ରାଜନୀତି ରାଜ୍ୟ

ଏଥର ଗଡ଼ବଡ଼ ହେବ କି ରେଢ଼ାଖୋଲ ଗଣିତ? ସବୁ ଦଳର ଆଶାୟୀ ସଂଖ୍ୟା ଏକାଧିକ

ସମ୍ବଲପୁର, (ରତ୍ନାକର ଭୋଇ) : ବିଜେଡି ଗଠନ ପରଠାରୁ ରେଢ଼ାଖୋଲ ବିଧାନସଭା ‌କ୍ଷେତ୍ରର ମତଦାତାମାନେ ବିଜେଡି ପ୍ରାର୍ଥୀଙ୍କୁ ସବୁବେଳେ ଆଶୀର୍ବାଦ ଦେଇଆସୁଛନ୍ତି। କ୍ରମାଗତ ୫ ଥର ହେଲା ବିଜେଡି ଏଠାରୁ ଜିତିଆସୁଥିବା ବେଳେ ସମ‌ସ୍ତେ ରାଜ୍ୟ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି। ଅନ୍ୟପଟେ ପୂର୍ବାପେକ୍ଷା ବିଜେପିର ଶକ୍ତିବୃଦ୍ଧି ଘଟିଥିବା ସମୟରେ ‘ଅପାରଗତା’ର ଟ୍ୟାଗ୍ ଲଗାଇ ମନ୍ତ୍ରିମଣ୍ଡଳରୁ ରୋହିତ ପୂଜାରୀଙ୍କୁ ବିଦା କରିବା ପରେ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରୋହିତଙ୍କ ଉପରେ ଭରସା କରିବେ, ନା ଅନ୍ୟ କାହାକୁ ଟିକଟ ଦେ‌ବେ, ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି।

ରେଢ଼ାଖୋଲ ବିଧାନସଭା କ୍ଷେତ୍ର ଆଗରୁ ବହୁ ସମୟ ପର୍ଯ୍ୟନ୍ତ କଂଗ୍ରେସର ଅକ୍ତିଆରରେ ରହିଥିଲା। ୧୯୭୧ ମସିହାରେ ଅଭିମନ୍ୟୁ କୁମ୍ଭାର ଓଡ଼ିଶା ଜନକଂଗ୍ରେସ ଟିକଟରେ ବିଜୟୀ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ସେ ୩ ଥର କଂଗ୍ରେସ ଟିକଟରେ ଏଠାରୁ ନିର୍ବାଚିତ ହୋଇଥିଲେ। ୧୯୯୦ ମସିହାରେ ଜନତା ଦଳ ପ୍ରାର୍ଥୀ ବସନ୍ତ ମହାନନ୍ଦ ଏବଂ ୧୯୯୫ ମସିହାରେ ପୁଣି କଂଗ୍ରେସ ପ୍ରାର୍ଥୀ ଅଭିମନ୍ୟୁ କୁମ୍ଭାର ବିଧାନସଭାକୁ ଯାଇଥିଲେ। ତେବେ, ବିଜେଡିର ଆବିର୍ଭାବ ପରେ ୨୦୦୦ ମସିହାରୁ ବିଜେଡିକୁ ଲୋକେ ଜିତାଇ ଆସୁଛନ୍ତି। ୨୦୦୦ ମସିହା ଓ ୨୦୦୪ ମସିହା ନିର୍ବାଚନରେ ସନାତନ ବିଶି କ୍ରମାଗତ ୨ ଥର ନିର୍ବାଚିତ ହୋଇଥିଲେ।

The New Indian Express

୨୦୦୯ ମସିହାରେ ପ୍ରସନ୍ନ ଆଚାର୍ଯ୍ୟ ଏବଂ ୨୦୧୪ ଓ ୨୦୧୯ ମସିହାରେ ରୋହିତ ପୂଜାରୀଙ୍କୁ କ୍ରମାଗତ ରେଢ଼ା‌ଖୋଲବାସୀ ଆଶୀର୍ବାଦ ଦେଇଛନ୍ତି। ରୋହିତଙ୍କୁ ପ୍ରଥମେ ଉପମୁଖ୍ୟ ସଚେତକ ଭଳି ଦାୟିତ୍ବ ପରେ ୨୦୨୨ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ପରେ ତାଙ୍କୁ ଉଚ୍ଚଶିକ୍ଷା ବିଭାଗର ମନ୍ତ୍ରିପଦ ମିଳିଥିଲା। ମାତ୍ର ଠିକ୍ ବର୍ଷକ ପରେ ତାଙ୍କୁ ‘ଅପାରଗ’ କହି ବିଦା କରାଯାଇଛି। ରୋହିତ କିନ୍ତୁ ନିକଟରେ ଏକ ଜନସଭାରେ ସେ ରେଢ଼ାଖୋଲ ପାଇଁ କାମ କରୁଛନ୍ତି, ତେଣୁ ତାଙ୍କୁ କେହି ହଟାଇପାରିବେ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ମନ୍ତ୍ରୀ ଥିବା ବେଳେ ସେ ପୁଣି ପୂର୍ବତନ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟ ଏବଂ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ପ୍ରମୋଦ ବେହେରାଙ୍କ ରେଢ଼ାଖୋଲରେ ସକ୍ରିୟତାକୁ ନେଇ ୬୦ ବର୍ଷରୁ ଅଧିକ ବୟସର ଲୋକ ରେଢ଼ାଖୋଲ ପାଇଁ କାମ କରିବେ ନାହିଁ ବୋଲି କଟାକ୍ଷ କରି ଚର୍ଚ୍ଚାକୁ ଆସିଥିଲେ।

ସବୁବେଳେ ବିଜେଡିକୁ ଟକ୍କର ଦେଉଥିବା କଂଗ୍ରେସ ନେତା ଆସଫ ଅଲୀ ଖାନଙ୍କୁ ଏଥର ଜିଲ୍ଲା କଂଗ୍ରେସ ସଭାପତି ଦାୟିତ୍ବ ମିଳିଛି। ଯୁବନେତା ଦୁଲାଲ ପ୍ରଧାନ ମଧ୍ୟ କଂଗ୍ରେସ ଟିକଟ ଆଶାୟୀ ତାଲିକାରେ ରହିଥିଲେ ହେଁ ଆସଫଙ୍କ ପଲା ଭାରୀ ରହିଛି। ରେଢ଼ାଖୋଲ ଏନ୍‌ଏସି ନିର୍ବାଚନରେ ପ୍ରଥମ ଥର ପାଇଁ ବିଜେପି ନିଜ ଦମ୍‌ରେ ଜିତିଥିବା ବେଳେ ଅନ୍ୟ ଅଂଚଳରେ ବି ବିଜେପି ସଂଗଠନ ସୁଦୃଢ଼ ହେବାରେ ଲାଗିଛି। ଗତ ନିର୍ବାଚନରେ ହାରିଥିବା ଦେବେନ୍ଦ୍ର ମହାପାତ୍ର ଏବଂ ସବୁଥର ଚର୍ଚ୍ଚାରେ ରହି ଶେଷ ସମୟରେ ଟିକେଟ ପାଇବାରୁ ବଂଚିତ ହେଉଥିବା ଗୋବିନ୍ଦ ଅଗ୍ରୱାଲ ଏଥର ବି ବିଜେପି ଟିକେଟ ପାଇଁ ଆଶାୟୀ ରହିଛନ୍ତି।

ତେବେ, ରୋହିତ ଯଦି ବିଜେଡି ଟିକଟ ପାଇବାରୁ ବଂଚିତ ହୁଅନ୍ତି, ତାହେଲେ ଦଳ ଛାଡ଼ିବା ଥୟ ବୋଲି ଚର୍ଚ୍ଚା ହେଉଛି। କାହିଁନା ଗତ ୨୦୦୯ ମସିହାରେ ଯୁବ କଂଗ୍ରେସ ସଭାପତି ଥିବା ସତ୍ତ୍ବେ ସେ ଚାହୁଥିବା ସମ୍ବଲପୁର ଲୋକସଭା ଆସନରୁ ଟିକଟ ଆଶା ମଉଳିବା ପରେ ରୋହିତ ବିଜେଡିକୁ ଡେଇଁଥିଲେ। ଆଉ ବିଜେଡି ଟିକଟରେ ସମ୍ବଲପୁର ଲୋକସଭା ଲଢ଼ି ଅମର ପ୍ରଧାନଙ୍କଠାରୁ ହାରିଥିଲେ। ତେବେ, ଅଂଚଳରେ ବିଜେପି ଶକ୍ତି ବୃଦ୍ଧି ଘଟୁଥିବାରୁ ସେ ବିଜେପି ଯାଇପାରନ୍ତି। ଏପଟେ, ପ୍ରସନ୍ନ କିମ୍ବା ପ୍ରମୋଦଙ୍କୁ ଦଳ ପ୍ରାର୍ଥୀ କଲେ ରୋହିତଙ୍କୁ ବିରୋଧ କରୁଥିବା ସ୍ଥାନୀୟ ‌ବିଜେଡି ନେତାଙ୍କ ସମର୍ଥନ ମିଳିବ। ଏଭଳି ସ୍ଥିତି ଏଥର ରେଢ଼ାଖୋଲ ଗଣିତ ଓଲଟପାଲଟ ହୋଇପାରେ ବୋଲି ଚର୍ଚ୍ଚା ହେଉଛି। ଅବଶ୍ୟ ରୋହିତ ଦଳବଦଳକୁ ଖଣ୍ଡନ କରିଛନ୍ତି, ବିଜେଡି ତାଙ୍କୁ ପ୍ରାର୍ଥୀ କରିବ ବୋଲି ଆଶା ରହିଛି ବୋଲି କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ
କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର