Subscribe to Updates

    Get the latest creative news from FooBar about art, design and business.

    What's Hot

    ଉତ୍ତରାଖଣ୍ଡରେ ଦୁର୍ନୀତି ବିରୋଧୀ ଜି-୨୦ ବୈଠକ

    June 2, 2023

    ସର୍ବସମ୍ମୁଖରେ ବୋହୂକୁ ପୋଷାକ ଖୋଲିବାକୁ କହିଲେ ଶଶୁରଘର ଲୋକ: ଗାଡ଼ିରେ ବସାଇ ବାପଘରେ ଛାଡ଼ିଆସିଲେ

    June 2, 2023

    ଆମେରିକା ସେନାରେ ଡ୍ରୋନ୍‌ର ପାଗଳାମି; ଶତ୍ରୁ ଭାବି ନିଜ ଅପରେଟର୍‌ଙ୍କୁ ମାରିପକାଇଲା

    June 2, 2023
    Facebook Twitter Instagram
    Trending
    • ଉତ୍ତରାଖଣ୍ଡରେ ଦୁର୍ନୀତି ବିରୋଧୀ ଜି-୨୦ ବୈଠକ
    • ସର୍ବସମ୍ମୁଖରେ ବୋହୂକୁ ପୋଷାକ ଖୋଲିବାକୁ କହିଲେ ଶଶୁରଘର ଲୋକ: ଗାଡ଼ିରେ ବସାଇ ବାପଘରେ ଛାଡ଼ିଆସିଲେ
    • ଆମେରିକା ସେନାରେ ଡ୍ରୋନ୍‌ର ପାଗଳାମି; ଶତ୍ରୁ ଭାବି ନିଜ ଅପରେଟର୍‌ଙ୍କୁ ମାରିପକାଇଲା
    • ରାହୁଲ ଗେହଲଟଙ୍କୁ ଶିଖାନ୍ତୁ: ଅୱେସି
    • ସାମ୍ବାଦିକ ଭିସା ବିବାଦ: ଭାରତକୁ ଦୋଷ ଦେଲା ଚୀନ୍
    • ବେତନ ପାଇଁ ଛୁଟିରେ ଅମଲା; ଜିଲ୍ଲା, ବ୍ଲକ୍‌ରେ ସବୁ କାର୍ଯ୍ୟାଳୟ ଅଚଳ
    • ଓଡ଼ିଶାରେ ନାହାନ୍ତି ନକଲି ଡାକ୍ତର! ଡାକ୍ତରଙ୍କ ସାର୍ଟିଫିକେଟ୍ ଯାଞ୍ଚ ପ୍ରକ୍ରିୟା ଶେଷ
    • ପୁଞ୍ଜି ଆକର୍ଷଣରେ ଓଡ଼ିଶା ଦ୍ବିତୀୟ
    Monday, June 5
    Facebook Twitter Instagram
    Facebook Twitter Instagram
    NEWS LAXMI 7
    Subscribe
    • ଦେଶ ବିଦେଶ
    • ରାଜ୍ୟ
    • ରାଜନୀତି
    • କଳା ଓ ସଂସ୍କୃତି
    • ଲାଇଫ୍ ଷ୍ଟାଇଲ
    • ମନୋରଞ୍ଜନ
      • ଭିଡ଼ିଓ
      • ଖେଳ
    • ପର୍ଯ୍ୟଟନ
    • ଶିକ୍ଷା ଓ ନିଯୁକ୍ତି
    • ଧର୍ମ
    • ସ୍ୱାସ୍ଥ୍ୟ
    • ଅପରାଧ
    • ରାଶିଫଳ
    NEWS LAXMI 7
    Home»ରାଜ୍ୟ»ଏକାଧିକ ପ୍ଲଟ୍‌ ହାତେଇବା ମାମଲାରେ ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ: ଦ୍ବିତୀୟ ପ୍ଲଟ୍‌ ପାଇଁ ଆବେଦନ ଉପରେ କଟକଣା
    ରାଜ୍ୟ

    ଏକାଧିକ ପ୍ଲଟ୍‌ ହାତେଇବା ମାମଲାରେ ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ: ଦ୍ବିତୀୟ ପ୍ଲଟ୍‌ ପାଇଁ ଆବେଦନ ଉପରେ କଟକଣା

    NewsLaxmi7By NewsLaxmi7May 3, 2023Updated:May 3, 2023No Comments3 Mins Read
    Facebook Twitter LinkedIn WhatsApp Email
    Share
    Facebook Twitter LinkedIn Email WhatsApp

    କଟକ: ବିଡିଏ, ସିଡିଏ ଓ ରାଜ୍ୟର ଅନ୍ୟାନ୍ୟ ଉନ୍ନୟନ କର୍ତ୍ତୃପକ୍ଷଙ୍କ ଠାରୁ ଏକାଧିକ ପ୍ଲଟ ହାତେଇବା ଆଉ ସମ୍ଭବ ହେବନାହିଁ। ଏହି ପ୍ରସଂଗରେ ହାଇକୋର୍ଟ ଗୁରୁତ୍ବପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଜଣେ ବ୍ୟକ୍ତିଙ୍କୁ ଆବଣ୍ଟନ କରିଥିବା ଦ୍ବିତୀୟ ପ୍ଲଟକୁ ବାତିଲ କରିଥିବା ବେଳେ ବାତିଲ ନିର୍ଦ୍ଦେଶ ବିରୋଧରେ ଦାୟର ଆବେଦନକୁ ହାଇକୋର୍ଟ ଖାରଜ କରିବା ସହିତ ଭବିଷ୍ୟତରେ ଏହି ପ୍ରସଂଗରେ ଅଙ୍କୁଶ ଲାଗାଇବାକୁ ନିଦେର୍ଦଶ ଦେଇଛନ୍ତି। ଉନ୍ନୟନ କର୍ତ୍ତୃପକ୍ଷଙ୍କ ନିକଟରୁ ପ୍ଲଟ ଆବଣ୍ଟନର ସୁବିଧା ପାଇଥିବା ବ୍ୟକ୍ତି ଯେଭଳି ଆଉ କୌଣସି ଯୋଜନାରେ ପ୍ଲଟ ପାଇଁ ଆବେଦନ ନ କରିବେ ତାହା ସୁନିଶ୍ଚିତ କରିବା ଉପରେ ହାଇକୋର୍ଟ ଗୁରୁତ୍ବାରୋପ କରିଛନ୍ତି।

    ଉନ୍ନୟନ କର୍ତ୍ତୃପକ୍ଷଙ୍କ ନିକଟରୁ ପ୍ଲଟ ପାଇଥିବା ବ୍ୟକ୍ତିଙ୍କୁ ସଂପୃକ୍ତ ସହରର ଅନ୍ୟ ଉନ୍ନୟନ ପ୍ରକଳ୍ପରେ ବା ଅନ୍ୟ ଜିଲ୍ଲାର ଉନ୍ନୟନ କର୍ତ୍ତୃପକ୍ଷଙ୍କ ପାଖରେ ପ୍ଲଟ ପାଇଁ ଆବେଦନ କରି ପାରିବେ ନାହିଁ ବୋଲି ମଧ୍ୟ ହାଇକୋର୍ଟ କହିଛନ୍ତି। ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ଏକାଧିକ ପ୍ଲଟ ଅାବଣ୍ଟନ ଅପେକ୍ଷା ଏହା ଉପଯୁକ୍ତ ନାଗରିକଙ୍କ ପାଇଁ ଉପଲବ୍ଧ କରାଯିବା ଆବଶ୍ୟକ ବୋଲି ହାଇକୋର୍ଟ ପରାମର୍ଶ ଦେଇଛନ୍ତି। ଏହି ରାୟର କପି ଆଡଭୋକେଟ ଜେନେରାଲଙ୍କ କାର୍ଯ୍ୟାଳୟ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ସଚିବଙ୍କ ପାଖକୁ ପଠାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏକାଧିକ ପ୍ଲଟ ଅାବଣ୍ଟନ ନିଷେଧ ପ୍ରସଂଗରେ ରହିଥିବା ଏହି ନିର୍ଦ୍ଦେଶ ପାଳନ କରି ଉନ୍ନୟନ କର୍ତ୍ତୃପକ୍ଷ ଭବିଷ୍ୟତରେ ଯତ୍ନଶୀଳ ହୋଇ ପ୍ରକଳ୍ପର ବିବରଣୀ ପୁସ୍ତିକା ଜାରି କରିବେ ବୋଲି ହାଇକୋର୍ଟଙ୍କ ରାୟରେ ଉଲ୍ଲେଖ କରାଯାଇଛି। ଉନ୍ନୟନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ପ୍ଲଟ ଆବଣ୍ଟନ ପାଇଁ କରାଯାଉଥିବା ଯୋଜନାରେ ନିଜ କର୍ମଚାରୀଙ୍କ ପାଇଁ କିଛି ପ୍ଲଟ ସଂରକ୍ଷିତ କରି ରଖାଯିବା ପ୍ରସଂଗକୁ ନେଇ ହାଇକୋର୍ଟ ଅସନ୍ତୋଷବ୍ୟକ୍ତ କରିଛନ୍ତି। ଉନ୍ନୟନ କର୍ତ୍ତୃପକ୍ଷଙ୍କ କର୍ମଚାରୀ ବା କର୍ମଚାରୀଙ୍କ ନିକଟର ସଂପର୍କୀୟଙ୍କୁ କୌଣସି ପ୍ଲଟ ଅାବଣ୍ଟନ କରାଯିବା ଉଚିତ ନୁହେଁ। ଭବିଷ୍ୟତରେ ଏହି ପ୍ରସଂଗରେ ଉନ୍ନୟନ କର୍ତ୍ତୃପକ୍ଷମାନେ ଯତ୍ନଶୀଳ ହେବେ ଓ କର୍ମଚାରୀଙ୍କ ପାଇଁ ପ୍ଲଟ ଅାବଣ୍ଟନରେ କୋହଳ ବ୍ୟବସ୍ଥା କରିବେ ନାହିଁ ବୋଲି ହାଇକୋର୍ଟ ଆଶା ପ୍ରକାଶ କରିଛନ୍ତି। ଜଷ୍ଟିସ ବିଶ୍ବନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଏସ.କେ.ମଲ୍ଲିକଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ସିଡିଏ, ବିଡିଏ, ହାଉସିଂବୋର୍ଡ ଓ ଅନ୍ୟ ଉନ୍ନୟନ କର୍ତ୍ତୃପକ୍ଷଙ୍କ ନିକଟରୁ ଏକାଧିକ ପ୍ଲଟ ହା‌େତଇବା ଆଉ ସମ୍ଭବ ହେବ ନାହିଁ।

    ମାମଲାର ବିବରଣୀରୁ ପ୍ରକାଶ ଯେ ଆବେଦନକାରୀ ବିଡିଏରେ କନିଷ୍ଠ ସହାୟକ ଭାବେ କାର୍ଯ୍ୟ କରୁଥିବା ବେଳେ କଳିଙ୍ଗନଗର ପ୍ଲଟେଡ ଡେଭଲପମେଣ୍ଟ ଯୋଜନା ୧୯୯୧ରେ ଆସିଥିଲା। ଇଚ୍ଛାଧୀନ କୋଟା ମାଧ୍ୟମରେ ସେ ଏହି ଯୋଜନାରେ ଏକ ପ୍ଲଟ ପାଇଥିଲେ। ଦଖଲ ନେବାର ପୂର୍ବ ପର୍ଯ୍ୟାୟରେ ଏହି ପ୍ଲଟକୁ ସେ ତୃତୀୟ ପକ୍ଷଙ୍କୁ ୧୯୯୯ରେ ବିକ୍ରି କରି ଦେଇଥିଲେ। ଏହାପରେ ଚନ୍ଦ୍ରଶେଖରପୁରଠାରେ ଡିଷ୍ଟ୍ରିକ୍ଟ ସେଣ୍ଟର କମର୍ସିଆଲ ପ୍ଲଟେଡ ଡେଭଲପମେଣ୍ଟ ଯୋଜନା ଆସିଥିଲା। ଏଠାରେ ୨୦୦୦ ସେପ୍ଟେମ୍ବର ୨୯ରୁ ଏକ ବ୍ୟାବସାୟିକ ପ୍ଲଟର ଦଖଲ ପାଇଥିଲେ ଆବେଦନକାରୀ। ଏହାପରେ ଚନ୍ଦ୍ରଶେଖରପୁରଠାରେ ପ୍ରସ୍ତାବିତ ପ୍ରାଚୀ ଏନକ୍ଲେଭ ପ୍ଲଟେଡ ଡେଭଲପମେଣ୍ଟ ଯୋଜନାରେ ଏକ ଆବାସିକ ପ୍ଲଟ ପାଇଁ ଆବେଦନକାରୀ ଦରଖାସ୍ତ ଦାଖଲ କରିଥିଲେ। ଯୋଜନାରେ ମୋଟ ପ୍ଲଟର ୨ ପ୍ରତିଶତ ବିଡିଏ କର୍ମଚାରୀଙ୍କ ପାଇଁ ସଂରକ୍ଷିତ ଥିଲା। ଏଥିପାଇଁ ମଧ୍ୟ ଲଟେରି ‌େହାଇଥିଲା। ଆବେଦନକାରୀ ଲଟେରିରେ ସଫଳ ହୋଇଥିଲେ। ଆବେଦନକାରୀଙ୍କ ସପକ୍ଷରେ ପ୍ଲଟ ଆବଣ୍ଟନ ଚିଠି ୨୦୦୧, ଜାନୁଆରି ୯ରେ ଜାରି କରାଯାଇଥିଲା।

    ଏହି ଯୋଜନା ପାଇଁ ପ୍ରକାଶିତ ବିବରଣୀରେ ବ୍ୟାବସାୟିକ ପ୍ଲଟ ପାଇଥିବା ବ୍ୟକ୍ତି ଆବାସିକ ପ୍ଲଟ ପାଇଁ ଆବେଦନ କରିବା କ୍ଷେତ୍ରରେ କିଛି କଟକଣା ନଥିଲା। ଅନ୍ୟପକ୍ଷରେ ଏହି ପ୍ରସଂଗକୁ ନେଇ ଅଭିଯୋଗ ପରେ ତଦନ୍ତ କରାଯାଇଥିଲା। ଆବେଦନକାରୀ ତଥ୍ୟ ଲୁଚାଇଥିବା ଦର୍ଶାଯାଇ ପରବର୍ତ୍ତୀ ସମୟରେ ବିଡିଏ ତାଙ୍କ ପ୍ଲଟ ଆବଣ୍ଟନକୁ ବାତିଲ କରିଥିଲା। ଏହା ସହିତ ପ୍ଲଟ ପାଇଁ ଦରଖାସ୍ତ ବେଳେ ଆବେଦନକାରୀ ଜମା କରିଥିବା ଏକ ଲକ୍ଷ ଟଙ୍କାକୁ ମଧ୍ୟ ବାଜ୍ୟାପ୍ତି ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଏହାକୁ ଚାଲେଞ୍ଜ କରି ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଆଇନ ଅନୁସାରେ ଆବଣ୍ଟନ ପାଇଁ ଯୋଗ୍ୟ ‌େହାଇ ନଥିଲେ ମଧ୍ୟ ସର୍ତ୍ତାବଳୀ ଅନୁସାରେ ଆବେଦନକାରୀ ଜଣେ ଯଥାର୍ଥ ଦରଖାସ୍ତକାରୀ ବୋଲି ହାଇକୋର୍ଟ କହିବା ସହିତ ସେ ଜମା କରିଥିବା ଅର୍ଥ ୬ ପ୍ରତିଶତ ସୁଧ ସହିତ ଫେରାଇବାକୁ ଉନ୍ନୟନ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବିଡିଏ ତରଫରୁ ଆଇନଜୀବୀ ଦୟାନନ୍ଦ ମହାପାତ୍ର ମାମଲା ପରିଚାଳନା କରୁଥିଲେ।

    Share. Facebook Twitter LinkedIn WhatsApp Email
    Previous Articleସମ୍ବଲପୁର ହିଂସା ଘଟଣାରେ ମୁହାଁମୁହିଁ; ବିଜେପି ଘୃଣା ରାଜନୀତି କରୁଛି : ବିଜେଡି
    Next Article ରଥଖଳା ଖବର : ୪୨ ତୁମ୍ବର ବିନ୍ଧ କାମ ଶେଷ
    NewsLaxmi7
    • Website

    Related Posts

    ବେତନ ପାଇଁ ଛୁଟିରେ ଅମଲା; ଜିଲ୍ଲା, ବ୍ଲକ୍‌ରେ ସବୁ କାର୍ଯ୍ୟାଳୟ ଅଚଳ

    June 2, 2023

    ଓଡ଼ିଶାରେ ନାହାନ୍ତି ନକଲି ଡାକ୍ତର! ଡାକ୍ତରଙ୍କ ସାର୍ଟିଫିକେଟ୍ ଯାଞ୍ଚ ପ୍ରକ୍ରିୟା ଶେଷ

    June 2, 2023

    ପୁଞ୍ଜି ଆକର୍ଷଣରେ ଓଡ଼ିଶା ଦ୍ବିତୀୟ

    June 2, 2023

    ସଅଳ ହେବ ସ୍ନାନପୂର୍ଣ୍ଣିମା ନୀତିକାନ୍ତି: ଶ୍ରୀବିଗ୍ରହ ସମ୍ମୁଖରେ ଛିଡ଼ା‌ହେବେନି ସେବକ

    June 2, 2023
    • Facebook
    • Twitter
    • Instagram
    • YouTube
    Our Picks

    ମାତିଛନ୍ତି ମାଟି ମାଫିଆ: ତାଡ଼ିଦେଲେ ଗଙ୍ଗୁଆ ନଦୀବନ୍ଧ

    April 3, 2023

    ପଶ୍ଚିମବଙ୍ଗ ରାମ ନବମୀ ରାଲିରେ ପୁଣି ହିଂସାକାଣ୍ଡ: ‘ବିଜେପି’ ବିଧାୟକ ଆହତ

    April 3, 2023

    ଆଜିଠୁ ନୂଆ ଶିକ୍ଷାବର୍ଷ: ୮ ତାରିଖ ଯାଏ ନାମଲେଖା, ୧୧ରୁ ସକାଳୁଆ ସ୍କୁଲ

    April 3, 2023

    ରାଜ୍ୟବ୍ୟାପୀ ‘ଉତ୍କଳ ଦିବସ’ ପାଳିତ: ଓଡ଼ିଆ ପରିଧାନ କଲେ ଓଡ଼ିଶା ହସ୍ତତନ୍ତ

    April 2, 2023
    Don't Miss
    ଦେଶ ବିଦେଶ

    ଉତ୍ତରାଖଣ୍ଡରେ ଦୁର୍ନୀତି ବିରୋଧୀ ଜି-୨୦ ବୈଠକ

    June 2, 2023

    ଡେରାଡ଼ୁନ : ଉତ୍ତରାଖଣ୍ଡର ଋଷିକେଶ (ତେହରି)ରେ ଜି-୨୦ ଦୁର୍ନୀତି ବିରୋଧୀ ୱାର୍କିଂ ଗ୍ରୁପର ଦ୍ବିତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଚଳିତମାସ…

    ସର୍ବସମ୍ମୁଖରେ ବୋହୂକୁ ପୋଷାକ ଖୋଲିବାକୁ କହିଲେ ଶଶୁରଘର ଲୋକ: ଗାଡ଼ିରେ ବସାଇ ବାପଘରେ ଛାଡ଼ିଆସିଲେ

    June 2, 2023

    ଆମେରିକା ସେନାରେ ଡ୍ରୋନ୍‌ର ପାଗଳାମି; ଶତ୍ରୁ ଭାବି ନିଜ ଅପରେଟର୍‌ଙ୍କୁ ମାରିପକାଇଲା

    June 2, 2023

    ରାହୁଲ ଗେହଲଟଙ୍କୁ ଶିଖାନ୍ତୁ: ଅୱେସି

    June 2, 2023

    Subscribe to Updates

    Get the latest creative news from SmartMag about art & design.

    About Us
    About Us

    Welcome to Newslaxmi7, where we are dedicated to providing timely, accurate, and unbiased news coverage to our readers. As a leading news organization, we are committed to journalistic integrity and believe that providing our audience with reliable information is essential to a functioning democracy.

    Our Picks

    ସୋସିଆଲ୍ ମିଡିଆରେ ସୋନାକ୍ଷୀଙ୍କୁ ନେଇ ଚର୍ଚ୍ଚା

    March 19, 2022

    ‘ମୋ ସ୍କୁଲ୍ ଅଭିଯାନ’ ପକ୍ଷରୁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ୍‌ଘାଟିତ: ବ୍ୟାପକ ହେବ କୋଡିଂ ଶିକ୍ଷା

    February 7, 2023

    ବିବାହିତ ମହିଳାଙ୍କ ରହସ୍ୟଜନକ ମୃତ୍ୟୁ ଘଟଣା, ସିସି କ୍ୟାମେରା ଚିତ୍ର; ସେକ୍ଟର୍‌ ୬ ପାର୍କପଟୁ ସାଇକଲରେ ଆସିଛନ୍ତି ଏକୁଟିଆ

    May 20, 2022
    Quick Links
    • Home
    • About us
    • Contact Us
    © 2022 - Newslaxmi7. All Rights Reserved.
    • Home
    • About us
    • Contact Us

    Type above and press Enter to search. Press Esc to cancel.