Subscribe to Updates

    Get the latest creative news from FooBar about art, design and business.

    What's Hot

    ପୋଖରୀରୁ ଧରା ହେଲା ୧୪ ଫୁଟ୍‌ର କୁମ୍ଭୀର

    October 3, 2023

    କଲରାପତରିଆ ଛାଲ ଜବତ: ଜଣେ ଶିକାରୀ ଗିରଫ, ଅନ୍ୟ ଜଣେ ଫେରାର

    October 3, 2023

    ଲୋକସେବା ଭବନରେ ଲାଗିଥିବା ନିଆଁ ଆୟତ୍ତ

    October 3, 2023
    Facebook X (Twitter) Instagram
    Trending
    • ପୋଖରୀରୁ ଧରା ହେଲା ୧୪ ଫୁଟ୍‌ର କୁମ୍ଭୀର
    • କଲରାପତରିଆ ଛାଲ ଜବତ: ଜଣେ ଶିକାରୀ ଗିରଫ, ଅନ୍ୟ ଜଣେ ଫେରାର
    • ଲୋକସେବା ଭବନରେ ଲାଗିଥିବା ନିଆଁ ଆୟତ୍ତ
    • ପ୍ରଦେଶ କଂଗ୍ରେସ ପକ୍ଷରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ
    • ମା’ ଆସୁଛନ୍ତି: ସର୍ବଧର୍ମ ସମନ୍ୱୟର ତୋରଣ
    • ‘ସମ୍ବାଦ ଭବନ’ରେ ସମ୍ପାଦକଙ୍କୁ ସ୍ବାଗତ
    • ରୋଗରେ ଅସ୍ତବ୍ୟସ୍ତ ଓଡ଼ିଶା: ଚିନ୍ତା ବଢ଼ାଇଲାଣି ସ୍କ୍ରବ୍ ଟାଇଫସ୍, ଡେଙ୍ଗୁ ଓ ଭାଇରାଲ୍ ଜ୍ବର
    • ୨୦୨୪ ସାଧାରଣ ନିର୍ବାଚନ କସରତ: ବଦଳିବ ବିଜେପିର ଟିକେଟ୍‌ ଫର୍ମୁଲା
    Tuesday, October 3
    Facebook X (Twitter) Instagram
    Facebook X (Twitter) Instagram
    NEWS LAXMI 7
    Subscribe
    • ଦେଶ ବିଦେଶ
    • ରାଜ୍ୟ
    • ରାଜନୀତି
    • କଳା ଓ ସଂସ୍କୃତି
    • ଲାଇଫ୍ ଷ୍ଟାଇଲ
    • ମନୋରଞ୍ଜନ
      • ଭିଡ଼ିଓ
      • ଖେଳ
    • ପର୍ଯ୍ୟଟନ
    • ଶିକ୍ଷା ଓ ନିଯୁକ୍ତି
    • ଧର୍ମ
    • ସ୍ୱାସ୍ଥ୍ୟ
    • ଅପରାଧ
    • ରାଶିଫଳ
    NEWS LAXMI 7
    Home»ରାଜନୀତି»ଏଥର ଗଡ଼ବଡ଼ ହେବ କି ରେଢ଼ାଖୋଲ ଗଣିତ? ସବୁ ଦଳର ଆଶାୟୀ ସଂଖ୍ୟା ଏକାଧିକ
    ରାଜନୀତି

    ଏଥର ଗଡ଼ବଡ଼ ହେବ କି ରେଢ଼ାଖୋଲ ଗଣିତ? ସବୁ ଦଳର ଆଶାୟୀ ସଂଖ୍ୟା ଏକାଧିକ

    NewsLaxmi7By NewsLaxmi7July 11, 2023Updated:July 11, 2023No Comments2 Mins Read
    Facebook Twitter LinkedIn WhatsApp Email
    Share
    Facebook Twitter LinkedIn Email WhatsApp

    ସମ୍ବଲପୁର, (ରତ୍ନାକର ଭୋଇ) : ବିଜେଡି ଗଠନ ପରଠାରୁ ରେଢ଼ାଖୋଲ ବିଧାନସଭା ‌କ୍ଷେତ୍ରର ମତଦାତାମାନେ ବିଜେଡି ପ୍ରାର୍ଥୀଙ୍କୁ ସବୁବେଳେ ଆଶୀର୍ବାଦ ଦେଇଆସୁଛନ୍ତି। କ୍ରମାଗତ ୫ ଥର ହେଲା ବିଜେଡି ଏଠାରୁ ଜିତିଆସୁଥିବା ବେଳେ ସମ‌ସ୍ତେ ରାଜ୍ୟ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି। ଅନ୍ୟପଟେ ପୂର୍ବାପେକ୍ଷା ବିଜେପିର ଶକ୍ତିବୃଦ୍ଧି ଘଟିଥିବା ସମୟରେ ‘ଅପାରଗତା’ର ଟ୍ୟାଗ୍ ଲଗାଇ ମନ୍ତ୍ରିମଣ୍ଡଳରୁ ରୋହିତ ପୂଜାରୀଙ୍କୁ ବିଦା କରିବା ପରେ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରୋହିତଙ୍କ ଉପରେ ଭରସା କରିବେ, ନା ଅନ୍ୟ କାହାକୁ ଟିକଟ ଦେ‌ବେ, ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି।

    ରେଢ଼ାଖୋଲ ବିଧାନସଭା କ୍ଷେତ୍ର ଆଗରୁ ବହୁ ସମୟ ପର୍ଯ୍ୟନ୍ତ କଂଗ୍ରେସର ଅକ୍ତିଆରରେ ରହିଥିଲା। ୧୯୭୧ ମସିହାରେ ଅଭିମନ୍ୟୁ କୁମ୍ଭାର ଓଡ଼ିଶା ଜନକଂଗ୍ରେସ ଟିକଟରେ ବିଜୟୀ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ସେ ୩ ଥର କଂଗ୍ରେସ ଟିକଟରେ ଏଠାରୁ ନିର୍ବାଚିତ ହୋଇଥିଲେ। ୧୯୯୦ ମସିହାରେ ଜନତା ଦଳ ପ୍ରାର୍ଥୀ ବସନ୍ତ ମହାନନ୍ଦ ଏବଂ ୧୯୯୫ ମସିହାରେ ପୁଣି କଂଗ୍ରେସ ପ୍ରାର୍ଥୀ ଅଭିମନ୍ୟୁ କୁମ୍ଭାର ବିଧାନସଭାକୁ ଯାଇଥିଲେ। ତେବେ, ବିଜେଡିର ଆବିର୍ଭାବ ପରେ ୨୦୦୦ ମସିହାରୁ ବିଜେଡିକୁ ଲୋକେ ଜିତାଇ ଆସୁଛନ୍ତି। ୨୦୦୦ ମସିହା ଓ ୨୦୦୪ ମସିହା ନିର୍ବାଚନରେ ସନାତନ ବିଶି କ୍ରମାଗତ ୨ ଥର ନିର୍ବାଚିତ ହୋଇଥିଲେ।

    The New Indian Express

    ୨୦୦୯ ମସିହାରେ ପ୍ରସନ୍ନ ଆଚାର୍ଯ୍ୟ ଏବଂ ୨୦୧୪ ଓ ୨୦୧୯ ମସିହାରେ ରୋହିତ ପୂଜାରୀଙ୍କୁ କ୍ରମାଗତ ରେଢ଼ା‌ଖୋଲବାସୀ ଆଶୀର୍ବାଦ ଦେଇଛନ୍ତି। ରୋହିତଙ୍କୁ ପ୍ରଥମେ ଉପମୁଖ୍ୟ ସଚେତକ ଭଳି ଦାୟିତ୍ବ ପରେ ୨୦୨୨ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ପରେ ତାଙ୍କୁ ଉଚ୍ଚଶିକ୍ଷା ବିଭାଗର ମନ୍ତ୍ରିପଦ ମିଳିଥିଲା। ମାତ୍ର ଠିକ୍ ବର୍ଷକ ପରେ ତାଙ୍କୁ ‘ଅପାରଗ’ କହି ବିଦା କରାଯାଇଛି। ରୋହିତ କିନ୍ତୁ ନିକଟରେ ଏକ ଜନସଭାରେ ସେ ରେଢ଼ାଖୋଲ ପାଇଁ କାମ କରୁଛନ୍ତି, ତେଣୁ ତାଙ୍କୁ କେହି ହଟାଇପାରିବେ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ମନ୍ତ୍ରୀ ଥିବା ବେଳେ ସେ ପୁଣି ପୂର୍ବତନ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟ ଏବଂ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ପ୍ରମୋଦ ବେହେରାଙ୍କ ରେଢ଼ାଖୋଲରେ ସକ୍ରିୟତାକୁ ନେଇ ୬୦ ବର୍ଷରୁ ଅଧିକ ବୟସର ଲୋକ ରେଢ଼ାଖୋଲ ପାଇଁ କାମ କରିବେ ନାହିଁ ବୋଲି କଟାକ୍ଷ କରି ଚର୍ଚ୍ଚାକୁ ଆସିଥିଲେ।

    ସବୁବେଳେ ବିଜେଡିକୁ ଟକ୍କର ଦେଉଥିବା କଂଗ୍ରେସ ନେତା ଆସଫ ଅଲୀ ଖାନଙ୍କୁ ଏଥର ଜିଲ୍ଲା କଂଗ୍ରେସ ସଭାପତି ଦାୟିତ୍ବ ମିଳିଛି। ଯୁବନେତା ଦୁଲାଲ ପ୍ରଧାନ ମଧ୍ୟ କଂଗ୍ରେସ ଟିକଟ ଆଶାୟୀ ତାଲିକାରେ ରହିଥିଲେ ହେଁ ଆସଫଙ୍କ ପଲା ଭାରୀ ରହିଛି। ରେଢ଼ାଖୋଲ ଏନ୍‌ଏସି ନିର୍ବାଚନରେ ପ୍ରଥମ ଥର ପାଇଁ ବିଜେପି ନିଜ ଦମ୍‌ରେ ଜିତିଥିବା ବେଳେ ଅନ୍ୟ ଅଂଚଳରେ ବି ବିଜେପି ସଂଗଠନ ସୁଦୃଢ଼ ହେବାରେ ଲାଗିଛି। ଗତ ନିର୍ବାଚନରେ ହାରିଥିବା ଦେବେନ୍ଦ୍ର ମହାପାତ୍ର ଏବଂ ସବୁଥର ଚର୍ଚ୍ଚାରେ ରହି ଶେଷ ସମୟରେ ଟିକେଟ ପାଇବାରୁ ବଂଚିତ ହେଉଥିବା ଗୋବିନ୍ଦ ଅଗ୍ରୱାଲ ଏଥର ବି ବିଜେପି ଟିକେଟ ପାଇଁ ଆଶାୟୀ ରହିଛନ୍ତି।

    ତେବେ, ରୋହିତ ଯଦି ବିଜେଡି ଟିକଟ ପାଇବାରୁ ବଂଚିତ ହୁଅନ୍ତି, ତାହେଲେ ଦଳ ଛାଡ଼ିବା ଥୟ ବୋଲି ଚର୍ଚ୍ଚା ହେଉଛି। କାହିଁନା ଗତ ୨୦୦୯ ମସିହାରେ ଯୁବ କଂଗ୍ରେସ ସଭାପତି ଥିବା ସତ୍ତ୍ବେ ସେ ଚାହୁଥିବା ସମ୍ବଲପୁର ଲୋକସଭା ଆସନରୁ ଟିକଟ ଆଶା ମଉଳିବା ପରେ ରୋହିତ ବିଜେଡିକୁ ଡେଇଁଥିଲେ। ଆଉ ବିଜେଡି ଟିକଟରେ ସମ୍ବଲପୁର ଲୋକସଭା ଲଢ଼ି ଅମର ପ୍ରଧାନଙ୍କଠାରୁ ହାରିଥିଲେ। ତେବେ, ଅଂଚଳରେ ବିଜେପି ଶକ୍ତି ବୃଦ୍ଧି ଘଟୁଥିବାରୁ ସେ ବିଜେପି ଯାଇପାରନ୍ତି। ଏପଟେ, ପ୍ରସନ୍ନ କିମ୍ବା ପ୍ରମୋଦଙ୍କୁ ଦଳ ପ୍ରାର୍ଥୀ କଲେ ରୋହିତଙ୍କୁ ବିରୋଧ କରୁଥିବା ସ୍ଥାନୀୟ ‌ବିଜେଡି ନେତାଙ୍କ ସମର୍ଥନ ମିଳିବ। ଏଭଳି ସ୍ଥିତି ଏଥର ରେଢ଼ାଖୋଲ ଗଣିତ ଓଲଟପାଲଟ ହୋଇପାରେ ବୋଲି ଚର୍ଚ୍ଚା ହେଉଛି। ଅବଶ୍ୟ ରୋହିତ ଦଳବଦଳକୁ ଖଣ୍ଡନ କରିଛନ୍ତି, ବିଜେଡି ତାଙ୍କୁ ପ୍ରାର୍ଥୀ କରିବ ବୋଲି ଆଶା ରହିଛି ବୋଲି କହିଛନ୍ତି।

    Share. Facebook Twitter LinkedIn WhatsApp Email
    Previous Articleଆଦାନି-ହିଣ୍ଡେନ୍‌ବର୍ଗ ମାମଲା: ୪୧ ପୃଷ୍ଠାର ସତ୍ୟପାଠ ଦାଖଲ କଲା ସେବି
    Next Article ‘କେବଳ ତଥ୍ୟ ପାଇଁ ସାମ୍ବାଦିକଙ୍କ ଫୋନ୍ ପୁଲିସ ଜବତ କରିପାରିବନି’
    NewsLaxmi7
    • Website

    Related Posts

    ପୋଖରୀରୁ ଧରା ହେଲା ୧୪ ଫୁଟ୍‌ର କୁମ୍ଭୀର

    October 3, 2023

    କଲରାପତରିଆ ଛାଲ ଜବତ: ଜଣେ ଶିକାରୀ ଗିରଫ, ଅନ୍ୟ ଜଣେ ଫେରାର

    October 3, 2023

    ଲୋକସେବା ଭବନରେ ଲାଗିଥିବା ନିଆଁ ଆୟତ୍ତ

    October 3, 2023

    ପ୍ରଦେଶ କଂଗ୍ରେସ ପକ୍ଷରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ

    October 3, 2023
    • Facebook
    • Twitter
    • Instagram
    • YouTube
    Our Picks

    ସାଧୁ ବେଶରେ ୱାଣ୍ଟେଡ୍ କ୍ରିମିନାଲ୍: ୨୩ ବର୍ଷ ପରେ ଧରିଲା ପୁଲିସ

    July 3, 2023

    ମାତିଛନ୍ତି ମାଟି ମାଫିଆ: ତାଡ଼ିଦେଲେ ଗଙ୍ଗୁଆ ନଦୀବନ୍ଧ

    April 3, 2023

    ପଶ୍ଚିମବଙ୍ଗ ରାମ ନବମୀ ରାଲିରେ ପୁଣି ହିଂସାକାଣ୍ଡ: ‘ବିଜେପି’ ବିଧାୟକ ଆହତ

    April 3, 2023

    ଆଜିଠୁ ନୂଆ ଶିକ୍ଷାବର୍ଷ: ୮ ତାରିଖ ଯାଏ ନାମଲେଖା, ୧୧ରୁ ସକାଳୁଆ ସ୍କୁଲ

    April 3, 2023
    Don't Miss
    ରାଜ୍ୟ

    ପୋଖରୀରୁ ଧରା ହେଲା ୧୪ ଫୁଟ୍‌ର କୁମ୍ଭୀର

    October 3, 2023

    ରାଜନଗର: ପୋଖରୀକୁ ପଶି ଆସି ଆତଙ୍କ ସୃଷ୍ଟି କରିଥିବା ୧୪ ଫୁଟର କୁମ୍ଭୀର ଶେଷରେ ଧରା ପଡିଛି। ଦୀର୍ଘ ୫…

    କଲରାପତରିଆ ଛାଲ ଜବତ: ଜଣେ ଶିକାରୀ ଗିରଫ, ଅନ୍ୟ ଜଣେ ଫେରାର

    October 3, 2023

    ଲୋକସେବା ଭବନରେ ଲାଗିଥିବା ନିଆଁ ଆୟତ୍ତ

    October 3, 2023

    ପ୍ରଦେଶ କଂଗ୍ରେସ ପକ୍ଷରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ

    October 3, 2023

    Subscribe to Updates

    Get the latest creative news from SmartMag about art & design.

    About Us
    About Us

    Welcome to Newslaxmi7, where we are dedicated to providing timely, accurate, and unbiased news coverage to our readers. As a leading news organization, we are committed to journalistic integrity and believe that providing our audience with reliable information is essential to a functioning democracy.

    Our Picks

    ରିଲ୍‌ ଲାଇଫ୍‌ର ରାମଙ୍କୁ ଦେଖି ଭାବପ୍ରବଣ ହୋଇଗଲେ ଫ୍ୟାନ୍ସ, ଏୟାରପୋର୍ଟରେ ମାରିଲେ ମୁଣ୍ଡିଆ

    October 1, 2022

    ‘ଜିରୋ ନାଇଟ୍’ ସଉକ! ଟଙ୍କା ନଦେବାରୁ ପତ୍ନୀକୁ ହତ୍ୟା

    January 2, 2023

    ପାକିସ୍ତାନ ପାଇଁ ଗୁଇନ୍ଦାଗିରି ମାମଲା: ସରିଲା ରିମାଣ୍ଡ, ଜେଲ୍‌ ଗଲା ଜାମ୍ବୁରେ

    July 12, 2023
    Quick Links
    • Home
    • About us
    • Contact Us
    © 2022 - Newslaxmi7. All Rights Reserved.
    • Home
    • About us
    • Contact Us

    Type above and press Enter to search. Press Esc to cancel.