ରାଜ୍ୟ

ଓଡ଼ିଶା‌ ଗସ୍ତର ଶେଷ ଦିନରେ ପାତ୍ରପଡ଼ାରେ ରାଷ୍ଟ୍ରପତି

ଖଣ୍ଡଗିରି: ଓଡ଼ିଶା‌ ଗସ୍ତର ଶେଷ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ପାତ୍ରପଡ଼ାସ୍ଥିତ ନିଜ ଘରକୁ ଯାଇଥିଲେ। ଏହି ଘରଟି ଏବେ ନୂଆ ରୂପ ନେଉଛି ଏବଂ ନୂଆ ଢଙ୍ଗରେ ନିର୍ମାଣ କାମ ଚାଲିଛି। ସେ ନିର୍ମାଣ କାମ ଦେଖିବା ସହ ସ୍ଥାନୀୟ ଲୋକଙ୍କୁ ଭେଟିଥିଲେ। କର୍ପୋରେଟର ରଶ୍ମିରଞ୍ଜନ ପାଟ୍ଟଶାଣୀଙ୍କ କହିବାନୁଯାୟୀ ରାଷ୍ଟ୍ରପତି ଆସିବେ ବୋଲି ଗତକାଲି ରାତିରେ ଖବର ଆସିଥିଲା। ସେଥିପାଇଁ ଆମେ ପାତ୍ରପଡ଼ାବାସୀ ପ୍ରସ୍ତୁତ ହୋଇରହିଥିଲୁ। ରାଷ୍ଟ୍ରପତି ତାଙ୍କ ସହ କଥା ହେଲେ ଏବଂ ତାହା ତାଙ୍କ ପାଇଁ ସବୁଦିନ ସ୍ମରଣୀୟ ହୋଇରହିବ। ପିଲାମାନଙ୍କୁ ସେ ଚକୋଲେଟ୍‌ ଦେଇଛନ୍ତି। ଏହା ପାତ୍ରପଡ଼ା ମାଟି ପାଇଁ ସୌଭାଗ୍ୟର ବିଷୟ। ଶ୍ରୀମତୀ ମୁର୍ମୁ ନିଜ ପଡ଼ୋଶୀମାନଙ୍କ ସହ ମଧ୍ୟ କଥା ହୋଇଥିଲେ। ଏହି ଅବସରରେ ରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍, ମନ୍ତ୍ରୀ ଅଶୋକଚନ୍ଦ୍ର ପଣ୍ଡା ଓ ରାଷ୍ଟ୍ରପତିଙ୍କ ଝିଅ ଉପସ୍ଥିତ ଥିଲେ ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।