ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

ଋଣ ଚିନ୍ତା ନେଲା ଦୁଇ ଜୀବନ: କୀଟନାଶକ ପିଇ ଜୀବନ ହାରିଲେ ମାଆ ଓ ପୁଅ

ରାୟଗଡ଼ା: ଋଣ ପରିଶୋଧ ଚିନ୍ତାରେ କୀଟନାଶକ ପିଇ ଜୀବନ ହାରିଛନ୍ତି ମାଆ ଓ ପୁଅ। ଏଭଳି ଅଭାବନୀୟ ଘଟଣା ଘଟିଛି ରାୟଗଡ଼ା ବ୍ଲକ ଜେମାଦେଇପେଣ୍ଠ ଗାଁରେ। ଗୁରୁତର ଅବସ୍ଥାରେ ମାଆ ରଜନୀ ଗୁଡ଼ଲା (୫୫) ଓ ପୁଅ ଶ୍ୟାମ ଗୁଡ଼ଲା (୨୨) କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ଉଭୟଙ୍କ ମୃତ୍ୟୁ ଘଟିଛି।

ଝିଅ ବାହାଘର ପାଇଁ ଗାଁ ଲୋକଙ୍କ ଠାରୁ ହାତ ଉଦ୍ଧାର ଆଣିଥିଲେ ରଜନୀ। ଗତ ୨ ବର୍ଷ ହେଲା ବାକି ଟଙ୍କା ଶୁଝି ପାରୁନଥିବାରୁ ମାନସିକ ଚିନ୍ତାରେ ଦିନ କାଟୁଥିଲେ। ଗତ କିଛି ଦିନ ତଳେ ଧାର ଦେଇଥିବା ବ୍ୟକ୍ତି ରଜନୀଙ୍କ ଘରେ ପହଞ୍ଚି ଟଙ୍କା ମାଗିବା ସହ ଘରେ ତାଲା ପକାଇ ଦେଇଥିଲେ। ଫଳରେ ମାଆ, ପୁଅ ଘର ବାହାରେ ଦିନ କଟିଥିଲେ। ଖବର ଶେଷଖାଲ ଥାନାରେ ପହଞ୍ଚିବା ପରେ ପୁଲିସ ଘଟଣାରେ ହସ୍ତକ୍ଷେପ କରି ଘର ତାଲା ଖୋଲିଥିଲା। ଏହି ଘଟଣାକୁ ଗତ ୪ ଦିନ ହେଲା ରଜନୀ ଖିଆପିଆ କରୁନଥିଲେ। ମାଆର ସ୍ୱାସ୍ଥ୍ୟାବସ୍ଥାକୁ ନେଇ ପୁଅ ଶ୍ୟାମ ଚିନ୍ତିତ ଥିବା ବେଳେ ଉଭୟେ ଗତକାଲି ରାତିରେ କୀଟନାଶକ ପିଇ ଦେଇଥିଲେ। ପଡୋଶୀ ଲୋକ ଉଭୟଙ୍କ ଉଦ୍ଧାର କରି ଜେମାଦେଇପେଣ୍ଠ ମେଡିକାଲରେ ଭର୍ତ୍ତି କରିଥିଲେ। ଗୁରୁତର ଅବସ୍ଥାରେ ଉଭୟଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ମୃତ ଘୋଷଣା କରିଥିଲେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।