ଭୁବନେଶ୍ବର: କନ୍ଧମାଳ ଅଭିମୁଖେ ଯାତ୍ରା କରିବା ଆଗରୁ ପୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ୍ କରିଛନ୍ତି। ସେ ଲେଖିଛନ୍ତି, ଏହା ସ୍ପଷ୍ଟ ଯେ ଏଥର ନିର୍ବାଚନରେ ଓଡ଼ିଶା ଇତିହାସ ସୃଷ୍ଟି କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୁବନେଶ୍ବରରେ ଗତକାଲି ରୋଡ ସୋ’ର କିଛି ଝଲକ ମଧ୍ୟ ଦେଖାଇଛନ୍ତି।
https://platform.twitter.com/embed/Tweet.html?dnt=false&embedId=twitter-widget-0&features=eyJ0ZndfdGltZWxpbmVfbGlzdCI6eyJidWNrZXQiOltdLCJ2ZXJzaW9uIjpudWxsfSwidGZ3X2ZvbGxvd2VyX2NvdW50X3N1bnNldCI6eyJidWNrZXQiOnRydWUsInZlcnNpb24iOm51bGx9LCJ0ZndfdHdlZXRfZWRpdF9iYWNrZW5kIjp7ImJ1Y2tldCI6Im9uIiwidmVyc2lvbiI6bnVsbH0sInRmd19yZWZzcmNfc2Vzc2lvbiI6eyJidWNrZXQiOiJvbiIsInZlcnNpb24iOm51bGx9LCJ0ZndfZm9zbnJfc29mdF9pbnRlcnZlbnRpb25zX2VuYWJsZWQiOnsiYnVja2V0Ijoib24iLCJ2ZXJzaW9uIjpudWxsfSwidGZ3X21peGVkX21lZGlhXzE1ODk3Ijp7ImJ1Y2tldCI6InRyZWF0bWVudCIsInZlcnNpb24iOm51bGx9LCJ0ZndfZXhwZXJpbWVudHNfY29va2llX2V4cGlyYXRpb24iOnsiYnVja2V0IjoxMjA5NjAwLCJ2ZXJzaW9uIjpudWxsfSwidGZ3X3Nob3dfYmlyZHdhdGNoX3Bpdm90c19lbmFibGVkIjp7ImJ1Y2tldCI6Im9uIiwidmVyc2lvbiI6bnVsbH0sInRmd19kdXBsaWNhdGVfc2NyaWJlc190b19zZXR0aW5ncyI6eyJidWNrZXQiOiJvbiIsInZlcnNpb24iOm51bGx9LCJ0ZndfdXNlX3Byb2ZpbGVfaW1hZ2Vfc2hhcGVfZW5hYmxlZCI6eyJidWNrZXQiOiJvbiIsInZlcnNpb24iOm51bGx9LCJ0ZndfdmlkZW9faGxzX2R5bmFtaWNfbWFuaWZlc3RzXzE1MDgyIjp7ImJ1Y2tldCI6InRydWVfYml0cmF0ZSIsInZlcnNpb24iOm51bGx9LCJ0ZndfbGVnYWN5X3RpbWVsaW5lX3N1bnNldCI6eyJidWNrZXQiOnRydWUsInZlcnNpb24iOm51bGx9LCJ0ZndfdHdlZXRfZWRpdF9mcm9udGVuZCI6eyJidWNrZXQiOiJvbiIsInZlcnNpb24iOm51bGx9fQ%3D%3D&frame=false&hideCard=false&hideThread=false&id=1789140733481398671&lang=en&origin=https%3A%2F%2Fsambad.in%2Findia-and-beyond%2Fits-clear-that-odisha-will-create-history-in-these-elections-says-pm-modi-1151338%2F&sessionId=6ca460afc3f8aadc6154ae76cabfe24997fa7e7a&theme=light&widgetsVersion=2615f7e52b7e0%3A1702314776716&width=550px
ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୋଡ ସୋ’କୁ ନେଇ ଓଡ଼ିଆ ଭାଷାରେ ନିଜର ମନକଥା କହିଥିଲେ। ଓଡ଼ିଶାରେ ରେକର୍ଡ ସଂଖ୍ୟାରେ ବିଜେପିକୁ ସମର୍ଥନ ମିଳିବା ନେଇ ସେ ଆଶାବାଦୀ ଅଛନ୍ତି।
ପ୍ରଧାନମନ୍ତ୍ରୀ ‘ଏକ୍ସ’ରେ ଓଡ଼ିଆ ଭାଷାରେ ଲେଖିଛନ୍ତି, ଆଜି ସନ୍ଧ୍ୟାରେ ଭୁବନେଶ୍ୱରରେ ଆୟୋଜିତ ଚମତ୍କାର ସଡ଼କ ଶୋଭାଯାତ୍ରାରେ ଓଡ଼ିଶାବାସୀଙ୍କ ଆଶୀର୍ବାଦ ମିଳିବା ଅତ୍ୟନ୍ତ ଆନନ୍ଦର ବିଷୟ। ଓଡ଼ିଶାର ଏକ ପ୍ରମୁଖ ପର୍ବ ଅକ୍ଷୟ ତୃତୀୟା ଏହାକୁ ଆହୁରି ସ୍ୱତନ୍ତ୍ର କରିଛି। ଆମ ସରକାର ଓଡ଼ିଶା ଏବଂ ଓଡ଼ିଆ ଲୋକଙ୍କ କଲ୍ୟାଣ ପାଇଁ କାର୍ଯ୍ୟ ଜାରି ରଖିବ।
ଆମ ସରକାର ଓଡ଼ିଶା ଓ ଭୁବନେଶ୍ୱରରେ ଶିକ୍ଷା କ୍ଷେତ୍ରର ଉନ୍ନତି ପାଇଁ ମଧ୍ୟ କାର୍ଯ୍ୟ କରିଛନ୍ତି। ଆମ କାର୍ଯ୍ୟକାଳରେ ହିଁ ଜାତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ ହୋଇଥିଲା। ଆଇଆଇଟି-ଭୁବନେଶ୍ୱରକୁ ମଧ୍ୟ ଏହାର ନିଜସ୍ୱ କ୍ୟାମ୍ପସ ମିଳିଛି ଯାହା ଦ୍ୱାରା ଏହି ଅନୁଷ୍ଠାନ ଛାତ୍ରଛାତ୍ରୀଙ୍କ ଆବଶ୍ୟକତା ପୂରଣ କରିବାରେ ସକ୍ଷମ ହେବ ଏବଂ ନବସୃଜନର କେନ୍ଦ୍ରସ୍ଥଳୀରେ ପରିଣତ ହେବ।
ଆମ ସରକାର ବ୍ୟାପକ କାର୍ଯ୍ୟ କରିଥିବା ବେଳେ ବିଜେଡି ତୃଣମୂଳ ସ୍ତରର ବାସ୍ତବତା ଠାରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ଏବଂ ଲୋକଙ୍କ ସମସ୍ୟା ସମାଧାନ କରିବାରେ ସ୍ଥାଣୁ ପାଲଟିଯାଇଛି। ସେମାନେ ଓଡ଼ିଶାର ମହାନ ସଂସ୍କୃତି ଓ ଲୋକାଚାରକୁ ସମ୍ପୂର୍ଣ୍ଣ ଭାବେ ଭୁଲ ବୁଝିଛନ୍ତି। ଭୁବନେଶ୍ୱର ଏବଂ ଓଡ଼ିଶା ରେକର୍ଡ ସଂଖ୍ୟାରେ ବିଜେପିକୁ ସମର୍ଥନ କରିବାରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ।