Subscribe to Updates

    Get the latest creative news from FooBar about art, design and business.

    What's Hot

    ଲୋକସେବା ଭବନରେ ଲାଗିଥିବା ନିଆଁ ଆୟତ୍ତ

    October 3, 2023

    ପ୍ରଦେଶ କଂଗ୍ରେସ ପକ୍ଷରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ

    October 3, 2023

    ମା’ ଆସୁଛନ୍ତି: ସର୍ବଧର୍ମ ସମନ୍ୱୟର ତୋରଣ

    October 3, 2023
    Facebook X (Twitter) Instagram
    Trending
    • ଲୋକସେବା ଭବନରେ ଲାଗିଥିବା ନିଆଁ ଆୟତ୍ତ
    • ପ୍ରଦେଶ କଂଗ୍ରେସ ପକ୍ଷରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ
    • ମା’ ଆସୁଛନ୍ତି: ସର୍ବଧର୍ମ ସମନ୍ୱୟର ତୋରଣ
    • ‘ସମ୍ବାଦ ଭବନ’ରେ ସମ୍ପାଦକଙ୍କୁ ସ୍ବାଗତ
    • ରୋଗରେ ଅସ୍ତବ୍ୟସ୍ତ ଓଡ଼ିଶା: ଚିନ୍ତା ବଢ଼ାଇଲାଣି ସ୍କ୍ରବ୍ ଟାଇଫସ୍, ଡେଙ୍ଗୁ ଓ ଭାଇରାଲ୍ ଜ୍ବର
    • ୨୦୨୪ ସାଧାରଣ ନିର୍ବାଚନ କସରତ: ବଦଳିବ ବିଜେପିର ଟିକେଟ୍‌ ଫର୍ମୁଲା
    • ‘ପ୍ରଜ୍ଞାନ’ଠାରୁ ସବୁକିଛି ହାସଲ ହୋଇସାରିଛି: ଇସ୍ରୋ ମୁଖ୍ୟ
    • ମଣିପୁରରେ ତେଜିଲା ହିଂସାତ୍ମକ ଆନ୍ଦୋଳନ: ବିଭିନ୍ନ ସ୍ଥାନରେ ପୋଡ଼ାଜଳା, ଡିସି ଅଫିସ ଭଙ୍ଗାରୁଜା
    Tuesday, October 3
    Facebook X (Twitter) Instagram
    Facebook X (Twitter) Instagram
    NEWS LAXMI 7
    Subscribe
    • ଦେଶ ବିଦେଶ
    • ରାଜ୍ୟ
    • ରାଜନୀତି
    • କଳା ଓ ସଂସ୍କୃତି
    • ଲାଇଫ୍ ଷ୍ଟାଇଲ
    • ମନୋରଞ୍ଜନ
      • ଭିଡ଼ିଓ
      • ଖେଳ
    • ପର୍ଯ୍ୟଟନ
    • ଶିକ୍ଷା ଓ ନିଯୁକ୍ତି
    • ଧର୍ମ
    • ସ୍ୱାସ୍ଥ୍ୟ
    • ଅପରାଧ
    • ରାଶିଫଳ
    NEWS LAXMI 7
    Home»ରାଜ୍ୟ»ଏଥର କାହାର ହେବ ବୀରମିତ୍ରପୁର ?
    ରାଜ୍ୟ

    ଏଥର କାହାର ହେବ ବୀରମିତ୍ରପୁର ?

    NewsLaxmi7By NewsLaxmi7July 21, 2023Updated:July 21, 2023No Comments3 Mins Read
    Facebook Twitter LinkedIn WhatsApp Email
    Share
    Facebook Twitter LinkedIn Email WhatsApp

    ରାଉରକେଲା (ମଳୟ ରଞ୍ଜନ ସାହୁ): ସୁନ୍ଦରଗଡ଼ର ୭ ବିଧାନସଭା କ୍ଷେତ୍ର ମଧ୍ୟରୁ ରାଜନୈତିକ ଦୃଷ୍ଟିକୋଣରୁ ସବୁବେଳେ ଚର୍ଚ୍ଚାରେ ରହିଥାଏ ବୀରମିତ୍ରପୁର। ଜିଲ୍ଲାର ଟାଣୁଆ ଆଦିବାସୀ ନେତା ଜର୍ଜ ତିର୍କୀ ଥରେ କି ଦୁଇଥର ନୁହେଁ ୧୯୯୫ରୁ ୨୦୧୪ ମଧ୍ୟରେ ଚାରି ଚାରି ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ଲୋକସଭାରେ କିନ୍ତୁ ଜିଲ୍ଲାର ଭୋଟରଙ୍କ ମନ ଜିଣିପାରି ନାହାନ୍ତି। ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍‌ଏମ୍‌)ରୁ ନିଜ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିବା ଶ୍ରୀ ତିର୍କୀ ଜେଏମ୍‌ଏମ୍‌ ଛାଡ଼ି ବିଭିନ୍ନ ସମୟରେ ଅନେକ ଦଳରେ ମିଶିଛନ୍ତି। ହେଲେ ସାଙ୍ଗଠନିକ ଦକ୍ଷତା ଯୋଗୁ ବୀରମିତ୍ରପୁରରେ ତାଙ୍କର ପ୍ରଭାବ ବହୁ ସମୟ ଧରି କାଏମ ରହିଥିଲା।

    ଗତ ୨୦୧୯ ନିର୍ବାଚନରେ କଂଗ୍ରେସରୁ ନିଜେ ସୁନ୍ଦରଗଡ଼ ଲୋକସଭା ଓ ତାଙ୍କ ପୁଅ ରୋହିତ ଯୋଶେଫ ତିର୍କୀ ବୀରମିତ୍ରପୁର ବିଧାନସଭା ଆସନରେ ପରାସ୍ତ ହେବା ପରେ ରାଜନୈତିକ ପାଣିପାଗ ସମ୍ପୂର୍ଣ୍ଣ ଓଲଟପାଲଟ ହୋଇଯାଇଛି। ଆଦିବାସୀ ଭୋଟ ବ୍ୟାଙ୍କ ଉପରେ ତାଙ୍କର ଯେଉଁ ଏକଚାଟିଅ ଅଧିକାର ରହିଥିଲା ତାହା ଅନେକ ମାତ୍ରାରେ ହ୍ରାସ ପାଇଛି। ସେପଟେ ଆଜି ପର୍ଯ୍ୟନ୍ତ ବିଜେଡି ବୀମରିତ୍ରପୁରରେ ନିଜର ଖାତା ଖୋଲିପାରନି। ବିଜେପିର ଶଙ୍କର ଓରାମ ପ୍ରଥମ କରି ବୀରମିତ୍ରପୁର ବିଧାୟକ ହେବାର ସୌଭାଗ୍ୟ ପାଇଛନ୍ତି। ତେଣୁ ସେ ଆସନ୍ତା ୨୦୨୪ ନିର୍ବାଚନରେ ବୀରମିତ୍ରପୁର ଆସନକୁ ପୁଣି ନିଜ ଦଖଲରେ ରଖିବାକୁ ପୂରା ଦମ୍‌ରେ ଲାଗି ପଡ଼ିଛନ୍ତି। ବିଜେଡିର ମଙ୍ଗ ଧରିଛନ୍ତି ରାଜ୍ୟ ଶ୍ରମମନ୍ତ୍ରୀ ତଥା ରାଉରକେଲାର ବିଧାୟକ ସାରଦା ନାୟକ। ବିଜେପି ବିଧାନସଭା ଦଖଲ କରିଛି ସତ, କିନ୍ତୁ ବୀରମିତ୍ରପୁର ବିଧାନସଭା କ୍ଷେତ୍ର ଅନ୍ତର୍ଗତ ବୀରମିତ୍ରପୁର ପୌରପାଳିକା ବିଜେଡି ଦଖଲରେ ରହିଛି।

    ନିକଟରେ ଅନୁଷ୍ଠିତ ପଞ୍ଚାୟତ ନିର୍ବାଚନରେ ବୀରମିତ୍ରପୁର ବିଧାନସଭା କ୍ଷେତ୍ର ଅଧୀନରେ ଆସୁଥିବା ବିଶ୍ରା, କୁଆରମୁଣ୍ଡା ଓ ନୂଆଗାଁର ୫୩ଟି ପଞ୍ଚାୟତରେ ବିଜେଡିକୁ ଆଶାତୀତ ସଫଳତା ମିଳିଛି। ଏଣୁ ଆସନ୍ତା ୨୦୨୪ ବିଧାନସଭା ନିର୍ବାଚନରେ ବିଜେଡି ବୀମରିତ୍ରପୁରେ ଖାତା ଖୋଲିବାକୁ ଆଶା ରଖିଛି। ହେଲେ ବୀରମିତ୍ରପୁର ବିଧାନସଭା କ୍ଷେତ୍ରରେ ଲାଗିଥିବା ଗୋଷ୍ଠୀକନ୍ଦଳ ବିଜେଡି ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିପାରେ। ପୂର୍ବତନ ବିଧାୟକ ଜର୍ଜ ତିର୍କୀ କଂଗ୍ରେସ ଛାଡ଼ିବା ପରେ ବିଜେଡିରେ ମିଶିବେ ବୋଲି ଶୁଣା ଯାଉଥିଲା। ସେ ବିଜେଡିରେ ଯୋଗଦେବେ ବୋଲି ଶ୍ରୀ ତିର୍କୀ ନିଜେ ମଧ୍ୟ କହିଥିଲେ। ତାଙ୍କ ପୁଅକୁ ବୀରମିତ୍ରପୁର ବିଧାନସଭା ଏବଂ ତାଙ୍କୁ ସୁନ୍ଦରଗଡ଼ ଲୋକସଭା ଆସନରୁ ବିଜେଡି ପ୍ରାର୍ଥୀ କରିପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଥିଲା। ସେମିତି କିଛି ନ ହେବାରୁ ଜର୍ଜ ତିର୍କୀ ନିଜର ରାଜନୈତିକ ଦଳ ‘ଜର୍ଜ ସେନା’ ଗଠନ କରିଛନ୍ତି। ‘ଜର୍ଜ ସେନା’ ନାଁରେ ବୀରମିତ୍ରପୁରରେ ନିଜର କର୍ମକର୍ତ୍ତାମାନଙ୍କୁ ନେଇ ନିର୍ବାଚନ ପ୍ରସ୍ତୁତି ଆରମ୍ଭ କରିଦେଲେଣି। ବୀରମିତ୍ରପୁରସ୍ଥିତ କାର୍ଯ୍ୟାଳୟରେ ନେତା ଓ କର୍ମୀମାନଙ୍କୁ ନେଇ ଦୁଇ ଦୁଇଥର ବୈଠକ କରି ସାରିଲେଣି।

    ଏସବୁ ଭିତରେ ଆସନ୍ତା ୨୦୨୪ ସାଧାରଣ ନିର୍ବାଚନରେ ବୀରମିତ୍ରପୁର ଆସନ କାହାର ହେବ ତାକୁ ନେଇ ଏବେଠୁ ରାଜନୈତିକ ମହଲରେ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି। ଉଲ୍ଲେଖଯୋଗ୍ୟ, ୧୯୯୫ରେ ଜର୍ଜ ତିର୍କୀ ଜେଏମ୍‌ଏମ୍‌ ପ୍ରାର୍ଥୀ ଭାବେ ପ୍ରଥମଥର ବୀରମିତ୍ରପୁରରୁ ଜିତି ନିଜ ବିଧାନସଭା ଅଭିଯାନ ଆରମ୍ଭ କରିଥିଲେ। ୨୦୦୦ ନିର୍ବାଚନରେ ପୁଣି ଜେଏମ୍‌ଏମ୍‌ରୁ ବିଜୟୀ ହୋଇ ବିଧାନସଭାକୁ ଯାଇଥିଲେ। ହେଲେ ଜେଏମ୍‌ଏମ୍‌ରେ ଥିବା ସମୟରେ ୨୦୦୨ରେ ବିଜେଡିରେ ସାମିଲ ହୋଇଥିଲେ। ୨୦୦୪ରେ ତାଙ୍କୁ ବୀରମିତ୍ରପୁର ଆସନରୁ ବିଜେଡିରୁ ଟିକେଟ ନ ମିଳିବାରୁ ଦଳ ଛାଡିଥିଲେ। ସ୍ବାଧୀନ ପ୍ରାର୍ଥୀ ଭାବେ ବୀରମିତ୍ରପୁରରେ ଛିଡ଼ା ହୋଇ ଜେଏମ୍‌ଏମ୍‌ ପ୍ରାର୍ଥୀ ନିହାର ସୁରିନ୍‌ଙ୍କଠାରୁ ପରାସ୍ତ ହୋଇଥିଲେ। ୨୦୦୯ରେ ପୁଣି ସ୍ବାଧୀନ ଭାବେ ଛିଡ଼ା ହୋଇ ଜେଏମ୍‌ଏମ୍‌ର ନିହାର ସୁରିନଙ୍କୁ ହରାଇ ତୃତୀୟ ଥର ପାଇଁ ବିଧାନସଭାକୁ ଯାଇଥିଲେ। ସେତେବେଳେ ସେ ୪୫ ହଜାର ୧୩୨ ଖଣ୍ଡ ଭୋଟ ପାଇଥିଲାବେଳେ, ଶ୍ରୀ ସୁରିନ୍ ୨୪ ହଜାର ୩୨୧ ଏବଂ ବିଜେଡିର ସଞ୍ଜୀବ ପ୍ରତାପ ସିଂହଦେଓ ୧୯ ହଜାର ୬୬୫ ଖଣ୍ଡ ଭୋଟ ପାଇଥିଲେ।

    ୨୦୧୪ରେ ଜର୍ଜ ସମତା କ୍ରାନ୍ତି ଦଳରେ ଯୋଗ ଦେଇଥିଲେ ଓ ବୀମରିତ୍ରପୁର ଆସନକୁ ନିଜ ଦଖଲରେ ରଖିଥିଲେ। ସେ ୪୧ ହଜାର ୧୧୪ ଖଣ୍ଡ ଭୋଟ ପାଇଥିଲେ। ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ବିଜେପିର ଶଙ୍କର ଓରାମ ୩୪ ହଜାର ୧୬୭ ଖଣ୍ଡ ଏବଂ ବିଜେଡିର ମାଗଦାଲି କଙ୍ଗାଡ଼ି ୨୫ ହଜାର ୧୫୮ ଖଣ୍ଡ ଭୋଟ ପାଇଥିଲେ। ୨୦୧୮ରେ ସମତା କ୍ରାନ୍ତି ଦଳ ଛାଡ଼ି ଜର୍ଜ କଂଗ୍ରେସରେ ଯୋଗ ଦେଇଥିଲେ। ତାଙ୍କୁ ରାଉରକେଲା ଜିଲ୍ଲା କଂଗ୍ରେସର ସଭାପତି ଦାୟିତ୍ବ ମିଳିଥିଲା। ୨୦୧୯ ନିର୍ବାଚନରେ ଜର୍ଜଙ୍କୁ ସୁନ୍ଦରଗଡ଼ ଲୋକସଭା ଓ ତାଙ୍କ ପୁଅଙ୍କୁ ବୀରମିତ୍ରପୁର ବିଧାନସଭା ଆସନରୁ କଂଗ୍ରେସ ଟିକଟ୍‌ ମିଳିଥିଲା। କିନ୍ତୁ ଉଭୟ ବାପ, ପୁଅଙ୍କୁ ପରାଜୟର ମୁହଁ ଦେଖିବାକୁ ପଡ଼ିଥିଲା। ଜର୍ଜ ୨୦୨୨ ଏପ୍ରିଲରେ କଂଗ୍ରେସ ସଭାପତି ଓ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ। ବେଶ୍‌ କିଛି ଦିନ ନିରବ ରହିଲା ପରେ ଏବେ ଜର୍ଜ ସେନା ଗଠନ କରି ପୁଣି ସକ୍ରିୟ ହୋଇଛନ୍ତି।

    Share. Facebook Twitter LinkedIn WhatsApp Email
    Previous Articleଏମିତି ଚାଲିଛି ‌ଯୌନ ନିର୍ଯାତନା ଅଭିଯୋଗର ଶୁଣାଣି: ୩୨୭ ଶିକ୍ଷାନୁଷ୍ଠାନରେ ନାହିଁ ଆଇସିସି
    Next Article ପରିବା ଦରରେ ଲାଗିଲା ଲଗାମ, ଟମାଟୋ ଦର ଖସୁନି
    NewsLaxmi7
    • Website

    Related Posts

    ଲୋକସେବା ଭବନରେ ଲାଗିଥିବା ନିଆଁ ଆୟତ୍ତ

    October 3, 2023

    ପ୍ରଦେଶ କଂଗ୍ରେସ ପକ୍ଷରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ

    October 3, 2023

    ମା’ ଆସୁଛନ୍ତି: ସର୍ବଧର୍ମ ସମନ୍ୱୟର ତୋରଣ

    October 3, 2023

    ‘ସମ୍ବାଦ ଭବନ’ରେ ସମ୍ପାଦକଙ୍କୁ ସ୍ବାଗତ

    October 3, 2023
    • Facebook
    • Twitter
    • Instagram
    • YouTube
    Our Picks

    ସାଧୁ ବେଶରେ ୱାଣ୍ଟେଡ୍ କ୍ରିମିନାଲ୍: ୨୩ ବର୍ଷ ପରେ ଧରିଲା ପୁଲିସ

    July 3, 2023

    ମାତିଛନ୍ତି ମାଟି ମାଫିଆ: ତାଡ଼ିଦେଲେ ଗଙ୍ଗୁଆ ନଦୀବନ୍ଧ

    April 3, 2023

    ପଶ୍ଚିମବଙ୍ଗ ରାମ ନବମୀ ରାଲିରେ ପୁଣି ହିଂସାକାଣ୍ଡ: ‘ବିଜେପି’ ବିଧାୟକ ଆହତ

    April 3, 2023

    ଆଜିଠୁ ନୂଆ ଶିକ୍ଷାବର୍ଷ: ୮ ତାରିଖ ଯାଏ ନାମଲେଖା, ୧୧ରୁ ସକାଳୁଆ ସ୍କୁଲ

    April 3, 2023
    Don't Miss
    ରାଜ୍ୟ

    ଲୋକସେବା ଭବନରେ ଲାଗିଥିବା ନିଆଁ ଆୟତ୍ତ

    October 3, 2023

    ଭୁବନେଶ୍ୱର: ରାଜଧାନୀରେ ଥିବା ଲୋକସେବା ଭବନରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା। ଲୋକସେବା ଭବନର ପ୍ରଥମ ମହଲାରେ ନିଆଁ ଲାଗିଥିଲା।…

    ପ୍ରଦେଶ କଂଗ୍ରେସ ପକ୍ଷରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ

    October 3, 2023

    ମା’ ଆସୁଛନ୍ତି: ସର୍ବଧର୍ମ ସମନ୍ୱୟର ତୋରଣ

    October 3, 2023

    ‘ସମ୍ବାଦ ଭବନ’ରେ ସମ୍ପାଦକଙ୍କୁ ସ୍ବାଗତ

    October 3, 2023

    Subscribe to Updates

    Get the latest creative news from SmartMag about art & design.

    About Us
    About Us

    Welcome to Newslaxmi7, where we are dedicated to providing timely, accurate, and unbiased news coverage to our readers. As a leading news organization, we are committed to journalistic integrity and believe that providing our audience with reliable information is essential to a functioning democracy.

    Our Picks

    ବାସୀ ରୁଟିରେ ରହିଛି ଶରୀର ପାଇଁ ଚମତ୍କାରୀ ଫାଇଦା, ଆଦୌ ଫୋପାଡ଼ନ୍ତୁ ନାହିଁ

    October 16, 2021

    ସେଫ୍ ସଞ୍ଜୀବ କପୁରଙ୍କ ୟୁଟ୍ୟୁବ୍ ଚ୍ୟାନେଲ ହ୍ୟାକ୍, Bitcoinର ଭିଡିଓ ଅପଲୋଡ କଲା ହ୍ୟାକର

    December 22, 2021

    ମ୍ୟୁଜିକ୍ ସ୍କୁଲ୍ର ଚତୁର୍ଥ ବାର୍ଷିକ ଉତ୍ସବ ।

    January 7, 2022
    Quick Links
    • Home
    • About us
    • Contact Us
    © 2022 - Newslaxmi7. All Rights Reserved.
    • Home
    • About us
    • Contact Us

    Type above and press Enter to search. Press Esc to cancel.