ୱର ହାଟ: ପାର୍କିଂ ବ୍ୟବସ୍ଥା ନ ସୁଧୁରିଲେ ବନ୍ଦ ଚେତାବନୀ
- ଚୌଧୁରୀ ବଜାରରେ ଭୟାବହ ଅଗ୍ନିକାଣ୍ଡ: ତିନି ମହଲା କୋଠାରେ ଲାଗିଛି ନିଆଁ, କାରଣ ଅସ୍ପଷ୍ଟ
- ୩୦ ଘଣ୍ଟା ପରେ ମିଳିଲା ବାପାଙ୍କ ମୃତଦେହ: ଆଖୁଆପଦା ବୈତରଣୀ ବ୍ରିଜ ଉପରୁ ନଦୀକୁ ଡେଇଁଥିଲେ ଵାପ ଝିଅ
Friday, September 29